Posted inଫୁରସତ

ଦୀପାବଳିରେ ଲୋକଙ୍କୁ ମାଲାମାଲ୍‌ କରିଦିଏ ଏହି ମନ୍ଦିର, ପୂରାଘଟଣା ଜାଣିଲେ

ଭାରତରେ ଅନେକ ମନ୍ଦିର ରହିଛି। ସେଥିମଧ୍ୟରୁ ମଧ୍ୟପ୍ରଦେଶର ରତ୍‌ଲାମ ସହରର ମନାକରେ ଅବସ୍ଥିତ ମା’ ମହାଲକ୍ଷ୍ମୀଙ୍କ ମନ୍ଦିର ଅନ୍ୟତମ। ସାଧାରଣତଃ ପ୍ରାୟ ସବୁ ମନ୍ଦିରରେ ଭକ୍ତମାନଙ୍କୁ ମିଠା କିମ୍ବା କିଛି ଖାଦ୍ୟ ସାମଗ୍ରୀ ପ୍ରସାଦ ଭାବେ ଦିଆଯାଏ। ମାତ୍ର ମା’ ମହାଲକ୍ଷ୍ମୀଙ୍କ ଏହି ମନ୍ଦିରରେ ଭକ୍ତଙ୍କୁ ପ୍ରସାଦ ରୂପେ ସୁନା ଅଳଙ୍କାର ମିଳିଥାଏ। ଏହି ମନ୍ଦିରକୁ ଆସୁଥିବା ଭକ୍ତମାନେ ସୁନା ଓ ରୂପା ମୁଦ୍ରା ନେଇ ଘରକୁ ଯାଆନ୍ତି। ମନ୍ଦିରରେ ବର୍ଷସାରା ଭକ୍ତଙ୍କ ଭିଡ଼ ଲାଗିଥାଏ। ଭକ୍ତମାନେ ମା’ଙ୍କ ପାଦରେ ଲକ୍ଷ ଲକ୍ଷ ଟଙ୍କାର ଅଳଙ୍କାର ଏବଂ ନଗଦ ଟଙ୍କା ଅର୍ପଣ କରିବାକୁ ଏଠାକୁ ଆସିଥାନ୍ତି। ଦୀପାବଳି ଅବସରରେ ଧନ୍‌ତେରାସଠାରୁ ଏହି ମନ୍ଦିରରେ ଦୀପ ଉତ୍ସବ ପାଞ୍ଚ ଦିନ ପର୍ଯ୍ୟନ୍ତ ଆୟୋଜିତ ହୁଏ। ଏହି ଦିନ ମନ୍ଦିରକୁ ଫୁଲରେ ନୁହେଁ ବରଂ ଭକ୍ତଙ୍କ ଦ୍ୱାରା ଦିଆଯାଇଥିବା ଅଳଙ୍କାରରେ ସଜାଯାଏ। ଏହି ସମୟରେ, ଏଠାକୁ ଆସୁଥିବା ଭକ୍ତମାନଙ୍କୁ ଅଳଙ୍କାର ଏବଂ ଟଙ୍କା ଦିଆଯାଏ। ଏହି ମନ୍ଦିରରୁ କେହି ଖାଲି ହାତରେ ଫେରନ୍ତି ନାହିଁ। ଦଶନ୍ଧି ଧରି ଏହି ପରି ହୋଇ ଆସୁଥିବା ବେଳେ ପୂର୍ବରୁ ଏଠାରେ ରାଜାମାନେ ରାଜ୍ୟର ସମୃଦ୍ଧି ପାଇଁ ମନ୍ଦିରରେ ଟଙ୍କା ଅର୍ପଣ କରୁଥିଲେ। ବର୍ତ୍ତମାନ ଭକ୍ତମାନେ ମଧ୍ୟ ମା’ଙ୍କୁ ଟଙ୍କା ପ୍ରଦାନ କରୁଛନ୍ତି। ବିଶ୍ୱାସ କରାଯାଏ ଯେ, ଏହା କରିବା ଦ୍ୱାରା ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ସେମାନଙ୍କ ସହିତ ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପରିତ୍ୟକ୍ତ ଅବସ୍ଥାରେ ଦାରିଙ୍ଗବାଡିର ଏକମାତ୍ର ଯାତ୍ରୀ ବିଶ୍ରାମାଗାର: ଭାଙ୍ଗି ଗଲାଣି ଗେଟ୍‌

ଦାରିଙ୍ଗବାଡି,୨୨।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଚାରି ଛକରେ ରହିଥିବା ଏକ ମାତ୍ର ବିଶ୍ରାମାଗାର ଏବେ ପରିତ୍ୟକ୍ତ ଅବସ୍ଥାରେ ରହିଛି। ପୁତ୍ତିମୟ ଗନ୍ଧରେ ନାକ ଫାଟି ଯାଉଛି।…

ଜି ଉଦୟଗିରି ଆଡପମଣ୍ଡପରେ ଜଗନ୍ନାଥ- ବଳଭଦ୍ରଙ୍କ ରାମ, ବଳରାମ ବେଶ

ଜି ଉଦୟଗିରି ୨୩।୭(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠୀ ): ବୁଧବାର ସନ୍ଧ୍ୟାରେ ଜି ଗୁଣ୍ଡିଚା ମନ୍ଦିରର ଆଡପ ମଣ୍ଡପରେ ଶ୍ରୀ ଜଗନ୍ନାଥଙ୍କୁ ଶ୍ରୀରାମ ବେଶ ଓ…

ଜୀବନ ସହ ସଂଘର୍ଷ କରୁଛନ୍ତି ପିଣ୍ଟୁ: ଚିକିତ୍ସା ପାଇଁ ସହଯୋଗର ହାତ ବଢେଇଲା ବିଜେଡି ପ୍ରତିନିଧି ଦଳ

ଗଞ୍ଜାମ, ୨୩।୭: (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତ ଅରଣ ପୁର ଗ୍ରାମର ଅଭି ତରାଇଙ୍କ ପୁଅ ପିଣ୍ଟୁ ତରାଇ ମସ୍ତିଷ୍କ ରୋଗରେ…

୧୦ ଆପାର୍ଟମେଣ୍ଟ, ୨ କିଲୋ ସୁନା, ପୁଳାପୁଳା ଟଙ୍କା: ସରକାରୀ ଇଞ୍ଜିନିୟରଙ୍କ ସମ୍ପତ୍ତି ଜାଣିଲେ ଇଡ଼ିଯିବ ହୋଶ୍‌

ହାଇଦ୍ରାବାଦ,୨୩।୭:ସରକାରୀ ବ୍ୟବସ୍ଥା ମଧ୍ୟରେ ଦୁର୍ନୀତି ଦମନ ପାଇଁ ପ୍ରୟାସ ଜାରି ରହିଥିବା ବେଳେ ଏହା ଥମୁନି। ସରକାରୀ ଅଧିକାରୀମାନେ ଲାଞ୍ଚ ଦେଇ ଅବୈଧ ସମ୍ପତ୍ତି ସଂଗ୍ରହ କରିବାର…

ଖାଇବାକୁ ପାଉନାହାନ୍ତି ଆମିର ଖାନଙ୍କ ଭାଇ, ସ୍ତ୍ରୀ ଆଣିଲେ ଶାରୀରିକ ଶୋଷଣର ଅଭିଯୋଗ

ନୂଆଦିଲ୍ଲୀ,୨୩।୭: ‘କରିଶ୍ମା କା କରିଶ୍ମା’, ‘ଶରାରତ୍’ ଏବଂ ‘ବଡ଼େ ଅଚ୍ଛେ ଲଗତେ ହୈଁ’ ଭଳି ସୋ’ରେ ନିଜ ଭୂମିକା ପାଇଁ ଜଣାଶୁଣା ଅଭିନେତ୍ରୀ ଇଭା ଗ୍ରୋଭର, ନିକଟରେ…

ଗାଁରେ ବଢିଲା ଉତ୍ତେଜନା: ୭ ଆଦିବାସୀ ନେତାଙ୍କୁ ରାତିଅଧିଆ ଉଠାଇନେଲା ପୋଲିସ

ବଲାଙ୍ଗୀର, ୨୩।୭(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଲୋୟର ସୁକତେଲ ପ୍ରକଳ୍ପ ପ୍ରଭାବିତ କୁମିଆଁପାଲି ଗାଁରେ ଉତ୍ତେଜନା ବଢ଼ିବାରେ ଲାଗିଛି। ବୁଧବାର ବିଳମ୍ବିତ ରାତିରେ ଗାଁର ୭…

୨୦୨୭ରେ ଏହି ୪ ରାଶି ହେବେ ମାଲାମାଲ: ଚାରିଆଡ଼ୁ ମିଳିବ ଶୁଭ ଫଳ

ସନାତନ ଧର୍ମରେ ଶନି ଦେବଙ୍କୁ ନ୍ୟାୟର ଦେବତା ଭାବରେ ପୂଜା କରାଯାଏ। ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଗ୍ରହ ଭାବରେ ବିବେଚନା କରାଯାଏ, ଯାହା ଏହାର…

ଏହିମାନେ ପାଇବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ପ୍ରକାଶ ପାଇଲା ତାଲିକା, ଲିଷ୍ଟରେ ଅଛନ୍ତି…

କେସିଙ୍ଗା,୨୩।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ବାଦ୍‌ ଦିଆଯାଇଥିବାକୁ ନେଇ ଜିଲାପାଳଙ୍କ ନିକଟରେ ଇତିମଧ୍ୟରେ ଅଭିଯୋଗ ହୋଇଛି। ପ୍ରଧାନମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri