ଶୂଲିଆଯାତ୍ରା: ବଳି ପକାଯିବ, ମହୋତ୍ସବ ହେବ ନାହିଁ

ବଲାଙ୍ଗୀର ଅଫିସ/ଦେଓଗାଁ,୧୨ା୧: ଆଦିବାସୀଙ୍କ ପ୍ରସିଦ୍ଧ ଶୂଲିଆ ଯାତ୍ରା ଆସନ୍ତା ୧୯ତାରିଖ ପୌଷଶୁକ୍ଳ ପକ୍ଷ ପ୍ରଥମ ମଙ୍ଗଳବାର ବଲାଙ୍ଗୀର ଜିଲା ଖଇରଗୁଡା ବଡଖଳା ଓ କୁମରିଆ ସାନଖଳାଠାରେ ପାରମ୍ପରିକ ରୀତିନୀତିରେ ପାଳନ କରାଯିବ। କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ଚଳିତବର୍ଷ କେବଳ ପାରମ୍ପରିକ ପୂଜାବିଧି ଓ ବଳି ପକାଯିବ। ମାତ୍ର ମହୋତ୍ସବ ହେବ ନାହିଁ ବୋଲି ମିଳିତ ଶୂଲିଆ ଯାତ୍ରା ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି। ପୂଜା କମିଟି ସଭାପତି ମୟ ପ୍ରଧାନୀଙ୍କ ସଭାପତିତ୍ୱରେ ଖଇରଗଡା ବଡଖଳାଠାରେ ମଙ୍ଗଳବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଶୂଲିଆ ପୂଜାର ମୁଖ୍ୟ ପୂଜକ ସୋମନାଥ ଦେହେରିଆ, ଉତ୍କଳ ଆଦିକନ୍ଧ ସମାଜର ରାଜ୍ୟ ସଭାପତି ଚିନ୍ତାମଣି ଭୋଇ, ସୁଲିଆ ଟ୍ରଷ୍ଟର ମୁଖ୍ୟ ଟ୍ରଷ୍ଟି ବିରଞ୍ଚତ୍ କୁଅଁର, କପୁର୍ଚ୍ଚନ ଭୋଇ, ପ୍ରସନ୍ନ ପ୍ରଧାନୀ, ଅନନ୍ତ ଦେହେରୀ, ଦିଲୀପ କୁଅଁର, ରାଜେନ୍ଦ୍ର ପାଣି, ପପୁ ପାତ୍ର, ଅନନ୍ତ ଚୌହାନ, ପ୍ରଫୁଲ୍ଲ ଦାସ, ସତ୍ୟ କାଲସାଏ, ସୂର୍ଯ୍ୟ ରଣା, ପ୍ରଦୀପ କୁମର ମାଝି ଉପସ୍ଥିତ ଥିଲେ। ସଭାପତି ପଧାନୀ କହିଥିଲେ ଯେ, ପାରମ୍ପରିକ ପୂଜାବିଧି ପାଳନ କରାଯିବ। ୧୮ ତାରିଖ ସୋମବାରଠାରୁ ନିଶିପୂଜା, ମଙ୍ଗଳବାର ଖଇରଗୁଡା ବଡଖଳାରେ ଶୂଲିଆ ବୁଢ଼ାଙ୍କ ପାରମ୍ପରିକ ପୂଜାର୍ଚ୍ଚନା କରାଯିବ। ମାନସିକଧାରୀମାନେ ଯାହା ଅର୍ପଣ କରିବାକୁ ଆଣିବେ ସେସବୁ ଅର୍ପଣ କରାଯିବ। କୁକଡା, ବୁକା, ଗର୍‌ରା, ପୋଢ଼ ବଳି ପଡିବ ବୋଲି ସେ ସୂଚନା ଦେଇଛନ୍ତି। କୋଭିଡ କଟକଣା ଯୋଗୁଁ ଶ୍ରଦ୍ଧାଳୁମାନେ ଶୃଙ୍ଖଳାର ସହ ଧାଡିବାନ୍ଧି, ସାମାଜିକ ଦୂରତା ରଖି, ମାସ୍କ ପିନ୍ଧି ପୂଜାସ୍ଥଳକୁ ଆସିପାରିବେ। ପୂଜା କମିଟିର ପାରମ୍ପରିକ ବାଜା ସହ ଅନ୍ୟ କୌଣସି ଲୋକେ ସେଠାରୁ ବାଜା ନେଇ ପାରିବେ ନାହିଁ। ପ୍ରଶାସନ ସହ ପୂଜା କମିଟିର ଏଯାଏଁ କୌଣସି ଆଲୋଚନା ହୋଇନାହିଁ। ଶାନ୍ତିଶୃଙ୍ଖଳା ରକ୍ଷା ଓ କୋଭିଡ ଗାଇଡଲାଇନ୍‌ ପାଳନ ଦିଗରେ ପ୍ରଶାସନର ସହଯୋଗ ନିଆଯିବ ବୋଲି ପଧାନୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚିତ୍ରକୋଣ୍ଡା ଜଳ ଭଣ୍ଡାରରେ ଡ଼ଙ୍ଗା ବୁଡି ଜଣେ ନିଖୋଜ,ଦୁଇ ଉଦ୍ଧାର

ଚିତ୍ରକୋଣ୍ଡା,୨୫।୫: ମାଲକାନାଗିରି ଜିଲାର ଚିତ୍ରକୋଣ୍ଡା ଜଳଭଣ୍ଡାରରେ ମାଛ ଧରୁଥିବା ବେଳେ ଡଙ୍ଗା ବୁଡିଯିବାରୁ ଜଣେ ନିଖୋଜ ହୋଇଯାଇଥିବା ବେଳେ ୨ ଜଣଙ୍କୁ ଉଦ୍ଧାର କରାଯାଇଛି। ସେମାନେ...

ପ୍ରବାସୀଙ୍କ ପାଇଁ ସାମଗ୍ରୀ ବୋହିଲେ ପ୍ରଶାସନିକ ଅଧିକାରୀ

ଜୁନାଗଡ଼,୨୮।୫(ଡି.ଏନ୍‌.ଏ.)-କୋଭିଡ-୧୯କୁ ମୁକାବିଲା କରିବା ପାଇଁ ଜୁନାଗଡ ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବିଡିଓଙ୍କ ସମେତ ବ୍ଲକର ସମସ୍ତ କର୍ମଚାରୀ ଏହି କାମରେ ନିୟୋଜିତ...

ଭୁବନେଶ୍ୱର ସାହିତ୍ୟ ସମାଜ ଅଧିବେଶନ: ଗୁଣାତ୍ମକତା ଉପରେ ଗୁରୁତ୍ୱ ଦିଅନ୍ତୁ ସମ୍ପାଦକ

ଭୁବନେଶ୍ୱର,୩ା୧୨(ବ୍ୟୁରୋ): ଓଡ଼ିଶାରେ ପତ୍ରିକା ସଂପାଦନା ଅନେକ ସମ୍ଭାବନା ଓ ସ୍ବପ୍ନକୁ ସାକାର କରିବା କ୍ଷେତ୍ରରେ ତତ୍ପର ହେବା ଆବଶ୍ୟକ। ପତ୍ରିକାର ଗୁଣାତ୍ମକ ମାନ ତାହାର ସଫଳ...

ଅନ୍ଧାରରେ ପଦ୍ମଶ୍ରୀଙ୍କ ପରିବାର

କେନ୍ଦୁଝର,୧୭ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ୍‌ ତଳ ବୈତରଣୀ ଗ୍ରାମରେ ରହୁଥିବା ପଦ୍ମଶ୍ରୀ ଦୈତାରୀ ନାଏକଙ୍କ ପରିବାର ଅନ୍ଧାରରେ। ବିଭାଗୀୟ ଭୁଲ ଯୋଗୁ ଦୀର୍ଘ ଏକ...

୩ କ୍ୟାମ୍ପ୍‌ରେ ରହିଲେ ରାଜ୍ୟ ବାହାରର ୧୨୧ ଶ୍ରମିକ

ବାରଙ୍ଗ,୧ା୪(ଡି.ଏନ୍‌.ଏ)- ଚନ୍ଦକା ଥାନା ଅଧୀନରେ ହୋଇଛି ୩ଟି ଆଶ୍ରୟସ୍ଥଳୀ। ମେଣ୍ଢାଶାଳ ଓ ଛତାବର ପଂଚାୟତ ଅଧୀନରେ ଥିବା ଏହି ଆଶ୍ରୟସ୍ଥଳୀରେ ରାଜ୍ୟବାହାର ୧୨୧ଜଣ ଶ୍ରମିକଙ୍କୁ ଚନ୍ଦକା...

ଜଙ୍ଗଲକୁ ଶିକାର ପାଇଁ ଯିବା ସମୟରେ ଧରିଲା ବନ ବିଭାଗ: ବନ୍ଧୁକ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ

ସଜନାଗଡ଼,୨୧।୩(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡିହା ଅଭୟାରଣ୍ୟରେ ଦିନକୁ ଦିନ ଶିକାରୀଙ୍କ ପ୍ରାଦୁର୍ଭାବ ବଢ଼ିଚାଲିଛି। ଶୁକ୍ରବାର ବିଳମ୍ବିତ ରାତିରେ ନୀଳଗିରି ଥାନା ଅଧୀନ...

ପ୍ରସ୍ତାବିତ ପାଉଁଶ ଇଟା କାରଖାନାକୁ ବିରୋଧ: ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲେ ଗ୍ରାମବାସୀ

ପାଟଣା ,୨୩।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ତହସିଲ ତଥା ପାଟଣା ରାଜସ୍ବ ନିରୀକ୍ଷକ ଅନ୍ତର୍ଗତ ଟାଇଁସିରା ମୌଜାରେ ପ୍ରସ୍ତାବିତ ଏକ ପାଉଁଶ ଇଟା କାରଖାନା ନିର୍ମାଣକୁ...

ଘୋଷଯାତ୍ରାର ହେବ ସିଧାପ୍ରସାରଣ

ଭୁବନେଶ୍ବର, ୧୯ା୬(ସୁନିତ୍‌ ମିଶ୍ର): ପବିତ୍ର ଘୋଷଯାତ୍ରା ଅବସରରେ ଦୂରଦର୍ଶନ କେନ୍ଦ୍ର, ଭୁବନେଶ୍ୱର ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ସହଯୋଗରେ ଘୋଷଯାତ୍ରାର ସିଧାପ୍ରସାରଣର ବ୍ୟବସ୍ଥା କରାଯାଇଛି।...

Advertisement
Archives

Model This Week