ଜିଲାପାଳଙ୍କୁ ଜବାବ ମାଗିଲା ସିଆ

ଯାଜପୁର,୧୧ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳରେ ଅନୁମତିଠାରୁ ଢେର ଗୁଣ ଅଧିକ କଳାପଥର ଉତ୍ତୋଳନ ଅଭିଯୋଗ ସାଟେଲାଇଟ୍‌ ମାପଚୁପରେ ପ୍ରମାଣିତ ହୋଇସାରିଛି। ଏପରିକି ବିଭିନ୍ନ ପର୍ଯ୍ୟାୟରେ ଅଧିକ ଲୁଟ୍‌ କରିଥିବା ୨୨ ଜଣ ଲିଜ୍‌ଧାରୀଙ୍କୁ ୩୨୦ କୋଟି ଟଙ୍କା ଜରିମାନା ନିର୍ଦ୍ଦେଶ ହୋଇଛି। ଏହାପରେ ସମ୍ପୃକ୍ତ ଲିଜଧାରୀମାନେ କୋର୍ଟକଚେରିର ଦ୍ୱାରସ୍ଥ ହୋଇଛନ୍ତି। ତେବେ ଚୂଡ଼ାନ୍ତ ଶୁଣାଣି ସମୟସାପେକ୍ଷ ହେଉଥିବାବେଳେ ରାତି ସମୟରେ ଚୋରା ବେପାର ସହଜ ହୋଇଥିବା ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟପକ୍ଷରେ ଲଘୁ ଖଣିଜ ଦ୍ରବ୍ୟ ସଂଶୋଧନ ଆଇନର ଉଲ୍ଲଂଘନ ଅନୁଯାୟୀ ପରିବେଶଗତ ଅନୁମତି(ଇସି) ପ୍ରତ୍ୟାହାର ନ କରି କେବଳ କାରଣ ଦର୍ଶାଅ ନୋଟିସ ଓ ଜରିମାନାରେ ପଦକ୍ଷେପ ସୀମିିତ ରହିଛି। ତେଣୁ ଧର୍ମଶାଳା ତହସିଲ ଅଞ୍ଚଳର ଗ୍ରାମବାସୀ ଷ୍ଟେଟ୍‌ ଏନଭାଇରନ୍‌ମେଣ୍ଟ ଇମ୍ପାକ୍ଟ ଆସେସ୍‌ମେଣ୍ଟ ଅଥରିଟି (ଏସ୍‌ଇଆଇଏଏ) ବା ‘ସିଆ’ର ଦ୍ୱାରସ୍ଥ ହୋଇଛନ୍ତି। ଏହିକ୍ରମରେ ଗତ ୩୧ ତାରିଖରେ ସିଆ ସଦସ୍ୟ ସଚିବ ଉପରୋକ୍ତ ଅଭିଯୋଗ ଉପରେ ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଜପୁର ଜିଲାପାଳଙ୍କୁ ଅନୁରୋଧ କରିଛନ୍ତି। ଏହି ମାମଲାକୁ ଅତି ଗୁରୁତର ମନେ କରି ତୁରନ୍ତ ପଦକ୍ଷେପ ନେବା ସହ ଏହାର ରିପୋର୍ଟ ଦେବାକୁ ସଦସ୍ୟ ସଚିବ ତାଙ୍କ ପତ୍ରରେ ଦର୍ଶାଇଛନ୍ତି।
ଅନୁମୋଦନ ପରିମାଣଠାରୁ ବହୁ ଗୁଣରେ ଅଧିକ ଲଘୁ ଖଣିଜ ଦ୍ରବ୍ୟ ଲୁଟ୍‌ ଧର୍ମଶାଳା ନିର୍ବାଚନମଣ୍ଡଳୀରେ ସାଧାରଣ କଥା ହୋଇଛି। ଏହାକୁ ଦୀର୍ଘ ବର୍ଷ ହେବ ରାଜ୍ୟସ୍ତରରେ ରାଜସ୍ବ ବିଭାଗ ଏବଂ ଜିଲାସ୍ତରରେ ତହସିଲ ପ୍ରଶାସନ ମଧ୍ୟ ସହଯୋଗ କରି ଆସୁଛି। ଏନେଇ ଅତୀତରେ ୧୦ ଜଣ ଲେଖାଏ ଉପଜିଲାପାଳ ଏବଂ ତହସିଲଦାରମାନଙ୍କ ନାମରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ମଧ୍ୟ ଫାଇଲ ଭିତରେ ଚପି ରହିଛି। ତେବେ ବିଧାନସଭାରେ ଏନେଇ ପ୍ରଶ୍ନ ଉଠିବାରୁ ୨୦୨୨ ଏପ୍ରିଲରୁ ସାଟେଲାଇଟ୍‌ ମାପଚୁପ ପ୍ରକ୍ରିୟା ଆରମ୍ଭ କରାଯାଇ ଜରିମାନା ଦେବାକୁ ନୋଟିସ ହୋଇଛି। ଏନେଇ ଧର୍ମଶାଳା ତହସିଲ କାର୍ଯ୍ୟାଳୟରୁ ସମ୍ପୃକ୍ତ ଲିଜଧାରୀମାନଙ୍କୁ ୧୧ରୁ ଊର୍ଦ୍ଧ୍ୱ ଥର କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ତଥାପି ଲିଜ୍‌ଧାରୀମାନେ ରାଜନୈତିକ ପ୍ରଭାବ ବଳରେ ପ୍ରଶାସନର ନିର୍ଦ୍ଦେଶଗୁଡ଼ିକୁ ଆଦୌ ଭ୍ରୁକ୍ଷେପ କରିନାହାନ୍ତି। ଏପରିକି ଜରିମାନା ନୋଟିସ ହୋଇଥିବା ଲିଜଧାରୀଙ୍କ ଇସି ପ୍ରତ୍ୟାହାର କରିବାକୁ ଜିଲା ପ୍ରଶାସନ ପକ୍ଷରୁ ସିଆକୁ ପତ୍ର ଲେଖିବାକୁ ମଧ୍ୟ ସାହସ କରାଯାଇନାହଁି। ଯଦି ଇସି ପ୍ରତ୍ୟାହାର ପାଇଁ ପଦକ୍ଷେପ ନିଆଯିବ ତେବେ ବାଜବାଟି କଳାପଥର ଖାଦାନ ଲିଜଧାରୀ ଶ୍ରୀନିବାସ ଜେନା, ବିଶ୍ୱ ପରିଡ଼ା ଓ ସୁଧାଂଶୁ ଜେନା, ଆରୁହା ପାହାଡର ଲିଜଧାରୀ ମନୋଜ ସାମଲ ଓ ଶରତ ଜେନା, ଡଙ୍କାରୀର ଜ୍ୟୋତ୍ସ୍ନା ଜେନା, ଅଞ୍ଜିରାର କୃଷ୍ଣଚନ୍ଦ୍ର ସାହୁ, ଲୁଣିବରର ଗଙ୍ଗାଧର ଓଝା ଓ ରଙ୍ଗାଧର ଜେନା, ରାହାଡ଼ପୁର ପାହାଡ଼ର ଅକ୍ଷୟ ପରିଡ଼ା ପ୍ରମୁଖଙ୍କ ଲିଜ୍‌ ଖାରଜ ହେବା ସମ୍ଭାବନା ସୃଷ୍ଟି ହେବ। କିନ୍ତୁ ଏଥିରେ ପ୍ରଶାସନିକ ଅଧିକାରୀ ଏବଂ ଲିଜଧାରୀମାନଙ୍କ ମଧ୍ୟରେ ଏକ ବଡଧରଣର ଅସାଧୁ ଚୁକ୍ତି ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଏହାର ସୁଯୋଗରେ ଲିଜ୍‌ଧାରୀମାନେ ରାତିରେ ଗଭୀର ଗାତ ଖୋଳି ବ୍ଲାଷ୍ଟିଂ ଜରିଆରେ ବିପୁଳ କଳାପଥର ଉତ୍ତୋଳନ କରୁଛନ୍ତି। ପ୍ରଶାସନିକ କଳର ଅବହେଳା ଏବଂ ଲିଜ୍‌ଧାରୀଙ୍କୁ ପରୋକ୍ଷରେ ସୁଯୋଗ ଏଭଳି ହେରଫେରକୁ ସୁଯୋଗ ମିଳୁଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଏପରି କି ଏନେଇ ଅଭିଯୋଗକାରୀମାନଙ୍କୁ ଲିଜ୍‌ଧାରୀମାନଙ୍କ ସମ୍ପର୍କୀୟମାନେ ଧମକ ଦେଉଥିବା ପୂର୍ବରୁ ଅଭିଯୋଗ ହୋଇଛି। ଜରିମାନା ଆଦାୟ ହେଉନାହିଁ କି ଇସି ପ୍ରତ୍ୟାହାର ନ କରାଯିବା ଦ୍ୱାରା ବେଆଇନ ଉତ୍ତୋଳନକୁ ପରୋକ୍ଷ ସହଯୋଗ କରି ଜିଲା ପ୍ରଶାସନ ସରକାରଙ୍କ ବିପୁଳ କୋଟି ଟଙ୍କା ରାଜସ୍ବ କ୍ଷତି କରୁଛନ୍ତି ବୋଲି ମତପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ଧର୍ମଶାଳା ତହସିଲଦାର ସ୍ବାଗତ ଦାସଙ୍କ ମତାମତ ନେବାକୁ ତାଙ୍କ ମୋବାଇଲକୁ ରବିବାର ସନ୍ଧ୍ୟାରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍‌ କଲ୍‌ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?