ରୋଗରେ ପଡ଼ି ହଷ୍ଟେଲ ଛାଡୁଛନ୍ତି ଅନ୍ତେବାସୀ

କେନ୍ଦ୍ରାପଡ଼ା ଅଫିସ, ୩୦ା୯:ଭିନ୍ନକ୍ଷମ ଓ ନିଷ୍ପେଷିତ ଶିଶୁଙ୍କ ଉନ୍ନତି ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ସେମାନଙ୍କ ଚିକିତ୍ସା ସହ ଶିକ୍ଷାଦାନ ପାଇଁ ବିପୁଳ ଅର୍ଥ ଖର୍ଚ୍ଚ ହେଉଛି। ତେବେ କେନ୍ଦ୍ରାପଡ଼ା ଜିଲାରେ ଏଥିପାଇଁ ଆସୁଥିବା ଅର୍ଥ ଓ ସହଯୋଗର ସୁବିନିଯୋଗ ହେଉନାହିଁ। ଟ୍ରଷ୍ଟିଙ୍କ ଦ୍ୱାରା ପରିଚାଳିତ ସ୍ବତନ୍ତ୍ର ବିଦ୍ୟାଳୟରେ ଅନ୍ତେବାସୀଙ୍କ ଉପଯୁକ୍ତ ଯତ୍ନ ନିଆଯାଉନାହିଁ। ଗୁରୁବାର ହୋଇଥିବା ଏପରି ଏକ ଅଭିଯୋଗ ଜିଲାରେ ସ୍ବତନ୍ତ୍ର ବିଦ୍ୟାଳୟର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅଧୀନ ଦକ୍ଷିଣଡିହାରେ ସୁଶାନ୍ତ ମଲ୍ଲିଙ୍କ ଘର। ତାଙ୍କ ପୁଅ ସତ୍ୟପ୍ରକାଶ (୧୫) ୭୫ ଭାଗ ମୂକ ଓ ବଧିର। ଗତ ୬ ମାସ ପୂର୍ବେ ପଟ୍ଟାମୁଣ୍ଡାଇ ବ୍ଲକ କଷଣଅଣ୍ଟାଠାରେ ଭିନ୍ନକ୍ଷମ ସାମର୍ଥ୍ୟ ଚିହ୍ନଟ ଶିବିରରେ ଏ ନେଇ ପ୍ରମାଣ ପତ୍ର ପାଇଛନ୍ତି। ଗତ ୪ ମାସ ପୂର୍ବେ ମାର୍ଶାଘାଇ ବ୍ଲକ ଦରବଚ୍ଛାସ୍ଥ ଆରତିଦେବୀ ସ୍ବତନ୍ତ୍ର ବିଦ୍ୟାଳୟର ଅନ୍ତେବାସୀ ଥିଲେ ବୋଲି ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି।
ଏ ସମ୍ପର୍କରେ ସତ୍ୟପ୍ରକାଶ ଓ ବାପା ସୁଶାନ୍ତ କହିଛନ୍ତି, ଏହି ବିଦ୍ୟାଳୟର ପରିଚାଳନା ଅବ୍ୟବସ୍ଥା ଯୋଗୁ ଅନ୍ତେବାସୀଙ୍କ ସମସ୍ୟା ଦେଖାଦେଉଛି। ଥଣ୍ଡା, ଜ୍ୱର ସହ ଚର୍ମରୋଗ ବ୍ୟାପିଛି। ଅନ୍ତେବାସୀଙ୍କୁ ଖାଇବା ଓ ଔଷଧ ପତ୍ର ଆବଶ୍ୟକ ପରିମାଣରେ ଦିଆଯାଉନାହିଁ। ୩ ମାସ ମଧ୍ୟରେ ଥରେ ଟାଇଫଏଡ ରୋଗ ହୋଇଥିବା ବେଳେ ଏବେ ଦେହସାରା କାଛୁକୁଣ୍ଡିଆରେ ଭର୍ତ୍ତି ହୋଇଛି। ସମ୍ପୃକ୍ତ ବିଦ୍ୟାଳୟରେ ୮୦ରୁ ଊର୍ଦ୍ଧ୍ୱ ଅନ୍ତେବାସୀ ଥିବାବେଳେ ଗତ ୧୦ ଦିନ ମଧ୍ୟରେ ସଂଖ୍ୟା ୩୦କୁ ଖସିଆସିଛି। ସରକାରୀ ଅନୁଦାନକୁ ପରିଚାଳନା ପାଇଁ ଏକ ସୋସାଇଟି ଥିଲେ ମଧ୍ୟ ବିଦ୍ୟାଳୟର ପରିଚାଳନା ପ୍ରତି କୌଣସି ଧ୍ୟାନ ଦିଆଯାଉନାହିଁ। ସରକାରୀ ଅର୍ଥକୁ ହରିଲୁଟ କରୁଥିବା ଏହି ଅନୁଷ୍ଠାନକୁ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଏଡିଏମ୍‌ଙ୍କ ନିକଟରେ ଦାବି କରିଛନ୍ତି। ଏ ସମ୍ପର୍କରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପବିତ୍ର ମୋହନ ଦାସଙ୍କୁ ପଚାରିବାରେ ଦୁର୍ଗା ପୂଜା ପାଇଁ ଅନ୍ତେବାସୀ ଏବେ ଘରକୁ ଯାଇଛନ୍ତି। ସତ୍ୟପ୍ରକାଶଙ୍କ ସ୍ବାସ୍ଥ୍ୟାବସ୍ଥା ପାଇଁ ନିଜେ ଦାୟୀ। ସଫାସୁତରା ପାଇଁ ବହୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସୁଫଳ ମିଳିଲା ନାହିଁ। ଟାଇଫଏଡ ଓ ଚର୍ମରୋଗ ପାଇଁ ଡାକ୍ତରଙ୍କୁ ଦେଖାଇବା ସହ ବିଦ୍ୟାଳୟ ପକ୍ଷରୁ ଔଷଧ ବ୍ୟବସ୍ଥା ହୋଇଛି। ଏପରି କି ସତ୍ୟପ୍ରକାଶଙ୍କ ଔଷଧ ଖର୍ଚ୍ଚ ପାଇଁ ଦକ୍ଷିଣଡିହା ଗ୍ରାମ ଘରେ ପହଞ୍ଚତ୍ ୧୫୦୦ ଟଙ୍କା ଦିଆଯାଇଛି। ଏଥିସହ ସତ୍ୟପ୍ରକାଶଙ୍କ ନାମ ବିଦ୍ୟାଳୟରେ ଲେଖା ହୋଇ ନାହିଁ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲ କହିଛନ୍ତି, ଆରତିଦେବୀ ସ୍ବତନ୍ତ୍ର ବିଦ୍ୟାଳୟରେ ପରିଚାଳନା ତ୍ରୁଟି ନେଇ ସୁଶାନ୍ତ ଅଭିଯୋଗ କରିଛନ୍ତି। ଏହାକୁ ତଦନ୍ତ ପାଇଁ ଜିଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଜିଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଦାସ କହିଛନ୍ତି, ସୁଶାନ୍ତଙ୍କ ଅଭିଯୋଗର ତଦନ୍ତ ସରିଛି। ଟାଇଫଏଡ ଓ ଚର୍ମରୋଗ ପାଇଁ ଚିକିତ୍ସା ହୋଇଥିବା କାଗଜପତ୍ରର ଫଟୋ କପି ଅଛି। ଏହି ବିଦ୍ୟାଳୟରେ ନାମ ଲେଖାଇବା ପରେ ଶିକ୍ଷାର୍ଥୀଙ୍କୁ ଅନ୍ତେବାସୀ ଭାବେ ଗ୍ରହଣ କରାଯିବା କଥା। ଏ କ୍ଷେତ୍ରରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତ୍ରୁଟି ରହିଛି। ସବିଶେଷ ରିପୋର୍ଟ ଗୁରୁବାର ଅପରାହ୍ନ ୪ଟାରେ ଏଡିଏମ୍‌ଙ୍କୁ ପ୍ରଦାନ କରାଯିବ ବୋଲି ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଦାସ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକ ବିଷ୍ଣୁବ୍ରତ ରାଉତରାୟ କରୋନା ସଂକ୍ରମିତ

ବାସୁଦେବପୁର/ପଦ୍ମପୁର,୭।୫(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ତୃତୀୟ ଥର ପାଇଁ କରୋନା ସଂକ୍ରମିତ ହୋଇଛନ୍ତି। ବିଧାୟକଙ୍କ ସମେତ ତାଙ୍କ ପରିବାରର ସମସ୍ତ ସଦସ୍ୟ କରୋନା...

ଗ୍ରାହକ ସାଜି ବନ ବିଭାଗ ଧରିଲା

ବାଲିଗୁଡ଼ା,୧ା୯(ଡି.ଏନ.ଏ.): ରାଜ୍ୟ ବାହାରକୁ ଚାଲାଣ ହେବାକୁ ଥିବା ଏକ ବଜ୍ରକାପ୍ତାକୁ କନ୍ଧମାଳ ଜିଲା ବାଲିଗୁଡ଼ା ବନ ବିଭାଗ ବୁଧବାର ଉଦ୍ଧାର କରିଛି। ଏହି ଘଟଣାରେ ୪...

ଥମୁନି ବାଲ୍ୟ ବିବାହ ଧାରା ପ୍ରଥା ଦାୟରେ ଏବେ ବି ବଳି ପଡୁଛନ୍ତି ବାଳିକା

ଜୟପୁର,୯ା୨(ନି.ପ୍ର.) ଆଦିବାସୀ ଅଧ୍ୟୁଷିତ ଅବିଭକ୍ତ କୋରାପୁଟ ଜିଲାରେ ଏବେ ବି ବାଲ୍ୟ ବିବାହ ପ୍ରଥା ପ୍ରଚଳିତ ରହିଛି। ପ୍ରଶାସନ ପକ୍ଷରୁ ବାରମ୍ବାର ବାଲ୍ୟ ବିବାହ ରୋକାଯିବା...

ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ଆବାସ

ବାଲେଶ୍ୱର ଅଫିସ,୨୦।୧: ବାଲେଶ୍ୱର ଜିଲା ରେମୁଣା ବ୍ଲକ ଦହପଡ଼ା ପଞ୍ଚାୟତରେ ଅଯୋଗ୍ୟ ହିତାଧିକାରୀଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନାମ ଥିବା ନେଇ ଅଞ୍ଚଳବାସୀ ଗୁରୁବାର...

ନାମାଙ୍କନ ଦାଖଲ କଲେ ସତ୍ୟଭୂଷଣ

ପଦ୍ମପୁର,୧୭ା୧୧(ଡି.ଏନ୍‌.ଏ.): ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ପାଇଁ ଗୁରୁବାର କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଦଳୀୟ ନେତୃବୃନ୍ଦଙ୍କ ସହିତ ସେ ପଦ୍ମପୁର...

ଶିଶୁ ଅପହରଣ, ହତ୍ୟା ମାମଲାର ରାୟ ପ୍ରକାଶ: ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର,୧୫।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଓ ଦୌରା ଜଜ୍‌-୧ ଡ. ଇନ୍ଦୁ ଶର୍ମା ଶୁକ୍ରବାର ବହୁଚର୍ଚ୍ଚିତ ୧ ବର୍ଷର ଶିଶୁ ଅପହରଣ ଏବଂ...

ସହର ସହ ଯୋଡ଼ିହେଉଛି ଦୁର୍ଗମ ଅଞ୍ଚଳ

କେନ୍ଦୁଝର,୧୦ା୬(ସ୍ବ.ପ୍ର./ଡି.ଏନ୍‌.ଏ.): ଖଣି ପ୍ରଭାବିତ ଅଞ୍ଚଳରେ ରାସ୍ତା ସଂଯୋଗୀକରଣ କାର୍ଯ୍ୟକୁ ସରକାର ପ୍ରାଥମିକତା ଦେଉଛନ୍ତି। ଏହାଦ୍ୱାରା ଯାତାୟାତରେ ସୁବିଧା ହେବା ସହ ଗ୍ରାମାଞ୍ଚଳର ବିକାଶ ହେବ। ବଣ...

ସିଲ୍‌ ହେଲା ୨ ସିନେମା ହଲ୍‌

ରାୟଗଡ଼ା ଅଫିସ,୯ା୪: କୋଭିଡ୍‌ ଗାଇଡ୍‌ଲାଇନ ଅନୁଯାୟୀ ସିନେମା ହଲ୍‌ ପରିସରରେ ଦର୍ଶକଙ୍କ ପ୍ରବଳ ଭିଡ଼ ଯୋଗୁ ରାୟଗଡ଼ାସ୍ଥିତ ଅଶୋକ ସିନେମା ହଲ୍‌ ଏବଂ ଉଦୟ ପ୍ଲାଜାକୁ...

Advertisement
Archives

Model This Week