ଜିଲାପାଳଙ୍କୁ ଜବାବ ମାଗିଲା ସିଆ

ଯାଜପୁର,୧୧ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳରେ ଅନୁମତିଠାରୁ ଢେର ଗୁଣ ଅଧିକ କଳାପଥର ଉତ୍ତୋଳନ ଅଭିଯୋଗ ସାଟେଲାଇଟ୍‌ ମାପଚୁପରେ ପ୍ରମାଣିତ ହୋଇସାରିଛି। ଏପରିକି ବିଭିନ୍ନ ପର୍ଯ୍ୟାୟରେ ଅଧିକ ଲୁଟ୍‌ କରିଥିବା ୨୨ ଜଣ ଲିଜ୍‌ଧାରୀଙ୍କୁ ୩୨୦ କୋଟି ଟଙ୍କା ଜରିମାନା ନିର୍ଦ୍ଦେଶ ହୋଇଛି। ଏହାପରେ ସମ୍ପୃକ୍ତ ଲିଜଧାରୀମାନେ କୋର୍ଟକଚେରିର ଦ୍ୱାରସ୍ଥ ହୋଇଛନ୍ତି। ତେବେ ଚୂଡ଼ାନ୍ତ ଶୁଣାଣି ସମୟସାପେକ୍ଷ ହେଉଥିବାବେଳେ ରାତି ସମୟରେ ଚୋରା ବେପାର ସହଜ ହୋଇଥିବା ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟପକ୍ଷରେ ଲଘୁ ଖଣିଜ ଦ୍ରବ୍ୟ ସଂଶୋଧନ ଆଇନର ଉଲ୍ଲଂଘନ ଅନୁଯାୟୀ ପରିବେଶଗତ ଅନୁମତି(ଇସି) ପ୍ରତ୍ୟାହାର ନ କରି କେବଳ କାରଣ ଦର୍ଶାଅ ନୋଟିସ ଓ ଜରିମାନାରେ ପଦକ୍ଷେପ ସୀମିିତ ରହିଛି। ତେଣୁ ଧର୍ମଶାଳା ତହସିଲ ଅଞ୍ଚଳର ଗ୍ରାମବାସୀ ଷ୍ଟେଟ୍‌ ଏନଭାଇରନ୍‌ମେଣ୍ଟ ଇମ୍ପାକ୍ଟ ଆସେସ୍‌ମେଣ୍ଟ ଅଥରିଟି (ଏସ୍‌ଇଆଇଏଏ) ବା ‘ସିଆ’ର ଦ୍ୱାରସ୍ଥ ହୋଇଛନ୍ତି। ଏହିକ୍ରମରେ ଗତ ୩୧ ତାରିଖରେ ସିଆ ସଦସ୍ୟ ସଚିବ ଉପରୋକ୍ତ ଅଭିଯୋଗ ଉପରେ ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଜପୁର ଜିଲାପାଳଙ୍କୁ ଅନୁରୋଧ କରିଛନ୍ତି। ଏହି ମାମଲାକୁ ଅତି ଗୁରୁତର ମନେ କରି ତୁରନ୍ତ ପଦକ୍ଷେପ ନେବା ସହ ଏହାର ରିପୋର୍ଟ ଦେବାକୁ ସଦସ୍ୟ ସଚିବ ତାଙ୍କ ପତ୍ରରେ ଦର୍ଶାଇଛନ୍ତି।
ଅନୁମୋଦନ ପରିମାଣଠାରୁ ବହୁ ଗୁଣରେ ଅଧିକ ଲଘୁ ଖଣିଜ ଦ୍ରବ୍ୟ ଲୁଟ୍‌ ଧର୍ମଶାଳା ନିର୍ବାଚନମଣ୍ଡଳୀରେ ସାଧାରଣ କଥା ହୋଇଛି। ଏହାକୁ ଦୀର୍ଘ ବର୍ଷ ହେବ ରାଜ୍ୟସ୍ତରରେ ରାଜସ୍ବ ବିଭାଗ ଏବଂ ଜିଲାସ୍ତରରେ ତହସିଲ ପ୍ରଶାସନ ମଧ୍ୟ ସହଯୋଗ କରି ଆସୁଛି। ଏନେଇ ଅତୀତରେ ୧୦ ଜଣ ଲେଖାଏ ଉପଜିଲାପାଳ ଏବଂ ତହସିଲଦାରମାନଙ୍କ ନାମରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ମଧ୍ୟ ଫାଇଲ ଭିତରେ ଚପି ରହିଛି। ତେବେ ବିଧାନସଭାରେ ଏନେଇ ପ୍ରଶ୍ନ ଉଠିବାରୁ ୨୦୨୨ ଏପ୍ରିଲରୁ ସାଟେଲାଇଟ୍‌ ମାପଚୁପ ପ୍ରକ୍ରିୟା ଆରମ୍ଭ କରାଯାଇ ଜରିମାନା ଦେବାକୁ ନୋଟିସ ହୋଇଛି। ଏନେଇ ଧର୍ମଶାଳା ତହସିଲ କାର୍ଯ୍ୟାଳୟରୁ ସମ୍ପୃକ୍ତ ଲିଜଧାରୀମାନଙ୍କୁ ୧୧ରୁ ଊର୍ଦ୍ଧ୍ୱ ଥର କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ତଥାପି ଲିଜ୍‌ଧାରୀମାନେ ରାଜନୈତିକ ପ୍ରଭାବ ବଳରେ ପ୍ରଶାସନର ନିର୍ଦ୍ଦେଶଗୁଡ଼ିକୁ ଆଦୌ ଭ୍ରୁକ୍ଷେପ କରିନାହାନ୍ତି। ଏପରିକି ଜରିମାନା ନୋଟିସ ହୋଇଥିବା ଲିଜଧାରୀଙ୍କ ଇସି ପ୍ରତ୍ୟାହାର କରିବାକୁ ଜିଲା ପ୍ରଶାସନ ପକ୍ଷରୁ ସିଆକୁ ପତ୍ର ଲେଖିବାକୁ ମଧ୍ୟ ସାହସ କରାଯାଇନାହଁି। ଯଦି ଇସି ପ୍ରତ୍ୟାହାର ପାଇଁ ପଦକ୍ଷେପ ନିଆଯିବ ତେବେ ବାଜବାଟି କଳାପଥର ଖାଦାନ ଲିଜଧାରୀ ଶ୍ରୀନିବାସ ଜେନା, ବିଶ୍ୱ ପରିଡ଼ା ଓ ସୁଧାଂଶୁ ଜେନା, ଆରୁହା ପାହାଡର ଲିଜଧାରୀ ମନୋଜ ସାମଲ ଓ ଶରତ ଜେନା, ଡଙ୍କାରୀର ଜ୍ୟୋତ୍ସ୍ନା ଜେନା, ଅଞ୍ଜିରାର କୃଷ୍ଣଚନ୍ଦ୍ର ସାହୁ, ଲୁଣିବରର ଗଙ୍ଗାଧର ଓଝା ଓ ରଙ୍ଗାଧର ଜେନା, ରାହାଡ଼ପୁର ପାହାଡ଼ର ଅକ୍ଷୟ ପରିଡ଼ା ପ୍ରମୁଖଙ୍କ ଲିଜ୍‌ ଖାରଜ ହେବା ସମ୍ଭାବନା ସୃଷ୍ଟି ହେବ। କିନ୍ତୁ ଏଥିରେ ପ୍ରଶାସନିକ ଅଧିକାରୀ ଏବଂ ଲିଜଧାରୀମାନଙ୍କ ମଧ୍ୟରେ ଏକ ବଡଧରଣର ଅସାଧୁ ଚୁକ୍ତି ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଏହାର ସୁଯୋଗରେ ଲିଜ୍‌ଧାରୀମାନେ ରାତିରେ ଗଭୀର ଗାତ ଖୋଳି ବ୍ଲାଷ୍ଟିଂ ଜରିଆରେ ବିପୁଳ କଳାପଥର ଉତ୍ତୋଳନ କରୁଛନ୍ତି। ପ୍ରଶାସନିକ କଳର ଅବହେଳା ଏବଂ ଲିଜ୍‌ଧାରୀଙ୍କୁ ପରୋକ୍ଷରେ ସୁଯୋଗ ଏଭଳି ହେରଫେରକୁ ସୁଯୋଗ ମିଳୁଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଏପରି କି ଏନେଇ ଅଭିଯୋଗକାରୀମାନଙ୍କୁ ଲିଜ୍‌ଧାରୀମାନଙ୍କ ସମ୍ପର୍କୀୟମାନେ ଧମକ ଦେଉଥିବା ପୂର୍ବରୁ ଅଭିଯୋଗ ହୋଇଛି। ଜରିମାନା ଆଦାୟ ହେଉନାହିଁ କି ଇସି ପ୍ରତ୍ୟାହାର ନ କରାଯିବା ଦ୍ୱାରା ବେଆଇନ ଉତ୍ତୋଳନକୁ ପରୋକ୍ଷ ସହଯୋଗ କରି ଜିଲା ପ୍ରଶାସନ ସରକାରଙ୍କ ବିପୁଳ କୋଟି ଟଙ୍କା ରାଜସ୍ବ କ୍ଷତି କରୁଛନ୍ତି ବୋଲି ମତପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ଧର୍ମଶାଳା ତହସିଲଦାର ସ୍ବାଗତ ଦାସଙ୍କ ମତାମତ ନେବାକୁ ତାଙ୍କ ମୋବାଇଲକୁ ରବିବାର ସନ୍ଧ୍ୟାରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍‌ କଲ୍‌ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତପ୍ତପାଣି ଘାଟିରେ ଓଲଟିଲା ନଳକୂପ ଖନନ ଗାଡି, ୧୨ ଶ୍ରମିକ ଆହତ

ଗଞ୍ଜାମ,୨୮।୪: ଗଞ୍ଜାମ ଜିଲା ତପ୍ତପାଣି ଘାଟିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ନଳକୂପ ଖନନ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡିବାରୁ ୧୨ ଜଣ...

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

ଅରିନ୍ଦମ୍‌ଙ୍କୁ ଗ୍ରହଣ କରିପାରୁନାହାନ୍ତି ଦଳୀୟ କର୍ମୀ

ସାଲେପୁର,୨୮।୪(ଅରବିନ୍ଦ ଭୂୟାଁ)ବହୁ କଳ୍ପନାଜଳ୍ପନା ପରେ ଶେଷରେ ସାଲେପୁର ବିଧାନସଭା ଆସନର ଭାଜପା ପ୍ରାର୍ଥୀଭାବେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ତଥା କଟକର ଯୁବନେତା ଅରିନ୍ଦମ ରାୟଙ୍କ ନାମ...

ଏଥର ଯୋଡ଼ା ପଦ୍ମ ଫୁଟିବ: ଜଗଦ୍ଦେବ

ଖୋର୍ଦ୍ଧା,୨୮ା୪(ପ୍ରଭାତ ପାଣିଗ୍ରାହୀ)ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଶନିବାର ବିଧାନସଭା ଆସନ ପାଇଁ ଅଷ୍ଟମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ୩ ଆସନ ମଧ୍ୟରୁ...

ମହାନଦୀକୁ ନେଇ ଭାଜପା-ବିଜେଡି ଦୋଷ ଲଦାଲଦି

ସମ୍ବଲପୁର,୨୮ା୪ (ଭବାନୀ ଶଙ୍କର ଭୋଇ/ପ୍ରମୋଦ ବହିଦାର)ଗ୍ରୀଷ୍ମଋତୁର ସୂର୍ଯ୍ୟ ତାପଠୁଁ ବଳିଗଲାଣି ସମ୍ବଲପୁରର ରାଜନୈତିକ ତାତି। ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ଭାଜପା ମଧ୍ୟରେ ଆରୋପ-ପ୍ରତ୍ୟାରୋପ...

ଚମ୍ପୁଆରୁ ମୁରଲୀ, ଫକୀରମୋହନ ତେଲକୋଇରୁ ଭାଜପା ବିଧାୟକ ପ୍ରାର୍ଥୀ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ)ଦୀର୍ଘଦିନ ଧରି ଘୋଷଣା ହୋଇପାରୁ ନ ଥିବା ଚମ୍ପୁଆ ଓ ତେଲକୋଇ ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଶନିବାର ପ୍ରାର୍ଥୀଙ୍କ ନାମ ଘୋଷଣା କରିିଛି।...

ଟୁକୁନୀଙ୍କ ମନ୍ତବ୍ୟକୁ ନେଇ ପଦ୍ମପୁରରେ ଝଡ଼

ପଦ୍ମପୁର, ୨୮ା୪(ପ୍ରଦୀପ୍ତ ଦାଶ)ବଲାଙ୍ଗୀର ଜିଲା ଟିଟିଲାଗଡ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟକ ପ୍ରାର୍ଥତ୍ନୀ...

ବରୀରେ ପ୍ରାର୍ଥୀ ଘୋଷଣା କରିପାରୁନି ଭାଜପା

ବରୀ,୨୮ା୪(ମହେନ୍ଦ୍ର ସ୍ବାଇଁ)ଯାଜପୁର ଜିଲାର ବରୀ ନିର୍ବାଚନମଣ୍ଡଳୀରେ ଭାଜପା ଏଯାଏ ପ୍ରାର୍ଥୀ ଦେଇପାରିନାହିଁ। ଏଠାରେ ବିଜେଡି ବିଶ୍ୱରଞ୍ଜନ ମଲ୍ଲିକ ଓ କଂଗ୍ରେସ ଆରତୀ ଦେଓଙ୍କୁ ପ୍ରାର୍ଥୀ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri