ସଟର ପ୍ଲେଟ ଚୋରି ମାମଲା: ୨ ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି,୨୧।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ୧ ନଂ ୱାର୍ଡ ରାମଚନ୍ଦ୍ର ନଗରରେ ରାସ୍ତା ଓ ଡ୍ରେନ ନିର୍ମାଣ କରୁଥିବା ଠିକାଦାର ଦୁର୍ଗା ମାଧବ ସାହୁଙ୍କ ୨୪ ଟି ଲୁହା ସଟର ପ୍ଲେଟଗୁଡ଼ିକ ଶୁକ୍ରବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଚୋରି କରି ନେଇଥିଲେ। ଦୁର୍ଗା ଏ ନେଇ ରବିବାର ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଆଇଆଇସି ବସନ୍ତ କୁମାର ସେଠୀ ଥାନା କେସ ନଂ.୨୪୧/୨୦ ମକଦ୍ଦମା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲେ। ପରେ ଚୋରି ମାମଲାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।
ଅଭିଯୁକ୍ତ ଦ୍ୱୟ ହେଲେ ଦିଗପହଣ୍ଡି ଥାନା ଚଡ଼ୁଙ୍ଗପୁର ଗ୍ରାମର ଲିଟୁ ବାଡ଼ତ୍ୟା ଏବଂ ଟୁଟୁ ବାଡ଼ତ୍ୟା। ସେମାନଙ୍କ ନିକଟରୁ ୧୫ ଟି ଲୁହା ସଟର ପ୍ଲେଟ ଜବତ କରାଯାଇଛି। ଅଭିଯୁକ୍ତ ଦ୍ବୟଙ୍କ କରୋନା ପରୀକ୍ଷା କରାଯାଇ ବୁଧବାର କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଦିଗପହଣ୍ଡି ସବ୍‌ ଜେଲ ହାଜତକୁ ପଠାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପିଆରଏମ୍‌ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ: ରୋଗୀଙ୍କୁ ଇଞ୍ଜେକ୍ସନ ଦେଲେ ରୋଷେଇ କର୍ମଚାରୀ

ବାରିପଦା ଅଫିସ,୬ା୧୨- ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲାରେ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ କେନ୍ଦ୍ରୀୟ ଅନୁଦାନରେ ରାଜ୍ୟ ସରକାର ପଣ୍ଡିତ ରଘୁନାଥ...

କୋଭିଡ ଯୋଦ୍ଧା ହାବିଲଦାରଙ୍କ ପରଲୋକ

ବଲାଙ୍ଗୀର ଅଫିସ, ୩ା୧୨: ବଲାଙ୍ଗୀର ଜିଲା ପାଟଣାଗଡ ଥାନାର ଟାଉନ୍‌ ହାବିଲଦାର କୋଭିଡ ଯୋଦ୍ଧା ମନୋରଞ୍ଜନ ବାରିକ (୪୪)ଙ୍କ ଭୁବନେଶ୍ୱର କିମସ୍‌ ହସ୍ପିିଟାଲରେ ବୁଧବାର ପୂର୍ବାହ୍ନରେ...

ଲାଞ୍ଚ ନେବା ମାମଲା: ଜେଲ୍‌ଗଲେ ବନରକ୍ଷୀ, ରାତ୍ରି ଜଗୁଆଳ

ବ୍ରହ୍ମପୁର ଅଫିସ,୨୮ା୫: ଗଞ୍ଜାମ ଜିଲା ସୋରଡ଼ା ବନାଞ୍ଚଳ ଅଧୀନ ପିପଳପଙ୍କା ବନରକ୍ଷୀ ବିଷ୍ଣୁପ୍ରିୟା ଦାଶ ଏକ ମାମଲା ରଫାଦଫା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ...

ବାଡ଼ିପାଙ୍ଗାବାସୀଙ୍କ ଭରସା ପରିତ୍ୟକ୍ତ କୂଅ

ତୁମୁଡ଼ିବନ୍ଧ,୧୫ା୬(ଡି.ଏନ୍‌.ଏ.)-ତୁମୁଡ଼ିବନ୍ଧ ବ୍ଲକ ଅଞ୍ଚଳରେ ଉତ୍କଟ ହେଉଛି ପାନୀୟ ଜଳ ସମସ୍ୟା। ଭୂପୃଷ୍ଠ ଜଳସ୍ତର କମିବା ସହ ନଦୀ ନାଳ ପୋଖରୀ ଶୁଖିଯାଇଛି। କୂଅର ଗୋଳିଆ ପାଣି...

କାର୍ଯ୍ୟରେ ଅବହେଳା: ଶିକ୍ଷକ ନିଲମ୍ବିତ

କପ୍ତିପଦା,୧୯ା୧୨(ଡି.ଏନ୍‌.ଏ.)- କାର୍ଯ୍ୟରେ ଅବହେଳା କାରଣ ଯୋଗୁ କପ୍ତିପଦା ବ୍ଲକ ଅଧୀନରେ କାର୍ଯ୍ୟରତ ଜଣେ ସହକାରୀ ଶିକ୍ଷକଙ୍କୁ ବ୍ଲକ ଶିକ୍ଷାଧିକାରୀ(ବିଇଓ) ଶଶୀଧର ସିଂ ଚିଠି ନଂ.-୩୯୦୬ରେ ବୁଧବାର...

ନିୟମକୁ ଫୁ

ସରକାରୀ ହେଉ ବା ବେସରକାରୀ ସ୍କୁଲ, ଏହାର ପରିସରରେ କିମ୍ବା ନିକଟବର୍ତ୍ତୀ ଅଞ୍ଚଳରେ ଖୋଲି ପାରିବନି ବାହାର ଖାଦ୍ୟ ଓ ଜଙ୍କଫୁଡ୍‌ର ପସରା। ଛାତ୍ରୀଛାତ୍ରଙ୍କୁ ଜଙ୍କଫୁଡ୍‌...

ଭତ୍ତା ନେବାକୁ ଆସି ବୃଦ୍ଧଙ୍କ ପ୍ରାଣ ଗଲା

ବାଲିଆପାଳ, ୧୫।୧୨(ସ୍ବ.ପ୍ର.)-ପଞ୍ଚାୟତ କାର୍ଯ୍ୟାଳୟକୁ ଭତ୍ତା ନେବାକୁ ଆସିଥିବା ବାଲିଆପାଳ ଅଞ୍ଚଳର ଜଣେ ୯୫ ବର୍ଷୀୟ ବୃଦ୍ଧଙ୍କ ରବିବାର ମୃତ୍ୟୁ ହୋଇଛି। ଏହି ଘଟଣା ପରେ ସ୍ଥାନୀୟ...

ରାସ୍ତା କାମ ନିମ୍ନ ମାନର ଯୋଗୁ ସରକାରୀ ଯନ୍ତ୍ରୀଙ୍କୁ ଉଠ୍‌ବସ କରାଇଲେ ପାଟଣାଗଡ଼ ବିଧାୟକ, ଭିଡିଓ ଭାଇରାଲ

ବଲାଙ୍ଗୀର ଅଫିସ,୬।୬: ପାଟଣାଗଡ଼ର ନବନିର୍ବାଚିତ ବିଜେଡି ବିଧାୟକ ସରୋଜ ମେହେର ଜଣେ ସରକାରୀ ଯନ୍ତ୍ରୀଙ୍କୁ ଲୋକଙ୍କ ସମ୍ମୁଖରେ ଉଠ୍‌ବସ୍‌ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ...

Advertisement

BGU

Archives

Model This Week

Why Dharitri