ଶୂଲିଆଯାତ୍ରା: ବଳି ପକାଯିବ, ମହୋତ୍ସବ ହେବ ନାହିଁ

ବଲାଙ୍ଗୀର ଅଫିସ/ଦେଓଗାଁ,୧୨ା୧: ଆଦିବାସୀଙ୍କ ପ୍ରସିଦ୍ଧ ଶୂଲିଆ ଯାତ୍ରା ଆସନ୍ତା ୧୯ତାରିଖ ପୌଷଶୁକ୍ଳ ପକ୍ଷ ପ୍ରଥମ ମଙ୍ଗଳବାର ବଲାଙ୍ଗୀର ଜିଲା ଖଇରଗୁଡା ବଡଖଳା ଓ କୁମରିଆ ସାନଖଳାଠାରେ ପାରମ୍ପରିକ ରୀତିନୀତିରେ ପାଳନ କରାଯିବ। କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ଚଳିତବର୍ଷ କେବଳ ପାରମ୍ପରିକ ପୂଜାବିଧି ଓ ବଳି ପକାଯିବ। ମାତ୍ର ମହୋତ୍ସବ ହେବ ନାହିଁ ବୋଲି ମିଳିତ ଶୂଲିଆ ଯାତ୍ରା ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି। ପୂଜା କମିଟି ସଭାପତି ମୟ ପ୍ରଧାନୀଙ୍କ ସଭାପତିତ୍ୱରେ ଖଇରଗଡା ବଡଖଳାଠାରେ ମଙ୍ଗଳବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଶୂଲିଆ ପୂଜାର ମୁଖ୍ୟ ପୂଜକ ସୋମନାଥ ଦେହେରିଆ, ଉତ୍କଳ ଆଦିକନ୍ଧ ସମାଜର ରାଜ୍ୟ ସଭାପତି ଚିନ୍ତାମଣି ଭୋଇ, ସୁଲିଆ ଟ୍ରଷ୍ଟର ମୁଖ୍ୟ ଟ୍ରଷ୍ଟି ବିରଞ୍ଚତ୍ କୁଅଁର, କପୁର୍ଚ୍ଚନ ଭୋଇ, ପ୍ରସନ୍ନ ପ୍ରଧାନୀ, ଅନନ୍ତ ଦେହେରୀ, ଦିଲୀପ କୁଅଁର, ରାଜେନ୍ଦ୍ର ପାଣି, ପପୁ ପାତ୍ର, ଅନନ୍ତ ଚୌହାନ, ପ୍ରଫୁଲ୍ଲ ଦାସ, ସତ୍ୟ କାଲସାଏ, ସୂର୍ଯ୍ୟ ରଣା, ପ୍ରଦୀପ କୁମର ମାଝି ଉପସ୍ଥିତ ଥିଲେ। ସଭାପତି ପଧାନୀ କହିଥିଲେ ଯେ, ପାରମ୍ପରିକ ପୂଜାବିଧି ପାଳନ କରାଯିବ। ୧୮ ତାରିଖ ସୋମବାରଠାରୁ ନିଶିପୂଜା, ମଙ୍ଗଳବାର ଖଇରଗୁଡା ବଡଖଳାରେ ଶୂଲିଆ ବୁଢ଼ାଙ୍କ ପାରମ୍ପରିକ ପୂଜାର୍ଚ୍ଚନା କରାଯିବ। ମାନସିକଧାରୀମାନେ ଯାହା ଅର୍ପଣ କରିବାକୁ ଆଣିବେ ସେସବୁ ଅର୍ପଣ କରାଯିବ। କୁକଡା, ବୁକା, ଗର୍‌ରା, ପୋଢ଼ ବଳି ପଡିବ ବୋଲି ସେ ସୂଚନା ଦେଇଛନ୍ତି। କୋଭିଡ କଟକଣା ଯୋଗୁଁ ଶ୍ରଦ୍ଧାଳୁମାନେ ଶୃଙ୍ଖଳାର ସହ ଧାଡିବାନ୍ଧି, ସାମାଜିକ ଦୂରତା ରଖି, ମାସ୍କ ପିନ୍ଧି ପୂଜାସ୍ଥଳକୁ ଆସିପାରିବେ। ପୂଜା କମିଟିର ପାରମ୍ପରିକ ବାଜା ସହ ଅନ୍ୟ କୌଣସି ଲୋକେ ସେଠାରୁ ବାଜା ନେଇ ପାରିବେ ନାହିଁ। ପ୍ରଶାସନ ସହ ପୂଜା କମିଟିର ଏଯାଏଁ କୌଣସି ଆଲୋଚନା ହୋଇନାହିଁ। ଶାନ୍ତିଶୃଙ୍ଖଳା ରକ୍ଷା ଓ କୋଭିଡ ଗାଇଡଲାଇନ୍‌ ପାଳନ ଦିଗରେ ପ୍ରଶାସନର ସହଯୋଗ ନିଆଯିବ ବୋଲି ପଧାନୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର କଲେଜ ଛକରେ ଦୁର୍ଘଟଣା: ସ୍କୁଟିକୁ ଧକ୍କା ଦେଲା ଦ୍ରୁତଗାମୀ ଟ୍ରକ୍‌

