Posted inଜାତୀୟ

ଉତ୍ତରପୂର୍ବାଞ୍ଚଳରେ ଭାଜପା କେତେ ସଫଳ

ନୂଆଦିଲ୍ଲୀ, (କୁଲଦୀପ ସିଂ) ୯।୪ : କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ଭାଜପା) ଏପ୍ରିଲ ୬ ତାରିଖରେ ୪୩ତମ ପ୍ରତିଷ୍ଠା ଦିବସ ପାଳନ କରିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳୀୟ କ୍ୟାଡରମାନଙ୍କୁ ସମ୍ବୋଧିତ କରି ଅତ୍ୟଧିକ ଆତ୍ମବିଶ୍ୱାସର ଶିକାର ନ ହେବାକୁ ପରାମର୍ଶ ଦେଇଥିଲେ। ନିକଟରେ ଶେଷ ହୋଇଥିବା ୩ ଉତ୍ତରପୂର୍ବାଞ୍ଚଳ ରାଜ୍ୟ ନିର୍ବାଚନ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ଦଳୀୟ କର୍ମୀମାନଙ୍କ ଲାଗି ଏକ ଉଲ୍ଲେଖନୀୟ ବାର୍ତ୍ତା। ଗତ ମାର୍ଚ୍ଚ ୨ରେ ମେଘାଳୟ, ତ୍ରିପୁରା ଓ ନାଗାଲାଣ୍ଡ ଭୋଟ ଫଳାଫଳ ପ୍ରକାଶ ପାଇଥିଲା। ନିର୍ବାଚନକୁ ଭାଜପା ପୂରା ପୋଛିନେଲା ବୋଲି ଇଣ୍ଟରନେଟ୍‌ରେ ମନ୍ତବ୍ୟ ଛାଇଯାଇଥିଲା। ଗୈରିକ ଦଳ ବିଜୟ ଉତ୍ସବ ମନାଇବା ସହ ୩ ରାଜ୍ୟରେ ମେଣ୍ଟ କିମ୍ବା ବିନା ମେଣ୍ଟରେ ସରକାର ଗଢ଼ିଥିଲା।
ଭାଜପା ଉତ୍ତରପୂର୍ବାଞ୍ଚଳରେ ନିଜ ଉପସ୍ଥିତି ବଢ଼ାଇବାରେ ସଫଳ ହୋଇଥିଲେ ମଧ୍ୟ ଉକ୍ତ ଅଞ୍ଚଳରେ କ୍ଲିନ୍‌ ସୁଇପ୍‌ ପାଇଁ ଏହି ଦଳକୁ ଆହୁରି ଅନେକ ପଥ ଅତିକ୍ରମ କରିବାକୁ ପଡ଼ିବ। ଆସାମକୁ ବାଦ୍‌ଦେଲେ ୭ ଉତ୍ତରପୂର୍ବାଞ୍ଚଳ ରାଜ୍ୟ ଯଥା ସିିକିମ, ତ୍ରିପୁରା, ଅରୁଣାଚଳପ୍ରଦେଶ, ନାଗାଲାଣ୍ଡ, ମିଜୋରାମ, ମେଘାଳୟ ଏବଂ ମଣିପୁରରେ ମୋଟ ବିଧାନସଭା ଆସନ ମଧ୍ୟରୁ ଭାଜପାକୁ ୩୭.୭ ପ୍ରତିଶତ ମିଳିଛି। ଉକ୍ତ ଅଞ୍ଚଳରେ ମୋଟ ୩୭୧ ଆସନ ମଧ୍ୟରୁ ଭାଜପା ୧୪୦ଟି ଆସନ ଅକ୍ତିଆର କରିପାରିଛି। ୧୦ ବର୍ଷ ପୂର୍ବରୁ ଉତ୍ତରପୂର୍ବାଞ୍ଚଳରେ ଗୈରିକ ଦଳର ସ୍ଥିତି ନଗଣ୍ୟ ଥିଲା। ସଦ୍ୟ ଅନୁଷ୍ଠିତ ନିର୍ବାଚନରେ ଭାଜପା ତ୍ରିପୁରାରେ ୪ ଆସନ ହରାଇଥିବାବେଳେ ନାଗାଲାଣ୍ଡ ଓ ମେଘାଳୟରେ ପୂର୍ବ ସ୍ଥିତି ବଜାୟ ରଖିଛି। ତେବେ ତ୍ରିପୁରା ଓ ମେଘାଳୟରେ ଦଳର ଭୋଟ ଭାଗ କମିଥିବାରୁ ଏହା ଭାଜପା ନେତୃବୃନ୍ଦଙ୍କ ପାଇଁ ଚିନ୍ତାଜନକ। ୨୦୧୮ ନିର୍ବାଚନରେ ଭାଜପା ତ୍ରିପୁରାରେ ୩୬ ଆସନ ପାଇଥିବାବେଳେ ଏଥର ୩୨ଟିରେ ସନ୍ତୁଷ୍ଟ ହୋଇଛି। ସେହିପରି ସେଠାରେ ଭାଜପାର ଭୋଟ ହାର ପାଖାପାଖି ୫% କମିଛି। ମେଘାଳୟରେ ଏଥର ଭାଜପା ସମସ୍ତ ୬୦ ଆସନରେ ଲଢ଼ି ମାତ୍ର ୨ ଆସନରେ ଜିତିଛି। ଏହାର ଭୋଟ ଭାଗ ମଧ୍ୟ ପୂର୍ବାପେକ୍ଷା ହ୍ରାସ ପାଇଛି। ଏହି ରାଜ୍ୟରେ ଝୁଲା ବିଧାନସଭା ସ୍ଥିତି ସୃଷ୍ଟି ହୋଇଥିବାରୁ କ୍ଷମତାରେ ରହିବା ପାଇଁ ଭାଜପାକୁ ୨୬ ଆସନ ଦଖଲ କରିଥିବା ମୁଖ୍ୟମନ୍ତ୍ରୀ କନରାଡ୍‌ ସାଙ୍ଗ୍‌ମାଙ୍କ ନେତୃତ୍ୱାଧୀନ ନ୍ୟାଶନାଲ ପିପୁଲ୍ସ ପାର୍ଟି (ଏନ୍‌ପିପି)କୁ ସମର୍ଥନ ଦେବାକୁ ପଡ଼ିଛି। ଉଲ୍ଲେଖଯୋଗ୍ୟ, ମେଘାଳୟ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ଏନ୍‌ପିପିକୁ ଛାଡ଼ି ଏକାକି ଲଢ଼ିବା ପାଇଁ ନିଷ୍ପତ୍ତି ନେଇଥିଲା।
ତେବେ ଖ୍ରୀଷ୍ଟିଆନ ବହୁଳ ରାଜ୍ୟ ନାଗାଲାଣ୍ଡରେ ଭାଜପାର ଭୋଟ ହାର ୩ ପ୍ରତିଶତ ବୃଦ୍ଧି ପାଇଛି। ନାଗାଲାଣ୍ଡରେ ଭାଜପା ୧୨ ଆସନ ଜିତିଥିବାବେଳେ ୨୫ ଆସନ ଦଖଲ କରିଥିବା ନ୍ୟାଶନାଲିଷ୍ଟ ଡେମୋକ୍ରାଟିକ୍‌ ପ୍ରୋଗ୍ରେସିଭ୍‌ ପାର୍ଟି (ଏନ୍‌ଡିପିପି) ସହ ମେଣ୍ଟ ସରକାର ଗଢ଼ିଛି। ଉଭୟ ମେଘାଳୟ ଓ ନାଗାଲାଣ୍ଡରେ ଦୁଇ ଆଞ୍ଚଳିକ ଦଳ ଏନ୍‌ପିପି ଏବଂ ଏନ୍‌ଡିପିପି ୨୦୧୮ ନିର୍ବାଚନ ତୁଳନାରେ ଏଥର ଅଧିକ ଆସନ ଦଖଲ କରିଛନ୍ତି। ପୂର୍ବରୁ ଏନ୍‌ଡିପିପିର ୧୮ ବିଧାୟକ ଥିବାବେଳେ ଏଥର ଏହି ସଂଖ୍ୟା ଆଉ ୭ ବଢ଼ିଛି। ଏନ୍‌ପିପି ମଧ୍ୟ ପୂର୍ବଠାରୁ ୬ ଅଧିକ ଆସନ ଦଖଲ କରିଛି।
ଏହି ୩ ରାଜ୍ୟକୁ ବାଦ୍‌ଦେଲେ ଭାଜପା ଆସାମ, ଅରୁଣାଚଳପ୍ରଦେଶ, ସିକିମ ଓ ମଣିପୁରରେ ମଧ୍ୟ କ୍ଷମତାରେ ରହିଛି। ଉତ୍ତରପୂର୍ବାଞ୍ଚଳରେ ଭାଜପାର ବିକାଶମୂଳକ କାର୍ଯ୍ୟ ଓ ନୂଆ ପ୍ରକଳ୍ପ ଆରମ୍ଭକୁ ନେଇ ରଣନୀତି ପ୍ରସ୍ତୁତି ଦଳକୁ ଫାଇଦା ଦେଇଛି। ଅନ୍ୟପକ୍ଷରେ ମିଜୋରାମରେ ଏହି ଦଳର ସ୍ଥିତି ଆଖିଦୃଶିଆ ନୁହେଁ। ଏହି ରାଜ୍ୟର ବିଧାନସଭାରେ ଭାଜପାର ଜଣେ ମାତ୍ର ବିଧାୟକ ଅଛନ୍ତି। ମେଘାଳୟରେ ମଧ୍ୟ ଦଳ ନିଜର ସ୍ଥିତି ବଢ଼ାଇପାରି ନାହିଁ। ହିନ୍ଦୁତ୍ୱ ଭାବମୂର୍ତ୍ତି ସତ୍ତ୍ୱେ ଭାଜପା ଉତ୍ତରପୂର୍ବାଞ୍ଚଳରେ ଗୋମାଂସ ବିରୋଧୀ ଅଭିଯାନ ଓ ଧର୍ମାନ୍ତରୀକରଣ ବିରୋଧୀ ଅଭିଯାନରୁ ନିଜକୁ ଦୂରେଇ ରଖିଛି। ତଥାପି ମେଘାଳୟ ଭଳି ଖ୍ରୀଷ୍ଟିଆନ୍‌ ବହୁଳ ରାଜ୍ୟରେ ଭାଜପା ଉପରେ ଲୋକଙ୍କ ଆସ୍ଥା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏକଚ୍ଛତ୍ରବାଦ ବିରୋଧରେ ଲଢ଼େଇ ଜାରି ରହିବ

ନୂଆଦିଲ୍ଲୀ,୧୧ା୫(ପି.ଟି.): ସୁପ୍ରିମକୋର୍ଟ ଶୁକ୍ରବାର ଅନ୍ତରୀଣ ଜାମିନ ପ୍ରଦାନ କରିବାର କିଛି ଘଣ୍ଟା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ତିହାର ଜେଲରୁ ମୁକୁଳିଛନ୍ତି। ସେ ଭଗବାନ ହନୁମାନଙ୍କୁ...

ଭୋଟିଂ ତଥ୍ୟ ୪୮ ଘଣ୍ଟାରେ ପ୍ରକାଶ କରାଯାଉ

ନୂଆଦିଲ୍ଲୀ,୧୧ା୫(ପି.ଟି.): ଲୋକ ସଭା ନିର୍ବାଚନ ଚାଲିଥିବା ବେଳେ ପ୍ରତି ପର୍ଯ୍ୟାୟ ଭୋଟିଂ ଶେଷ ହେବାର ୪୮ ଘଣ୍ଟା ମଧ୍ୟରେ ବୁଥ୍‌ଓ୍ବାରି ମତଦାନ ହାର ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ...

୨୮ ହଜାର ମୋବାଇଲରେ ୨୦ ଲକ୍ଷ ନମ୍ବର

ନୂଆଦିଲ୍ଲୀ,୧୧ା୫: ସାଇବର ଅପରାଧରେ ବ୍ୟବହୃତ ହେଉଥିବା ୨୮,୨୦୦ ମୋବାଇଲ ଫୋନ୍‌କୁ ବ୍ଲକ୍‌ କରିବା ପାଇଁ କେନ୍ଦ୍ର ସରକାର ଶୁକ୍ରବାର ଟେଲିକମ୍‌ ଅପରେଟରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି...

ଜାତୀୟ ଗଣମାଧ୍ୟମରେ ଓଡ଼ିଶାକୁ ନେଇ ମୋଦିଙ୍କ ବଡ଼ ବୟାନ, କହିଲେ ଏଥର…

ଭୁବନେଶ୍ୱର, ୧୦।୫: ରାଜଧାନୀ ଭୁବନେଶ୍ୱରରେ ମେଗା ରୋଡ ଶୋ’ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଏହି ରୋଡ ଶୋ’ ପରେ ଓଡ଼ିଶାକୁ ନେଇ ଜାତୀୟ...

କେଜରିଓ୍ବାଲଙ୍କୁ ଜାମିନ ମିଳିବା ନେଇ ଶାହାଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୧୦।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ମିଳିଛି ଜାମିନ। ଦିଲ୍ଲୀ ଅବକାରୀ ଦୂର୍ନୀତି ମାମଲାରେ କେଜରିଓ୍ବାଲଙ୍କୁ ସୁପ୍ରିମକୋର୍ଟରୁ ଆନ୍ତରୀଣ ଜାମିନ ମିଳିଛି। ତେବେ ଏହାକୁ ନେଇ...

ଜେଲ୍‌ରୁ ବାହାରିବା ପରେ କେଜରିଓ୍ବାଲଙ୍କ ଆସିଲା ପ୍ରଥମ ପ୍ରତିକ୍ରିୟା, କହିଲେ…

ନୂଆଦିଲ୍ଲୀ,୧୦।୫: ଦିଲ୍ଲୀ ଅବକାରୀ ଦୂର୍ନୀତି ମାମଲାରେ ଦିଲ୍ଲୀ ସିଏମ ଅରବିନ୍ଦ କେଜରିୱାଲଙ୍କୁ ଶେଷରେ ଜାମିନ ମିଳିଛି। ତାଙ୍କୁ ଜୁନ ୨ ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ...

ବ୍ରିଜଭୂଷଣ ସିଂହଙ୍କୁ ଝଟ୍‌କା, ଚାର୍ଜଫ୍ରେମ କଲେ କୋର୍ଟ

ନୂଆଦିଲ୍ଲୀ,୧୦।୫: ବଢିଲା ବିଜେପି ଭାଜପା ଏମପି ତଥା କୁସ୍ତି ମହାସଂଘର ପୂର୍ବତନ ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ଅଡୁଆ। ଶୁକ୍ରବାର ଯୌନ ନିର୍ଯାତନା ମାମଲାରେ ଦିଲ୍ଲୀର...

ଛତିଶଗଡରେ ବଡ଼ ଏନକାଉଣ୍ଟର, ୮ ମାଓବାଦୀ ନିହତ

ବିଜାପୁର,୧୦।୫: ଛତିଶଗଡ ବିଜାପୁରରେ ବଡ଼ ଏନକାଉଣ୍ଟର । ଯବାନଙ୍କ ଗୁଳିରେ ନିହତ ହୋଇଛନ୍ତି ୮ ମାଓବାଦୀ । ଦାର୍ଘ ୧୧ଘଣ୍ଟା ଧରି ଏହି ଏନକାଉଣ୍ଟର ଚାଲିଥିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri