Posted inଜାତୀୟ

ମୋଦି ମଧ୍ୟ ମୋ କ୍ୟାରିୟରକୁ ଶେଷ କରିପାରିବେ ନାହିଁ, କାହିଁକି କହିଲେ ପଙ୍କଜା ମୁଣ୍ଡେ…

ମୁମ୍ବାଇ, ୨୮।୯ : ଭାଜପାର ରାଷ୍ଟ୍ରୀୟ ସଚିବ ପଙ୍କଜା ମୁଣ୍ଡେ ତାଙ୍କ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି ଏବଂ ବର୍ତ୍ତମାନ ଏହା ଉପରେ ଆଲୋଚନା ଚାଲିଛି। ଖବର ମୁତାବକ ସେ ମଞ୍ଚରୁ ଏହା ଦେଇଛନ୍ତି ଯେ ‘ମୋଦି ଜୀ ମଧ୍ୟ ତାଙ୍କ କ୍ୟାରିୟର ଶେଷ କରିପାରିବେ ନାହିଁ’। ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ ମହାରାଷ୍ଟ୍ରରେ ଏହା କହିଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସେ କହିଛନ୍ତି ଯେ ଯଦି ମୁଁ ଲୋକଙ୍କ ହୃଦୟ ଏବଂ ମନରେ ରୂହେ, ତେବେ ମୋଦିଜୀ ମଧ୍ୟ ମୋର ରାଜନୈତିକ କ୍ୟାରିୟର ଶେଷ କରିପାରିବେ ନାହିଁ … କଂଗ୍ରେସରେ ବଂଶବାଦ ଜାରି ରହିଛି। ମୋଦିଜୀ ବଂଶବାଦ ଶାସନ ଶେଷ କରିବାକୁ ଚାହାଁନ୍ତି … ମୁଁ ଏକ ରାଜନୈତିକ ପରିବାରରୁ ଆସିଛି, କିନ୍ତୁ ଯଦି ମୁଁ ଆପଣଙ୍କ ହୃଦୟ ଏବଂ ମନରେ ରହିଥାଏ ତେବେ ମୋଦିଜୀ ମଧ୍ୟ ମୋର ରାଜନୈତିକ କ୍ୟାରିୟର ଶେଷ କରିପାରିବେ ନାହିଁ ।

ଏହି ମାମଲା ମହାରାଷ୍ଟ୍ରର ବିଡ ଜିଲାର ଅମ୍ବାଜୋଗାଇର। ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ସମ୍ପର୍କିତ କାର୍ଯ୍ୟକ୍ରମରେ ସେ ମଙ୍ଗଳବାର ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନକୁ ଚାଳିଶ ଦିନ ପାଳନ କରିବାକୁ ଭାଜପା ନିଷ୍ପତ୍ତି ନେଇଛି। ଏ ନେଇ ଦେଶର ଅନେକ ରାଜ୍ୟରେ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଦଳ ନିଷ୍ପତ୍ତି ନେଇଛି।

ଭାଷଣରେ ପ୍ରଧାନମନ୍ତ୍ରୀଙ୍କ ଉଲ୍ଲେଖକୁ ନେଇ ଭାଜପା ନେତାମାନେ ଆପତ୍ତି କରୁଛନ୍ତି। ଅନ୍ୟ ଏକ ରିପୋର୍ଟ ଅନୁଯାୟୀ, ୨୦୧୯ ନିର୍ବାଚନରେ ପରାଜୟ ପରେ କାର୍ଯ୍ୟକଳାପ ଯୋଗୁଁ ମୁଣ୍ଡେଙ୍କୁ ଦଳ ପକ୍ଷରୁ ଦୂରେଇ ରଖାଯାଇଛି। ପାରିବାରିକ ଗଡ଼ ବୋଲି ବିବେଚନା କରାଯାଉଥିବା ପାର୍ଲି ଆସନରୁ ପରାଜୟ ପରେ ସେ ଅଭିଯୋଗ କରିଥିଲେ ଯେ ଏଥିରେ ଭାଜପାର ଭିତିରିଆ ଲୋକଙ୍କ ହାତ ଅଛି। ପ୍ରକାଶ ଯେ, ସେହି ସମୟରେ ଏସମ୍ପର୍କରେ ରାଜନୈତିକ ସର୍କଲରେ ଏକ ଆଲୋଚନା ହୋଇଥିଲା ଯେ ଭାଜପାରେ ଚାଲିଥିବା ପାଓ୍ବାର ପଲିଟିକ୍ସ ଯୋଗୁଁ ପଙ୍କଜା ପରାଜିତ ହୋଇଥିଲେ। ଯେହେତୁ ସେ ନିଜକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ପ୍ରୋଜେକ୍ଟ କରୁଥିଲେ। ତେଣୁ ଏଭଳି କରାଯାଇଥିବା ଚର୍ଚ୍ଚା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅମିତ ଶାହାଙ୍କ ବଡ଼ ବୟାନ: ବିରୋଧୀଙ୍କୁ ବି ମିଳିଛି ଇଲେକ୍ଟୋରାଲ ବଣ୍ଡ…

ନୂଆଦିଲ୍ଲୀ,୨୦।୪: ଇଲେକ୍ଟୋରାଲ ବଣ୍ଡକୁ ନେଇ ଦେଶରେ ଉତ୍ତେଜନା ଦେଖାଦେଇଛି। ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କ ଉପରେ କ୍ରମାଗତ ପ୍ରଶ୍ନ ଉଠାଉଛନ୍ତି। ବର୍ତ୍ତମାନ ବିରୋଧୀଙ୍କ ଅଭିଯୋଗକୁ ବିରୋଧ...

‘୪୦୦ ପାର୍‌ ସଙ୍କଳ୍ପ ମୁସ୍କିଲ’, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭାଜପାର ବରିଷ୍ଠ ନେତା

ନୂଆଦିଲ୍ଲୀ,୨୦।୪: ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଚତୁର୍ଥ ପର୍ଯ୍ୟାୟରେ କାନପୁର ଲୋକ ସଭା ଆସନରେ ଭୋଟିଂ ଅନୁଷ୍ଠିତ ହେବ, କିନ୍ତୁ...

ଇନ୍‌ଷ୍ଟାଗ୍ରାମ ରିଲ୍‌ କରିବା କାଳ ହେଲା

ନୂଆଦିଲ୍ଲୀ,୨୦ା୪: ଉତ୍ତରପ୍ରଦେଶର ଏକ ଗ୍ରାମରେ ଜଣେ ୨୧ ବର୍ଷୀୟ ଯୁବକ ଇନ୍‌ଷ୍ଟାଗ୍ରାମ ରିଲ୍‌କୁ ଭାଇରାଲ କରିବାକୁ ଉଦ୍ୟମ କରି ପ୍ରାଣ ହରାଇଛନ୍ତି। ଶିବମ୍‌ କୁମାର ନାମକ...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

୧୦୨ ଆସନରେ ୬୦% ମତଦାନ

ନୂଆଦିଲ୍ଲୀ,୨୦ା୪(ପି.ଟି.): ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ପ୍ରଥମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଭୋଟିଂ ଶେଷ ସୁଦ୍ଧା...

‘ଦୂରଦର୍ଶନର ଗୈରିକୀକରଣ’

ନୂଆଦିଲ୍ଲୀ,୨୦ା୪: ସରକାରୀ ନ୍ୟୁଜ୍‌ ଚ୍ୟାନେଲ୍‌ ‘ଡିଡି ନ୍ୟୁଜ୍‌’ ଏହାର ନୂଆ ଲୋଗୋ ଉନ୍ମୋଚନ କରିବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଜୋର୍‌ଦାର ପ୍ରତିକ୍ରିୟା ପ୍ରକାଶ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri