Posted inଫୁରସତ

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ସିକିମ୍‌: କେବେ ଓ କେମିତି ବୁଲି ଯିବେ

ସିକିମ୍‌ ଭାରତର ଏକ ଆକର୍ଷଣୀୟ ତଥା ଛୋଟ ରାଜ୍ୟ, ଯାହାର ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଶବିଦେଶର ପର୍ଯ୍ୟଟକଙ୍କୁ ଖୁବ୍‌ ଆକର୍ଷିତ କରିଥାଏ। ବିଶେଷକରି ପ୍ରକୃତିପ୍ରେମୀଙ୍କ ପାଇଁ ଏହା ଏକ ଉପଯୁକ୍ତ ସ୍ଥାନ। ସିକିମ୍‌ ଭାରତର ଉତ୍ତର-ପୂର୍ବ ଭାଗରେ ଅବସ୍ଥିତ ଏକ ପାର୍ବତୀୟ ରାଜ୍ୟ; ଯାହା ନିଜର ଆକର୍ଷଣୀୟ ନଦୀ, ପାହାଡ଼, ଝରଣା, ହ୍ରଦ, ପ୍ରାଚୀନ ମଠ, ଅର୍କିଡ୍‌ ନର୍ସରୀ ତଥା ଆଶ୍ଚର୍ଯ୍ୟଜନକ ଟ୍ରେକିଂ ମାର୍ଗ ପାଇଁ ବେଶ୍‌ ପ୍ରସିଦ୍ଧି ଲାଭ କରିପାରିଛି। ଖାସ୍‌ ସେଥିପାଇଁ ବର୍ଷର ବିଭିନ୍ନ ସମୟରେ ଏଠାରେ ପର୍ଯ୍ୟଟକଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଥାଏ।

ଇତିହାସ
ସିକିମ୍‌ର ଇତିହାସ ସେହି ସମୟକୁ ବୁଝାଏ, ଯେତେବେଳେ ଲେପ୍‌ଚାମାନେ ଏହି ରାଜ୍ୟର ମୂଳନିବାସୀ ଥିଲେ। ତା’ଛଡ଼ା ଅଷ୍ଟମ ଶତାବ୍ଦୀ ବେଳକୁ ବୌଦ୍ଧ ସନ୍ଥ ଗୁରୁ ରିନ୍‌ପୋଚେ (ପଦ୍ମସମ୍ଭବ) ସିକିମ୍‌ରେ ବୌଦ୍ଧ ଧର୍ମର ପ୍ରଚାର ଆରମ୍ଭ କରିବା ସହ ଉକ୍ତ ରାଜ୍ୟର ଉତ୍ତରୋତ୍ତର ଉନ୍ନତି ପାଇଁ ଆଶୀର୍ବାଦ କରିଥିଲେ ବୋଲି ମଧ୍ୟ ସୂଚନା ରହିଛି। ତେବେ ସିକିମ୍‌ରେ ମୁଖ୍ୟତଃ ଲେପ୍‌ଚା, ଭୁଟିୟା ତଥା ତିବ୍ବତୀ ଏହିପରି ତିନି ସମ୍ପ୍ରଦାୟର ଲୋକ ବସବାସ କରିଥାଆନ୍ତି। ତେଣୁ ସେହି ଅନୁଯାୟୀ ସେମାନଙ୍କର ପରିପାଟୀ, ପର୍ବପର୍ବାଣି ତଥା ଖାଦ୍ୟଶୈଳୀ ଭିନ୍ନ ହୋଇଥାଏ।

କ’ଣ ଦେଖିବେ
ସିକିମ୍‌ରେ ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ ଅନେକ ଦର୍ଶନୀୟ ସ୍ଥାନ ରହିଛି। ସେଗୁଡ଼ିକ ମଧ୍ୟରେ ପ୍ରମୁଖ ହେଲା- ସୋମ୍‌ଗୋ ହ୍ରଦ, ନଥୁଲା ପାସ୍‌, ଡିୟର୍‌ ପାର୍କ, ରୁମ୍‌ଟେକ୍‌ ମଠ ଇତ୍ୟାଦି। ଏତଦ୍‌ବ୍ୟତୀତ ମହାନ୍‌ ସାଧୁ ଗୁରୁ ପଦ୍ମସମ୍ଭବଙ୍କ ସବୁଠାରୁ ଉଚ୍ଚମୂର୍ତ୍ତି ବି ଏହିଠାରେ ଦେଖିବାକୁ ମିଳିଥାଏ। ତେବେ ସିକିମ୍‌ର ରାଜଧାନୀ ଗାଙ୍ଗଟକ୍‌ରେ ବି ପର୍ଯ୍ୟଟକଙ୍କ ପାଇଁ ରହିଛି ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। ଖାସ୍‌ କରି ଗାଙ୍ଗଟକ୍‌ରେ ଥିବା ଲାଲ୍‌ ବଜାର ନାମକ ଏକ ବଜାରରେ ପର୍ଯ୍ୟଟକ ବୁଲିବା ସହ ନିଜର ପ୍ରିୟଜନଙ୍କ ପାଇଁ ବହୁତ କିଛି ଉପହାର ବେଶ୍‌ ସୁଲଭ ଦରରେ କିଣି ଆଣିପାରିବେ। ତା’ଛଡ଼ା ସିକିମ୍‌ରେ ପ୍ରାୟ ପାଞ୍ଚ ହଜାର ପ୍ରଜାତିର ଫୁଲଗଛ ଦେଖିବାକୁ ମିଳିଥାଏ; ତନ୍ମଧ୍ୟରୁ ପ୍ରାୟ ୫୧୫ ପ୍ରକାର ହେଉଛି ଭିନ୍ନ ଭିନ୍ନ ପ୍ରଜାତିର ଅର୍କିଡ୍‌। ଏସବୁ ବ୍ୟତୀତ ଅନେକ ପାହାଡ଼, ଝରଣା, ହ୍ରଦ, ନଦୀ ତଥା ଠାଏଠାଏ ଥିବା ଅର୍କିଡ ଗାର୍ଡେନ୍‌ ମଧ୍ୟ ପର୍ଯ୍ୟଟକ ବୁଲି ଦେଖିପାରିବେ।

ଦୁଃସାହସିକ କ୍ରୀଡ଼ାର ମଜା
ଏହା ଏମିତି ଏକ ରାଜ୍ୟ; ଯାହା ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟ ତଥା ଆକର୍ଷଣୀୟ କଳା ସଂସ୍କୃତି ସହିତ ବିଭିନ୍ନ ପ୍ରକାର ରୋମାଞ୍ଚକାରୀ ଦୁଃସାହସିକ କ୍ରୀଡ଼ା ପାଇଁ ବି ପ୍ରସିଦ୍ଧି ଲାଭ କରିପାରିଛି। ଖାସ୍‌ କରି ଟ୍ରେକିଂ ପ୍ରିୟ ପର୍ଯ୍ୟଟକଙ୍କ ପାଇଁ ଏହା ଏକ ସ୍ବର୍ଗସମ ସ୍ଥାନ ହୋଇଥାଏ। ତା’ଛଡ଼ା ରିଭର୍‌ ରାଫ୍ଟିଂ, ବାଇକିଂ ଓ ଚମରୀ ଗାଈ ଉପରେ ବସି ବୁଲିବାର ଅପୂର୍ବ ଆନନ୍ଦ ମଧ୍ୟ ପର୍ଯ୍ୟଟକ ଏଠାରେ ନେଇପାରିବେ।

ଖାଦ୍ୟପେୟ
ସିକିମ୍‌ରେ ମୁଖ୍ୟତଃ ନେପାଳ, ଭୁଟାନ୍‌, ତିବ୍ବତ ତଥା ଭାରତୀୟ ଶୈଳୀରେ ପ୍ରସ୍ତୁତ କରାଯାଉଥିବା ବିଭିନ୍ନ ପ୍ରକାରର ସୁସ୍ବାଦୁ ବ୍ୟଞ୍ଜନ ଖାଇବାକୁ ମିଳିଥାଏ। ଏହି ରାଜ୍ୟର ଖାଦ୍ୟଶୈଳୀ ବିଶେଷତଃ ନିଜର ଚତୁଃପାର୍ଶ୍ୱର ସଂସ୍କୃତି ତଥା ଧର୍ମଦ୍ୱାରା ପ୍ରେରିତ ହୋଇଥାଏ।

କେବେ ଓ କେମିତି ଯିବେ
ସିକିମ୍‌ ବୁଲିଯିବା ପାଇଁ ଏପ୍ରିଲ୍‌ରୁ ସେପ୍ଟେମ୍ବର ହେଉଛି ସବୁଠୁ ଭଲ ସମୟ। ଏହି ସମୟରେ ଏଠାକାର ପାଣିପାଗ ବୁଲାବୁଲି କରିବାକୁ ବେଶ୍‌ ଅନୁକୂଳ ରହିଥାଏ। ତେବେ ଜୁଲାଇରୁ ସେପ୍ଟେମ୍ବର ଭିତରେ ଏଠାରେ ସାମାନ୍ୟ ବର୍ଷା ହେଉଥିବା ମଧ୍ୟ ପରିଲକ୍ଷିତ ହୋଇଥାଏ। ସେହିପରି ଶୀତଦିନେ ଏଠାକାର ତାପମାତ୍ରା ପ୍ରାୟ କମିଯାଏ, ଏପରିକି ସ୍ଥାନେ ସ୍ଥାନେ ପ୍ରବଳ ତୁଷାରପାତ ବି ହୋଇଥାଏ। ତେଣୁ ଶୀତଦିନେ ଏଠାକୁ ବୁଲିଯିବା ପାଇଁ ବାରଣ କରାଯାଇଥାଏ। ତେବେ ଏସବୁ ଦୃଷ୍ଟିରୁ ବିଚାର କଲେ, ସିକିମ୍‌କୁ ଏପ୍ରିଲ୍‌ରୁ ମେ’ ଭିତରେ ବୁଲିଯିବା ସବୁଠୁ ଉପଯୁକ୍ତ ହୋଇଥାଏ। ସେହିପରି ସିକିମ୍‌କୁ ବୁଲିଯିବା ପାଇଁ ଗମନାଗମନର ତିନୋଟି ମାଧ୍ୟମ ରେଳ, ବସ୍‌ ତଥା ଟ୍ରେନ୍‌ର ବେଶ୍‌ ଭଲ ସୁବିଧା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri