ସମର୍‌ ଫ୍ୟାଶନ

ଖରାଦିନେ ସୂର୍ଯ୍ୟଙ୍କର ପ୍ରଖର କିରଣ ସାଙ୍ଗକୁ ଝାଞ୍ଜି ପବନ ଭାରି କଷ୍ଟ ଦେଇଥାଏ। ଏହିଦିନେ ନା ହେଭି ଓ୍ବାର୍କବାଲା ଡ୍ରେସ୍‌ ପିନ୍ଧିହୁଏ ନା ନିଜ ମନ ମୁତାବକ ଷ୍ଟାଇଲ୍‌ କରିହୁଏ। କିନ୍ତୁ ଏଠାରେ ସେମିତି କେତୋଟି ସମର୍‌ ଫ୍ୟାଶନ୍‌ ଟିପ୍ସ ସମ୍ପର୍କରେ ଉଲ୍ଲେଖ କରାଗଲା, ଯାହାକୁ ଆପଣେଇ ଯୁବତୀମାନେ ଖରାଦିନେ ବି ପାଇପାରିବେ ଆକର୍ଷଣୀୟ ଲୁକ୍‌ …

*ଖରାଦିନେ ମହିଳାମାନେ ନିଜ ଓ୍ବାଡ୍‌ରୋବ୍‌ରେ ଧଳାରଙ୍ଗର ଆଉଟ୍‌ଫିଟ୍‌ ଯେମିତିକି ଧଳାରଙ୍ଗର ଶାର୍ଟ, ମ୍ୟାକ୍ସି ଡ୍ରେସ୍‌, ଲଖନୌ ସୁଟ୍‌, ଅନାରକଲି, ଶାଢ଼ି, ଶଟର୍‌ସ, ପେନ୍‌ସିଲ୍‌ ସ୍କର୍ଟ ଆଦି ରଖନ୍ତୁ। ଏସବୁକୁ ପିନ୍ଧିଲେ ସୋବର୍‌ ଲୁକ୍‌ ମିଳିଥାଏ।

*ସେହିପରି ବ୍ଲାକ୍‌ ଆଣ୍ଡ ହ୍ବାଇଟ୍‌ କମ୍ବିନେଶନ ବି ଏହିଦିନେ ଖୁବ୍‌ ସୁନ୍ଦର ଦେଖାଯାଇଥାଏ। ଖାସ୍‌କରି ବ୍ଲାକ୍‌ କଲର୍‌ର ଜିନ୍ସ ସହ ହ୍ବାଇଟ୍‌ କଲର୍‌ର ଶାର୍ଟ କିମ୍ବା ହ୍ବାଇଟ୍‌ କଲର୍‌ର ଡ୍ରେସ୍‌ ଉପରେ ବ୍ଲାକ୍‌ କଲର୍‌ର ପୋଲ୍‌କା ପ୍ରିଣ୍ଟ ଥିବା ଆଉଟ୍‌ଫିଟ୍‌ ଖୁବ୍‌ ଟ୍ରେଣ୍ଡି ଲାଗିଥାଏ।

*ଯୁବତୀମାନେ ଚାହିଁଲେ ଧଳା ସାଙ୍ଗରେ ହାଲ୍‌କା ଗୋଲାପୀ, ହଳଦିଆ, କମଳା, ଲାଭେଣ୍ଡର୍‌ କିମ୍ବା ଅଲିଭ୍‌ ଗ୍ରୀନ୍‌ କଲର୍‌ର କମ୍ବିନେଶନ ଥିବା ଯେକୌଣସି ଆଉଟ୍‌ଫିଟ୍‌କୁ ଟ୍ରାଏ କରି ଆକର୍ଷଣୀୟ ଲୁକ୍‌ ପାଇପାରିବେ।

*ତା’ଛଡ଼ା ଖରାଦିନେ ଫ୍ଲୋରାଲ୍‌ ପ୍ରିଣ୍ଟର ଆଉଟ୍‌ଫିଟ୍‌ କୁଲ୍‌ ଲୁକ୍‌ ଦେଇଥାଏ। ଚେକ୍‌, ଷ୍ଟ୍ରାଇପ୍‌, ଜ୍ୟୋମେଟ୍ରିକ୍‌ ପ୍ରିଣ୍ଟର ଆଉଟ୍‌ଫିଟ୍‌କୁ ବି ଏହିଦିନେ ଯୁବତୀମାନେ ଟ୍ରାଏ କରିପାରିବେ।

*ସେହିପରି ଖରାଦିନେ ଟାଇଟ୍‌ ଫିଟିଂ ଡ୍ରେସ୍‌ ନ ପିନ୍ଧି ଟିକେ ଢିଲା ଡ୍ରେସ୍‌ ପିନ୍ଧିଲେ ଆରାମ ଲାଗିଥାଏ। ବିଶେଷକରି କଟନ୍‌ ଫ୍ୟାବ୍ରିକ୍‌ର ଟି-ଶାର୍ଟ, ପ୍ଲାଜୋ, ଲେଗିଙ୍ଗ୍ସ ସହ ଲଙ୍ଗ୍‌ କୁର୍ତ୍ତୀ, ନି-ଲେଙ୍ଗ୍‌ଥ ଫ୍ରକ୍‌, ସାଲଓ୍ବାର୍‌ ସୁଟ୍‌, ଆସିମେଟ୍ରିକ୍‌ ଟପ୍ସ ତଥା ଶାଢ଼ି ଇତ୍ୟାଦି ଖରାଦିନ ପାଇଁ ବେଶ୍‌ କମ୍ଫର୍ଟେବଲ।

*ଖରାଦିନେ ଇଭନିଂ ପାର୍ଟିକୁ ଯିବାକୁ ଥିଲେ ସିଫନ୍‌, ଜର୍ଜେଟ କିମ୍ବା ର’ ସିଲ୍କର ଓ୍ବାନ୍‌ ସୋଲ୍ଡର ଅବା ଅଫ୍‌ ସୋଲ୍ଡରବାଲା ଯେ କୌଣସି ଶର୍ଟ ଡ୍ରେସ୍‌ କିମ୍ବା ମ୍ୟାକ୍ସି ଡ୍ରେସ୍‌ ପିନ୍ଧି ପାରିବେ। ଏହା ପିନ୍ଧିବାକୁ କମ୍ଫର୍ଟେବଲ୍‌ ଲାଗିବା ସହ ଆଟ୍ରାକ୍ଟିଭ୍‌ ଲୁକ୍‌ ଦେଇଥାଏ।

*ତା’ଛଡ଼ା ଏହି ସିଜିନ୍‌ରେ ପାର୍ଟି, ଫଙ୍କ୍‌ସନ୍‌ ପାଇଁ ଗୋଲ୍ଡେନ୍‌ କିମ୍ବା ସିଲ୍‌ଭର୍‌ କଲର୍‌ର ପାର୍ଟି ଓ୍ବେୟର୍‌ ଖୁବ୍‌ ସୁନ୍ଦର ଦେଖାଯାଇଥାଏ। ଏପରିକି ଅଲିଭ୍‌ ଗ୍ରୀନ୍‌, ପିଙ୍କ୍‌ କିମ୍ବା ପିଚ୍‌ କଲର୍‌ର ଅନାରକଲି, ଲେହେଙ୍ଗା-ଚୋଲି, ଟ୍ରାଡିସିନାଲ୍‌ ଗାଉନ୍‌ କିମ୍ବା ଶାଢ଼ି ବି ଖରାଦିନିଆ ଫଙ୍କ୍‌ସନ୍‌ ପାଇଁ ବେଷ୍ଟ ଅପ୍ସନ ହୋଇଥାଏ।

* ଖରାଦିନେ ଗ୍ଲାମର୍ସ ଲୁକ୍‌ ଚାହୁଁଥିଲେ ଯୁବତୀମାନେ ଶୀୟର୍‌ ବା ଟ୍ରାନ୍ସପାରେଣ୍ଟ ଡ୍ରେସ୍‌ ଟ୍ରାଏ କରିପାରିବେ। କିନ୍ତୁ ଏହି ଆଉଟ୍‌ଫିଟ୍‌ କେବଳ ସ୍ଲିମ୍‌ଟ୍ରିମ୍‌ ଫିଗର୍‌ ଥିଲେ ହିଁ ଭଲ ମାନିଥାଏ।

*ଏହିଦିନେ ଅଧିକ ଗର୍ଜିୟସ୍‌ ଦେଖାଯାଉଥିବା କିମ୍ବା ହେଭି ଏମ୍ବ୍ରୋଏଡୋରୀ, ଷ୍ଟୋନ୍‌, ଚୁମ୍‌କି ତଥା ମିରର୍‌ କାମ ହୋଇଥିବା ଆଉଟ୍‌ଫିଟ୍‌ ବଦଳରେ ଗୋଲ୍ଡେନ୍‌, ସିଲଭର୍‌ କିମ୍ବା କୌଣସି ହାଲୁକା ରଙ୍ଗର ସିମ୍ପଲ୍‌ ଆଉଟ୍‌ଫିଟ୍‌କୁ ପ୍ରାଥମିକତା ଦେଲେ କୁଲ୍‌ ଲୁକ୍‌ ମିଳିଥାଏ।

* ଖରାଦିନେ ନିତ୍ୟ ବ୍ୟବହାର କରୁଥିବା କୁର୍ତ୍ତା, ଟପ୍ସ, ଟି-ଶାର୍ଟ, ଜିନ୍ସ, ପ୍ଲାଜୋ, ସ୍କର୍ଟ ଇତ୍ୟାଦି ସହିତ ଷ୍ଟୋଲ୍‌, ସ୍କାର୍ଫ, କଟନ୍‌ ଜ୍ୟାକେଟ୍‌ ଟ୍ରାଏ କରି ଡିଫରେଣ୍ଟ ଲୁକ୍‌ ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

୨୮ ଅଗଷ୍ଟରେ ଲାଗୁଛି ଗ୍ରହଣ: ୬ ରାଶି ହୋଇଯାଆନ୍ତୁ ସତର୍କ, ଖର୍ଚ୍ଚ ହୋଇଯିବ ସବୁ ଟଙ୍କା…

୨୮ ଅଗଷ୍ଟ ୨୦୨୬ରେ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଲାଗିବ। ଜ୍ୟୋତିଷ ଶାସ୍ତ୍ରର ମାନ୍ୟତା ଅନୁଯାୟୀ ଏହାର ପ୍ରଭାବ ୬ଟି ରାଶି ଉପରେ ପଡ଼ିପାରେ। ଜାଣନ୍ତୁ କେଉଁ କେଉଁ…

ଆଜି ଗ୍ରହ ସଂଯୋଗ ଆଣିବ ୫ ରାଶିଙ୍କ ପାଇଁ ବଡ଼ ପରିବର୍ତ୍ତନ, ଅଚାନକ ଘଟିବ ଏଭଳି, ଯାହା କେବେ…

ଜ୍ୟୋତିଷ ଦୃଷ୍ଟିରୁ ୨୧ ଅଗଷ୍ଟ ଦିନଟି ଅନେକ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ରହିପାରେ। ଗ୍ରହମାନଙ୍କର ସ୍ଥିତି ଅନୁଯାୟୀ ଏହି ଦିନ କ୍ୟାରିୟର, ବ୍ୟବସାୟ ଓ ଆୟ କ୍ଷେତ୍ରରେ…

କେତୁଙ୍କ ଘରେ ବୁଧଙ୍କ ପ୍ରବେଶ, ୩ ରାଶିଙ୍କ ଘରେ ପଡିଯିବ ଅକାଳ! ଆଖି ପିଛୁଳାକେ ଚାଲିଯିବ ସବୁ ଟଙ୍କା…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ଏବଂ ନକ୍ଷତ୍ରମାନଙ୍କର ଚାଲି ପରିବର୍ତ୍ତନ ଆମ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ। ବୁଧ ଏବଂ କେତୁଙ୍କ ସ୍ଥିତି ଓ ନକ୍ଷତ୍ର…

ବୁଧଙ୍କ ସିଂହ ରାଶିର ପ୍ରବେଶରେ ଘଟିବ ବୁଦ୍ଧାଦିତ୍ୟ ରାଜଯୋଗ! ଏହି ରାଶିଙ୍କୁ ଧନଲାଭରୁ କ୍ୟାରିୟର ଯାଏ ଫିଟିଯିବ ଭାଗ୍ୟ…

ଗ୍ରହମାନଙ୍କର ରାଜକୁମାର ବୁଧ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି| ୨୨ ଅଗଷ୍ଟ ୨୦୨୬ ସନ୍ଧ୍ୟା ୭ଟା ୨୪ ମିନିଟ୍‌ରେ ବୁଧ କର୍କଟ ରାଶିରୁ ବାହାରି ସିଂହ ରାଶିରେ…

ଶନିଙ୍କ ଚଳନରେ ମାଲାମାଲ ହେବେ ୪ ରାଶି: ଅଚାନକ ବଦଳିଯିବ ଭାଗ୍ୟ, ହେବ ଧନବର୍ଷା

ବୈଦିକ ଜ୍ୟୋତିଷରେ ଶନିଦେବଙ୍କ ଚଳନ ଓ ନକ୍ଷତ୍ର ପରିବର୍ତ୍ତନକୁ ବିଶେଷ ମହତ୍ତ୍ୱ ଦିଆଯାଏ। ଶନି ରାଶି କିମ୍ବା ନକ୍ଷତ୍ର ପରିବର୍ତ୍ତନ କଲେ ଏହାର ପ୍ରଭାବ ସମସ୍ତ ୧୨ଟି…

୨୦୨୬ ଶେଷ ପୂର୍ବରୁ ବଡ଼ ସଫଳତା! ଆଗାମୀ ୪ ମାସ ଏହି ରାଶିଙ୍କ ସହ ହେବ ଚମତ୍କାର, ବଢିବ…

୨୦୨୬ ବର୍ଷ ଶେଷ ହେବାକୁ ଆଉ ମାତ୍ର ୪ ମାସ ବାକି ରହିଛି। ଏହାପରେ ଆରମ୍ଭ ହେବ ନୂଆ ବର୍ଷ ୨୦୨୭। ତେବେ ନୂଆ ବର୍ଷ ଆସିବା…

ସୃଷ୍ଟି ହେଲା ଦୁର୍ଲଭ ରାଜଯୋଗ: କର୍କଟ ସମେତ ୫ ରାଶିଙ୍କ ଚମକିବ ଭାଗ୍ୟ, ଅଚାନକ ମିଳିବ ଖୁସିଖବର!

୨୦ ଅଗଷ୍ଟର ରାଶିଫଳ ଅନୁସାରେ, ଏହି ଦିନ ଚନ୍ଦ୍ରମା ଦିନ-ରାତି ବିଛା ରାଶିରେ ବିଶାଖା ପରେ ଅନୁରାଧା ନକ୍ଷତ୍ରରେ ଗୋଚର କରିବେ। ବିଛା ରାଶିରେ ଚନ୍ଦ୍ରମା ନୀଚସ୍ଥ…

ଶ୍ରାବଣରେ ଶାହରୁଖ ଖାନ୍‌ଙ୍କ ଘରୁ ବାହାରିଲା ସାପ ଯୋଡ଼ି: ଜାଣନ୍ତୁ ଘରେ ସାପ ଆସିବା କେଉଁ ସଙ୍କେତ ଦିଏ…

ହିନ୍ଦୁ ଧର୍ମୀୟ ଶାସ୍ତ୍ରରେ ସାପକୁ ପୂଜନୀୟ ମନେ କରାଯାଏ। ଭଗବାନ ଶିବ ମଧ୍ୟ ନିଜ ବେକରେ ନାଗକୁ ଧାରଣ କରିଥିବାରୁ ନାଗଙ୍କୁ ନେଇ ଧାର୍ମିକ ମାନ୍ୟତା ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri