କରୋନା କାଳର ନୀରବ କଥା

ସାରଦା କର

ମସ୍ତିଷ୍କର ପ୍ରତିକ୍ରିୟା ଫଳ ସ୍ବରୂପ ଆଖି ପଛରେ ଥିବା ଟିୟରଡକ୍ଟରୁ ଝରିଆସୁଥିବା ଅମ୍ଳମିଶା ଲୁହ ଦ୍ୱାରା ଆଖିର ପଟଳ ସଫା ହୋଇଯାଏ। ଭାରତୀୟ ଦର୍ଶନ ଆଉ ଏକ ପାଦ ଆଗକୁ ଯାଇ ତା’ର ଅଶ୍ରୁଳ ଆଖି ପୋଛି ଦେଖେ ଭୂମିରୁ ଭୂମା ପର୍ଯ୍ୟନ୍ତ ବିସ୍ତାରିତ ହାତରେ ପ୍ରଭୁ ଜଗନ୍ନାଥ ବନ୍ଧୁ ମହାନ୍ତି କି ଭକ୍ତ ଦାସିଆ ହାତରୁ ପ୍ରଣାମୀ ଗ୍ରହଣ କରୁଛନ୍ତି। କୋଭିଡ୍‌ ସଂକ୍ରମଣରେ ଅସହାୟ ମଣିଷ ସରକାରଙ୍କୁ ହାତ ଯୋଡ଼ୁଥିବାବେଳେ ଆଉ ଦୈନନ୍ଦିନ ଆମତ୍ହତ୍ୟା ପ୍ରବଣତା ବୃଦ୍ଧି ପାଉଥିବାବେଳେ ସରକାର ପ୍ରସଙ୍ଗଠାରୁ ଦୂରେଇ ଯାଇ ପଡ଼ୋଶୀ ଦେଶରେ କେତେ ଆମ ଦେଶରେ କେତେ ତୁଳନା କରି, ଦେଶ ଜିତିବ କହି ନିସ୍ତରି ଯିବାକୁ ଚାହୁଁଛନ୍ତି। ସରକାର ଜାଣିବା ଉଚିତ୍‌, ରାସ୍ତାକଡ଼ର ବେସାହାରା, ଭୋକିଲା, ଋଣଚପଟରେ ଆମତ୍ହତ୍ୟାକୁ ଅପେକ୍ଷାରତ ଲୁହ ଆଖିଆ ମଣିଷଗୁଡ଼ାକଙ୍କ ଲୁହ ଶାଶୁଘର ଯିବା ଝିଅ ଲୁହ ନୁହେଁ। କିମ୍ବା ଫେସ୍‌ବୁକ୍‌ କି ମଞ୍ଚ ନାଟକ ପ୍ରେମିକା ଆଖିର ଅମୃତାଞ୍ଜନ ବୋଳା ଲୁହ ନୁହେଁ।
ସରକାର କହୁଛନ୍ତି କରୋନା ହାରିବ, ମଣିଷ ଜିତିବ। କିଛି ମଣିଷ ଏବେ ଆମ ଦେଶରେ ଜିତିସାରିଲେଣି ବିଲିୟନେୟାର ହେବାରେ। କିଏ ସରକାରଙ୍କ ନାଁ ଧରି ଔଷଧ ବାହାର କରିସାରିଲାଣି କହି ଅପେକ୍ଷାରତ ଆଉ କିଏ ମାସ୍କ, ସାନିଟାଇଜର ବ୍ରାଣ୍ଡିଂ କରି ମହାଧନୀ। ୬ ମାସର ମାଗଣା ରାଶନ ଖିଆ ଆଉ ସରକାରୀ ଚାକିରିଆଙ୍କୁ ଛାଡ଼ିଦେଲେ ଲୁହ-ଲହୁରେ ଏକାକାର ହେଉଥିବା ଦେଶବାସୀ ଗୋଟିଏ ସଂଖ୍ୟାଲଘୁରେ ପରିଣତ ହୋଇସାରିଲେଣି। ଭିକ୍ଟୋରିଆ ଯୁଗର ଇଂରାଜୀ କବି ଆଲ୍‌ଫ୍ରେଡ୍‌ ଲର୍ଡ ଟେନିସନ୍‌ ତାଙ୍କ ରଚିତ ‘ଟିୟର୍ସ, ଆଇଡିଲ୍‌ ଟିୟର୍ସ’ରେ ଲେଖିଥିଲେ, ”ସମୟର ପ୍ରବାହ ଓ ବନ୍ଧୁମାନଙ୍କ ବିଚ୍ଛେଦରେ ତାଙ୍କ ଆଖିର ଲୁହ ଶୁଖିଯାଏ।“ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୪୬ ଲକ୍ଷରୁ ଊର୍ଦ୍ଧ୍ୱ ଓ ମୃତକଙ୍କ ସଂଖ୍ୟା ୭୭ ହଜାର ଟପିିଲାଣି। ଆଗକୁ ଆହୁରି ବଢ଼ିବ ବୋଲି ଶାକୁନ କଲେଣି ଡବ୍ଲ୍ୟୁଏଚ୍‌ଓ।
