ଶିକୁଳିରେ ସିଦ୍ଧକାଳୀ

ପ୍ରତ୍ୟକ୍ଷ ଦେବୀ ଭାବେ ପରିଚିତ ସିଦ୍ଧକାଳୀ। କେନ୍ଦୁଝରର ସିଦ୍ଧ ମଠଠାରେ ମା’ ବିରାଜିତ। ୮୦୦ ବର୍ଷର ପୁରାତନ ଏହି ପୀଠରେ ପୂଜିତ ମା’ କାଳୀଙ୍କ ରହିଛି ସ୍ବତନ୍ତ୍ରତା ା
ଶିକୁଳିରେ ବନ୍ଧା ହୋଇ ମା’ ପୂଜା ପାଇ ଆସୁଛନ୍ତି ା କିମ୍ବଦନ୍ତୀ କୁହେ, ଚୁଳିଆ ପାହାଡ଼ ପାଦ ଦେଶରେ ଅବସ୍ଥିତ ଏହି ସ୍ଥାନ ତନ୍ତ୍ର ସାଧନର ପୀଠ ଥିଲା। ବହୁ ସିଦ୍ଧ ସାଧୁ ଏଠାରେ ସାଧନା କରିବା ସହ ମନ୍ତ୍ରତନ୍ତ୍ର ବିଧି ବ୍ୟବସ୍ଥାରେ ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରୁଥିଲେ। ଏଠାରେ ମା’ କାଳୀଙ୍କ ପଥର ମୂର୍ତ୍ତି ରହିଥିବା ବେଳେ ଏହା ବହୁ ତଳକୁ ମାଟି ତଳେ ପୋତି ହୋଇ ରହିଥିବା କୁହାଯାଏ ା
ମା’ଙ୍କ ଶରୀର କଙ୍କାଳ ସଦୃଶ ମୁଗୁନି ପଥରରେ ତିଆରି ହୋଇଥିବା ମନେ ହୁଏ ା ମା’ ଦଶ ଭୁଜା ଓ ପ୍ରତ୍ୟେକ ହାତରେ ବିଭିନ୍ନ ପ୍ରକାର ସାମଗ୍ରୀ ଯଥା ଖଣ୍ଡା, କଟା ମୁଣ୍ଡ ଆଦି ଧରିଥିବା ବେଳେ ବାମ ହାତର ଆଙ୍ଗୁଠିକୁ ପାଟିରେ କାମୁଡ଼ି ଥିବା ଦେଖିବାକୁ ମିଳେ ା ଶିକୁଳିରେ ବନ୍ଧା ହେବା ନେଇ ଯଦିଓ କୌଣସି ସ୍ବତନ୍ତ୍ର କାରଣ ନାହିଁ ତେବେ ମା’ଙ୍କ ପ୍ରକୋପ ଏତେ ଥିଲା ଯେ, ଭକ୍ତଙ୍କ ସୁରକ୍ଷା ପାଇଁ ସେତେବେଳେ ମା’ଙ୍କୁ ତନ୍ତ୍ରମନ୍ତ୍ର ଦ୍ୱାରା ଶିକୁଳିରେ ବନ୍ଧା ଯାଇ ପୂଜା କରାଯାଉଥିବା କଥିତ ରହିଛି। ଏବେ ମଧ୍ୟ ଶ୍ରଦ୍ଧାଳୁ ଭୟରେ ମନ୍ଦିର ଭିତରକୁ ପ୍ରବେଶ କରି ପୂଜା କରନ୍ତି ନାହିଁ। ମନ୍ଦିର ପାର୍ଶ୍ୱରେ ଥିବା ଝରକାରେ ମା’ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଥାନ୍ତି ା
ଏଠାରେ କାଳିପୂଜାରେ ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ। ଯଜ୍ଞ, ଚଣ୍ଡିପାଠ ବିଳମ୍ବିତ ରାତି ପର୍ଯ୍ୟନ୍ତ ନୈଷ୍ଠିକତାର ସହ କରାଯାଇଥାଏ ା
ଏଠାରେ ଥିବା ଶିବ ମହାକାଳ ବା କାଳେଶ୍ୱର ଭାବରେ ପୂଜା ପାଇ ଆସୁଛନ୍ତି ା ଏଠାରେ ଭଗବାନ ଶିବ କ୍ଷମତାହୀନ ବୋଲି କୁହାଯାଏ ା ମା’ କାଳୀ କ୍ଷମତା ସମ୍ପନ୍ନ ବୋଲି ଲୋକେ ବିଶ୍ୱାସ କରି ପୂଜା କରିଥାନ୍ତି ା
ଦେବୋତ୍ତର ବିଭାଗ ଅଧୀନରେ ଥିବା ଏହି ମନ୍ଦିରରେ ବର୍ଷ ତମାମ ଭକ୍ତଙ୍କ ଭିଡ଼ ଜମୁଥିଲେ ହେଁ ବିଶେଷ କରି କାଳୀ ପୂଜା ସମୟରେ ଅଧିକ ଜନ ସମାଗମ ହୋଇଥାଏ। ତେବେ କରୋନା କଟକଣା ପାଇଁ ଚଳିତ ବର୍ଷ ବିନା ଭକ୍ତରେ ରୀତିନୀତି ଅନୁଯାୟୀ ମା’ଙ୍କ ପୂଜାର୍ଚ୍ଚନା କରାଯିବ ବୋଲି ଦେବୋତ୍ତର ବିଭାଗ ନିର୍ବାହୀ ଅଧିକାରୀ ତଥା ଉପଜିଲାପାଳ ରାମଚନ୍ଦ୍ର କିସ୍କୁ କହିଛନ୍ତି।
– ନରେଶ ଚନ୍ଦ୍ର ପଟ୍ଟନାୟକ, କେନ୍ଦୁଝର


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri