ଶିକୁଳିରେ ସିଦ୍ଧକାଳୀ

ପ୍ରତ୍ୟକ୍ଷ ଦେବୀ ଭାବେ ପରିଚିତ ସିଦ୍ଧକାଳୀ। କେନ୍ଦୁଝରର ସିଦ୍ଧ ମଠଠାରେ ମା’ ବିରାଜିତ। ୮୦୦ ବର୍ଷର ପୁରାତନ ଏହି ପୀଠରେ ପୂଜିତ ମା’ କାଳୀଙ୍କ ରହିଛି ସ୍ବତନ୍ତ୍ରତା ା
ଶିକୁଳିରେ ବନ୍ଧା ହୋଇ ମା’ ପୂଜା ପାଇ ଆସୁଛନ୍ତି ା କିମ୍ବଦନ୍ତୀ କୁହେ, ଚୁଳିଆ ପାହାଡ଼ ପାଦ ଦେଶରେ ଅବସ୍ଥିତ ଏହି ସ୍ଥାନ ତନ୍ତ୍ର ସାଧନର ପୀଠ ଥିଲା। ବହୁ ସିଦ୍ଧ ସାଧୁ ଏଠାରେ ସାଧନା କରିବା ସହ ମନ୍ତ୍ରତନ୍ତ୍ର ବିଧି ବ୍ୟବସ୍ଥାରେ ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରୁଥିଲେ। ଏଠାରେ ମା’ କାଳୀଙ୍କ ପଥର ମୂର୍ତ୍ତି ରହିଥିବା ବେଳେ ଏହା ବହୁ ତଳକୁ ମାଟି ତଳେ ପୋତି ହୋଇ ରହିଥିବା କୁହାଯାଏ ା
ମା’ଙ୍କ ଶରୀର କଙ୍କାଳ ସଦୃଶ ମୁଗୁନି ପଥରରେ ତିଆରି ହୋଇଥିବା ମନେ ହୁଏ ା ମା’ ଦଶ ଭୁଜା ଓ ପ୍ରତ୍ୟେକ ହାତରେ ବିଭିନ୍ନ ପ୍ରକାର ସାମଗ୍ରୀ ଯଥା ଖଣ୍ଡା, କଟା ମୁଣ୍ଡ ଆଦି ଧରିଥିବା ବେଳେ ବାମ ହାତର ଆଙ୍ଗୁଠିକୁ ପାଟିରେ କାମୁଡ଼ି ଥିବା ଦେଖିବାକୁ ମିଳେ ା ଶିକୁଳିରେ ବନ୍ଧା ହେବା ନେଇ ଯଦିଓ କୌଣସି ସ୍ବତନ୍ତ୍ର କାରଣ ନାହିଁ ତେବେ ମା’ଙ୍କ ପ୍ରକୋପ ଏତେ ଥିଲା ଯେ, ଭକ୍ତଙ୍କ ସୁରକ୍ଷା ପାଇଁ ସେତେବେଳେ ମା’ଙ୍କୁ ତନ୍ତ୍ରମନ୍ତ୍ର ଦ୍ୱାରା ଶିକୁଳିରେ ବନ୍ଧା ଯାଇ ପୂଜା କରାଯାଉଥିବା କଥିତ ରହିଛି। ଏବେ ମଧ୍ୟ ଶ୍ରଦ୍ଧାଳୁ ଭୟରେ ମନ୍ଦିର ଭିତରକୁ ପ୍ରବେଶ କରି ପୂଜା କରନ୍ତି ନାହିଁ। ମନ୍ଦିର ପାର୍ଶ୍ୱରେ ଥିବା ଝରକାରେ ମା’ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଥାନ୍ତି ା
ଏଠାରେ କାଳିପୂଜାରେ ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ। ଯଜ୍ଞ, ଚଣ୍ଡିପାଠ ବିଳମ୍ବିତ ରାତି ପର୍ଯ୍ୟନ୍ତ ନୈଷ୍ଠିକତାର ସହ କରାଯାଇଥାଏ ା
ଏଠାରେ ଥିବା ଶିବ ମହାକାଳ ବା କାଳେଶ୍ୱର ଭାବରେ ପୂଜା ପାଇ ଆସୁଛନ୍ତି ା ଏଠାରେ ଭଗବାନ ଶିବ କ୍ଷମତାହୀନ ବୋଲି କୁହାଯାଏ ା ମା’ କାଳୀ କ୍ଷମତା ସମ୍ପନ୍ନ ବୋଲି ଲୋକେ ବିଶ୍ୱାସ କରି ପୂଜା କରିଥାନ୍ତି ା
ଦେବୋତ୍ତର ବିଭାଗ ଅଧୀନରେ ଥିବା ଏହି ମନ୍ଦିରରେ ବର୍ଷ ତମାମ ଭକ୍ତଙ୍କ ଭିଡ଼ ଜମୁଥିଲେ ହେଁ ବିଶେଷ କରି କାଳୀ ପୂଜା ସମୟରେ ଅଧିକ ଜନ ସମାଗମ ହୋଇଥାଏ। ତେବେ କରୋନା କଟକଣା ପାଇଁ ଚଳିତ ବର୍ଷ ବିନା ଭକ୍ତରେ ରୀତିନୀତି ଅନୁଯାୟୀ ମା’ଙ୍କ ପୂଜାର୍ଚ୍ଚନା କରାଯିବ ବୋଲି ଦେବୋତ୍ତର ବିଭାଗ ନିର୍ବାହୀ ଅଧିକାରୀ ତଥା ଉପଜିଲାପାଳ ରାମଚନ୍ଦ୍ର କିସ୍କୁ କହିଛନ୍ତି।
– ନରେଶ ଚନ୍ଦ୍ର ପଟ୍ଟନାୟକ, କେନ୍ଦୁଝର


Enter your email to get our daily news in your inbox.

All Right Reserved By Dharitri.Com

୩ ରାଶି ଉପରେ କେତୁଙ୍କ କ୍ରୁର ଦୃଷ୍ଟି! ସାମାନ୍ୟ ଭୂଲ ପଡିବ ଭାରୀ, ଚାକିରିରେ ବଢିବ ଟେନଶନ

୩ ଅକ୍ଟୋବର ୨୦୨୬ରେ କେତୁ ସିଂହ ରାଶିରେ ଥିବା ନିଜର ମଘା ନକ୍ଷତ୍ରର ପ୍ରଥମ ପାଦରେ ପ୍ରବେଶ କରିସାରିଛି। ଏହି ନକ୍ଷତ୍ର ଗୋଚର ୫ ଡିସେମ୍ୱର ୨୦୨୬…

ଅକ୍ଟୋବର ୧୭ରେ ସୂର୍ଯ୍ୟଙ୍କ ବଡ଼ ଗୋଚର: ୩ ରାଶି ରୁହନ୍ତୁ ସାବଧାନ! ପାଖରୁ ଚାଲିଯିବ ସବୁ ଟଙ୍କା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଅକ୍ଟୋବର ମଧ୍ୟଭାଗରେ ଗ୍ରହ ସ୍ଥିତିରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ପ୍ରକୃତରେ, ବୈଦିକ କ୍ୟାଲେଣ୍ଡର ଅନୁସାରେ, ଆସନ୍ତା ଅକ୍ଟୋବର ୧୭…

୨୩ ଦିନରେ ବଦଳିବ ଭାଗ୍ୟ! ଗୁରୁ-ବୁଧଙ୍କ କୃପାରେ ଲାଭବାନ ହେବେ ୫ ରାଶି

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ଚଳନକୁ ବେଶ୍ ଗୁରୁତ୍ୱ ଦିଆଯାଏ । ବିଶେଷକରି ଦେବଗୁରୁ ବୃହସ୍ପତି ବା ଗୁରୁ ଗ୍ରହଙ୍କ ସ୍ଥିତିରେ ପରିବର୍ତ୍ତନ ଆସିଲେ ଏହାର ପ୍ରଭାବ ରାଶିଚକ୍ରର…

୫୮ ବର୍ଷ ପରେ ନବରାତ୍ରୀରେ ଦୁର୍ଲଭ ମହାସଂଯୋଗ: ଫିଟିବ ଏହି ୩ ରାଶିର ଭାଗ୍ୟ, ଧନ ବର୍ଷା ସହ ମିଳିବ ବଡ଼ ଚାକିରିର ଅଫର୍‌

୧୧ ଅକ୍ଟୋବର ୨୦୨୬ରୁ ଶାରଦୀୟ ନବରାତ୍ରୀ ଆରମ୍ଭ ହେବାକୁ ଯାଉଛି, ଯାହାକୁ ଏଥର ବେଶ ଖାସ ବୋଲି ଧରାଯାଉଛି। ପ୍ରକୃତରେ, ବହୁ ବର୍ଷ ପରେ ନବରାତ୍ରୀ ସମୟରେ…

ନବରାତ୍ରୀ ଆରମ୍ଭରୁ ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରଚୁର ଧନବର୍ଷା ସହ ଘରକୁ ଆସିବ ଖୁସି ଖବର

ଶାରଦୀୟ ନବରାତ୍ରୀର ପବିତ୍ର ପର୍ୱ ୧୧ ଅକ୍ଟୋବର, ରବିବାରଠାରୁ ଆରମ୍ଭ ହେବାକୁ ଯାଉଛି। ନବରାତ୍ରୀର ପ୍ରଥମ ଦିନରେ ଆଶ୍ୱିନ ଶୁକ୍ଳ ପ୍ରତିପଦା ତିଥିରେ କଳସ ସ୍ଥାପନ କରାଯାଏ…

ୟୁଜର୍ସଙ୍କୁ ବଡ଼ ଝଟ୍‌କା: ରିଚାର୍ଜ ପ୍ଲାନ ହେଲା ମହଙ୍ଗା, ଜାଣନ୍ତୁ ନୂଆ ରେଟ୍‌

ନୂଆଦିଲ୍ଲୀ,୭।୧୦: ଏୟାରଟେଲ (Airtel) ନିଜର ପୋଷ୍ଟପେଡ ଗ୍ରାହକମାନଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ କରିଛି। କମ୍ପାନୀ ୮ ଅକ୍ଟୋବର ୨୦୨୬ରୁ ତାର ସମସ୍ତ ପୋଷ୍ଟପେଡ ପ୍ଲାନ ପୋର୍ଟଫୋଲିଓର…

Chanakya Niti: ଜୀବନରେ ସଫଳତା ପାଇବାକୁ ହେଲେ ମାନନ୍ତୁ ଏହି ୩ ବଡ଼ କଥା…

ଆଚାର୍ଯ୍ୟ ଚାଣକ୍ୟଙ୍କ ‘ଚାଣକ୍ୟ ନୀତି’ରେ ମାନବ ସମାଜ, ବ୍ୟକ୍ତିଗତ ବ୍ୟବହାର, ଏବଂ ଜୀବନରେ ସଫଳତା ପାଇଁ ଅନେକ ବାସ୍ତବିକ ଉପଦେଶ ରହିଛି। ସେଥିମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା……

ତୁଳା ରାଶିରେ ସୂର୍ଯ୍ୟଙ୍କ ଚଳନ: ଅକ୍ଟୋବର ୧୭ରୁ ସତର୍କ ରୁହନ୍ତୁ ୩ ରାଶି! ପାଖରୁ ଚାଲିଯିବ ସବୁଟଙ୍କା

ତୁଳା ରାଶି ହେଉଛି ସୂର୍ଯ୍ୟ ଗ୍ରହଙ୍କ ନୀଚ ରାଶି। ସୂର୍ଯ୍ୟ ତୁଳାରେ ନୀଚ ହୋଇଥାନ୍ତି। ଏଭଳି ସ୍ଥିତିରେ ସୂର୍ଯ୍ୟଙ୍କର ଅନେକ ରାଶି ଉପରେ ଅଶୁଭ ପ୍ରଭାବ ପଡ଼ିବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?