‘ଆଖୋଁ ମେଁ ଆ ଗଏଥେ ଆଶୁଁ, ମେଁ ଦେଖତାହିଁ ରହା। ବଢ଼ା ନା ସକା ହାଥ୍‌ ପୋଛ୍‌ନେକୋ, ମେଁ ଦେଖ୍‌ତାହିରହା।’ କବି ଆଲୋକଙ୍କର ସେହି ପ୍ରେମକବିତା ପ୍ରଭୁ ଶ୍ରୀରାମଙ୍କ ବିଳାପକୁ ପ୍ରତିପାଦନ କରୁଥାଇପାରେ। ମାତଙ୍ଗ ଋଷିଙ୍କ ଶିଷ୍ୟା ଶବରୀ ଆଖିର ଲୁହ ପୋଛିବାର ସମର୍ଥ ହାତଟା ପନତ୍ୀ ସୀତାଙ୍କ ଆଖିର ଲୁହ ପୋଛି ନ ପାରି ନିଶ୍ଚୟ ଭାଙ୍ଗିପଡ଼ିଥିବେ ଶ୍ରୀରାମ। କରୋନା ବିପର୍ଯ୍ୟୟ କାଳରେ ନାରୀ ପ୍ରତି ବଢ଼ୁଥିବା ଅସହିଷ୍ଣୁତା, ଘରୋଇ ହିଂସା ସଂପୃକ୍ତିରେ ସରକାର ଯେତେ ମନର କଥା ମାଧ୍ୟମରେ ଦେଶକୁ ଆଶ୍ୱାସନା ଦେଲେ ବି ସରକାରଙ୍କ ଆଖି ତଳର ଲୁହ ବାରି ହୋଇପଡ଼ୁଛି। ଅଗଷ୍ଟ ୫ ତାରିଖ ରାମ ମନ୍ଦିର ପ୍ରତିଷ୍ଠା ଦିନ ଦେଶକୁ ସମ୍ବୋଧନ କରି ମୋଦି ଅନୁରୋଧ କରିଥିଲେ କି ଗୋଟିଏ ଦିନ ଦୀପ ପ୍ରଜ୍ୱଳନ କରିବା ସହ ଆମିଷ ନ ଖାଇବାକୁ। ଗୋଟିଏ ଦିନ ଅନ୍ତତଃ ମଦ ବନ୍ଦ କରି ଘରୋଇ ହିଂସାରେ ଭାଙ୍ଗିପଡ଼ୁଥିବା ନାରୀ ଆଖିର ଲୁହକୁ ପୋଛି ପାରିଥାନ୍ତେ ସରକାର। ପ୍ରାଚୀନ କିମ୍ବଦନ୍ତୀ ‘ଅମୃତ ଫଳ’ ଉପାଖ୍ୟାନ ବର୍ଣ୍ଣିତ ଉଜ୍ଜୟିନୀର ଲୋକପ୍ରିୟ ଶାସକ ଭର୍ତ୍ତୃହରି ରାଜସଭାର ନର୍ତ୍ତକୀ ହାତରୁ ଅମୃତ ଫଳଟିଏ ପ୍ରତ୍ୟାବର୍ତ୍ତନ ହେବାରେ ତାଙ୍କ ଆଖିରେ ଲୁହ ଆସିଗଲା ସେଦିନ। ସେହି ମୁହୂର୍ତ୍ତରୁ ଚକ୍ରବର୍ତ୍ତୀର ମୋହ ତୁଟାଇ ରାଜା ସନ୍ନ୍ୟାସ ନେଲେ। ଏ ଦେଶର ନାରୀ ସେହି ଅମୃତ ଫଳ ମାଗଣା ଅନ୍ନ, ରାଶନ କାର୍ଡଟି ସରକାରଙ୍କୁ ଫେରେଇବା ଯେବେ ଆରମ୍ଭ କରିବେ ସରକାରଙ୍କ ଆଖିରେ ଲୁହ ଆସିବା ନିଶ୍ଚିତ।
