Posted inଜାତୀୟ

ରାଜନୀତିରେ ଛକା ମାରିଲେ ସିଦ୍ଧୁ

ନୂଆଦିଲ୍ଲୀ,୧୮।୭: କଂଗ୍ରେସ ହାଇକମାଣ୍ଡ ନବଜ୍ୟୋତ ସିଂ ସିଦ୍ଧୁଙ୍କୁ ପଞ୍ଜାବ ପିସିସି ସଭାପତି ଭାବେ ରବିବାର ନିଯୁକ୍ତି ଦେଇଛନ୍ତି। ଫଳରେ ଦୀର୍ଘଦିନ ଧରି ଦଳରେ ଲାଗି ରହିଥିବା କଳ୍ପନାଜଳ୍ପନାର ଅବସାନ ହୋଇଛି। ଏଥିସହିତ ୪ ଜଣଙ୍କୁ ପିସିସିର କାର୍ଯ୍ୟକାରୀ ସଭାପତି ନିଯୁକ୍ତ କରାଯାଇଛି। ସେମାନେ ହେଲେ କୁଲ୍‌ଜିତ୍‌ ନାଗ୍ରା, ପଓ୍ବନ ଗୋଏଲ୍‌, ସୁଖଓ୍ବିନ୍ଦର ସିଂ ଡାନି ଏବଂ ସଙ୍ଗତ୍‌ ସିଂ ଗିଲିଆନ୍‌।

ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂ ଏବଂ ବରିଷ୍ଠ ନେତା ସିଦ୍ଧୁଙ୍କ ମଧ୍ୟରେ କିଛିଦିନ ହେଲା ଅନ୍ତର୍ଦ୍ୱନ୍ଦ୍ୱ ଲାଗି ରହିଥିଲା। ସିଦ୍ଧୁଙ୍କୁ ପିସିସି ମୁଖ୍ୟ କରିବାକୁ ବିରୋଧ କରି ୯ ଜଣ ଦଳୀୟ ଏମ୍‌ପି ପ୍ରତାପ ସିଂ ବାଜ୍‌ଓ୍ବାଙ୍କ ଦିଲ୍ଲୀ ବାସଭବନରେ ବୈଠକ କରିଥିଲେ। ସେହିପରି ୧୧ ଜଣ କଂଗ୍ରେସ ବିଧାୟକ ଅମରିନ୍ଦରଙ୍କ ସପକ୍ଷରେ ଦାବି କରିଥିଲେ। ଅମରିନ୍ଦର ଜଣେ ତୁଙ୍ଗ ଜନନେତା ହୋଇଥିବାରୁ ତାଙ୍କ କ୍ଷମତା ସଙ୍କୁଚିତ ନ କରିବାକୁ ବିଧାୟକମାନେ ହାଇକମାଣ୍ଡଙ୍କୁ ଅନୁରୋଧ କରଥିଲେ। ସିଦ୍ଧୁ ସମର୍ଥନ ଯୋଗାଡ଼ ପାଇଁ ରବିବାର ଅମରିନ୍ଦରଙ୍କ ନିର୍ବାଚନ ମଣ୍ଡଳୀକୁ ଯାଇ ୩୦ ଜଣ ଦଳୀୟ ନେତା ଓ ବିଧାୟକମାନଙ୍କୁ ଭେଟିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

କେ. ପରାଶରନ୍‌ ହେବେ ରାମମନ୍ଦିର ଟ୍ରଷ୍ଟ ମୁଖ୍ୟ

ନୂଆଦିଲ୍ଲୀ/ଲକ୍ଷ୍ନୌ,୬ା୨: ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ବିବାଦ ମାମଲାରେ ହିନ୍ଦୁ ପକ୍ଷର ପ୍ରତିନିଧିତ୍ୱ କରିଥିବା ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ କେ. ପରାଶରନ୍‌ (୯୨) ରାମ ମନ୍ଦିର ନିର୍ମାଣ...

ଦେଶକୁ ‘ଭାଷଣ’ ନୁହେଁ, ‘ଅକ୍ସିଜେନ୍‌’ ଦରକାର

ନୂଆଦିଲ୍ଲୀ,୨୧।୪: କରୋନା ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ଦେଶର ଅବସ୍ଥା ଖରାପ ଆଡକୁ ଗତି କରୁଛି। ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର...

ଜୁଲାଇ-ଅଗଷ୍ଟରେ ଅଧିକ ହେବ କରୋନା ସଂକ୍ରମଣ

ନୂଆଦିଲ୍ଲୀ, ୨।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ଆତଙ୍କ ଦେଖାଦେଇଛି। ତେବେ ଜୁଲାଇ ଏବଂ ଅଗଷ୍ଟରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାର...

କରୋନା ମୁକାବିଲା: ସପ୍ତାହେ ପାଇଁ ରାଜସ୍ଥାନ ସୀମା ସିଲ୍‌

ଜୟପୁର, ୧୦।୬: ରାଜସ୍ଥାନରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି କ୍ରମଶଃ ଖରାପ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୨୩ ଜଣ ନୂଆ...

ଚଳିତ ବର୍ଷ ଶେଷ ସୁଦ୍ଧା ସମସ୍ତ ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ ଟିକା: ସୁପ୍ରିମ୍‌କୋର୍ଟଙ୍କୁ କହିଲେ କେନ୍ଦ୍ର ସରକାର …

ନୂଆଦିଲ୍ଲୀ,୩୧।୫: କରୋନା ସଂକ୍ରମଣକୁ ନେଇ ବିଭିନ୍ନ ମାମଲାର ବିଚାର ସୁପ୍ରିମ୍‌କୋର୍ଟରେ ଜାରି ରହିଛି। ଏକ ମାମଲାର ଶୁଣାଣି ସମୟରେ କେନ୍ଦ୍ର ସରକାର ପକ୍ଷରୁ ସୁପ୍ରିମ୍‌କୋର୍ଟଙ୍କ ସମ୍ମୁଖରେ...

ଏନ୍‌କାଉଣ୍ଟରରେ କୁଖ୍ୟାତ ହିଜବୁଲ ମୁଜାହିଦ୍ଦିନ ଜିଲା କମାଣ୍ଡର ନିହତ

ଡୋଡା,୧୫।୧: ଜମ୍ମୁ-କଶ୍ମୀରରେ ଭାରତୀୟ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଡୋଡାରେ ହୋଇଥିବା ଏନ୍‌କାଉଣ୍ଟରରେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନର ଜିଲା କମାଣ୍ଡର ହାରୁନ ହାଫଜ...

ମାଗଣାରେ ବାଣ୍ଟିଲେ ପେଟ୍ରୋଲ; କାରଣ ଜାଣିଲେ…

ଭୋପାଳ,୧୬।୧୦: ଦେଶରେ ଦିନକୁ ଦିନ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି। ଏହି ସମୟରେ ମଧ୍ୟପ୍ରଦେଶର ଜଣେ ବ୍ୟକ୍ତି ଖୁସିରେ ମାଗଣା ପେଟ୍ରୋଲ ବାଣ୍ଟିବା ଖବର...

ନାରାୟଣ ସାଇଙ୍କ ନୂଆ ଠିକଣା: ବାରାକ୍‌ ନମ୍ବର-୬;କଏଦୀ ନମ୍ବର ୧୭୫୦

ସୁରଟ,୨।୫: ସୁରଟ ସେସନ୍‌ କୋର୍ଟଙ୍କ ଦଣ୍ଡାଦେଶ ପରେ ନାରାୟଣ ସାଇଙ୍କ ଠିକଣା ଏବେ ବଦଳି ଯାଇଛି। ୨ ଭଉଣୀଙ୍କୁ ବଳାତ୍କାର ଅଭିଯୋଗରେ ସେସନ କୋର୍ଟ ନାରାୟଣଙ୍କୁ...

Advertisement
Archives

Model This Week