Posted inଜାତୀୟ

ଡ୍ରଗ୍ସ୍‌ ଚୋରା ଚାଲାଣକୁ ରୋକିବ ସିମ୍ସ୍‌, ୨୬ ଦେଶ ସହିତ ବୁଝାମଣା…

ନୂଆଦିଲ୍ଲୀ,୪।୧୦: ଆଫଗାନିସ୍ତାନରେ ତାଲିବାନ୍‌ର କ୍ଷମତା ଦଖଲ ପରେ ଭାରତ ସରକାରଙ୍କ ପକ୍ଷରୁ ସୀମା ପାର୍‌ ଡ୍ରଗ୍ସ୍‌ ଚୋରା ଚାଲାଣ ପାଇଁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଆଫଗାନିସ୍ତାନକୁ ପାକିସ୍ତାନ ଏହି କାର୍ଯ୍ୟରେ ଆବଶ୍ୟକ ସହାୟତା ଯୋଗାଇ ଦେଉଛି। ଆଦାନୀ ବନ୍ଦର ବ୍ୟତୀତ ଜମ୍ମୁ-କଶ୍ମୀରରେ ସୀମା ପାର କରି ଡ୍ରଗ୍ସ ଚାଲାଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ସତର୍କ ହୋଇଯାଇଛନ୍ତି। ଆତଙ୍କବାଦ ବିରୋଧୀ କାର୍ଯ୍ୟ ଅନ୍ତର୍ଗତ ଡ୍ରଗ ଚୋରା ଚାଲାଣ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପ୍ରସ୍ତୁତ କରିବାକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ପ୍ରୟାସ ଜାରି ରହିଛି।

ଆତଙ୍କବାଦର ମୁକାବିଲା ପାଇଁ ମଲ୍ଟି ଏଜେନ୍ସି ସେଣ୍ଟର (ଏମଏସି) ଗଠନ ସହିତ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଡ୍ରଗ ଚୋରା କାରବାରକୁ ପ୍ରଭାବଶାଳୀ ଭାବରେ ଯାଞ୍ଚ କରିବା ପାଇଁ ନାର୍କୋ କୋର୍ଡିନେସନ ସେଣ୍ଟର (ଇଏନ୍ସିଓଆର୍‌ଡି) ମଧ୍ୟ ଗଠିତ ହୋଇଛି। ଏହା ସହିତ ଡ୍ରଗ୍ସ୍‌ ମାମଲାଗୁଡ଼ିକର ଉଚ୍ଚ ସ୍ତରୀୟ ମନିଟରିଂ ପାଇଁ ସିମ୍ସ୍‌ (ସିଜର ଇନଫରମେଶନ୍‌ ମ୍ୟାନେଜମେଣ୍ଟ୍‌ ସିଷ୍ଟମ୍‌) ମଧ୍ୟ ଗଠନ କରାଯାଇଛି। ଅନ୍ୟ ଦେଶରେ ବ୍ୟାପିଥିବା ଚୋରା ଚାଲାଣକାରୀଙ୍କ ରାକେଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ୨୬ ଟି ଦେଶ ସହିତ ଦ୍ୱିପାକ୍ଷିକ ଚୁକ୍ତି ହୋଇଛି।

ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ, ଏଜେନ୍ସି ମଧ୍ୟରେ ଉନ୍ନତ ସମନ୍ବୟ ଏବଂ ମନିଟରିଂ ସିଷ୍ଟମ ଡ୍ରଗ ଚୋରା କାରବାରକୁ ଚିହ୍ନଟ କରିବାରେ ପ୍ରଭାବଶାଳୀ ପ୍ରମାଣିତ ହେଉଛି। ଆତଙ୍କବାଦୀ କାର୍ଯ୍ୟକଳାପ ରୋକିବା ପରି ଏହା ସାହାଯ୍ୟରେ ଡ୍ରଗ୍ସ ଚୋରା ଚାଲାଣ ବନ୍ଦ କରିବାରେ ମଧ୍ୟ ସଫଳତା ମିଳିବାର ଆଶା ରହିଛି। ବିଶେଷଜ୍ଞମାନଙ୍କ ଅନୁସାରେ ଏନକୋର୍ଡ ୨୦୧୬ରେ ଗଠିତ ହୋଇଥିଲା, କିନ୍ତୁ ୨୦୧୯ରେ ଏହାକୁ ଜିଲାସ୍ତରକୁ ବିସ୍ତାର କରାଯାଇଥିଲା।

ଜିଲା ଠାରୁ ଜାତୀୟ ସ୍ତର ପର୍ଯ୍ୟନ୍ତ ଡ୍ରଗ୍ସ୍‌ ଚୋରା କାରବାରର ପ୍ରତ୍ୟେକ କ୍ଷେତ୍ରରେ ଏଜେନ୍ସି ଗୁଡ଼ିକ ମଧ୍ୟରେ ରିୟଲ ଟାଇମ୍‌ ତଥ୍ୟ ଆଦାନପ୍ରଦାନ ସୁନିଶ୍ଚିତ ଏହାର ମୁଖ୍ୟ ଲକ୍ଷ୍ୟ। ଯାହାଦ୍ୱାରା ପ୍ରାପ୍ତ ସୂଚନା ଆଧାରରେ ଦେଶର ଯେ କୌଣସି ଅଞ୍ଚଳରେ ଡ୍ରଗ୍ସ୍‌ ଚୋରା ଚାଲାଣକାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ।

କରୋନା ମହାମାରୀ ଯୋଗୁ ୨୦୨୦ ଏବଂ ୨୦୨୧ ଆର୍ଥିକ ବର୍ଷର ପ୍ରଥମ ଛଅ ମାସରେ ଏନକୋର୍ଡକୁ କେତେକ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡିଲା, କିନ୍ତୁ ବର୍ତ୍ତମାନ ଏହା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ। ଫଳରେ ସମଗ୍ର ଦେଶରେ ବହୁ ପରିମାଣରେ ଡ୍ରଗ୍ସ ଜବତ କ୍ଷେତ୍ରରେ ସଫଳତା ମିଳି ପାରୁଛି। ପୂର୍ବରୁ ଡ୍ରଗ୍ସ ଚୋରା କାରବାରର ଦାୟିତ୍ୱ କେବଳ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ଥିଲା, କିନ୍ତୁ ଏବେ ଏହି ଅଧିକାରକୁ ଡିଆର୍‌ଆଇ, ବିଏସ୍‌ଏଫ୍‌, ଏସ୍‌ଏସ୍‌ବି, କୋଷ୍ଟଗାର୍ଡ, ଆର୍‌ପିଏଫ୍‌, ଏବଂ ଏନ୍‌ଆଇଏକୁ ମଧ୍ୟ ପ୍ରଦାନ କରାଯାଇଛି।

ସେମାନଙ୍କ ମଧ୍ୟରେ ସମନ୍ବୟ ରକ୍ଷା ପାଇଁ ୨୦୧୯ରେ ଏକ କମିଟି ଗଠନ କରାଯାଇ ଏହାର ଅଧ୍ୟକ୍ଷ ଭାବେ ଏନସିବିର ମହାନିର୍ଦ୍ଦେଶକଙ୍କୁ ଅବସ୍ଥାପିତ କରାଯାଇଛି। ଏଡିପିଏସ ଆକ୍ଟ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଅନ୍ୟ ଏଜେନ୍ସିଗୁଡିକ ସହିତ ଅଭିଜ୍ଞତା ଅଭାବରୁ ସିମ୍ସ୍‌ (ସିଜର ଇନଫରମେଶନ୍‌ ମ୍ୟାନେଜମେଣ୍ଟ୍‌ ସିଷ୍ଟମ୍‌) ନାମରେ ଏକ ଇ-ପୋର୍ଟାଲ ଗଠନ କରାଯାଇଥିଲା। ଡ୍ରଗ ଚୋରା ଚାଲାଣର ପ୍ରତ୍ୟେକ ମାମଲା ଏହି ପୋର୍ଟାଲରେ ଉପଲବ୍ଧ ଏବଂ ଏସମ୍ପର୍କିତ ଗ୍ରହଣ କରାଯାଉଥିବା କାର୍ଯ୍ୟକୁ ଏନସିବି ଦ୍ୱାରା ତଦାରଖ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

ଇତିହାସ ରଚିଲେ ଭାରତର ସୁନା ଝିଅ, ହକି ଇଣ୍ଡିଆ କଲା ନୋଟ୍ ବର୍ଷା!

ନୂଆଦିଲ୍ଲୀ,୨।୧୦: ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳ ଇତିହାସ ସୃଷ୍ଟି କରିଛି। ଫାଇନାଲ୍ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ଚାଇନାକୁ ୧-୦ ଗୋଲ୍‌ରେ ପରାସ୍ତ କରି ସଲିମା…

ଗୁଜରାଟ ୟୁସିସି ବିଲ୍‌କୁ ରାଷ୍ଟ୍ରପତିଙ୍କ ମିଳିଲା ମଞ୍ଜୁରୀ

ଅହମଦାବାଦ,୨ା୧୦: ଗୁଜରାଟ ସମାନ ନାଗରିକ ସଂହିତା (ୟୁସିସି) ବିଲ୍‌କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଫଳରେ ଏହା କାର୍ଯ୍ୟକାରୀ ହେବା ଲାଗି ପଥ ପରିଷ୍କାର…

IND vs WI Playing 11: ତୃତୀୟ ଦିନିକିଆରେ ଅଧିନାୟକ ନେବେ ସାହସିକ ପଦକ୍ଷେପ! Playing 11ରେ ପରିବର୍ତ୍ତନ ନିଶ୍ଚିତ !

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ଶନିବାର, ଅକ୍ଟୋବର ୩ରେ ଖେଳାଯିବ। ନିୟୁ ଚଣ୍ଡିଗଡ଼ସ୍ଥିତ ପିସିଏ (PCA) ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ…

୪୪ ବର୍ଷ ପରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କଲା ଭାରତୀୟ ମହିଳା ହକି ଦଳ

ନୂଆଦିଲ୍ଲୀ,୨।୧୦: ଭାରତୀୟ ମହିଳା ହକି ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ଇତିହାସ ସୃଷ୍ଟି କରିଛି। ଫାଇନାଲ ମ୍ୟାଚରେ ଚାଇନାକୁ ୧-୦ ଗୋଲରେ ପରାସ୍ତ କରି ଭାରତୀୟ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?