Posted inଜାତୀୟ

ସିମ୍‌ କଓ୍ବୋଇସି ଯାଞ୍ଚ ଖୁବ୍‌ଶୀଘ୍ର

ଦେଶରେ ଫେକ୍‌ ସିମ୍‌ କାର୍ଡ ବ୍ୟବହାର କରି ସାଇବର ଅପରାଧ ଘଟାଯାଉଛି। ଗୋଟିଏ ପରିଚୟପତ୍ରରେ ଅନେକ ସିମ୍‌ ମିଳୁଥିବାରୁ ସାଇବର ଅପରାଧୀମାନେ ଏହାର ଫାଇଦା ନେଉଛନ୍ତି। ସିମ୍‌ କାର୍ଡର ଏପରି ଦୁରୁପଯୋଗକୁ ରୋକିବା ପାଇଁ କେନ୍ଦ୍ର ସରକାର ସିମ୍‌ ଆବେଦନର ନିୟମକୁ କଡ଼ାକଡ଼ି କରିବାକୁ ଯାଉଛନ୍ତି। ଟେଲିକମ୍ୟୁନିକେଶନ ବିଭାଗ (ଡିଓଟି)ର ଯୋଜନା ମୁତାବକ ସିମ୍‌ କାର୍ଡ ପାଇଁ ସମ୍ପୂର୍ଣ୍ଣ ଡିଜିଟାଲ ପ୍ରକ୍ରିୟା ଆପଣାଯିବ। ନୋ-ୟୋର୍‌ କଷ୍ଟମର (କଓ୍ବୋଇସି) ଯାଞ୍ଚ ବିନା ସିମ୍‌ ମିଳିବ ନାହିଁ। ଏପରି କି ବର୍ତ୍ତମାନ ୟୁଜର୍ସ ଗୋଟିଏ ପରିଚୟପତ୍ରରେ ୯ଟି ସିମ୍‌ ପାଉଥିବାବେଳେ ଆଗକୁ ଏହା ୫ରେ ସୀମିତ ରହିବ। ଏଥିଯୋଗୁ ମୋବାଇଲ୍‌ ଫୋନ୍‌ ବ୍ୟବହାରକାରୀମାନେ ଅନେକ ସୁବିଧାରୁ ବଞ୍ଚତ୍ତ ହେବେ ବୋଲି କୁହାଯାଉଛି।

ନୂଆଦିଲ୍ଲୀ,୯।୪: ମୋବାଇଲ ଫୋନ୍‌ ଯୋଗେ ଆର୍ଥତ୍କ ଜାଲିଆତି ଓ ଠକେଇ ବଢ଼ୁଥିବାରୁ ଏହାକୁ ବନ୍ଦ କରିବା ଲାଗି ଟେଲିକମ୍ୟୁନିକେଶନ ବିଭାଗ ସିମ୍‌ କାର୍ଡଗୁଡ଼ିକର ନୋ ୟୋର୍‌ କଷ୍ଟମର (କଓ୍ବୋଇସି) ଯାଞ୍ଚ କରିବା ପାଇଁ ଯୋଜନା କରିଛି। ଏହାଦ୍ୱାରା ଜାଲ୍‌ ସିମ୍‌ କାର୍ଡଗୁଡ଼ିକୁ ଚିହ୍ନଟ କରାଯାଇପାରିବ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ନୂଆ କଓ୍ବୋଇସି ନିୟମାବଳୀରେ ସିମ୍‌ କାର୍ଡ ଇସ୍ୟୁ ସଂଖ୍ୟାକୁ କମାଇ ଦିଆଯିବ। ଏବେ ଗୋଟିଏ ପରିଚୟ ପତ୍ରରେ ୯ଟି ସିମ୍‌ କାର୍ଡ ଇସ୍ୟୁ କରାଯାଇ ପାରୁଥିବାବେଳେ ଏହାକୁ ୫କୁ ହ୍ରାସ କରାଯିବ। ସିମ୍‌ କାର୍ଡ ଇସ୍ୟୁ ପାଇଁ ଡିଜିଟାଲି ଯାଞ୍ଚ ହୋଇଥିବା ଦସ୍ତାବିଜ୍‌କୁ ବ୍ୟବହାର କରାଯିବ। ସିମ୍‌ କାର୍ଡର ଦୁରୁପଯୋଗ କରୁଥିଲେ କିମ୍ବା ଉକ୍ତ କାର୍ଡ ପାଇବା ପାଇଁ ଜାଲ୍‌ ଦସ୍ତାବିଜ ଦେଇଥିଲେ, ଜରିମାନା ସାଙ୍ଗକୁ ଜେଲଦଣ୍ଡ ବ୍ୟବସ୍ଥା ରହିବ।
ଭାରତର ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ), ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଏବଂ ଅନ୍ୟାନ୍ୟ ସରକାରୀ ପ୍ରତିନିଧିଙ୍କ ସହ ବିଚାରବିମର୍ଶ କରି ଟେଲିକମ୍‌ ବିଭାଗର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ଡିଜିଟାଲ ଇଣ୍ଟେଲିଜେନ୍ସ ୟୁନିଟ୍‌ ୬ ମାସ ମଧ୍ୟରେ ନୂଆ କଓ୍ବୋଇସି ନିୟମାବଳୀ ଉପରେ ବିଜ୍ଞପ୍ତି ପ୍ରକାଶ କରିବ। କଓ୍ବୋଇସି ନିୟମାବଳୀରେ ପରିବର୍ତ୍ତନ ସହ ଦୁଇ ମାସ ମଧ୍ୟରେ ଟେଲିକମ୍‌ ଆନାଲିଟିକ୍ସ ଫର୍‌ ଫ୍ରଡ୍‌ ମ୍ୟାନେଜମେଣ୍ଟ ଆଣ୍ଡ କଞ୍ଜୁମର ପ୍ରୋଟେକ୍ସନ (ଟିଏଏଫ୍‌-ସିଓପି) ପୋର୍ଟାଲ ବିଭାଗ ପକ୍ଷରୁ ସାରା ଦେଶରେ ଲଞ୍ଚ୍‌ କରାଯିବ। ଏବେ ଏହି ପୋର୍ଟାଲ ଆନ୍ଧ୍ରପ୍ରଦେଶ, କେରଳ, ରାଜସ୍ଥାନ, ତେଲଙ୍ଗାନା, ଜମ୍ମୁ-କଶ୍ମୀର ଆଦି ରାଜ୍ୟରେ ସକ୍ରିୟ ରହିଛି। ଜଣେ ଗ୍ରାହକଙ୍କ ନାମରେ କୋତୋଟି ମୋବାଇଲ ସଂଯୋଗ କାର୍ଯ୍ୟ କରୁଛି, ତାହା ଏହି ପୋର୍ଟାଲ ଜଣାଇଦେବ। ଗ୍ରାହକଙ୍କ ଜ୍ଞାତସାର ବିନା ଯଦି ତାଙ୍କ ନାମରେ ଅତିରିକ୍ତ ମୋବାଇଲ ସଂଯୋଗ ଥାଏ, ତେବେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ସେଣ୍ଟ୍ରାଲ ଇକ୍ୱିପ୍‌ମେଣ୍ଟ ଆଇଡେଣ୍ଟିଟି ରେଜିଷ୍ଟର (ସିଇଆଇଆର୍‌) ପୋର୍ଟାଲ ଟେଲିକମ୍‌ ଅପରେଟରମାନଙ୍କ ପାଇଁ ଏକ କେନ୍ଦ୍ରୀୟ ସିଷ୍ଟମ ଭାବେ କାର୍ଯ୍ୟ କରିବ। ଏହା କଳାତାଲିକାଭୁକ୍ତ ମୋବାଇଲ ଡିଭାଇସ୍‌ଗୁଡ଼ିକୁ ସେମାନଙ୍କ ମଧ୍ୟରେ ଶେୟାର କରିବ। ଯାହା ଫଳରେ ଗୋଟିଏ ନେଟ୍‌ଓ୍ବର୍କରେ ବ୍ଲାକ୍‌ଲିଷ୍ଟ ହୋଇଥିବା ମୋବାଇଲ ଫୋନ୍‌ ଅନ୍ୟ ନେଟ୍‌ଓ୍ବର୍କରେ କାର୍ଯ୍ୟ କରିବ ନାହିଁ, ଏପରିକି ସିମ୍‌ କାର୍ଡ ବଦଳାଇଲେ ମଧ୍ୟ ହେବ ନାହିଁ। ଉକ୍ତ ପୋର୍ଟାଲ ବ୍ୟବହାର କରି ୟୁଜରମାନେ ସେମାନଙ୍କ ଡିଭାଇସ୍‌ର ପ୍ରାମାଣିକତା ଯାଞ୍ଚ କରିପାରିବେ ଏବଂ ଏହା ଚୋରି ମୋବାଇଲ ସେଟ୍‌ ହୋଇଥିଲେ ରିପୋର୍ଟ କରିପାରିବେ। ୨୦୧୯ରେ ଲଞ୍ଚ ହୋଇଥିବା ସିଇଆଇଆର୍‌ ପୋର୍ଟାଲ ଗତ ମାସରେ ସାରା ଦେଶର ସମସ୍ତ ଉପଭୋକ୍ତାଙ୍କ ପାଇଁ ଉପଲବ୍ଧ ହୋଇଛି। ଜାଲ୍‌ ସିମ୍‌ କାର୍ଡ ଚିହ୍ନଟ କରି ସେଗୁଡ଼ିକୁ ବ୍ଲକ୍‌ କରିବା ଲାଗି ସରକାର ସାରା ଦେଶରେ ସିମ୍‌କାର୍ଡ ଗ୍ରାହକଙ୍କ ମୁହଁକୁ ଚିହ୍ନି ପାରୁଥିବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷମତାଯୁକ୍ତ ବ୍ୟବସ୍ଥା (ଏଏସ୍‌ଟିଆର୍‌) କାର୍ଯ୍ୟକାରୀ କରୁଛନ୍ତି। ହରିୟାଣାର ମଓ୍ବୋତ୍‌ରେ ଏହାକୁ ପାଇଲଟ୍‌ ପ୍ରୋଗ୍ରାମ ଭାବେ ଆରମ୍ଭ କରାଯାଇଥିଲା।
ଜାଲ୍‌ ଦସ୍ତାବିଜ୍‌ ଆଧାରରେ ତୃତୀୟ ପକ୍ଷ ନାମରେ ଅନେକ ସିମ୍‌ କାର୍ଡ ଇସ୍ୟୁ କରାଯାଉଛି। ଏହି ସିମ୍‌ କାର୍ଡଗୁଡ଼ିକ ସାଇବର କ୍ରାଇମ୍‌ରେ ବ୍ୟବହୃତ ହେଉଛି, ଯାହାକୁ ଚିହ୍ନଟ କରିବା କଷ୍ଟକର। ତେବେ ଜଣେ ଉପଭୋକ୍ତାଙ୍କ ସମାନ ଫଟୋକୁ ବିଭିନ୍ନ ନାମରେ ବ୍ୟବହାର କରାଯାଇଥିଲେ, ଏଏସ୍‌ଟିଆର୍‌ ବ୍ୟବହାର କରି ତାହାକୁ ଧରିହେବ। ଏହା ସମ୍ପୃକ୍ତ ବ୍ୟକ୍ତିଙ୍କ ଠିକଣା ଓ ଅନ୍ୟାନ୍ୟ କଓ୍ବୋଇସି ବିବରଣୀର ମଧ୍ୟ ଯାଞ୍ଚ କରିବ। ୨୦୨୧ ସେପ୍ଟେମ୍ବରରେ ଟେଲିକମ୍‌ରେ ସଂସ୍କାର ଅଣାଯାଇ ସିମ୍‌ କାର୍ଡ ଇସ୍ୟୁ ପାଇଁ ଆଧାରଭିତ୍ତିକ ଇ-କଓ୍ବୋଇସି ପ୍ରକ୍ରିୟାର ବ୍ୟବସ୍ଥା ଆରମ୍ଭ ହୋଇଥିଲା। ଆଗକୁ କଓ୍ବୋଇସି ନିୟମାବଳୀରେ ପରିବର୍ତ୍ତନ ତାହାର ପରିବର୍ଦ୍ଧିତ ରୂପ। ବର୍ତ୍ତମାନ ୯୭ ପ୍ରତିଶତ ସିମ୍‌ କାର୍ଡ ଡିଜିଟାଲି ଯାଞ୍ଚ ହୋଇଥିବା ଦସ୍ତାବିଜ୍‌ରେ ଦିଆଯାଉଛି। ସାଇବର ଜାଲିଆତି ବନ୍ଦ କରିବାକୁ ହେଲେ ଏହି ଟାର୍ଗେଟକୁ ୧୦୦ ପ୍ରତିଶତ କରିବାକୁ ହେବ ବୋଲି ଜଣେ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦେ ମାତରମ୍‌ ଗାଇବାକୁ ମନା କରୁଥିବା ବିବେକବାଦୀ ପ୍ରତିବାଦୀଙ୍କୁ ଦଣ୍ଡିତ କରା ନ ଯାଉ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩ା୯: ବନ୍ଦେ ମାତରମ୍‌ ଗାନ କରିବାକୁ ମନା କରୁଥିବା ଜଣେ ବିବେକବାଦୀ ପ୍ରତିବାଦୀଙ୍କୁ ଦଣ୍ଡିତ କରାଯିବା ଉଚିତ ନୁହେଁ ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ କହିଛନ୍ତି।…

