ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ ଗିରଫ

ବ୍ରହ୍ମପୁର, ୧/୧୧ (ସୁବାସ ଚନ୍ଦ୍ର ପାଢ଼ୀ): ସରକାରୀ ରେଡକ୍ରସ ପାଣ୍ଠିରୁ ୮.୬୩ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟର ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ (ଏସ୍‌ଆର୍‌ଏ) ସଦାଶିବ ପ୍ରଧାନଙ୍କୁ ରବିବାର ଗିରଫ କରିଛି। ସେ ବର୍ତ୍ତମାନ ସୁରଡ଼ା ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଛନ୍ତି।

ଛତ୍ରପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟର ନଜରତ ବିଭାଗରେ ୨୦୨୩ ଡିସେମ୍ବରରୁ ୨୦୨୫ ଅଗଷ୍ଟ ପର୍ଯ୍ୟନ୍ତ ସରକାରୀ ପାଣ୍ଠିର ଅର୍ଥ ଜମା ନହେବା ସମ୍ପର୍କରେ ଅଭିଯୋଗ ଆସିବା ପରେ ଭିଜିଲାନ୍ସ ପକ୍ଷରୁ ତଦନ୍ତ ଓ ଯାଞ୍ଚ ଆରମ୍ଭ ହୋଇଥିଲା। ତଦନ୍ତରୁ ଜଣାପଡ଼ିଛି ଯେ, ଉକ୍ତ ସମୟରେ ସଦାଶିବ ପ୍ରଧାନ ନଜରତ ବିଭାଗର ଦାୟିତ୍ୱରେ ଥିଲେ। ସେ ସରକାରୀ ରସିଦ ବହି ଜରିଆରେ ରେଡକ୍ରସ ପାଣ୍ଠି ବାବଦରେ ମୋଟ ୮ ଲକ୍ଷ ୬୩ ହଜାର ୨୦୦ ଟଙ୍କା ଆଦାୟ କରିଥିଲେ। କିନ୍ତୁ ଏହି ଅର୍ଥକୁ ଛତ୍ରପୁରସ୍ଥିତ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ଶାଖାର ନିର୍ଦ୍ଦିଷ୍ଟ ଖାତାରେ ଜମା ନକରି ବ୍ୟକ୍ତିଗତ ସ୍ୱାର୍ଥରେ ହେରଫେର କରିଥିବା ଅଭିଯୋଗ ହୋଇଛି।

ଗିରଫ ପରେ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଭିଜିଲାନ୍ସ ଅଦାଲତରେ ହାଜର କରାଯାଇଛି। ଏହି ଘଟଣାକୁ ନେଇ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ କେସ୍‌ ନଂ. ୧୩/୨୦୨୬ ରୁଜୁ ହୋଇଛି। ଏଥିରେ ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ର ଧାରା ୧୩(୨) ସହ ୧୩(୧)(ଏ) ଏବଂ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌), ୨୦୨୩ର ଧାରା ୩୧୬(୫) ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Dharitri – Odisha’s No.1 Odia Daily


Enter your email to get our daily news in your inbox.

All Right Reserved By Dharitri.Com

ଆଇପିଏସ୍‌ ସ୍ତରରେ ବଡ଼ ଅଦଳବଦଳ, ସୁଶାନ୍ତ ନାଥ ଗୃହ ବିଭାଗକୁ ବଦଳି, ଜାଣନ୍ତୁ ଆଉ କାହାକୁ କେଉଁଠିକୁ

ଭୁବନେଶ୍ୱର: ରାଜ୍ୟ ପୋଲିସ ପ୍ରଶାସନରେ ବଡ଼ ଧରଣର ଅଦଳବଦଳ ହୋଇଛି। ଆଇପିଏସ୍‌ ସ୍ତରରେ ଏହି ଅଦଳବଦଳରେ ବରିଷ୍ଠ ଅଧିକାରୀଙ୍କଠାରୁ ଆରମ୍ଭ କରି ଜିଲା ଏସ୍‌ପି ପର୍ଯ୍ୟନ୍ତ ଅନେକଙ୍କୁ…

ରାଇକିଆ ବ୍ଲକ୍‌ରେ ସ୍ଥିତି ସୁଧୁରିନି, ପୁଣି ଘାରିଲା ବର୍ଷା ଭୟ

ରାଇକିଆ, ୧।୧୧ (ପ୍ରଦୀପ ବେହେରା): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ପରେ ପୁଣି ଏକ ବାତ୍ୟା ଆଶଙ୍କା ଲୋକଙ୍କ ମନରେ ଭୟ ସଞ୍ଚାର କରିଛି। ତିନି…

ମାଛ ଧରିବାକୁ ଯାଇଥିଲେ କର୍ଣ୍ଣାଟକ, ସମୁଦ୍ରରେ ଚାଲିଗଲା ଜୀବନ

ବଡ଼ଗାଁ, ୩୧/୧୦ (ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲାରେ ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ବଡ଼ଗାଁ ବ୍ଲକ୍‌ ଅନ୍ତର୍ଗତ କାଦୋପଡ଼ା ଗ୍ରାମର ଜଣେ ଯୁବକଙ୍କ କର୍ଣ୍ଣାଟକ…

ଏହି ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରିବେ ରୋହିତ ଶର୍ମା; ଜାଣନ୍ତୁ ସେ କେତୋଟି ମ୍ୟାଚ ଖେଳିବେ

ନୂଆଦିଲ୍ଲୀ,୧।୧୧: ରୋହିତ ଶର୍ମା ମୁମ୍ବାଇ ଦଳକୁ ଫେରିବାକୁ ପ୍ରସ୍ତୁତ ଅଛନ୍ତି। ସେ ମୁମ୍ବାଇ କ୍ରିକେଟ ଆସୋସିଏସନ (MCA) କୁ ଜଣାଇଛନ୍ତି ଯେ, ଡିସେମ୍ବରରେ ହେବାକୁ ଥିବା ‘ବିଜୟ…

ରାତି ଅଧରେ ଘରେ ପଶି ସ୍ୱାମୀ-ସ୍ତ୍ରୀଙ୍କୁ ହତ୍ୟା: ପୁଅ ଗୁରୁତର,  ପଡ଼ୋଶୀ ଅଟ ଥିବା ସୂଚନା

କୋରୁକୋଣ୍ଡା, ୧/୧୧ (ଅଶୋକ କୁମାର ପରିଡ଼ା): ଘରେ ପଶି ଏକ ଦମ୍ପତିଙ୍କୁ ନିର୍ମମ ଭାବେ ହତ୍ୟା କରିବା ସହ ସେମାନଙ୍କ ୧୨ ବର୍ଷୀୟ ପୁଅକୁ ମରଣାନ୍ତକ ଆକ୍ରମଣ…

ମାଟିରେ ମିଶିଲା ଇନ୍ଦ୍ରଗଡ଼ ପଞ୍ଚାୟତ କାର୍ଯ୍ୟାଳୟ

ରାଇକିଆ, ୧/୧୧ (ପ୍ରଦୀପ ବେହେରା): ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଥିବା ଇନ୍ଦ୍ରଗଡ଼ ପଞ୍ଚାୟତ ଉପରେ ଫୋକସ୍ କରିଛି କନ୍ଧମାଳ ଜିଲା ପ୍ରଶାସନ। ମାଣିକେଶ୍ୱର ପରେ ଏହି…

କୋଟିଆ ଭୋଟରଙ୍କୁ ଜଗିବେ ୩ ଦଳ

କୋରାପୁଟ,୧।୧୧(ଅମିତାଭ ବେହେରା): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ କୋଟିଆକୁ ନେଇ ପୁଣି ରାଜନୈତିକ ତତ୍ପରତା ଦେଖିବାକୁ ମିଳିଛି। କୋଟିଆ ଗ୍ରାମପୁଞ୍ଜରେ ଆନ୍ଧ୍ର ପକ୍ଷରୁ ହେବାକୁ ଥିବା ନିର୍ବାଚନକୁ…

ଧରିତ୍ରୀ ୟୁଥ୍‌ କନ୍‌କ୍ଲେଭ୍‌-୨୦୨୬: ପ୍ରଦୂଷିତ ପରିବେଶ ପାଇଁ ବହୁ ଜୀବଜନ୍ତୁ ବିଲୁପ୍ତପ୍ରାୟ

ଆଜିକାଲିର ପ୍ରଦୂଷଣ ବୃଦ୍ଧି ମନୁଷ୍ୟକୃତ ଆଜିକାଲିର ପ୍ରଦୂଷଣ ବୃଦ୍ଧି ମନୁଷ୍ୟକୃତ। ନିଜ ସୁବିଧା ପାଇଁ ଆମେ କଳକାରଖାନା ବୃଦ୍ଧି କରୁଛେ, ଯାହା ଆମ ପରିବେଶ ଓ ଜୀବଜଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?