ନବ୍ୟା-ସିଦ୍ଧାନ୍ତଙ୍କ ପ୍ରେମ କାହାଣୀକୁ ନେଇ ପୁଣି ହେଲା ଚର୍ଚ୍ଚା

ମୁମ୍ବାଇ: ବିଗ ବି ଅମିତାଭଙ୍କ ନାତୁଣି ନବ୍ୟା ନଭେଲି ନନ୍ଦା ଓ ଅଭିନେତା ସିଦ୍ଧାନ୍ତ ଚତୁର୍ବେଦୀଙ୍କ ରିଲେସନଶିପକୁ ନେଇ ପୁଣି ଚର୍ଚ୍ଚା ହୋଇଛି । ଉଭୟ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ଥିବା ବେଳେ ଏବେ ଉଭୟଙ୍କ ପୋଷ୍ଟକୁ ନେଇ ଚର୍ଚ୍ଚା ଯୋର ଧରିଛି । ଗୋଟିଏ ପଟେ ସିନ୍ଧାନ୍ତ ବଲିଉଡରେ ପାଦ ରଖି ସାରିଥିବା ବେଳେ ଦର୍ଶକଙ୍କୁ କିଛି ଭଲ ମୁଭି ବି ଭେଟି ଦେଇ ସାରିଲେଣି । ଏପଟେ ନବ୍ୟା ସୋସିଆଲ ମିଡିଆ ସେନସେଶନ ପାଲଟି ଯାଇଛନ୍ତି । ହେଲେ ଏହାରି ଭିତରେ ଉଭୟଙ୍କ ମଧ୍ୟରେ ଥିବା କନେକଶନକୁ ନେଇ ଚର୍ଚ୍ଚା ହେଉଛି । ଏହାସହ ଅନୁମାନ କରାଯାଉଛି କି ଉଭୟଙ୍କ ମଧ୍ୟରେ କିଛି ସମ୍ପର୍କ ରହିଛି ବୋଧହୁଏ ।
ନିକଟରେ ନବ୍ୟା ନଭେଲି ନନ୍ଦା ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରିଥିଲେ । ଯେଉଁଥିରେ ସେ ନୁଡୁଲ୍‌ସ ବକ୍ସ ସହ ନଜର ଆସିଥିଲେ । ଯେଉଁଥିରେ ସେ କ୍ୟାପଶନରେ ଲେଖିଥିଲେ ‘ଆଜି ନୁଡୁଲ୍ସ ତିଆରି କରିବା’ । ଏହାର କିଛି ସମୟ ପରେ ସିଦ୍ଧାନ୍ତ ଚତୁର୍ବେଦୀଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଦେଖିବାକୁ ମିଳିଥିଲା । ଯେଉଁଥିରେ ଜଣେ ଯୁବତି ଅଭିନେତାଙ୍କ ଗଳାରେ ଚେନ ପିନ୍ଧାଇ ଦେଉଥିଲେ । ଏହାସହ ସିଦ୍ଧାନ୍ତ କ୍ୟାପଶନରେ ଲେଖିଥିଲେ ‘ଉସକେ ନୁଡୁଲ୍ସ’ । ଏହାପରେ ନବ୍ୟା ଓ ସିଦ୍ଧାନ୍ତଙ୍କ ପୋଷ୍ଟକୁ ଯୋଡି ୟୁଜର୍ସ ଭିନ୍ନ ଭିନ୍ନ ପ୍ରକାର କମେଣ୍ଟ ଦେବା ଆରମ୍ଭ କରିଛନ୍ତି । କେହି ଲେଖିଛି ନ୍ୟୁ କପଲ ତ ପୁଣି କିଏ ହାର୍ଟ ଇମୋଜି ଶେୟାର କରିଛି ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ବି ନବ୍ୟା ଓ ସିଦ୍ଧାନ୍ତଙ୍କୁ ନେଇ ଆଲୋଚନା ହୋଇଥିଲେ ମଧ୍ୟ ଏମାନେ ଏହାକୁ ଅଫିସିୟାଲି କିଛି ଘୋଷଣା କରି ନାହାନ୍ତି । ହେଲେ ପୁଣିଥରେ ଯେତେବେଳେ ବଲିଉଡ ନିର୍ଦ୍ଦେଶକ କରନ ଜୋହରଙ୍କ ବାର୍ଥ ଡେ ପାର୍ଟିରେ ଉଭୟଙ୍କୁ ଦେଖିବାକୁ ମିଳିଥିଲା ସେତେବେଳେ ବି ଏମାନଙ୍କ ଯୋଡିକୁ ନେଇ ଭିନ୍ନ ଭିନ୍ନ ଅନୁମାନ କରାଯାଉଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ଲାମର ଛାଡ଼ି ଏବେ ଯୋଗିନୀ

ବମ୍ବେ: କଳାକାରଟିଏ ହେବାର ସ୍ବପ୍ନ ନେଇ ଅନେକ ମୁମ୍ବାଇ ମୁହାଁ ହୋଇଥାନ୍ତି। ଏଥିପାଇଁ ସହରକୁ ସ୍ବପ୍ନର ସହର ବୋଲି କୁହାଯାଏ। ଅନେକ ଆଶାୟୀଙ୍କ ସ୍ବପ୍ନ ଏଠାରେ...

ନୂଆ ଘର ଖୋଜୁଛନ୍ତି ଏହି କପୁଲ, ବିବାହ ପୂର୍ବରୁ ରହିବେ ଲିଭ ଇନରେ

ମୁମ୍ବାଇ: ଏବେ ଖୁବ୍ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ କପୁଲ କିଆରା ଆଡଭାନୀ ଓ ସିଦ୍ଧାର୍ଥ ମାଲହୋତ୍ରା । ଏମାନଙ୍କୁ ଅନେକ ସମୟରେ ଏକାଠି ଦେଖିବାକୁ ମିଳୁଛି...

ରଣବୀରଙ୍କ ବୋଲ୍ଡ ଫଟୋଶୁଟ୍‌

ବଲିଉଡ ଅଭିନେତା ରଣବୀର ସିଂ ତାଙ୍କ ଫ୍ୟାଶନ୍‌ ଷ୍ଟାଇଲ୍‌କୁ ନେଇ ପ୍ରାୟତଃ ଚର୍ଚ୍ଚାରେ ଥାାନ୍ତି। ବେଳେବେଳେ ନିଜ ଶୈଳୀକୁ ନେଇ ଟ୍ରୋଲର ଶିକାର ହୁଅନ୍ତି। କିନ୍ତୁ...

ମଲାଇକାଙ୍କ ଭଳି ଡ୍ରେସ୍‌ ପିନ୍ଧି ଟ୍ରୋଲ ହେଲେ ସୋନାକ୍ଷୀ

ବମ୍ବେ: ଆଇଟମ୍‌ ଗର୍ଲ ତଥା ଅଭିନେତ୍ରୀ ମଲାଇକା ଅରୋରାଙ୍କ ଭଳି ପୋଷାକ ପିନ୍ଧିବାକୁ ନେଇ ଟ୍ରୋଲ ହୋଇଛନ୍ତି ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା। ନିଜର ସୋସିଆଲ...

ଫେରାର୍‌ ହେଲେ ରିୟା; ଖାଲି ହାତରେ ଫେରିଲା ପୋଲିସ !

ମୁମ୍ବାଇ, ୨୯।୭: ଦିଗଂବତ ବଲିଉଡ୍‌ ଯୁବ ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲା ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି। ସୁଶାନ୍ତଙ୍କ ବାପା କେ.କେ....

ଏହି କଳାକାରଙ୍କ ଭାଗ୍ୟ ବଦଳାଇଥିଲା ଗୋଟିଏ ଫୋନ୍‌ କଲ୍‌

ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କ ସହ ଫିଲ୍ମ ‘ବେବି’ରେ ଏକ ଗୁପ୍ତଚର ଭୂମିକାରେ ଅଭିନୟ କରିଥିଲେ ଅଭିନେତା କରଣ ଆନନ୍ଦ। ତେବେ ତାଙ୍କ ଅଭିନୟ ଜୀବନ...

ସାହସୀ କ୍ୟାଟ୍ରିନା

ସତରେ କ୍ୟାଟ୍ରିନାଙ୍କ ସାହସକୁ ମାନିବାକୁ ପଡ଼ିବ। ଯେଉଁ ଶଟ୍‌ ପାଇଁ ଷ୍ଟଣ୍ଟ ମ୍ୟାନ୍‌ ଆବଶ୍ୟକ ହେଉଥିଲା, ସେପରି ରିସ୍କ ସେ ନିଜେ ନେଇଥିଲେ। କେବଳ ସେତିକି...

୨୦୨୦ କଳାକାର ଜଗତ ପାଇଁ କଳାବର୍ଷ: ଏସବୁ ତାରକାଙ୍କ ଆତ୍ମହତ୍ୟାକୁ ନେଇ ଇଣ୍ଡଷ୍ଟ୍ରି ପ୍ରକମ୍ପିତ

୨୦୨୦ ଏକ କଳାବର୍ଷ। ସମଗ୍ର ବିଶ୍ୱ ପାଇଁ ଏହି ବର୍ଷ ଅଶୁଭ ପାଲଟି ଯାଇଛି। କରୋନା ମହାମାରୀ ପ୍ରତିଦିନ ହଜାର ହଜାର ଲୋକଙ୍କ ଜୀବନ ନେଉଥିବା...

Advertisement
Archives

Model This Week