Posted inଜାତୀୟ

କୃଷକଙ୍କ ଆନ୍ଦୋଳନ ସ୍ଥଳରେ ଶିଖ ଗୁରୁଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ,୧୬।୧୨: ଦେଶର ରାଜଧାନୀ ଓ ହରିୟାଣା ସିଙ୍ଗୁ ସୀମାରେ ଚାଲିଥିବା ଆନ୍ଦୋଳନସ୍ଥଳରେ ବୁଧବାର ଜଣେ ଶିଖ ଧର୍ମପ୍ରଚାରକ ଆତ୍ମହତ୍ୟା କରିଛନ୍ତି। ଆନ୍ଦୋଳନରତ କୃଷକଙ୍କୁ ନ୍ୟାୟ ମିଳୁ ନଥିବାରୁ ଦୁଃଖରେ ଭାଙ୍ଗିପଡ଼ି ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି ସନ୍ଥ ବାବା ରାମ ସିଂ। ଆତ୍ମହତ୍ୟା ପୂର୍ବରୁ ସେ ସୁଇସାଇଡ୍‌ ନୋଟ ମଧ୍ୟ ଲେଖିଥିଲେ। ସେଥିରେ ଉଲ୍ଲେଖ କରିଛନ୍ତି, କୃଷି ଆଇନର ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ସମର୍ଥନ କରୁଛି। ଚାଷୀଙ୍କ ଦୁଃଖ ଏବଂ ସରକାରଙ୍କ ଅତ୍ୟାଚାରରେ ମର୍ମାହତ ହୋଇ ଆତ୍ମହତ୍ୟା ପାଇଁ ନିଷ୍ପତ୍ତି ନେଇଛି।

ସେ ଥିଲେ ପଞ୍ଜାବରେ ଜଣେ ଜଣାଶୁଣା ଶିଖ ଧର୍ମପ୍ରଚାରକ। ହରିୟାଣା ଶିରୋମଣି ଗୁରୁଦ୍ବାରା ପ୍ରବନ୍ଧକ କମିଟି ସମେତ ଅନେକ ଶିଖ ସଂଗଠନରେ ବିଭିନ୍ନ ପଦବିରେ ଥିଲେ ରାମ ସିଂ। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ୬୫ ବର୍ଷୀୟ ଏହି ଶିଖ ପୁରୋହିତ ଏକ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ସ୍ବର୍ଣ୍ଣ ମୁଦ୍ରା, ଜାଗା, କାର୍‌ ନେଲା ପରେ ମଧ୍ୟ ଝିଅକୁ ମାରିଦେଲେ

ଥିରୁଭାନ୍ଥପୁରମ,୨୩।୬: ଯୌତୁକ ନିର୍ଯାତନା ଦିଆଯାଉଥିବା ଫଟୋ ପରିବାର ଲୋକଙ୍କୁ ହ୍ବାଟ୍ସଆପ କରିଥିବା ୨୪ ବର୍ଷୀୟା ମହିଳାଙ୍କ ମୃତଦେହ ସ୍ବାମୀଙ୍କ ଘରୁ ମିଳିଛି। ଆୟୁର୍ବେଦିକ ମେଡିସିନ ଛାତ୍ରୀ...

ଆତଙ୍କବାଦୀ ସନ୍ଦେହରେ ୫ ଗିରଫ

ଜମ୍ମୁ,୧୬।୧୧: ଜମ୍ମୁ-କଶ୍ମୀରରେ ସୋପେର ଓ ବାରମୂଳା ଜିଲାରେ ଶନିବାର ଆତଙ୍କବାଦୀ ସନ୍ଦେହରେ ୫ ଜଣଙ୍କୁ ଗିରଫ କରାଯାଇଛି। ଜମ୍ମୁ-କଶ୍ମୀର ପୋଲିସ ଓ ସୁରକ୍ଷାକର୍ମୀଙ୍କ ମିଳିତ ସହଯୋଗରେ...

ଗୁଗ୍‌ଲ ସିଇଓଙ୍କ ବିରୋଧରେ ମାମଲା

ନୂଆଦିଲ୍ଲୀ,୨୬ା୧: କପିରାଇଟ୍‌ ଆକ୍ଟ ଉଲ୍ଲଂଘନ ପାଇଁ ମୁମ୍ବାଇ ପୋଲିସ ବୁଧବାର ଗୁଗ୍‌ଲ ସିଇଓ ସୁନ୍ଦର ପିଚାଇ ଏବଂ ଅନ୍ୟ ୫ଜଣ କମ୍ପାନୀ ଅଧିକାରୀଙ୍କ ନାମରେ ମାମଲା...

ଦିଲ୍ଲୀର ଆଇନ ବ୍ୟବସ୍ଥାକୁ ନେଇ କଥା ହେବାକୁ ଶାହାଙ୍କୁ ସମୟ ମାଗିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୬।୧୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ରାଜଧାନୀ ଦିଲ୍ଲୀର ଆଇନ ବ୍ୟବସ୍ଥାକୁ ନେଇ ଚିନ୍ତାରେ ପଡି ଯାଇଛନ୍ତି। ଏ ସମ୍ପର୍କରେ ସେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ...

ସ୍ବାମୀ କରୁଥିଲେ ଦ୍ୱିତୀୟ ବିବାହ: ମଣ୍ଡପରେ ଝିଅକୁ ଧରି ପହଞ୍ଚିଲେ ପ୍ରଥମ ସ୍ତ୍ରୀ, ପରେ ଘଟିଲା ଏମିତି…

ଚଣ୍ଡିଗଡ଼,୨୮ା୫: ପଞ୍ଜାବର ଫିରୋଜପୁରରେ ଜଣେ ବ୍ୟକ୍ତି ଦ୍ୱିତୀୟ ବିବାହ କରୁଥିଲେ। ଏହା ଜାଣିପାରି ତାଙ୍କ ପ୍ରଥମ ସ୍ତ୍ରୀ ମଣ୍ଡପରେ ପହଞ୍ଚି ହଙ୍ଗାମା କରିଥିଲେ। ପ୍ରଥମ ସ୍ତ୍ରୀ...

କୃଷି ଆଇନ: ରିପୋର୍ଟ ଦାଖଲ କଲା ବିଶେଷଜ୍ଞ କମିଟି

ନୂଆଦିଲ୍ଲୀ,୧।୪(ଆଇଏଏନ୍‌ଏସ୍‌): ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ୩ ଜଣିଆ ବିଶେଷଜ୍ଞ କମିଟି କେନ୍ଦ୍ରର ବିବାଦୀୟ କୃଷି ଆଇନ ଉପରେ ବୁଧବାର ସର୍ବୋଚ୍ଚ ଅଦାଲତରେ ରିପୋର୍ଟ ଦାଖଲ କରିଛି।...

ପଶ୍ଚିମବଙ୍ଗ ଜଳୁଥିବା ବେଳେ ମମତା ବଂଶୀ ଫୁଙ୍କୁଛନ୍ତି: ଭାଜପା ନେତା

କୋଲକାତା,୧୫।୧୨: ନାଗରିକତ୍ୱ ସଂଶୋଧନ ଆଇନକୁ ନେଇ ପଶ୍ଚିମବଙ୍ଗରେ ହୋଇଥିବା ବିରୋଧ ପ୍ରଦର୍ଶନକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଏବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ...

ଜେଏନ୍‌ୟୁର ମୁଖାପିନ୍ଧା ଆକ୍ରମଣକାରୀ ଏବିଭିପି ସମର୍ଥକ: ଆକ୍ରମଣ ପୂର୍ବରୁ ଏବଂ ପରେ ଲିଭାଯାଇଥିଲା ଷ୍ଟ୍ରିଟ୍‌ ଲାଇଟ୍‌ !

ନୂଆଦିଲ୍ଲୀ, ୧୧।୧: ଜେଏନ୍‌ୟୁରେ ଜାନୁୟାରୀ ୫ରେ ରାତି ଅନ୍ଧାରରେ କ୍ୟାମ୍ପସ୍‌ରେ ପଶି କିଛି ଦୁର୍ବୃତ୍ତ ଗୁଣ୍ଡାରାଜ ଚଳାଇଥିଲେ। ଶିକ୍ଷାର୍ଥୀ ଏବଂ ଅଧ୍ୟାପକଙ୍କୁ ନିସ୍ତୁକ ପିଟି ଥିବା...

Advertisement
Archives

Model This Week