ନବମ ଶ୍ରେଣୀରେ ଫେଲ ହୋଇଥିଲେ ଏହି ଲୋକପ୍ରିୟ ଅଭିନେତା: ଆଲିଆଙ୍କ ପରେ ଏବେ କିଆରାଙ୍କ ପ୍ରେମରେ ହେଉଛନ୍ତି ଉବୁଟୁବୁ

ବମ୍ବେ: କରନ୍‌ ଜୋହରଙ୍କ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର’ରୁ ଡେବ୍ୟୁ କରିଥିବା ସିର୍ଦ୍ଧାର୍ଥ ମଲହୋତ୍ରା ଏବେ ଆଗଧାଡ଼ିର ନାୟକଙ୍କ ମଧ୍ୟରୁ ଜଣେ। ନିଜର ଲୁକ୍‌ ସହ ଅଭିନୟକୁ ନେଇ ମହିଳା ପ୍ରଶଂସକଙ୍କ ହୃଦୟ ଜିଣନ୍ତି ସେ। ଆଜି ସେ ନିଜର ଜନ୍ମଦିନ ପାଳନ କରୁଛନ୍ତି। ଏଥିନେଇ ପ୍ରଶଂସକଙ୍କଠାରୁ ଆରମ୍ଭ କରି ସହକଳାକାରମାନେ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି

ଜଣେ ମଡେଲରୁ ସଫଳ ଅଭିନେତା ପାଲଟିଥିବା ସିର୍ଦ୍ଧାର୍ଥ ପାଠପଢ଼ାରେ ସେତେଟା ଭଲ ନ ଥିଲେ। ନବମ ଶ୍ରେଣୀରେ ସେ ଫେଲ୍‌ ମଧ୍ୟ ହୋଇଥିଲେ। ଏହାକୁ ନେଇ ପରିବାରଲୋକେ ଚିନ୍ତାରେ ରହୁଥିଲେ। ଏପରିକି ତାଙ୍କୁ ମା’ଙ୍କଠାରୁ ମାଡ଼ ଖାଇବାକୁ ପଡ଼ୁଥିଲା।

ମଧ୍ୟବିତ୍ତ ପରିବାରରେ ସିଦ୍ଧାର୍ଥଙ୍କ ଜନ୍ମ। ଏଣୁ ସେ ଭଲ ପାଠପଢ଼ି ବଡ଼ ମଣିଷ ହୁଅନ୍ତୁ ବୋଲି ମାତାପିତା ଚାହୁଁଥିଲେ। ଧିରେ ଧିରେ ସେ ପାଠ ପଢ଼ା ପ୍ରତି ଦୃଷ୍ଟି ଦେବା ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଭଗତ ସିଂହ କଲେଜରୁ ପାଠପଢ଼ା ସାରିଥିଲେ। ପରେ ସେ ମଡେଲ ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ଏକ ସମୟରେ ପ୍ରିୟଙ୍କା ଚୋପ୍ରାଙ୍କ ଫିଲ୍ମ ‘ଫ୍ୟାଶନ୍‌’ରେ କାମ କରିବାକୁ କୁହାଯାଇଥିଲା। ହେଲେ ସେ ୨୦୧୨ରେ କରନ୍‌ଙ୍କ ଫିଲ୍ମରୁ ଡେବ୍ୟୁ କରିଥିଲେ। ଆଗାମୀ ଦିନରେ ତାଙ୍କର ଫିଲ୍ମ ‘ଶେରଶାହ’ ରିଲିଜ ହେବାକୁ ଯାଉଛି।

ବ୍ୟକ୍ତିଗତ ଜୀବନ ବିଷୟରେ କଥାହେଲେ ଡେବ୍ୟୁ ଫିଲ୍ମରୁ ଆଲିଆଙ୍କ ପ୍ରେମରେ ପଡ଼ିଥିଲେ ସେ। ଦୀର୍ଘ ଦିନ ଯାଏ ସମ୍ପର୍କ ଠିକ୍‌ଠାକ୍‌ ଚାଲିଥିଲେ ହେଁ ରଣବିରଙ୍କ ଯୋଗୁ ଏଥିରେ ଭଟ୍ଟା ପଡ଼ିଥିଲା। ଆଉ ଏବେ ସିର୍ଦ୍ଧାର୍ଥ କିଆରା ଆଡଭାଣୀଙ୍କୁ ଡେଟ୍‌ କରୁଛନ୍ତି। ନିକଟରେ ଉଭୟ ଛୁଟି କଟାଇ ଫେରିଛନ୍ତି। ଏଣୁ ସେ କିଆରାଙ୍କ ପ୍ରେମରେ ଉବୁଟୁବୁ ହେଉଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri