ଫଟୋଶୁଟ୍‌ ଆଳରେ କିଆରାଙ୍କ ଗାଲରେ ଚୁମ୍ବନ ଦେଇଥିଲେ ବରୁଣ, ରାଗି ଯାଇଥିଲେ ସିଦ୍ଧାର୍ଥ !

ବମ୍ବେ: ଅଭିନେତା ବରୁଣ ଧାଓ୍ବନଙ୍କ ଯୋଗୁ ସାଥୀ କିଆରା ଆଡଭାଣୀଙ୍କ ଉପରେ ରାଗିଥିଲେ ସିଦ୍ଧାର୍ଥ ମଲହୋତ୍ରା। ଏହା ପଛରେ କାରଣଟି ଥିଲା ଚୁମ୍ବନ। ହଁ, ଫିଲ୍ମ ‘ଯୁଗ ଯୁଗ ଜିୟୋ’ର ପ୍ରମୋଶନ ସମୟରେ ଏକ ଫଟୋଶୁଟ୍‌ ଲାଗି ପୋଜ୍‌ ଦେଉଥିଲେ ବରୁଣ-କିଆରା। ଏହି ସମୟରେ ହଠାତ ବରୁଣ ଅଭିନେତ୍ରୀଙ୍କ ଗାଲକୁ ଚୁମ୍ବନ ଦେଇ ଦେଇଥିଲେ। ଏଭଳି ବ୍ୟବହାର ଦେଖି କିଆରା ଚମକି ଯାଇଥିଲେ। ହେଲେ କିଛି ପ୍ରତିକ୍ରିୟା ଦେଇ ନ ଥିଲେ।

ଘଟଣାଟି କିନ୍ତୁ ସିଦ୍ଧାର୍ଥକୁ ପସନ୍ଦ ଆସି ନ ଥିଲା। ନିର୍ଦ୍ଦେଶକଙ୍କ କହିବା ବିନା ବରୁଣ କିଭଳି କିଆରାଙ୍କୁ ଚୁମ୍ବନ ଦେଇ ପାରିବେ ବୋଲି ସିଦ୍ଧାର୍ଥ କହିଥିଲେ। ଏପରିକି କିଆରାଙ୍କ ଉପରେ ସେ ରାଗି ଯାଇଥିଲେ। ପରେ କିନ୍ତୁ କଥାଟି ଆପୋଶ ବୁଝାମଣାରେ ସମାଧାନ ହୋଇଥିଲା। ଦୁହେଁ ଏକଥାକୁ ଭୁଲିଯାଇ ପୂର୍ବଭଳି ଏକାଠି ରହିବାକୁ ନିଷ୍ପତ୍ତି ନେଇଥିଲେ। ଏବେ ଉକ୍ତ ଫଟୋଶୁଟ୍‌ର ଭିଡିଓ ଭାଇରାଲ ହେଉଛି।

ବଲିଉଡର ଏହି ରୋମାଣ୍ଟିକ ଯୋଡ଼ି ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ପରିବାରଲୋକେ ଦୁହିଁଙ୍କ ପ୍ରି-ଓ୍ବେଡିଂ ଲାଗି କିଣାକିଣି ଆରମ୍ଭ କରିଦେଲେଣି। ଆସନ୍ତା ଫେବୃୟାରୀ ୪ରୁ ଏହି ଉତ୍ସବ ସବୁ ଆରମ୍ଭ ହେବାକୁ ଥିବା ବେଳେ ୬ ଫେବୃୟାରୀରେ ଦୁହିଁଙ୍କ ବିବାହ ହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତି କଥାରେ ଝଗଡା କରନ୍ତି ଏହି ୩ ରାଶି, ଦେହକୁ ନେଇଯାଆନ୍ତି ଛୋଟ-ଛୋଟ କଥା…

ଆପଣଙ୍କ ସାଙ୍ଗ ମହଲରେ ମଧ୍ୟ ନିଶ୍ଚୟ ଏମିତି କେହି ଥିବେ, ଯିଏ ଛୋଟ କଥାକୁ ନେଇ ଯୁକ୍ତିତର୍କ (ତର୍କ-ବିତର୍କ) ଆରମ୍ଭ କରିଦିଅନ୍ତି। କଥା ସରିବା ବଦଳରେ ଲମ୍ୱା…

କାଜୁଗଛରେ ଡେରା ଜମାଇଥିଲା ୧୨ ଫୁଟର ଅହିରାଜ, ବନ କର୍ମଚାରୀଙ୍କ କଠିନ ଉଦ୍ୟମ ପରେ…

ପାଟଣା, ୧।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନ ଅଧୀନ କୁମୁଳାବାହାଳି ଗାଁ ନିକଟସ୍ଥ ଏକ କାଜୁଗଛରୁ ମଙ୍ଗଳବାର ପ୍ରାୟ ୧୨…

ଜନ୍ମାଷ୍ଟମୀରେ ମହାସଂଯୋଗ: ଚମକିବ ୫ ରାଶିର ଭାଗ୍ୟ, କାହ୍ନାଙ୍କ କୃପାରେ ହୋଇଯିବେ ମାଲାମାଲ!

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପର୍ୱ ଚଳିତ ବର୍ଷ ୪ ସେପ୍ଟେମ୍ୱରରେ ଶ୍ରଦ୍ଧା ଓ ଉଲ୍ଲାସର ସହିତ ପାଳିତ ହେବ। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବର ଏହି ଦିନ ଧାର୍ମିକ ଆସ୍ଥା…

ବୁଧ-ମଙ୍ଗଳଙ୍କ ଯୋଗରେ ୪ ରାଶିଙ୍କ ଖୋଲିବ ଭାଗ୍ୟ, ୨ଗୁଣା କରିବେ ଇନକମ୍‌! ମାସେ ଯାଏ ଧନଯୋଗ…

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ମଙ୍ଗଳବାର ୧ ସେପ୍ଟେମ୍ୱର, ୨୦୨୬ ସଂଧ୍ୟା ୬ଟା ୪୮ ମିନିଟରୁ ବୁଧ ଏବଂ ମଙ୍ଗଳ ଗ୍ରହ ପରସ୍ପରଠାରୁ ୬୦ଓ ଦୂରତାରେ ଅବସ୍ଥାନ କରିବେ,…

ଇସ୍ତଫା ଦେଲେ ମିଶ୍‌ବା-ଉଲ-ହକ୍‌, କାହିକି ଜାଣନ୍ତୁ…

କରାଚି,୧ା୯: ଇଂଲଣ୍ଡ ଟୁର୍‌ରେ ପ୍ରଥମ ଦୁଇ ଟେଷ୍ଟରେ ଶୋଚନୀୟ ପରାଜୟ ପରେ ପାକିସ୍ତାନ କ୍ରିକେଟ୍‌ରେ ଆମୂଳଚୂଳ ପରିବର୍ତ୍ତନ ଜାରି ରହିଛି। ଦଳର ୭ ଖେଳାଳିଙ୍କୁ ସ୍ବଦେଶ ପଠାଇ…

ୟୁକ୍ରେନ୍‌ରେ ରୁଷିଆର ଡ୍ରୋନ୍‌ ଆକ୍ରମଣ: ଭାରତୀୟଙ୍କ ସମେତ ୧୨ ମୃତ

କିଭ୍‌,୧ା୯: ୟୁକ୍ରେନ୍‌ରେ ରୁଷିଆର ଆକ୍ରମଣରେ ଜଣେ ଭାରତୀୟଙ୍କ ସମେତ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ମଙ୍ଗଳବାର କହିଛନ୍ତି। ୟୁକ୍ରେନ୍‌ର ବିଭିନ୍ନ ସହର…

କାହିଁକି ବାରମ୍ୱାର ୨୬ ତାରିଖରେ ଘଟୁଛି ପ୍ରଳୟ? ଭେଙ୍ଗାବାବା ଖୋଲିଲେ ରହସ୍ୟ…

ନୂଆଦିଲ୍ଲୀ,୧।୯: ନେପାଳ-ତିବ୍ଦତ ସୀମାରେ ହିମାଳୟର ହିମବାହ (ଗ୍ଲେସିୟର) ଭାଙ୍ଗି ହୋଇଥିବା ପ୍ରଳୟଙ୍କାରୀ ବନ୍ୟା ଓ ଭୂସ୍ଖଳନ ପରେ ଏବେ ସାରା ବିଶ୍ୱରେ ଚାଞ୍ଚଲ୍ୟ ଖେଳିଯାଇଛି। ଶହ ଶହ…

ଜେଲରୁ ମୁକୁଳିଲେ ଗଞ୍ଜାମ ଜିଲା ବିଜେଡି ସଭାପତି ବିକ୍ରମ ପଣ୍ଡା: ଶତାଧିକ ସମର୍ଥକଙ୍କ ଗହଣରେ ବିଶାଳ ଶୋଭାଯାତ୍ରା

ବ୍ରହ୍ମପୁର,୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବହୁ ଚର୍ଚ୍ଚିତ ଆଇନଜୀବୀ ତଥା ଭାଜପା ନେତା ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇଥିବା ଗଞ୍ଜାମ ଜିଲା ବିଜେଡି ସଭାପତି ତଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri