ନୀରବ, ନିମଶ୍ଚଳ ହାତୀ ଉଦ୍ଧାର କେନ୍ଦ୍ର

ଢେଙ୍କାନାଳ,୧୭ା୩(ରତନ ନାୟାର) ଖାଁ ଖାଁ ଲାଗୁଛି ପୂରା ପରିବେଶ। ସବୁଠି ଯେମିତି ଛାଇଯାଇଛି ନୀରବତା। ନିଶ୍ଚଳ ହୋଇଯାଇଛି ସବୁକିଛି। ଚୁପ୍‌ଚାପ୍‌ ହୋଇଯାଇଛନ୍ତି ମାହୁନ୍ତ ଦୀପୁଙ୍କ ସମେତ ଅନ୍ୟ କର୍ମଚାରୀ। ପଦ୍ମା, ଶ୍ୟାମା, ଶିବାଙ୍କ ଆଖି ଖୋଜୁଛି ଉମା, ଚନ୍ଦୁ ଓ କାର୍ତ୍ତିକଙ୍କୁ। ଢେଙ୍କାନାଳ ଜିଲା କପିଳାସ ପ୍ରାଣୀ ଉଦ୍ୟାନ ପରିସରରେ ଥିବା ହାତୀ ଉଦ୍ଧାର କେନ୍ଦ୍ରର ଏପରି ଦୃଶ୍ୟ ଏଠାକାର ଲୋକଙ୍କୁ ମଧ୍ୟ ବିଚଳିତ କରିଦେଉଛି। କାରଣ ଦୀର୍ଘବର୍ଷ ଧରି ଏଠାରେ ଥିବା ୭ ହାତୀଙ୍କ ମଧ୍ୟରୁ ପର୍ଯ୍ୟଟକଙ୍କ ପ୍ରମୁଖ ଆକର୍ଷଣ ସାଜିଥିବା ଉମା, ଚନ୍ଦୁ ଓ କାର୍ତ୍ତିକଙ୍କୁ ଶୁକ୍ରବାର ରାତିରେ ଚନ୍ଦକା ବନ୍ୟପ୍ରାଣୀ ଡିଭିଜନର କୁମାରଖୁଣ୍ଟିକୁ ପଠାଇ ଦିଆଯାଇଛି। ସେଠାରେ ସେମାନଙ୍କୁ ତାଲିମ ଦିଆଯାଇ ଜଙ୍ଗଲ ସୁରକ୍ଷା ଓ ବନ୍ୟପ୍ରାଣୀ ବିବାଦ ସମସ୍ୟାର ସମାଧାନ ନିମନ୍ତେ ନିୟୋଜିତ କରାଯିବ। ଏଠାରୁ ବିଦାୟ ଦେବା ବେଳେ ନିଜ ଅଶ୍ରୁକୁ ରୋକିପାରି ନ ଥିବା ମାହୁନ୍ତ ଦୀପୁ ଓ ଅନ୍ୟମାନେ ଏବେ ଝୁରି ହେଉଛନ୍ତି ଉମା, ଚନ୍ଦୁ ଓ କାର୍ତ୍ତିକଙ୍କୁ।
କପିଳାସରେ ଥିବା ୭ ହାତୀଙ୍କ ମଧ୍ୟରୁ ଉମା, ଚନ୍ଦୁ ଓ କାର୍ତ୍ତିକ ସମସ୍ତଙ୍କର ଅତି ପ୍ରିୟ ଥିଲେ। ଛୋଟ ବେଳୁ ଏହି ପରିବେଶ ସହ ଅଭ୍ୟସ୍ତ ଥିବାରୁ ସେମାନେ ମାହୁନ୍ତଙ୍କର ଅତ୍ୟନ୍ତ ବିଶ୍ୱସ୍ତ ହୋଇଯାଇଥିଲେ। ପର୍ଯ୍ୟଟକମାନେ ମଧ୍ୟ ଏମାନଙ୍କୁ ଦେଖି ଖୁସି ହୋଇଯାଉଥିଲେ। ହେଲେ ଏହି ୩ ହାତୀଙ୍କୁ କୁମାରଖୁଣ୍ଟି ପଠାଯିବା ନେଇ ରାଜ୍ୟ ବନ୍ୟପ୍ରାଣୀ ବିଭାଗ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ସମ୍ପର୍କରେ ଜଣାପଡ଼ିବା ପରଠାରୁ ହାତୀ ଉଦ୍ଧାର କେନ୍ଦ୍ରର କର୍ମଚାରୀମାନେ ଯେମିତି ଭାଙ୍ଗି ପଡ଼ିଥିଲେ। ନିଜ ପରିବାର ସଦସ୍ୟଙ୍କ ପରି ମିଳାମିଶା କରୁଥିବା ଉମା, ଚନ୍ଦୁ ଓ କାର୍ତ୍ତିକଙ୍କୁ ସେମାନେ କିପରି ଦୂରେଇ ଦେଇ ରହିପାରିବେ ସେ ନେଇ ବ୍ୟଥିତ ହୋଇପଡ଼ିଥିଲେ। ଏପରି କି ବିଭାଗୀୟ ନିଷ୍ପତ୍ତିରେ କାଳେ ପରିବର୍ତ୍ତନ ହେବ ସେ ନେଇ ମଧ୍ୟ ଆଶାବାଦୀ ଥିଲେ। ହେଲେ ସମସ୍ତଙ୍କୁ ନିରାଶ କରି ବିଭାଗ ପକ୍ଷରୁ ତାରିଖ ନିର୍ଦ୍ଧାରଣ ସହ ଶୁକ୍ରବାର ରାତିରେ ହାତୀ ଉଦ୍ଧାର କେନ୍ଦ୍ରରେ ୩ଟି ହାଇଓ୍ବା ପହଞ୍ଚିବା ପରେ ନିଜ ଲୁହ ଓ କୋହ ସମ୍ଭାଳିପାରି ନ ଥିଲେ ସେମାନେ। ଛଳ ଛଳ ଆଖିରେ ସେମାନେ ସରକାରୀ ନିର୍ଦ୍ଦେଶ ପାଳନ କରି ଉମା, ଚନ୍ଦୁ ଓ କାର୍ତ୍ତିକଙ୍କୁ ଉକ୍ତ ଗାଡ଼ିରେ ଚଢ଼ାଇ କୁମାରଖୁଣ୍ଟି ଅଭିମୁଖେ ବାହାରିଯାଇଥିଲେ। କପିଳାସରୁ ଶୋରିିଷିଆପଦା ଓ କଟକ ଜିଲା ଟାଙ୍ଗି ଦେଇ ଶନିବାର ଭୋର୍‌ ସମୟରେ ୩ ହାତୀଙ୍କୁ ଚନ୍ଦକା କୁମାରଖୁଣ୍ଟିରେ ପହଞ୍ଚାଯାଇଥିଲା। ହାତୀ ଉଦ୍ଧାର କେନ୍ଦ୍ରର ମାହୁନ୍ତ, କର୍ମଚାରୀ ଓ ଅଧିକାରୀଙ୍କ ସହ ଢେଙ୍କାନାଳ, କଟକ, ଆଠଗଡ଼ ଓ ଚନ୍ଦକା ବନ ଡିଭିଜନର ସମସ୍ତ ଅଧିକାରୀ ଓ କର୍ମଚାରୀ ଏହି କାର୍ଯ୍ୟକୁ ସଫଳତାର ସହ ସମ୍ପନ୍ନ କରିଥିଲେ। ସେଠାରେ ଏହି ହାତୀମାନଙ୍କୁ ତାଲିମ ଦେବାକୁ ଆସାମ ସମେତ ଦେଶର ବିଭିନ୍ନ ରାଜ୍ୟରୁ କୁମ୍‌କି ତାଲିମପ୍ରାପ୍ତ ମାହୁନ୍ତମାନଙ୍କୁ ନିୟୋଜିତ କରାଯିବ। ରାଜ୍ୟ ବନ୍ୟପ୍ରାଣୀ ବିଭାଗ ପିସିସିଏଫ୍‌ଙ୍କ ନିର୍ଦ୍ଦେଶରେ ଏହି ୩ ହାତୀଙ୍କୁ କପିଳାସ ହାତୀ ଉଦ୍ଧାର କେନ୍ଦ୍ରରୁ ସ୍ଥାନାନ୍ତର କରାଯାଇଥିବା ଜିଲା ବନଖଣ୍ଡ ଅଧିକାରୀ ସୁମିତ କର ସୂଚନା ଦେଇଛନ୍ତି। ଏ ସମ୍ପର୍କରେ କପିଳାସ ରେଞ୍ଜର ତରୁଣ ମହାନ୍ତି କହିଛନ୍ତି, ବହୁଦିନ ହେଲା ଉକ୍ତ ୩ ହାତୀ ସମସ୍ତଙ୍କ ସାଙ୍ଗ ପାଲଟିଯାଇଥିଲେ। କଥା ମାନୁଥିଲେ, ମିଶୁଥିଲେ। ତେଣୁ ହାତୀମାନଙ୍କୁ ମାହନ୍ତ ଓ କର୍ମଚାରୀମାନେ ଝୁରି ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?