ଅସଫଳତାକୁ ସ୍ବୀକାର

ବିଶ୍ୱକପ୍‌ ଫୁଟ୍‌ବଲ-୨୦୨୬ରେ ଆର୍ଜେଣ୍ଟିନାକୁ ହରାଇ ସ୍ପେନ୍‌ ଚାମ୍ପିୟନ ହେବା ଦୁଇମାସ ବିତିଗଲାଣି। ଭାରତରେ ଗୋଟେ ଚର୍ଚ୍ଚା ଚାଲିଛି ଆମ ଦେଶ କେବେ ଫୁଟ୍‌ବଲ ବିଶ୍ୱ ମଞ୍ଚରେ ଖେଳିବାକୁ…

୫୫ରୁ ୬୫ କିମି ବେଗରେ ବହିବ ପବନ: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୩ା୯:ବଙ୍ଗୋପସାଗରରେ ସକ୍ରିୟ ଥିବା ଗଭୀର ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତିକରି ବୁଧବାର ରାତି କିମ୍ବା ଗୁରୁବାର ସକାଳ ସୁଦ୍ଧା ବିଶାଖାପାଟଣାମ୍‌ ଓ ଗୋପାଳପୁର ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ…

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

ରାଜ୍ୟ IPS ସ୍ତରରେ ବଡ଼ ଧରଣର ଅଦଳବଦଳ: ସର୍ବଣା ବିବେକ ହେଲେ ଭୁବନେଶ୍ୱର ଡିସିପି, ଅଭିନବ ସୋନକର ବ୍ରହ୍ମପୁର ଏସ୍‌ପି

ଭୁବନେଶ୍ୱର, ୨୨।୯: ରାଜ୍ୟ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଆଇପିଏସ୍ (IPS) ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ…

IMD ଡିଜିଙ୍କ ବଡ଼ ସୂଚନା, ୨୩ ରାତିରେ ଉପକୂଳ ଅତିକ୍ରମ କରିବ ବାତ୍ୟା

ଭୁବନେଶ୍ୱର,୨୨।୯: ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ। ମଙ୍ଗଳବାର ସାରୁ ରାତି ଭିତରେ ଅବପାତ ଗଭୀର ଅବପାତର ରୂପ ନେବ। ଏହା ପଶ୍ଚିମ ଉତ୍ତରପଶ୍ଚିମ ଦିଗକୁ…

୮ମ ବେତନ ଆୟୋଗକୁ ନେଇ ଆସିଲା ବଡ଼ ଅପଡେଟ୍‌: ଏହି ସରକାରୀ କର୍ମଚାରୀଙ୍କୁ ମିଳିବ ୧୮ ଲକ୍ଷ ଟଙ୍କାର…

ନୂଆଦିଲ୍ଲୀ,୨୨।୯: ୮ମ ବେତନ ଆୟୋଗକୁ ନେଇ କେନ୍ଦ୍ରୀୟ କର୍ମଚାରୀଙ୍କ ଅପେକ୍ଷା ଜାରି ରହିଛି। ବର୍ତ୍ତମାନ ଆୟୋଗ ବିଭିନ୍ନ କର୍ମଚାରୀ ସଂଗଠନ ସହ ଆଲୋଚନା କରୁଛି। ରିପୋର୍ଟ ଲାଗୁ…

ବଳାତ୍କାର ମାମଲାରେ କେଉଁ ରାଜ୍ୟ ଆଗରେ? ଓଡ଼ିଶାର ସ୍ଥିତି ଜାଣି ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୨।୯: ବିହାରର ଜମୁଇ ଜିଲାରୁ ସାମ୍ନାକୁ ଆସିଥିବା ଏକ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଜଣେ ନାବାଳିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?