ସିକ୍କିମ ଦୁର୍ଘଟଣା: ନିଖୋଜ ୪ ଓଡ଼ିଆଙ୍କ ପତ୍ତା ମିଳୁନି

ଯାଜପୁର,୧।୬(ହର୍ଷବର୍ଦ୍ଧନ ବେହେରା): ଉତ୍ତର ସିିକ୍କିମର ତିସ୍ତା ନଦୀକୁ ଗୁରୁବାର ରାତିରେ ଏକ ଟୁରିଷ୍ଟ ଗାଡ଼ି ‘ମହିନ୍ଦ୍ରା ମାକ୍ସ’ ଖସିପଡ଼ିବା ଯୋଗୁ ନିଖୋଜ ଥିବା ରାଜ୍ୟ ଭାଜପା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ଇତିଶ୍ରୀ ଜେନାଙ୍କ ସମେତ ତାଙ୍କ ପରିବାରର ୪ଜଣଙ୍କ ପତ୍ତା ଶନିବାର ସନ୍ଧ୍ୟା ସୁଦ୍ଧା ମିଳିପାରିନାହିଁ। ଦୁର୍ଘଟଣାଗ୍ରସ୍ତ ଟୁରିଷ୍ଟ ଗାଡ଼ି କିଛି ସମୟ ପାଇଁ ନଦୀଗର୍ଭରେ ଦେଖାଯାଇଥିଲେ ହେଁ ତାକୁ ବାହାର କରିବା ସମ୍ଭବ ହୋଇପାରିନାହିଁ। ପ୍ରବଳ ବର୍ଷା ଓ ନଦୀରେ ପାଣିସ୍ରୋତ ବୃଦ୍ଧି ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ସ୍ଥାନୀୟ ଏବଂ ଓଡ଼ିଶାରୁ ଯାଇଥିବା ସ୍ବତନ୍ତ୍ର ଉଦ୍ଧାରକାରୀ ଦଳ ସିଲିଗୁଡ଼ିରେ ଅପେକ୍ଷାରେ ରହିଥିଲେ। ସିଲିଗୁଡ଼ି ନିକଟରେ ଭୂସ୍ଖଳନ ହୋଇଥିବାରୁ ଘଟଣାସ୍ଥଳକୁ ଯାତାୟାତରେ ବାଧା ସୃଷ୍ଟି ହୋଇଥିଲା। ବର୍ଷା କମିବା ଏବଂ ଘଟଣାସ୍ଥଳକୁ ଯିବା ରାସ୍ତା ସ୍ବାଭାବିକ ହେବା ପରେ ଶନିବାର ସନ୍ଧ୍ୟାରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି।
ମିଳିଥିବା ସୂଚନା ଅନୁସାରେ ଇତିଶ୍ରୀ ଜେନା ତାଙ୍କ ୧୧ ଜଣ ପରିବାର ସଦସ୍ୟଙ୍କ ସହ ଏଠାରୁ ଗତ ରବିବାର ରାତି ୧୨ଟାରେ ଟ୍ରେନ ଯୋଗେ ସିକ୍କିମ ଅଭିମୁଖେ ଯାତ୍ରା କରିଥିଲେ। ସେମାନେ ପ୍ରଥମେ ସିଲିଗୁଡି ଷ୍ଟେଶନରୁ ଓହ୍ଲାଇ ଆଖପାଖ ଅଞ୍ଚଳ ବୁଲାବୁଲି କରି ଗ୍ୟାଙ୍ଗ୍‌ଟକ ଯାଇଥିଲେ। ସେଠାରୁ ପ୍ରାୟ ୧୦୦୦ଫୁଟ ଉଚ୍ଚରେ ଥିବା ଚୁଙ୍ଗଥାଙ୍ଗକୁ ଟୁରିଷ୍ଟ ଗାଡ଼ିରେ ବୁଲିବାକୁ ଯାଇଥିଲେ। ଫେରୁଥିବା ସମୟରେ ଇତିଶ୍ରୀ ଓ ତାଙ୍କ ପରିବାରର ଅନ୍ୟ ୫ ଜଣ ସଦସ୍ୟଙ୍କୁ ମିଶାଇ ମୋଟ ୧୧ଜଣ ବସିଥିବା ଟୁରିଷ୍ଟ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇ ପ୍ରାୟ ୧୦୦୦ ଫୁଟ ତଳେ ଥିବା ତିସ୍ତା ନଦୀରେ ପଡ଼ିଥିଲା। ସେମାନଙ୍କ ମଧ୍ୟରୁ ଇତିଶ୍ରୀଙ୍କ ସାନପୁଅ ସାଇରାଜ ଜେନା ଏବଂ ଭାଇଙ୍କ ପୁଅ ଅଂଶୁମାନ ନାଏକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ଜଣଙ୍କର ମୃତ୍ୟୁ ଘଟିଛି। ଇତିଶ୍ରୀ ଓ ତାଙ୍କ ବଡ ପୁଅ ସାହିଲ ଜେନା(୨୦ ବର୍ଷ), ଭାଇ ଅଜିତ ନାଏକ ଓ ଭାଉଜ ସୁନିତା ନାଏକ ନିଖୋଜ ରହିଛନ୍ତି। ଅନ୍ୟ ୪ଜଣ ନିଖୋଜ ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ଏବଂ ତ୍ରିପୁରା ବାସିନ୍ଦା ବୋଲି ଜଣାପଡ଼ିଛି। ଉଦ୍ଧାର ହୋଇଥିବା ସାଇରାଜ ଏବଂ ଅଂଶୁମାନଙ୍କୁ ଗ୍ୟାଙ୍ଗ୍‌ଟକର ଏକ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଅଂଶୁମାନଙ୍କ ଅବସ୍ଥା ଗୁରୁତର ରହିଛି। ଅନ୍ୟପକ୍ଷେ କୋରେଇ ବିଧାୟକ ଆକାଶ ଦାସନାୟକ ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ଉଦ୍ଧାର ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ଏବଂ ଗ୍ୟାଙ୍ଗ୍‌ଟକ ଡାକ୍ତରଖାନାରେ ଚିକିତ୍ସାଧୀନ ସାଇରାଜ ଜେନା ଏବଂ ଅଂଶୁମାନ ନାଏକଙ୍କୁ ଉନ୍ନତମାନର ଚିକିତ୍ସା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି। ଏହାବାଦ୍‌ ଉଭୟଙ୍କୁ ଏୟାର ଲିଫ୍ଟ କରିବାକୁ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ମାଝୀ ପୁଣି ଥରେ ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗଙ୍କ ସହ ଆଲୋଚନା କରି ସ୍ଥିତି ସମ୍ପର୍କରେ ବୁଝି ଯଥାସାଧ୍ୟ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି। ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇଦେବା ନେଇ ମୁଖ୍ୟମନ୍ତ୍ରୀ ମାଝୀ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?