ରାଇକିଆ ବ୍ଲକ୍‌ରେ ସ୍ଥିତି ସୁଧୁରିନି, ପୁଣି ଘାରିଲା ବର୍ଷା ଭୟ

ରାଇକିଆ, ୧।୧୧ (ପ୍ରଦୀପ ବେହେରା): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ପରେ ପୁଣି ଏକ ବାତ୍ୟା ଆଶଙ୍କା ଲୋକଙ୍କ ମନରେ ଭୟ ସଞ୍ଚାର କରିଛି। ତିନି ଦିନ ପରେ ମଧ୍ୟ ବିଭିନ୍ନ ଅଞ୍ଚଳକୁ ଯୋଗାଯୋଗ ସ୍ୱାଭାବିକ ହୋଇପାରିନାହିଁ। ଉଦ୍ଧାର କାର୍ଯ୍ୟ ମଧ୍ୟ ଶେଷ ହୋଇନଥିବା ବେଳେ ଶନିବାର ଅପରାହ୍ନରେ ପୁଣି ରାଇକିଆ ବ୍ଲକ୍‌ର ବିଭିନ୍ନ ଅଞ୍ଚଳରେ ବର୍ଷା ହୋଇଛି। ରବିବାର ସକାଳେ ମଧ୍ୟ ଆକାଶ ହାଲୁକା ମେଘାଚ୍ଛନ୍ନ ରହିଛି। ବିଭିନ୍ନ ପାହାଡ଼ରୁ ଏବେ ବି ପାଣି ଝରୁଛି।

ଅନ୍ୟପକ୍ଷରେ, ରାଇକିଆ ବ୍ଲକ୍‌ ସୀମାନ୍ତ ଭଞ୍ଜନଗର ବ୍ଲକ୍‌ର ଗିଡ଼ିପାପଲ୍ଲୀ ଗ୍ରାମର ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟରେ ଡାଙ୍ଗେସି ରାସ୍ତା ଦେଇ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ସାମିଲ ହୋଇଛି। ଆଗକୁ ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ରାସ୍ତା ସଫା ରଖିବା ସହ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଉଦ୍ୟମ କରାଯାଉଛି। ଏଥିସହ ଯେଉଁ କେତୋଟି ସ୍ଥାନରେ କିଛି ପରିବାର ରହିଯାଇଛନ୍ତି, ସେମାନଙ୍କୁ ମଧ୍ୟ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବ ବୋଲି ବିଡିଓ ସବ୍ୟସାଚୀ ସାହୁ କହିଛନ୍ତି।

ଆଜି ସୁଦ୍ଧା ରାଇକିଆ ବ୍ଲକ୍‌ର ୧୨ଟି ରିଲିଫ୍‌ କ୍ୟାମ୍ପରେ ୯୯୪ ଜଣ ଆଶ୍ରୟ ନେଇଛନ୍ତି।

Dharitri – Odisha’s No.1 Odia Daily


Enter your email to get our daily news in your inbox.

All Right Reserved By Dharitri.Com

ତେଲ ବଜାରରେ ହଲଚଲ: ପହିଲାରୁ ଶସ୍ତା ହେଲା ପେଟ୍ରୋଲ? ଜାଣନ୍ତୁ ତାଜା ରେଟ୍‌…

ନୂଆଦିଲ୍ଲୀ,୧।୧୧: ଆଜି, ଅର୍ଥାତ ୧ ନଭେମ୍ୱର ୨୦୨୬ରେ ଦେଶର ସରକାରୀ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ପେଟ୍ରୋଲ ଏବଂ ଡିଜେଲ ଦରରେ କୌଣସି ପରିବର୍ତ୍ତନ କରିନାହାନ୍ତି। ଅନ୍ତର୍ଜାତୀୟ…

ବିଶ୍ୱର ସବୁଠାରୁ ବଡ଼ ୟୁଟ୍ୟୁବରଙ୍କୁ ପରାସ୍ତ କରି ବିଶାଳ ପୁରସ୍କାର ରାଶି ଜିତିଲେ ହାର୍ଦ୍ଦିକ ପାଣ୍ଡ୍ୟା, ପରେ କଲେ ଏମିତି ମିଳୁଛି ଖୁବ…

ନୂଆଦିଲ୍ଲୀ,୧।୧୧: ମିଷ୍ଟର ବିଷ୍ଟ (MrBeast) ନିକଟରେ ଭାରତ ଗସ୍ତ କରିଥିଲେ, ଯେଉଁଠାରେ ସେ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଏକ ବେସବଲ ଚ୍ୟାଲେଞ୍ଜରେ ଅଂଶଗ୍ରହଣ କରିଥିଲେ।…

PNB ୟୁଜର୍ସଙ୍କ ପାଇଁ ଆଜିଠାରୁ ବଦଳିଗଲା ନିୟମ; ଟଙ୍କା ଉଠାଣରୁ ଏସବୁ କାମ ପାଇଁ ଗଣିବାକୁ ପଡ଼ିବ ଅଧିକ ଟଙ୍କା!

ନୂଆଦିଲ୍ଲୀ,୧।୧୧:ଯଦି ଆପଣଙ୍କ ପାଖରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB)ର ଭିସା (Visa) କିମ୍ୱା ରୂପେ (RuPay) କ୍ରେଡିଟ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ…

ବନ୍ୟା ବିପନ୍ନଙ୍କ ପାଖରେ ବିଧାୟକ, ସ୍ଥିତି ପରଖିଲେ ମନ୍ତ୍ରୀ ଗିଡ଼ିପାବାଲି ଗଲେ ପରିବହନ ମନ୍ତ୍ରୀ, ଭଞ୍ଜନଗର ଆସୁଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ

ଭଞ୍ଜନଗର, ୧/୧୧ (ବାବୁଲା ପ୍ରଧାନ): ବାରମ୍ବାର ବନ୍ୟା ଓ ବାତ୍ୟା ଗଞ୍ଜାମ ଜିଲାବାସୀଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ବାତ୍ୟା ପରବର୍ତ୍ତୀ ବନ୍ୟା ଓ ଭୂସ୍ଖଳନ ଯୋଗୁଁ…

କମର୍ସିଆଲ ଏଲପିଜି (LPG) ସିଲିଣ୍ଡର ଦର ବୃଦ୍ଧି ଉପରେ କଂଗ୍ରେସର ବଡ଼ ବୟାନ, କହିଲା…

ନୂଆଦିଲ୍ଲୀ,୧।୧୧: ଉତ୍ସବର ଋତୁରେ ଲୋକମାନେ ପୁଣିଥରେ ମହଙ୍ଗା ମାଡ଼ର ସମ୍ମୁଖୀନ ହୋଇଛନ୍ତି। ବ୍ୟବସାୟିକ ଏଲପିଜି (LPG) ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇବା ପରେ କଂଗ୍ରେସ ଦଳ ମୋଦିଙ୍କ…

ଭାରତ ରଚିଲା ନୂଆ ଇତିହାସ, କମନୱେଲଥ ଚାମ୍ପିୟନସିପରେ ଜିତିଲା ଦୁଇଟି ସ୍ବର୍ଣ୍ଣ

ନୂଆଦିଲ୍ଲୀ,୧।୧୧: କବାଡ଼ିରେ ଭାରତ ଦ୍ୱିଗୁଣ ସଫଳତା ହାସଲ କରିଛି। କମନୱେଲଥ କବାଡ଼ି ଚାମ୍ପିୟନସିପରେ ଭାରତର ପୁରୁଷ ଏବଂ ମହିଳା ଉଭୟ ଦଳ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଫାଇନାଲ…

ଟିମ ଇଣ୍ଡିଆର Playing11ରେ ଦୁଇ ବଡ଼ ପରିବର୍ତ୍ତନ, ଫେରିଲେ ଆଉ ଜଣେ ଦକ୍ଷ ବୋଲର

ନୂଆଦିଲ୍ଲୀ,୧।୧୧: ପଞ୍ଚମ ଟି-୨୦ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଏହି ସିରିଜରେ ଏହା ପ୍ରଥମ ଥର ପାଇଁ ଘଟିଛି ଯେଉଁଠାରେ ଭାରତୀୟ…

ସୂର୍ଯ୍ୟ-ଚନ୍ଦ୍ରଙ୍କ ଅଶୁଭ ଯୋଗ: ୫ ରାଶିରେ ବଢ଼ିବ ଅଡୁଆ! ପାଖରୁ ପଳାଇବ ସବୁ ଟଙ୍କା

ଦୃକ ପଞ୍ଚାଙ୍ଗ ଅନୁସାରେ, ସୂର୍ଯ୍ୟ ଏବଂ ଚନ୍ଦ୍ର ଗ୍ରହ ନଭେମ୍ୱର ୨ ତାରିଖ ରାତି ୮ଟା ୨୦ ମିନିଟରେ ବୈଧୃତି ଯୋଗ ସୃଷ୍ଟି କରୁଛନ୍ତି। ବୈଧୃତି ଯୋଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?