ମଣିଷ କେବେଠାରୁ ଓ କେମିତି କାନ୍ଦି ଶିଖିଲା ଅବା କେଉଁ ଆବାହମାନ କାଳରୁ କାନ୍ଦର ଶୈଳୀ ନିର୍ଣ୍ଣୟ କରାଗଲା ତା’ର ହିସାବ କିଏ ରଖିଛି! ତେବେ କାନ୍ଦିବା କ’ଣ ହସିବାର ବିକଳ୍ପ ନା କାନ୍ଦିବା ଅନିବାର୍ଯ୍ୟ, ବିଧାତା ନିର୍ଦ୍ଦିଷ୍ଟ? ଗୋଟିଏ କଥା ସ୍ପଷ୍ଟ ଯେ ଯନ୍ତ୍ରଣା ଉପଶମ ପାଇଁ କାନ୍ଦିବା ଆଉ ହସି ହସି ଲୁହ ନିଗାଡ଼ିବା ଦୁଇଟିଯାକ ମଣିଷ ହୃଦୟର କଥା। କାନ୍ଦିବା ହୃଦୟର ପରିଭାଷା ନିଶ୍ଚୟ। କରୋନାଜନିତ ତାଲା ବନ୍ଦ ହେତୁ ଫସଲ ବିଲମୁଣ୍ଡରେ ଅମଳ ନ ହୋଇ ପଡ଼ିରହିବା ଏବଂ ଅଭାବୀ ବିକ୍ରି ହେବା ଦ୍ୱାରା ଚାଷୀ ଆଖିରେ ଲୁହ ଆଣିଥିବ। ୨୦୧୬ ଫେବୃୟାରୀ ୨୮ ବରେଲିଠାରେ ସମ୍ବୋଧନ କରି ଚାଷରେ ଦେଶକୁ ଦୁଇଗୁଣା ସ୍ବପ୍ନ ଦେଇଥିବା ଭାରତ ସରକାରଙ୍କ ଆଖି ଲୁହ ଆଖିରେ ମରୁଥିବ। ପର୍ଯ୍ୟାପ୍ତ ଚାଷ ଜମି, ବ୍ୟବସାୟ କି ସରକାରୀ ଚାକିରି ଥାଇ ସ୍ବଚ୍ଛଳ ବର୍ଗର ଲୋକ ଭତ୍ତା ଏବଂ ଅନ୍ତ୍ୟୋଦୟ ଯୋଜନାରେ ଚାଉଳ ଲୁଟୁଥିବାବେଳେ ବାଡ଼ି ଏଣ୍ଡୁଅ ପରି ସରକାର ଜଳ ଜଳ ଚାହିଁଥିବା ଆଉ ନିଜ ଲୋକ ବୋଲି କିଛି ନିଷ୍ପତ୍ତି ନେଇପାରୁ ନ ଥିବାକୁ ଆମେ ନା ଅନିବାର୍ଯ୍ୟ ନା ବିଧାତାକୃତ କହିପାରିବା। ମନ୍ଦିର ପାଇଁ ହଜାର ହଜାର କୋଟି ଆଶାବାନ୍ଧିଥିବା ସରକାର ଧର୍ମଦ୍ୱାହିରେ କରୋନା ଆକ୍ରାନ୍ତ ମଣିଷ ପାଇଁ ନିଜ ପରାକ୍ରମକୁ ଫାଙ୍କ ିଦେବାକୁ ବସିଲେଣି।
ଜଣେ ନେତାଙ୍କ ବିୟୋଗରେ ବେଢ଼ିପଡ଼ିଥିବା ପୁଷ୍ପାଳକ ସ୍ବେଚ୍ଛାସେବୀ ସେବକମାନେ ସମସ୍ତେ ଯେ ହିତାଧିକାରୀ ନୁହନ୍ତି, ହେଲେ ଲୁହ ଗଡ଼େଇବାବେଳେ ଖାଉ-ଅଖାଉ ଏକାଠି। ଯଦି ଗଣତନ୍ତ୍ର ଗୁଣଯୁକ୍ତ ହୁଏ ଗଣଲୁହର ନିର୍ଯାସରେ ଆଉ ତାହା ଦାଣ୍ଡ ସୁନ୍ଦର ହୁଏ ତେବେ ସେ ଲୁହକୁ ବୋହିବାକୁ ଦିଆ ପେଟର ଭୋକ ଓ ସର୍ବନିମ୍ନରୁ ବଞ୍ଚିତ ହେବାରେ କଣ୍ଠଫଟା ଚିକତ୍ାର ସହ ଆଖିରୁ ଦୁଇଧାର ଲୁହ ବାହାରିଆସୁଥିବାର ଦେଖି ଯଦି ଗଣମାଧ୍ୟମ ପୃଷ୍ଠା ମଣ୍ଡନ କରୁଛି ତେବେ ସେ ଲୁହକୁ ବିଜୟର ଲୁହ ଭାବି ବୋହିବାକୁ ଦଅ (ପେଟର ଭୋକ ଆଉ ଅବହେଳା ଯଦି ସ୍ବୀକାର ନ ହୁଏ ତେବେ କାନ୍ଦିବା ଭଲ)। କରୋନା ମହାମାରୀରେ ଭାରତର ୩୭ ଭାଗ ନିଯୁକ୍ତି ବଞ୍ଚିତ ମଣିଷ ଓ ଜାତିସଂଘ ଅନୁସାରେ ପୃଥିବୀରେ ସୃଷ୍ଟି ହେବାକୁ ଥିବା ୧୪୦ମିଲିୟନ୍‌ ଭୋକିଲାଙ୍କ ମଧ୍ୟରୁ ଭାରତରେ ସର୍ବାଧିକ ହେବାକୁ ଥିବାର ଆକଳନ ସରକାରଙ୍କୁ ଅଡୁଆରେ ପକାଇଥିବେ। ଦେଶର ସରକାର ଖାଦ୍ୟ ନିରାପତ୍ତାର ସମସ୍ତ ବ୍ୟବସ୍ଥା କରି ଭୋକିଲା ପେଟ ରଖି ନ ଥିବା କହିବା ଲୁହ ପୋଛିଦେବାର ଗୋଟେ ଭଲ କଳା-କୌଶଳ କଥା।
୧୩୫ କୋଟି ଜନତାଙ୍କ ମଧ୍ୟରୁ ୮୦ କୋଟିକୁ ୫ ମାସର ମାଗଣା ୨୦ କେଜି ଚାଉଳ, ୫ କେଜି ଡାଲିର ରାଶନ ବ୍ୟବସ୍ଥା, ତେବେ ଅନ୍ୟ ସମସ୍ତ ୫୫ କୋଟି ଲୋକ କ’ଣ ପୁଞ୍ଜିପତି, ଶିଳ୍ପପତି, ସର୍ବଭାରତୀୟ ସେବା ନିଯୁକ୍ତ ନା ସରକାରୀ ଚାକିରିଆ? ଅଧିକାଂଶ ଘରୋଇ ଚାକିରିଆ ଓ ନିମ୍ନମଧ୍ୟବିତ୍ତ କରୋନା କାଳରେ ସର୍ବହରା। କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁସାରେ ୯ କୋଟି ପାଖ କୃଷକଙ୍କୁ ମୁଣ୍ଡପିଛା ୨ ହଜାର କରି ଦିଆଯାଇଛି। ତେବେ ଅନୂ୍ୟନ ୮୦ କୋଟି ଥିବା ଦେଶରେ ସେହି ଭାଗ୍ୟବାନ୍‌ ୯ କୋଟି କିଏ ଏବଂ ସରକାରଙ୍କ ଧନ ହଜମ କରୁଛନ୍ତି ତାହାର ତଥ୍ୟ ଟିକିଏ ପ୍ରକାଶ କରିବେ କି?
ମଧ୍ୟବିତ୍ତ ଓ ନିମ୍ନମଧ୍ୟବିତ୍ତର ଦେଶରେ ୮୭ ମିଲିୟନ୍‌ ଗରିବ ଶିଶୁ ସୃଷ୍ଟି ହେବାର ୟୁନିସେଫ୍‌ ଆକଳନ ଆଧାରରେ ଭାରତର ଭାଗ କେତେ ସରକାର ସ୍ପଷ୍ଟ କରନ୍ତୁ। ସରକାର ଶିଶୁମାନଙ୍କ ନିରାପତ୍ତା ବାର୍ତ୍ତା ଦେଉଥିବାବେଳେ ଦିଲ୍ଲୀ ସମେତ ଅନ୍ୟ କେତେକ ସ୍ଥାନରେ ଶିଶୁ ନିରାପତ୍ତା ବିପର୍ଯ୍ୟସ୍ତ ହୋଇଛି। ମଦ, ନିଶା, ରାଜନୈତିକ ପକ୍ଷପାତିତାକୁ ରୋକ ନ ଲଗାଇ କୁମ୍ଭୀର କାନ୍ଦଣା କାନ୍ଦିଲେ ଏ ଦେଶର ଜନତା ଠିକଣା ସମୟରେ ସରକାରଙ୍କୁ କନ୍ଦେଇପାରନ୍ତି।
ମୋ- ୮୨୪୯୮୨୭୧୪୮


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri