ସମର୍‌ ଫ୍ୟାଶନ

ଖରାଦିନେ ସୂର୍ଯ୍ୟଙ୍କର ପ୍ରଖର କିରଣ ସାଙ୍ଗକୁ ଝାଞ୍ଜି ପବନ ଭାରି କଷ୍ଟ ଦେଇଥାଏ। ଏହିଦିନେ ନା ହେଭି ଓ୍ବାର୍କବାଲା ଡ୍ରେସ୍‌ ପିନ୍ଧିହୁଏ ନା ନିଜ ମନ ମୁତାବକ ଷ୍ଟାଇଲ୍‌ କରିହୁଏ। କିନ୍ତୁ ଏଠାରେ ସେମିତି କେତୋଟି ସମର୍‌ ଫ୍ୟାଶନ୍‌ ଟିପ୍ସ ସମ୍ପର୍କରେ ଉଲ୍ଲେଖ କରାଗଲା, ଯାହାକୁ ଆପଣେଇ ଯୁବତୀମାନେ ଖରାଦିନେ ବି ପାଇପାରିବେ ଆକର୍ଷଣୀୟ ଲୁକ୍‌ …

*ଖରାଦିନେ ମହିଳାମାନେ ନିଜ ଓ୍ବାଡ୍‌ରୋବ୍‌ରେ ଧଳାରଙ୍ଗର ଆଉଟ୍‌ଫିଟ୍‌ ଯେମିତିକି ଧଳାରଙ୍ଗର ଶାର୍ଟ, ମ୍ୟାକ୍ସି ଡ୍ରେସ୍‌, ଲଖନୌ ସୁଟ୍‌, ଅନାରକଲି, ଶାଢ଼ି, ଶଟର୍‌ସ, ପେନ୍‌ସିଲ୍‌ ସ୍କର୍ଟ ଆଦି ରଖନ୍ତୁ। ଏସବୁକୁ ପିନ୍ଧିଲେ ସୋବର୍‌ ଲୁକ୍‌ ମିଳିଥାଏ।

*ସେହିପରି ବ୍ଲାକ୍‌ ଆଣ୍ଡ ହ୍ବାଇଟ୍‌ କମ୍ବିନେଶନ ବି ଏହିଦିନେ ଖୁବ୍‌ ସୁନ୍ଦର ଦେଖାଯାଇଥାଏ। ଖାସ୍‌କରି ବ୍ଲାକ୍‌ କଲର୍‌ର ଜିନ୍ସ ସହ ହ୍ବାଇଟ୍‌ କଲର୍‌ର ଶାର୍ଟ କିମ୍ବା ହ୍ବାଇଟ୍‌ କଲର୍‌ର ଡ୍ରେସ୍‌ ଉପରେ ବ୍ଲାକ୍‌ କଲର୍‌ର ପୋଲ୍‌କା ପ୍ରିଣ୍ଟ ଥିବା ଆଉଟ୍‌ଫିଟ୍‌ ଖୁବ୍‌ ଟ୍ରେଣ୍ଡି ଲାଗିଥାଏ।

*ଯୁବତୀମାନେ ଚାହିଁଲେ ଧଳା ସାଙ୍ଗରେ ହାଲ୍‌କା ଗୋଲାପୀ, ହଳଦିଆ, କମଳା, ଲାଭେଣ୍ଡର୍‌ କିମ୍ବା ଅଲିଭ୍‌ ଗ୍ରୀନ୍‌ କଲର୍‌ର କମ୍ବିନେଶନ ଥିବା ଯେକୌଣସି ଆଉଟ୍‌ଫିଟ୍‌କୁ ଟ୍ରାଏ କରି ଆକର୍ଷଣୀୟ ଲୁକ୍‌ ପାଇପାରିବେ।

*ତା’ଛଡ଼ା ଖରାଦିନେ ଫ୍ଲୋରାଲ୍‌ ପ୍ରିଣ୍ଟର ଆଉଟ୍‌ଫିଟ୍‌ କୁଲ୍‌ ଲୁକ୍‌ ଦେଇଥାଏ। ଚେକ୍‌, ଷ୍ଟ୍ରାଇପ୍‌, ଜ୍ୟୋମେଟ୍ରିକ୍‌ ପ୍ରିଣ୍ଟର ଆଉଟ୍‌ଫିଟ୍‌କୁ ବି ଏହିଦିନେ ଯୁବତୀମାନେ ଟ୍ରାଏ କରିପାରିବେ।

*ସେହିପରି ଖରାଦିନେ ଟାଇଟ୍‌ ଫିଟିଂ ଡ୍ରେସ୍‌ ନ ପିନ୍ଧି ଟିକେ ଢିଲା ଡ୍ରେସ୍‌ ପିନ୍ଧିଲେ ଆରାମ ଲାଗିଥାଏ। ବିଶେଷକରି କଟନ୍‌ ଫ୍ୟାବ୍ରିକ୍‌ର ଟି-ଶାର୍ଟ, ପ୍ଲାଜୋ, ଲେଗିଙ୍ଗ୍ସ ସହ ଲଙ୍ଗ୍‌ କୁର୍ତ୍ତୀ, ନି-ଲେଙ୍ଗ୍‌ଥ ଫ୍ରକ୍‌, ସାଲଓ୍ବାର୍‌ ସୁଟ୍‌, ଆସିମେଟ୍ରିକ୍‌ ଟପ୍ସ ତଥା ଶାଢ଼ି ଇତ୍ୟାଦି ଖରାଦିନ ପାଇଁ ବେଶ୍‌ କମ୍ଫର୍ଟେବଲ।

*ଖରାଦିନେ ଇଭନିଂ ପାର୍ଟିକୁ ଯିବାକୁ ଥିଲେ ସିଫନ୍‌, ଜର୍ଜେଟ କିମ୍ବା ର’ ସିଲ୍କର ଓ୍ବାନ୍‌ ସୋଲ୍ଡର ଅବା ଅଫ୍‌ ସୋଲ୍ଡରବାଲା ଯେ କୌଣସି ଶର୍ଟ ଡ୍ରେସ୍‌ କିମ୍ବା ମ୍ୟାକ୍ସି ଡ୍ରେସ୍‌ ପିନ୍ଧି ପାରିବେ। ଏହା ପିନ୍ଧିବାକୁ କମ୍ଫର୍ଟେବଲ୍‌ ଲାଗିବା ସହ ଆଟ୍ରାକ୍ଟିଭ୍‌ ଲୁକ୍‌ ଦେଇଥାଏ।

*ତା’ଛଡ଼ା ଏହି ସିଜିନ୍‌ରେ ପାର୍ଟି, ଫଙ୍କ୍‌ସନ୍‌ ପାଇଁ ଗୋଲ୍ଡେନ୍‌ କିମ୍ବା ସିଲ୍‌ଭର୍‌ କଲର୍‌ର ପାର୍ଟି ଓ୍ବେୟର୍‌ ଖୁବ୍‌ ସୁନ୍ଦର ଦେଖାଯାଇଥାଏ। ଏପରିକି ଅଲିଭ୍‌ ଗ୍ରୀନ୍‌, ପିଙ୍କ୍‌ କିମ୍ବା ପିଚ୍‌ କଲର୍‌ର ଅନାରକଲି, ଲେହେଙ୍ଗା-ଚୋଲି, ଟ୍ରାଡିସିନାଲ୍‌ ଗାଉନ୍‌ କିମ୍ବା ଶାଢ଼ି ବି ଖରାଦିନିଆ ଫଙ୍କ୍‌ସନ୍‌ ପାଇଁ ବେଷ୍ଟ ଅପ୍ସନ ହୋଇଥାଏ।

* ଖରାଦିନେ ଗ୍ଲାମର୍ସ ଲୁକ୍‌ ଚାହୁଁଥିଲେ ଯୁବତୀମାନେ ଶୀୟର୍‌ ବା ଟ୍ରାନ୍ସପାରେଣ୍ଟ ଡ୍ରେସ୍‌ ଟ୍ରାଏ କରିପାରିବେ। କିନ୍ତୁ ଏହି ଆଉଟ୍‌ଫିଟ୍‌ କେବଳ ସ୍ଲିମ୍‌ଟ୍ରିମ୍‌ ଫିଗର୍‌ ଥିଲେ ହିଁ ଭଲ ମାନିଥାଏ।

*ଏହିଦିନେ ଅଧିକ ଗର୍ଜିୟସ୍‌ ଦେଖାଯାଉଥିବା କିମ୍ବା ହେଭି ଏମ୍ବ୍ରୋଏଡୋରୀ, ଷ୍ଟୋନ୍‌, ଚୁମ୍‌କି ତଥା ମିରର୍‌ କାମ ହୋଇଥିବା ଆଉଟ୍‌ଫିଟ୍‌ ବଦଳରେ ଗୋଲ୍ଡେନ୍‌, ସିଲଭର୍‌ କିମ୍ବା କୌଣସି ହାଲୁକା ରଙ୍ଗର ସିମ୍ପଲ୍‌ ଆଉଟ୍‌ଫିଟ୍‌କୁ ପ୍ରାଥମିକତା ଦେଲେ କୁଲ୍‌ ଲୁକ୍‌ ମିଳିଥାଏ।

* ଖରାଦିନେ ନିତ୍ୟ ବ୍ୟବହାର କରୁଥିବା କୁର୍ତ୍ତା, ଟପ୍ସ, ଟି-ଶାର୍ଟ, ଜିନ୍ସ, ପ୍ଲାଜୋ, ସ୍କର୍ଟ ଇତ୍ୟାଦି ସହିତ ଷ୍ଟୋଲ୍‌, ସ୍କାର୍ଫ, କଟନ୍‌ ଜ୍ୟାକେଟ୍‌ ଟ୍ରାଏ କରି ଡିଫରେଣ୍ଟ ଲୁକ୍‌ ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

୫୪ ବର୍ଷ ପରେ ପୂର୍ଣ୍ଣ ସୂର୍ଯ୍ୟପରାଗ: ଏହି ୩ ରାଶିର ଚମକିବ ଭାଗ୍ୟ

ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ୮ ଏପ୍ରିଲ ୨୦୨୪ରେ ପଡିବ। ହିନ୍ଦୁ ଧର୍ମରେ ସୂର୍ଯ୍ୟପରାଗକୁ ବହୁ ମାନ୍ୟତା ଦିଆଯାଏ। ଏହି ସୂର୍ଯ୍ୟପରାଗ ରେବତୀ ନକ୍ଷତ୍ର ଏବଂ...

‘ଏସ୍‌’ ନାମଧାରୀ ବ୍ୟକ୍ତିଙ୍କ ଏଭଳି ହୋଇଥାଏ ସ୍ବଭାବ, ଯେଉଁ କାମ କରନ୍ତି…

ନାମର ପ୍ରଥମ ଅକ୍ଷର ବ୍ୟକ୍ତିର ପ୍ରକୃତି ଏବଂ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇଥାଏ। କିଛି ଅକ୍ଷର ଏପରି ଥାଏ, ଆମ ଆଖପାଖରେ ଅନେକ ନାମ ସେଭଳି...

ଦରିଦ୍ର କରିଦିଏ ଏହି ୬ ଅଭ୍ୟାସ, ଆପଣଙ୍କର ନାହିଁ ତ? ଜାଣନ୍ତୁ କ’ଣ କହିଛନ୍ତି…

ମନୁଷ୍ୟ ନିଜ ଜୀବନରେ ସୁଖରେ ଜୀବନଯାପନ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତଶାସ୍ତ୍ରରେ ଅନେକ ପ୍ରକାରର ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଏହା ବ୍ୟକ୍ତିଙ୍କୁ...

ହୋଲି ଓ ଜୈବ ପ୍ରାକୃତିକ ରଙ୍ଗ

ଆମେ ପାଳନ କରୁଥିବା ପ୍ରମୁଖ ପର୍ବପର୍ବାଣି ମଧ୍ୟରେ ହୋଲି ଅନ୍ୟତମ। ରଙ୍ଗର ଏହି ପର୍ବ ଆମ ଦେଶରେ ବେଶ୍‌ ଜାକଜମକରେ ପାଳନ କରାଯାଏ। ଏବେ ଆମେ...

ସୁସ୍ଥ ସ୍ବାସ୍ଥ୍ୟର ଚାବିକାଠି

ସୁସ୍ଥ ରହିବାକୁ କିଏ ବା ନ ଚାହେଁ? ତେବେ ଏହା ପଛରେ ରହିଛି ଅନେକ କାରଣ। ତନ୍ମଧ୍ୟରୁ ଏକ ସହଜ ତଥା ସରଳ ଉପାୟ ହାତପାଆନ୍ତାରେ...

ବର୍ଷର ପ୍ରଥମ  ଚନ୍ଦ୍ରଗ୍ରହଣ: ହୋଲିରେ କ’ଣ ରହିବ ପ୍ରଭାବ? ଏ ସବୁ ରାଶିର ଲୋକଙ୍କ ପାଇଁ ହେବ ଶୁଭ 

୨୦୨୪ ମାର୍ଚ୍ଚ ୨୫ରେ ବର୍ଷର  ପ୍ରଥମ ଚନ୍ଦ୍ରଗ୍ରହଣ ପଡ଼ୁଛି। ତେବେ ଏହାଭାରତକୁ ଦୃଶ୍ୟମାନ ହେବ ନାହିଁ, ବା ଏହାର କୌଣସି ପ୍ରଭାବ ଦେଖାଯିବ ନାହିଁ ।...

ହୋଲି ପୂର୍ବରୁ ତୁରନ୍ତ ଘରୁ କାଢ଼ି ଦିଅନ୍ତୁ ଏସବୁ, ଧନ-ସମୃଦ୍ଧିରେ ଉପୁଜିବ ବାଧା

ଏମିତି କିଛି ଜିନିଷ ରହିଛି; ଯାହାକୁ ଘରେ ରଖିଲେ ବାସ୍ତୁଦୋଷ ଉପୁଜିବା ସହ ନକାରାତ୍ମକ ଊର୍ଜା ବଢ଼ିଥାଏ। ସେଥିପାଇଁ ଏହି ଜିନିଷଗୁଡ଼ିକୁ ତୁରନ୍ତ ଘରୁ କାଢ଼ିଦେବା...

ସଫଳ ପୁରୁଷ ନିକଟରେ ରହିଥାଏ ଏହି ୪ ଗୁଣ, ସୁଖସମୃଦ୍ଧି ପାଦ ଚୁମେ…

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଜୀବନରେ ସଫଳତାର ସ୍ବାଦ ଚାଖିବା ଲାଗି ଅନେକ ଉପାୟ ବିଷୟରେ ବର୍ଣ୍ଣନା କରିଛନ୍ତି। ସେଥିରେ ସଫଳ ପୁରୁଷଙ୍କ ନିକଟରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri