କିଡ୍‌ନୀ ଦେଇ ୨ଜଣଙ୍କୁ ବଞ୍ଚାଇଲେ ‘ସିଦ୍ଧି’

ଭୁବନେଶ୍ୱର (ବ୍ୟୁରୋ) /କଟକ ଅଫିସ/ ଭଞ୍ଜନଗର (ଡି.ଏନ୍‌.ଏ.),୧୮।୫: ନିଜେ ସିନା ଚାଲିଗଲେ କିନ୍ତୁ କିଡ୍‌ନୀ ଦାନ କରି ବଞ୍ଚାଇ ଦେଲେ ଆଉ ଦୁଇଜଣଙ୍କ ଜୀବନ। ଦଶମ ଶ୍ରେଣୀର ଛାତ୍ରୀ ସିଦ୍ଧି ସମୃଦ୍ଧିଙ୍କ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ଘଟିଥିଲା। ଏହାପରେ ପରିବାର ଲୋକଙ୍କ ସହମତି କ୍ରମେ ସିଦ୍ଧିଙ୍କ ଦୁଇ କିଡ୍‌ନୀ ଅନ୍ୟ ଦୁଇ ରୋଗୀଙ୍କ ଶରୀରରେ ପ୍ରତିରୋପଣ ହୋଇଛି। ମଙ୍ଗଳବାର ଗୋଟିଏ କିଡ୍‌ନୀ ଏସ୍‌ସିବି ମେଡିକାଲରେ ଚିକିତ୍ସିତ ରୋଗୀଙ୍କ ଠାରେ ଏବଂ ଅନ୍ୟଟି ଭୁବନେଶ୍ୱରର ଆପୋଲୋ ହସ୍ପିଟାଲର ଜଣେ ରୋଗୀଙ୍କ ଶରୀରରେ ସଫଳତାର ସହ ପ୍ରତିରୋପଣ କରାଯାଇଛି।
ମିଳିଥିବା ସୂଚନାନୁସାରେ, ୧୫ବର୍ଷୀୟା ସିଦ୍ଧିଙ୍କ ଘର ବ୍ରହ୍ମପୁର ବାସୁଦେବନଗର। ମା’ ସୁନୀତା ପ୍ରଧାନ ଜଗଦଲପୁର ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଥିବା ବେଳେ ବାପା ସପନ କୁମାର ବିନ୍ଧାଣି ଛତ୍ରପୁର ଟେଲିଫୋନ ଏକ୍ସଚେଞ୍ଜରେ କାର୍ଯ୍ୟ କରୁଛନ୍ତି। ଗତ ଶନିବାର ଦିନ ମୁଣ୍ଡବିନ୍ଧା ହେବା ସହିତ ସିଦ୍ଧିଙ୍କ ପ୍ରବଳ ବାନ୍ତି ହୋଇଥିଲା। ପରେ ସେ ଅଚେତ ହୋଇ ପଡ଼ିଥିଲେ। ଏହାଦେଖି ପରିବାର ଲୋକେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ନେଇଥିଲେ। ସେଠାରେ ସିଟି ସ୍କାନ୍‌ କରିବା ପରେ ତାଙ୍କର ବ୍ରେନ୍‌ରେ ଟ୍ୟୁମର ହୋଇଥିବା ଜଣାପଡ଼ିଥିଲା। ଅଧିକ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିିଟାଲକୁ ଅଣାଯାଇଥିଲା। ସିଦ୍ଧି ବ୍ରେନ୍‌ ହାମ୍‌ରେଜର ଶିକାର ହୋଇଥିବା ଡାକ୍ତରମାନେ କହିଥିଲେ। ଚିକିତ୍ସା ଚାଲିଥିବା ସତ୍ତ୍ୱେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ଘଟି ନ ଥିଲା। ସିଦ୍ଧିଙ୍କୁ ଭେଣ୍ଟିଲେଟରରେ ରଖାଯିବା ପରେ ଡାକ୍ତରମାନେ ତାଙ୍କୁ ସୋମବାର ଅପରାହ୍ନ ସାଢ଼େ ୫ଟାରେ ବ୍ରେନ୍‌ ଡେଡ୍‌ ବୋଲି ଘୋଷଣା କରିଥିଲେ। ଏହା ଜଣାପଡ଼ିବା ପରେ ପରିବାର ଲୋକେ ତାଙ୍କ ଅଙ୍ଗଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଆବଶ୍ୟକ କାଗଜପତ୍ର ପ୍ରସ୍ତୁତି ସରିବା ପରେ ସୋମବାର ବିଳମ୍ବିତ ରାତିରେ ସିଦ୍ଧିଙ୍କ ଅଙ୍ଗଦାନ ପାଇଁ ପ୍ରସ୍ତୁତି ହୋଇଥିଲା। ମଙ୍ଗଳବାର ସକାଳେ ତାଙ୍କର ୨ଟି କିଡ୍‌ନୀକୁ ଅନ୍ୟ ୨ଜଣଙ୍କୁ ଦାନ କରିଥିଲେ। ସେଥିମଧ୍ୟରୁ ଗୋଟିଏ କିଡ୍‌ନୀ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ଜଣେ ୩୪ବର୍ଷୀୟା ମହିଳାଙ୍କୁ ଏବଂ ଅନ୍ୟଟି ଭୁବନେଶ୍ୱର ଆପୋଲୋ ହସ୍ପିିଟାଲରେ ଚିକିତ୍ସାଧୀନ ଥିବା ରାଉରକେଲାର ସନ୍ତୋଷ ଗୁପ୍ତାଙ୍କ ଶରୀରରେ ସଫଳତାର ସହ ପ୍ରତିରୋପଣ କରାଯାଇଥିବା ଜଣାପଡ଼ିଛି। ଏସ୍‌ସିବିରେ ପ୍ରତିରୋପଣ କରାଯିବା ସମୟରେ ୟୁରୋଲୋଜି ବିଭାଗୀୟ ମୁଖ୍ୟ ଡା. ସ୍ବାଇଁଙ୍କ ସମେତ ଡା. ସବ୍ୟସାଚୀ ପଣ୍ଡା, ନେଫ୍ରୋଲୋଜି ବିଭାଗର ଡା. ଶରତ ପରିଡ଼ା, ନିଶ୍ଚେତକ ଡା. କଲ୍ୟାଣୀ ପରିଡ଼ାଙ୍କ ସମେତ ଅନ୍ୟ ସ୍ବାସ୍ଥ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଦୀର୍ଘଦିନର ବ୍ୟବଧାନ ପରେ ତଥା କୋଭିଡ୍‌ ମହାମାରୀ ପରବର୍ତ୍ତୀ ସମୟରେ ପୁଣି ଥରେ ଏସ୍‌ସିବିରେ ଏଭଳି ସଫଳ କିଡ୍‌ନୀ ପ୍ରତିରୋପଣ ହୋଇଥିବା ମେଡିକାଲ ପକ୍ଷରୁ କୁହାଯାଇଛି। ସେପଟେ ସିଦ୍ଧିଙ୍କ ମରଶରୀରକୁ ମେଡିକାଲ ପକ୍ଷରୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ସିଦ୍ଧିଙ୍କ ବଡ଼ ମା’ ଶିକ୍ଷୟିତ୍ରୀ ମମତା ପ୍ରଧାନ କହିଛନ୍ତି, ସିଦ୍ଧି ଆମକୁ ଛାଡ଼ି ଚାଲିଗଲା, କିନ୍ତୁ ଅନ୍ୟ ୨ଜଣଙ୍କ ଜୀବନ ବଞ୍ଚାଇ ଦେଇଗଲା। ପୁରୀ ସ୍ବର୍ଗଦ୍ୱାରରେ ତାଙ୍କର ଅନ୍ତିମ ସତ୍କାର ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ସିଦ୍ଧି ସମୃଦ୍ଧି ଗଞ୍ଜାମ ଜିଲା ଭଞ୍ଜନଗର ଥାନାର ପୂର୍ବତନ ପୋଲିସ ଏସ୍‌ଆଇ ତଥା ଗାଙ୍ଗପୁର ନିକଟସ୍ଥ ଗୁଡ଼ିବନ୍ଧ ଗ୍ରାମର ସ୍ବର୍ଗତ ଗୌରହରି ପ୍ରଧାନଙ୍କ ନାତୁଣୀ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri