Posted inଜାତୀୟ

ଡ୍ରଗ୍ସ୍‌ ଚୋରା ଚାଲାଣକୁ ରୋକିବ ସିମ୍ସ୍‌, ୨୬ ଦେଶ ସହିତ ବୁଝାମଣା…

ନୂଆଦିଲ୍ଲୀ,୪।୧୦: ଆଫଗାନିସ୍ତାନରେ ତାଲିବାନ୍‌ର କ୍ଷମତା ଦଖଲ ପରେ ଭାରତ ସରକାରଙ୍କ ପକ୍ଷରୁ ସୀମା ପାର୍‌ ଡ୍ରଗ୍ସ୍‌ ଚୋରା ଚାଲାଣ ପାଇଁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଆଫଗାନିସ୍ତାନକୁ ପାକିସ୍ତାନ ଏହି କାର୍ଯ୍ୟରେ ଆବଶ୍ୟକ ସହାୟତା ଯୋଗାଇ ଦେଉଛି। ଆଦାନୀ ବନ୍ଦର ବ୍ୟତୀତ ଜମ୍ମୁ-କଶ୍ମୀରରେ ସୀମା ପାର କରି ଡ୍ରଗ୍ସ ଚାଲାଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ସତର୍କ ହୋଇଯାଇଛନ୍ତି। ଆତଙ୍କବାଦ ବିରୋଧୀ କାର୍ଯ୍ୟ ଅନ୍ତର୍ଗତ ଡ୍ରଗ ଚୋରା ଚାଲାଣ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପ୍ରସ୍ତୁତ କରିବାକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ପ୍ରୟାସ ଜାରି ରହିଛି।

ଆତଙ୍କବାଦର ମୁକାବିଲା ପାଇଁ ମଲ୍ଟି ଏଜେନ୍ସି ସେଣ୍ଟର (ଏମଏସି) ଗଠନ ସହିତ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଡ୍ରଗ ଚୋରା କାରବାରକୁ ପ୍ରଭାବଶାଳୀ ଭାବରେ ଯାଞ୍ଚ କରିବା ପାଇଁ ନାର୍କୋ କୋର୍ଡିନେସନ ସେଣ୍ଟର (ଇଏନ୍ସିଓଆର୍‌ଡି) ମଧ୍ୟ ଗଠିତ ହୋଇଛି। ଏହା ସହିତ ଡ୍ରଗ୍ସ୍‌ ମାମଲାଗୁଡ଼ିକର ଉଚ୍ଚ ସ୍ତରୀୟ ମନିଟରିଂ ପାଇଁ ସିମ୍ସ୍‌ (ସିଜର ଇନଫରମେଶନ୍‌ ମ୍ୟାନେଜମେଣ୍ଟ୍‌ ସିଷ୍ଟମ୍‌) ମଧ୍ୟ ଗଠନ କରାଯାଇଛି। ଅନ୍ୟ ଦେଶରେ ବ୍ୟାପିଥିବା ଚୋରା ଚାଲାଣକାରୀଙ୍କ ରାକେଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ୨୬ ଟି ଦେଶ ସହିତ ଦ୍ୱିପାକ୍ଷିକ ଚୁକ୍ତି ହୋଇଛି।

ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ, ଏଜେନ୍ସି ମଧ୍ୟରେ ଉନ୍ନତ ସମନ୍ବୟ ଏବଂ ମନିଟରିଂ ସିଷ୍ଟମ ଡ୍ରଗ ଚୋରା କାରବାରକୁ ଚିହ୍ନଟ କରିବାରେ ପ୍ରଭାବଶାଳୀ ପ୍ରମାଣିତ ହେଉଛି। ଆତଙ୍କବାଦୀ କାର୍ଯ୍ୟକଳାପ ରୋକିବା ପରି ଏହା ସାହାଯ୍ୟରେ ଡ୍ରଗ୍ସ ଚୋରା ଚାଲାଣ ବନ୍ଦ କରିବାରେ ମଧ୍ୟ ସଫଳତା ମିଳିବାର ଆଶା ରହିଛି। ବିଶେଷଜ୍ଞମାନଙ୍କ ଅନୁସାରେ ଏନକୋର୍ଡ ୨୦୧୬ରେ ଗଠିତ ହୋଇଥିଲା, କିନ୍ତୁ ୨୦୧୯ରେ ଏହାକୁ ଜିଲାସ୍ତରକୁ ବିସ୍ତାର କରାଯାଇଥିଲା।

ଜିଲା ଠାରୁ ଜାତୀୟ ସ୍ତର ପର୍ଯ୍ୟନ୍ତ ଡ୍ରଗ୍ସ୍‌ ଚୋରା କାରବାରର ପ୍ରତ୍ୟେକ କ୍ଷେତ୍ରରେ ଏଜେନ୍ସି ଗୁଡ଼ିକ ମଧ୍ୟରେ ରିୟଲ ଟାଇମ୍‌ ତଥ୍ୟ ଆଦାନପ୍ରଦାନ ସୁନିଶ୍ଚିତ ଏହାର ମୁଖ୍ୟ ଲକ୍ଷ୍ୟ। ଯାହାଦ୍ୱାରା ପ୍ରାପ୍ତ ସୂଚନା ଆଧାରରେ ଦେଶର ଯେ କୌଣସି ଅଞ୍ଚଳରେ ଡ୍ରଗ୍ସ୍‌ ଚୋରା ଚାଲାଣକାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ।

କରୋନା ମହାମାରୀ ଯୋଗୁ ୨୦୨୦ ଏବଂ ୨୦୨୧ ଆର୍ଥିକ ବର୍ଷର ପ୍ରଥମ ଛଅ ମାସରେ ଏନକୋର୍ଡକୁ କେତେକ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡିଲା, କିନ୍ତୁ ବର୍ତ୍ତମାନ ଏହା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ। ଫଳରେ ସମଗ୍ର ଦେଶରେ ବହୁ ପରିମାଣରେ ଡ୍ରଗ୍ସ ଜବତ କ୍ଷେତ୍ରରେ ସଫଳତା ମିଳି ପାରୁଛି। ପୂର୍ବରୁ ଡ୍ରଗ୍ସ ଚୋରା କାରବାରର ଦାୟିତ୍ୱ କେବଳ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ଥିଲା, କିନ୍ତୁ ଏବେ ଏହି ଅଧିକାରକୁ ଡିଆର୍‌ଆଇ, ବିଏସ୍‌ଏଫ୍‌, ଏସ୍‌ଏସ୍‌ବି, କୋଷ୍ଟଗାର୍ଡ, ଆର୍‌ପିଏଫ୍‌, ଏବଂ ଏନ୍‌ଆଇଏକୁ ମଧ୍ୟ ପ୍ରଦାନ କରାଯାଇଛି।

ସେମାନଙ୍କ ମଧ୍ୟରେ ସମନ୍ବୟ ରକ୍ଷା ପାଇଁ ୨୦୧୯ରେ ଏକ କମିଟି ଗଠନ କରାଯାଇ ଏହାର ଅଧ୍ୟକ୍ଷ ଭାବେ ଏନସିବିର ମହାନିର୍ଦ୍ଦେଶକଙ୍କୁ ଅବସ୍ଥାପିତ କରାଯାଇଛି। ଏଡିପିଏସ ଆକ୍ଟ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଅନ୍ୟ ଏଜେନ୍ସିଗୁଡିକ ସହିତ ଅଭିଜ୍ଞତା ଅଭାବରୁ ସିମ୍ସ୍‌ (ସିଜର ଇନଫରମେଶନ୍‌ ମ୍ୟାନେଜମେଣ୍ଟ୍‌ ସିଷ୍ଟମ୍‌) ନାମରେ ଏକ ଇ-ପୋର୍ଟାଲ ଗଠନ କରାଯାଇଥିଲା। ଡ୍ରଗ ଚୋରା ଚାଲାଣର ପ୍ରତ୍ୟେକ ମାମଲା ଏହି ପୋର୍ଟାଲରେ ଉପଲବ୍ଧ ଏବଂ ଏସମ୍ପର୍କିତ ଗ୍ରହଣ କରାଯାଉଥିବା କାର୍ଯ୍ୟକୁ ଏନସିବି ଦ୍ୱାରା ତଦାରଖ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦି, ରାହୁଲଙ୍କୁ ନୋଟିସ ଜାରି କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୨୫ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ନିର୍ବାଚନ ଆୟୋଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ମୋଦି ଏବଂ ରାହୁଲଙ୍କ ଭାଷଣକୁ...

ଅରୁଣାଚଳ-ଚାଇନା ସୀମାରେ ପ୍ରବଳ ବର୍ଷା, ଭୂସ୍ଖଳନରେ ଧୋଇଗଲା ରାଜପଥ

ଇଟାନଗର,୨୫ା୪: ଦେଶର ଅଧିକାଂଶ ଅଞ୍ଚଳରେ ପ୍ରବଳ ଖରାଗରମ ହେଉଥିବା ବେଳେ ଅରୁଣାଚଳ ପ୍ରଦେଶରେ ପ୍ରବଳ ବର୍ଷା ହୋଇଛି। ଚାଇନା ସୀମାନ୍ତ ଅରୁଣାଚଳ ପ୍ରଦେଶରେ ଲଗାତର ବର୍ଷା...

କ୍ରାସ୍‌ ହେଲା ବାୟୁସେନା ବିମାନ: ଉଡିଗଲା ପଙ୍ଖା

ନୂଆଦିଲ୍ଲୀ,୨୫।୪: ରାଜସ୍ଥାନର ଜୈସଲମେର ନିକଟରେ ବିମାନ ଉଡ଼ାଣ ସମୟରେ ଏକ ଭାରତୀୟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୌଭାଗ୍ୟର ବିଷୟ ହେଉଛି ଏହି ଦୁର୍ଘଟଣାରେ ଜୀବନହାନୀ...

ଭୋଟ ଦେଇଥିବା ପ୍ରମାଣ କଲେ ରେଷ୍ଟୁରାଣ୍ଟରେ ମିଳିବ ଡିସକାଉଣ୍ଟ, ଫ୍ରିରେ ମିଳିବ ବିଅର

ନୂଆଦିଲ୍ଲୀ,୨୫।୪: ଆରମ୍ଭ ହୋଇଯାଇଛି ଗଣତନ୍ତ୍ରର ମହାପର୍ବ ନିର୍ବାଚନ। ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବାବେଳେ ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି। ତେବେ...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ପ୍ରଧାନମନ୍ତ୍ରୀ ମୋଦି

ଭୋପାଳ,୨୫।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋରେନାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ...

କାହିଁକି କେଜ୍‌ରିୱାଲଙ୍କୁ କରାଗଲା ଗିରଫ: ସୁପ୍ରିମକୋର୍ଟରେ କହିଲା ଇଡି

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ ସିଏମ ଅରବିନ୍ଦ କେଜ୍‌ରିୱାଲଙ୍କ ଆବେଦନକୁ ବିରୋଧ କରି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ ଦାଖଲ କରିଛି। ଦାଖଲ ହୋଇଥିବା ଆଫିଡେଭଟ୍‌ରେ...

ମୋଦିଙ୍କୁ ନିର୍ବାଚନ କମିଶନରଙ୍କ ପକ୍ଷରୁ କ୍ଲିନଚିଟ୍‌, ହିନ୍ଦୁ ଦେବୀଦେବତାଙ୍କ ନାମରେ ମାଗି ନାହାନ୍ତି ଭୋଟ୍‌

ନୂଆଦିଲ୍ଲୀ,୨୫।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିର୍ବାଚନ କମିଶନରଙ୍କ ଦ୍ୱାରା କ୍ଲିନଚିଟ୍‌। ମୋଦିଙ୍କ ନାମରେ ହିନ୍ଦୁ ଦେବୀଦେବତାଙ୍କ ନାଁରେ ଭୋଟ ମାଗୁଥିବା ଅଭିଯୋଗ ହୋଇଥିଲା। ଯାହାକୁ ଗୁରୁବାର...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri