ବିଜେଡିରେ ରହିବେ ଜ୍ୟୋତି ପାଣିଗ୍ରାହୀ, ମିଳିଲା ବାଲେଶ୍ୱର ଜିଲା ସଭାପତି ଦାୟିତ୍ୱ

ଭୁବନେଶ୍ୱର, ୨୩।୫: ବୁଧବାର ବିଜେଡିରୁ ଇସ୍ତଫା ଦେଇଥିବା ସିମୁଳିଆ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମନ ପରିବର୍ତ୍ତନ କରି ବିଜେଡିରେ ରହିଛନ୍ତି। ଏଥିପାଇଁ ଦଳ ପକ୍ଷରୁ ତାଙ୍କୁ ପୁରସ୍କାର ସ୍ୱରୂପ ବାଲେଶ୍ୱର ଜିଲା ସଭାପତି ଏବଂ ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ନିଯୁକ୍ତ କରାଯାଇଛି। ଜ୍ୟୋତିଙ୍କ ବ୍ୟତୀତ ବୁଧବାର ୧୮ ପଞ୍ଚାୟତର ବହୁ ସମର୍ଥକ ମଧ୍ୟ ବିଜେଡି ଛାଡ଼ିଥିଲେ।

ତେବେ ଖବର ମୁତାବକ ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ବୁଧବାର ଜ୍ୟୋତି ପ୍ରକାଶଙ୍କୁ ସାକ୍ଷତ କରିବା ପରେ ସେ ତାଙ୍କର ନିଷ୍ପତି ପରିବର୍ତନ କରିଛନ୍ତି। ସୂଚନାଯୋଗ୍ୟ ଚଳିତ ନିର୍ବାଚନରେ ଜ୍ୟୋତିପ୍ରକାଶଙ୍କ ବଦଳରେ ସୁବାସିନୀ ସାହୁଙ୍କୁ ବିଜେଡି ଟିକେଟ ଦେବାରୁ ସେ ଅସନ୍ତୁଷ୍ଟ ହୋଇ ନୀରବତା ଅବଲମ୍ବନ କରିଥିଲେ।

ତେବେ ସେ ବୁଧବାର ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ସମ୍ପର୍କରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଇସ୍ତଫାପତ୍ର ପଠାଇଦେଇଛନ୍ତି। ଏହାପରେ ନିର୍ବାଚନକ୍ଷେତ୍ରର ୧୮ ପଞ୍ଚାୟତରେ ଥିବା ତାଙ୍କର ବହୁ ସମର୍ଥକ ମଧ୍ୟ ବିଜେଡି ଛାଡିଥିଲେ। ଏହାପରେ ସେମାନେ ଧୋବାଗଡିଆଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଉକ୍ତ ନେତୃବୃନ୍ଦ ଏହି ସୂଚନା ଦେବା ସହ ସେମାନେ ଭାଜପା ମିଶିପାରନ୍ତି ବୋଲି ପରୋକ୍ଷରେ ଇଙ୍ଗିତ କରିଥିଲେ। ଯାହାଙ୍କ ନେଇ ସିମୁଳିଆ ରାଜନୀତି ସରଗରମ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜାଗାବାଡ଼ିକୁ କେନ୍ଦ୍ର କରି ସାନ ଭାଇଙ୍କୁ ହାଣିଲେ ବଡ଼

ମୋରଡ଼ା,୧୬ା୬(ସ୍ମାରକ ମାଜୀ): ଜାଗାବାଡ଼ିକୁ ନେଇ ସାନ ଭାଇଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ବଡ଼ ଭାଇ। ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ମୟୂରଭଞ୍ଜ ଜିଲା...

ଯେବେ ଏନଡିଏର ଲୋକ ସଭା ବାଚସ୍ପତି ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଭୋଟ ଦେବାକୁ ଦେଇଥିଲେ ଅନୁମତି, ଭାଙ୍ଗି ଯାଇଥିଲା ବାଜପେୟୀ ସରକାର

ନୂଆଦିଲ୍ଲୀ,୧୬।୬: ଲୋକ ସଭା ନିର୍ବାଚନ ଫଳାଫଳ ପରେ ପିଏମ ମୋଦିଙ୍କ ନେତୃତ୍ୱ ଏନଡିଏ ସରକାର ପୁଣି କ୍ଷମତାକୁ ଫେରିଛି। ଏବେ ଏନଡିଏର ସହଯୋଗୀ ଦଳ ଲୋକ...

ଆହୁରି ତିନିଦିନ କଲକବଲ କରିବ ଗୁଳୁଗୁଳି

ଭୁବନେଶ୍ୱର, ୧୬।୬(ଅସମାପିକା ସାହୁ): ରାଜ୍ୟରେ ଏବେ ତାତି ସାଙ୍ଗକୁ ଅସହ୍ୟ ହେଲାଣି ଗୁଳୁଗୁଳି। ପଶ୍ଚିମ ଓଡ଼ିଶାରେ ହିଟ୍‌ଓ୍ବେଭ୍‌ ଜାରି ରହିଥିବା ବେଳେ ଉପକୂଳରେ କଲବଲ କରୁଛି...

ଅବସର ପରେ ବି ଶିକ୍ଷକଙ୍କୁ ମିଳୁନି ସମ୍ପୂର୍ଣ୍ଣ ପେନ୍‌ସନ

ଭବାନୀପାଟଣା,୧୬ା୬ (ଉତ୍ତମ କୁମାର ଦାଶ)ସରକାରୀ କର୍ମଚାରୀ ଅବସର ପାଇବା ପରେ ପେନ୍‌ସନ୍‌ ପାଇବା ପାଇଁ ସରକାରୀ ବ୍ୟବସ୍ଥା ରହିଛି। ହେଲେ କଳାହାଣ୍ଡି ଜିଲା ଶିକ୍ଷା ବିଭାଗରେ...

ସଚେତନତାରେ ସୀମିତ ବିଇଏମ୍‌ସିର ଡେଙ୍ଗୁ ନିୟନ୍ତ୍ରଣ

ବ୍ରହ୍ମପୁର,୧୬ା୬(ଅଶୋକ କୁମାର ସାହୁ)ମୌସୁମୀ ବର୍ଷା ଆରମ୍ଭ ହୋଇ ନ ଥିଲେ ବି ବ୍ରହ୍ମପୁର ସହରରେ ଡେଙ୍ଗୁ ଡରାଇବାକୁ ଲାଗିଲାଣି। କିଛି ଦିନ ତଳେ ସହରରେ ଦୁଇ...

ସ୍ତ୍ରୀ ଓ ପ୍ରସୂତି ୱାର୍ଡରେ ନାହିଁ ଏସି

ନୟାଗଡ଼,୧୬।୬(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ମାତୃ ଶିଶୁ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ୱାର୍ଡରେ ଏସି ନ ଥିବାରୁ ଗ୍ରୀଷ୍ମର ପ୍ରକୋପରେ...

ଗାଡ଼ିରୁ ତେଲ ସରିଯିବାରୁ ସାଙ୍ଗଙ୍କୁ ମାରିଦେଲେ

ଭୁବନେଶ୍ୱର,୧୬।୬(ସୂର୍ଯ୍ୟକାନ୍ତ ବେହେରା)ଚନ୍ଦକା ଥାନା ଅନ୍ତର୍ଗତ ପାଞ୍ଚମାଣିଆ ଜଙ୍ଗଲରେ ଡିପ୍ଲୋମା ଛାତ୍ର ସୁଶାନ୍ତ କୁମାର ଟୁଡୁଙ୍କୁ ହତ୍ୟା କରି ଫିଙ୍ଗିଦେବା ଘଟଣାର ପର୍ଦ୍ଦାଫାଶ ହୋଇଛି। ଗାଡିରୁ ତେଲ...

୫- ଟି, ନବୀନ ଓଡ଼ିଶା ବ୍ୟାଗ୍‌ ପୋଡ଼ିଲେ

ବାଉଁଶୁଣୀ,୧୬ା୬(ଦେବାଶିଷ ନେପାକ)ବୌଦ୍ଧ ଜିଲା ବାଉଁଶୁଣୀ ଛକ ନିକଟରେ ଶନିବାର ୫- ଟି ଆମ ଓ ନବୀନ ଓଡ଼ିଶା ବ୍ୟାଗ୍‌କୁ ଭାଜପା କର୍ମୀ ପୋଡ଼ୁଥିବା ଦେଖିବାକୁ ମିଳିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri