SI ପରୀକ୍ଷା ଜାଲିଆତି: ଜଳଜଳ ଦିଶୁଛି ରାଜନୈତିକ ଲିଙ୍କ୍‌, ନେତାଙ୍କୁ ବାନ୍ଧିବ କି କ୍ରାଇମବ୍ରାଞ୍ଚ ?

ଭୁବନେଶ୍ୱର,୭।୧୦: ଓଡ଼ିଶା ପୋଲିସ ସବ-ଇନ୍ସ୍‌ପେକ୍ଟର (ଏସ୍‌ଆଇ) ନିଯୁକ୍ତି ଜାଲିଆତିରେ ଛାନବିନ୍ ଯେତେ ଗଭୀର ହେଉଛି ସେତେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ମଙ୍ଗଳବାର କ୍ରାଇମ୍‌ ବ୍ରାଞ୍ଚ୍‌ ଏବେ ଏହି ମାମଲାରେ ଷଷ୍ଠ ମଧ୍ୟସ୍ଥ ଭାବେ ଗିରଫ ଚନ୍ଦନ ମଲ୍ଲିକଙ୍କର ରାଜନୈତିକ ସମ୍ପର୍କ ଉନ୍ମୋଚନ କରିଛି, ଯାହା ନୂଆ ରାଜନୈତିକ ଆଳୋଡ଼ନ ସୃଷ୍ଟି କରିଛି।

ସୋମବାର ସୋରୋରେ ଗିରଫ ହୋଇଥିବା ଚନ୍ଦନଙ୍କୁ କ୍ରାଇମ୍‌ ବ୍ରାଞ୍ଚ୍‌ ଏବେ ମାରାଥନ୍‌ ଜେରା କରି ପ୍ରମାଣ ସଂଗ୍ରହରେ ଲାଗିଛି। ବାଲେଶ୍ୱର ସଦର ବ୍ଲକର ଚାନ୍ଦିପୁର ଥାନା ଅଧୀନ ରଣସାହି ପଞ୍ଚାୟତର ତପସ୍ୱିନୀ ଗ୍ରାମରେ ଅବସ୍ଥିତ ଚନ୍ଦନଙ୍କ ଘରୁ କ୍ରାଇମ୍‌ ବ୍ରାଞ୍ଚ୍‌ ଟିମ୍‌ ତାଙ୍କୁ ଧରିଛି। ସୂଚନା ଅନୁଯାୟୀ, ପଞ୍ଚମ ମଧ୍ୟସ୍ଥ ଅରବିନ୍ଦ ଦାସଙ୍କୁ ରବିବାର ସିଂଲା ଥାନା ଅଧୀନ ନାବରା ଗ୍ରାମରୁ ଗିରଫ କରିବା ସମୟରେ ଚନ୍ଦନଙ୍କ ସହ ତାଙ୍କର ଲିଙ୍କ୍‌ ମିଳିଥିଲା।

ଜାଲିଆତିର ମୁଖ୍ୟ ଯୋଜନାକାରୀ କୁହାଯାଉଥିବା ପଞ୍ଚସଫ୍ଟ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ମାଲିକ ଶଙ୍କର ପୃଷ୍ଟିଙ୍କର ଘନିଷ୍ଠ ସହଯୋଗୀ ଥିବା ଚନ୍ଦନ ଏକ ରାଜନୈତିକ ଦଳର ସ୍ଥାନୀୟ ନେତା ଓ ଯୁବ ନେତା ଭାବେ ପରିଚିତ। ସେ ନିଜକୁ ସମାଜସେବୀ ବୋଲି ମଧ୍ୟ ପରିଚୟ ଦିଅନ୍ତି। ବାଲେଶ୍ୱରର ରେମୁଣା ବିଧାନସଭା ନିର୍ବାଚନ ମଣ୍ଡଳୀରେ ତାଙ୍କର ରାଜନୈତିକ ପତିଆରା ରହିଛି। ବିଜୁ ଜନତା ଦଳ୍‌ (ବିଜେଡି)ର ସ୍ଥାନୀୟ ନେତା ଭାବେ ଚନ୍ଦନଙ୍କ ଫଟୋଗୁଡ଼ିକ ପୂର୍ବତନ ବାଲେଶ୍ୱର ସାଂସଦ ରବିନ୍ଦ୍ର ଜେନା ଓ ବିଜେଡି ଉପାଧ୍ୟକ୍ଷ ବବି ଦାସ୍‌ (ପ୍ରଣବ ପ୍ରକାଶ ଦାସ୍‌) ଆଦି ଉଚ୍ଚପଦସ୍ଥ ନେତାମାନଙ୍କ ସହ ଭାଇରାଲ ହେବାରେ ଲାଗିଛି, ଯାହା ତାଙ୍କର ରାଜନୈତିକ ସମ୍ପର୍କର ଗଭୀରତା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି।

ଏହାପରେ ବିଜେଡି ନେତାମାନେ ଏହି ସମ୍ପର୍କ ଜବାବ ଦେବାକୁ ବାଧ୍ୟ ହୋଇଛନ୍ତି। କ୍ରାଇମ୍‌ ବ୍ରାଞ୍ଚ୍‌ ଏବେ ଚନ୍ଦନଙ୍କୁ ପଚରାଉଚରା ବେଳେ ଘଟଣା ସହ ରାଜନୈତିକ ଲିଙ୍କ୍‌ର ସୁରାକ କରୁଛି। ଏହି ମାମଲାରେ ବଡ଼ ଅଧିକାରୀ, ନେତା ଓ ପ୍ରଭାବଶାଳୀଙ୍କର ସମ୍ପୃକ୍ତତାର ଅଭିଯୋଗ ଉଠୁଥିବାରୁ ଛାନବିନ ପାଇଁ ଏହା ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ଅନ୍ୟପଟେ ଶଙ୍କର ପୃଷ୍ଟି ଓ ତାଙ୍କ ସହଯୋଗୀ କଟକର ବାଙ୍କୀରୁ ମୁନା ମହାନ୍ତି ଫେରାର ଅବସ୍ଥାରେ ଅଛନ୍ତି। କ୍ରାଇମ୍‌ ବ୍ରାଞ୍ଚ୍‌ ଏବେ ପର୍ଯ୍ୟନ୍ତ ସେମାନଙ୍କର ପତ୍ତା ପାଇପାରିନାହିଁ। ରବିବାର ଭୁବନେଶ୍ୱରର ନନ୍ଦନକାନନ ଥାନା ଅଧୀନ ରଘୁନାଥପୁରର ପ୍ଲଟ୍‌ ନଂ.୩୨୦/୩୫୯୦ରେ ଅବସ୍ଥିତ ଅନଲାଇନ୍‌ ପରୀକ୍ଷା କେନ୍ଦ୍ର ‘ଶ୍ରୀ ଲିଙ୍ଗରାଜ୍‌ ଇନ୍‌ଫୋସୋଲ୍‌’ରେ କ୍ରାଇମ୍‌ ବ୍ରାଞ୍ଚ୍‌ ଚଢ଼ାଉ କରିଥିଲା। ଆଗାମୀ ଦିନରେ ଅନ୍ୟ ଅନଲାଇନ୍‌ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ମଧ୍ୟ ଛାନବିନ ହେବାରେ ଲାଗିଛି।

ଏହି ଜାଲିଆତିରେ ୧୧୪ ଜଣ ପରୀକ୍ଷାର୍ଥୀ ଓ ୫ ଜଣ ମଧ୍ୟସ୍ଥଙ୍କ ସମେତ ମୋଟ ୧୧୯ ଜଣ ଗିରଫ ହୋଇ ଜେଲ୍‌ରେ ରହିଛନ୍ତି। କ୍ରାଇମ୍‌ ବ୍ରାଞ୍ଚ୍‌ ଏହି ସଂଗଠିତ ଅପରାଧୀ ସିଣ୍ଡିକେଟ୍‌ର ପୂର୍ଣ୍ଣ ଖୁଲାସା ପାଇଁ ଚେଷ୍ଟା ଚଳାଇଛି।

 

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

ଥାନା ହାଜତରେ ରେଳ କର୍ମଚାରୀଙ୍କୁ ନିର୍ଯାତନା: ହାତ, ଗୋଡ଼ ଭାଙ୍ଗିଦେଲେ, ଯୌନାଙ୍ଗରେ…

ପୁରୁଣା ଭୁବନେଶ୍ୱର,୫ା୯(ସୁବାସ ଚନ୍ଦ୍ର ପ୍ରଧାନ): ବ୍ରହ୍ମପୁର ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ଦ୍ୱାରା ଅମାନୁଷିକତାର ସବୁ ସୀମା ଟପିଯାଇଛି। ଚୋରି ସନ୍ଦେହରେ ସୌମ୍ୟରଞ୍ଜନ ମିଶ୍ର ନାମକ ଜଣେ…

ବିଡ଼ା ବିଡ଼ା ଟଙ୍କା ଗଣାଚାଲିଛି

ପୁରୀ,୫ା୯(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୨ ଯୁବକଙ୍କୁ ଗିରଫ କରିଛି। ପୋଲିସ…

ଚାଷୀଙ୍କ ଶ୍ରମକୁ ଉଚିତ ସମ୍ମାନ ମିଳୁଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫।୯ (ସୁନିତ୍‌ ମିଶ୍ର): ଜନ୍ମାଷ୍ଟମୀ ଅବସରରେ ରାଜ୍ୟର ଚାଷୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଓୟୁଏଟିର କୃଷି ଶିକ୍ଷା ସଦନଠାରେ ସିଏମ୍‌ କିଷାନ ଯୋଜନାର…

ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ତଦନ୍ତ ଫାଇଲ ଗାଏବ୍‌ ମାମଲା, ସିବିଆଇ ତଦନ୍ତ ଦାବି କଲେ ପୁଅ-ବୋହୂ

ଭୁବନେଶ୍ୱର,୪।୯(ତ୍ରିନାଥ ମହାନ୍ତି): ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକୁ ୧୮ ବର୍ଷ ପୂରିଛି। ଶୁକ୍ରବାର ସାରା ରାଜ୍ୟରେ ବଳିଦାନ ଦିବସ ପାଳନ କରାଯାଇ ସ୍ବାମିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। କିନ୍ତୁ…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

ଓଡ଼ିଶା ପାଇଁ ଗୌରବ: ଆଡ଼ଭାନ୍ସ ମାଉଣ୍ଟେନିୟରିଂ ପ୍ରଶିକ୍ଷଣ ପାଇଁ କାଶ୍ମୀର ଯିବେ ବରଗଡ଼ର ଆଶୀର୍ବାଦ ମହାପାତ୍ର

ବରଗଡ଼, ୪।୯(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ଜଣାଶୁଣା ଆନ୍ତର୍ଜାତୀୟ ପର୍ବତାରୋହୀ ତଥା ବରଗଡ଼ ଜିଲା ଅତାବିରା ବ୍ଲକ୍ ଅନ୍ତର୍ଗତ କୁଲିତାଟୁକୁରା ଗ୍ରାମର ବାସିନ୍ଦା ଆଶୀର୍ବାଦ ମହାପାତ୍ର ଆଡ଼ଭାନ୍ସ ମାଉଣ୍ଟେନିୟରିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri