Posted inଖେଳ

ସହଜ ଗ୍ରୁପ୍‌ରେ ସିନ୍ଧୁ ଓ ପ୍ରଣୟ

କୁଆଲାଲମ୍ପୁର, ୧୩ା୭ : ପ୍ୟାରିସ ଗେମ୍ସ ଜୁଲାଇ ୨୬ରୁ ଆରମ୍ଭ ହେଉଥିବା ପ୍ୟାରିସ ଗେମ୍ସ ପାଇଁ ଦୁଇଥର ଅଲିମ୍ପିକ ପଦକ ବିଜୟିନୀ ପି.ଭି. ସିନ୍ଧୁ ଓ ଏଚ୍‌.ଏସ୍‌. ପ୍ରଣୟଙ୍କୁ ସହଜ ଗ୍ରୁପ୍‌ରେ ସ୍ଥାନ ମିଳିଛି। ରିଓ ଗେମ୍ସରେ ରୌପ୍ୟ ଏବଂ ଟୋକିଓ ଅଲିମ୍ପିକ୍ସରେ ଏକ ବ୍ରୋଞ୍ଜ ଜିତିଥିବା ସିନ୍ଧୁଙ୍କୁ ୧୦ମ ସିଡ୍‌ ମାନ୍ୟତା ମିଳିଛି। ବିଶ୍ୱର ଏହି ୧୩ ନମ୍ବର ଖେଳାଳି ଗ୍ରୁପ୍‌ ‘ଏମ୍‌’ରେ ସ୍ଥାନ ପାଇଛନ୍ତି। ଏଥିରେ ଇସ୍ତୋନିଆର କ୍ରିଷ୍ଟିନ କୁବା (ବିଶ୍ୱ ର଼୍ୟାଙ୍କିଙ୍ଗ ୭୫) ଏବଂ ମାଳଦ୍ୱୀପର ଫତିମା ନାବାହ ଅବଦୁଲ ରାଜାକ (ବିଶ୍ୱର଼୍ୟାଙ୍କିଙ୍ଗ ୧୧୧) ପ୍ରମୁଖ ସ୍ଥାନ ପାଇଛନ୍ତି। ଅଲିମ୍ପିକ୍ସରେ ହ୍ୟାଟ୍ରିକ ପଦକ ହାସଲ ଲକ୍ଷ୍ୟରେ ଥିବା ସିନ୍ଧୁ ପ୍ରି-କ୍ୱାର୍ଟରରେ ୬ଷ୍ଠ ସିଡ୍‌ ଚାଇନାର ହି ବିଙ୍ଗ୍‌ ଜିଆଓଙ୍କୁ ଭେଟିପାରନ୍ତି। ଜିଆଓଙ୍କୁ ଯଦି ସେ ଅତିକ୍ରମ କରିଯାଆନ୍ତି ତେବେ କ୍ୱାର୍ଟରଫାଇନାଲରେ ଅଲିମ୍ପିକ ଚାମ୍ପିୟନ ଚାଇନାର ଚେନ୍‌ ୟୁ ଫେଇଙ୍କୁ ଭେଟିପାରନ୍ତି। ଅଲିମ୍ପିକ୍ସ ପୂର୍ବରୁ ବିଭିନ୍ନ ଟୁର୍ନାମେଣ୍ଟରେ ଏହି ୨୯ ବଷର୍ର୍ୀୟା ଭାରତୀୟ ଖେଳାଳିଙ୍କର ପ୍ରଦର୍ଶନ ସେତେଟା ଖାସ୍‌ ପରିଲକ୍ଷିତ ହୋଇ ନାହିଁ। ଅନ୍ୟ ପକ୍ଷରେ ପ୍ରଣୟ ଅଲିମ୍ପିକ୍ସରେ ତାଙ୍କର ପ୍ରଥମ ପଦାର୍ପଣ କରିବେ। ତାଙ୍କୁ ୧୩ତମ ସିଡ୍‌ ମାନ୍ୟତା ମିଳିଛି। ପୁରୁଷ ସିଙ୍ଗଲ୍ସ ଇଭେଣ୍ଟର ଗ୍ରୁପ୍‌ ‘କେ’ ରେ ତାଙ୍କୁ ଭିଏତନାମର ଲି ଡକ୍‌ ଫାଟ୍‌ (ବିଶ୍ୱ ର଼୍ୟାଙ୍କିଙ୍ଗ ୭୦) ଏବଂ ଜର୍ମାନୀର ଫାବିଆନ ରୋଥ୍‌ଙ୍କୁ ଅତିକ୍ରମ କରିବାକୁ ପଡ଼ିବ। ପୁରୁଷ ସିଙ୍ଗଲ୍ସରେ ଭାଗ ନେଉଥିବା ଭାରତର ଦ୍ୱିତୀୟ ଖେଳାଳି ୧୯ତମ ର଼୍ୟାଙ୍କିଙ୍ଗପ୍ରାପ୍ତ ଲକ୍ଷ୍ୟ ସେନ୍‌ଙ୍କୁ ଗ୍ରୁପ୍‌ ‘ଏଲ୍‌’ରେ ସ୍ଥାନ ମିଳିଛି। ଅଣସିଡ ଲକ୍ଷ୍ୟ ଏହି ଗ୍ରୁପ୍‌ରେ ତୃତୀୟ ସିଡ୍‌ ତଥା ବିଶ୍ୱର ୩ ନମ୍ବର ଇଣ୍ଡୋନେସିଆର ଜୋନାଥନ କ୍ରିଷ୍ଟିଙ୍କ ସହ ମୁକାବିଲା କରିବାକୁ ହେବ। ଏଥିରେ ସ୍ଥାନ ପାଇଥିବା ଅନ୍ୟ ଦୁଇ ଖେଳାଳି ହେଲେ ଗୁଆଟାମାଳାର କେଭିନ କର୍ଡନ (ବିଶ୍ୱ ର଼୍ୟାଙ୍କିଙ୍ଗ ୪୧) ଓ ବେଲଜିୟମର ଜୁଲିଏନ୍‌ କାରାଗି (ବିଶ୍ୱ ର଼୍ୟାଙ୍କିଙ୍ଗ ୫୨)। ଯଦି ଉଭୟ ପ୍ରଣୟ ଓ ଲକ୍ଷ୍ୟ ସେମାନଙ୍କ ଗ୍ରୁପ୍‌ର ଶୀର୍ଷରେ ରୁହନ୍ତି ତେବେ ପ୍ରି-କ୍ୱାର୍ଟରରେ ପରସ୍ପରକୁ ଭେଟିବେ। ମହିଳା ଡବଲ୍ସ ଇଭେଣ୍ଟରେ ବିଶ୍ୱର ୧୯ ନମ୍ବର ଯୋଡ଼ି ତନିଶା କାଷ୍ଟ୍ରୋ ଓ ଅଶ୍ୱିନୀ ପୋନାପ୍ପା ଏକ କଷ୍ଟସାଧ୍ୟ ଗ୍ରୁପ୍‌ ‘ସି’ରେ ସ୍ଥାନ ପାଇଛନ୍ତି। ଏହି ଗ୍ରୁପ୍‌ରେ ବିଶ୍ୱର ୪ ନମ୍ବର ନାମି ମାତସୁୟାମା ଓ ଚିହାରୁ ଶିଦା (ଜାପାନ), ଟୋକିଓ ଅଲିମ୍ପିକ ବ୍ରୋଞ୍ଜ ପଦକ ବିଜେତା ଦକ୍ଷିଣ କୋରିଆର କିମ୍‌ ସୋ ୟେଙ୍ଗ ଓ କଙ୍ଗ ହି ୟଙ୍ଗ ଏବଂ ଅଷ୍ଟ୍ରେଲିଆର ସେଟ୍ୟାନା ମାପାସା ଓ ଆଞ୍ଜେଲା ୟୁଙ୍କୁ ସ୍ଥାନ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

ବାଇକ୍‌କୁ ପିଟିଲା ବାଇକ୍‌: ୨ ଛାତ୍ରଙ୍କ ସମେତ ୪ ଗୁରୁତର

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ନିକଟରେ ଶନିବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଯୁକ୍ତ ୩ରେ ପଢୁଥିବା ୨ ଛାତ୍ରଙ୍କ ସମେତ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

ଗୁଣିଆ ସନ୍ଦେହରେ ବାନ୍ଧିକି ରଖିଲେ, ଭିଡିଓ ଭାଇରାଲ

ପାତ୍ରପୁର,୧୨।୯(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବି ନୂଆଗାଁ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି l ଗ୍ରାମର କେଉଟ…

ଭଦ୍ରକରୁ ଅପହରଣ କରି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଆଉ ତା’ ପରେ…

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପୋଲିସ ପାଇଁ ଅପହରଣର ଶିକାର ହୋଇଥିବା ୩ ଜଣଙ୍କ ଜୀବନ ବଞ୍ଚିଯାଇଛି। ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫…

ଜୀବନ ସଂଘର୍ଷରେ ହାରିଗଲେ ଚାଷୀ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଜଣେ ଚାଷୀ ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?