ଛତ୍ରପୁର, ୧୮/୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର କଲେଜ ଛକରେ ଗୁରୁବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଟ୍ରକ୍‌ ସ୍କୁଟିକୁ ଧକ୍କା…

୩୩ ଫିଲ୍ମକୁ ପଛରେ ପକାଇ ଓସ୍କାର ଗଲା ‘ଗୋନ୍ଧଳ’; ମିଳିଲା ଅଫିସିଆଲ୍ ଟିକେଟ୍!

ନୂଆଦିଲ୍ଲୀ: ୯୯ତମ ଏକାଡେମୀ ଆୱାର୍ଡ (ଓସ୍କାର ୨୦୨୭) ପାଇଁ ଭାରତରୁ ଅଫିସିଆଲ ଏଣ୍ଟ୍ରି କରିଛି ମରାଠୀ ଫିଲ୍ମ ‘ଗୋନ୍ଧଳ’। ଫିଲ୍ମ ଫେଡେରେସନ ଅଫ ଇଣ୍ଡିଆ ଏବଂ ଇମ୍ପାର…

ମା’ଙ୍କ ଏକମାତ୍ର ଭରସା ଥିଲେ ସୁମିତ, ଛଡ଼ାଇନେଲା ତୁମ୍ବେଶ୍ୱର ଘାଟ: ଗଣେଶ ଭସାଣି ବେଳେ ଋଷିକୁଲ୍ୟାରେ ଭାସିଗଲେ ଛାତ୍ର

ପୁରୁଷୋତ୍ତମପୁର, ୧୮/୯ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଗ୍ରାମ ନିକଟ ଋଷିକୁଲ୍ୟା ନଦୀର ତୁମ୍ବେଶ୍ୱର ଘାଟରେ ଶୁକ୍ରବାର ଅଘଟଣ ଘଟିଛି। ଗଣେଶ…

ଶାଶୁଙ୍କୁ ଛୁରିରେ ଆକ୍ରମଣ କଲେ ବୋହୁ, ଆଉ ତା’ ପରେ…

ହିଞ୍ଜିଳିକାଟୁ,୧୮।୯( ଦ୍ବିତୀକୃଷ୍ଣ ପଣ୍ଡା): ପାରିବାରିକ କଳହକୁ କେନ୍ଦ୍ରକରି ଶାଶୁଙ୍କୁ ଛୁରିରେ ଆକ୍ରମଣ କରିବା ଅଭିଯୋଗରେ ବୋହୁ ଗିରଫ ହୋଇଛନ୍ତି। ସେ ହେଲେ ଭାରତୀ ସାହୁ। କରୁଣାକର ମାର୍ଗ…

ଜୈବ ବିବିଧତା ସୁରକ୍ଷା ନେଇ…

ଭଞ୍ଜନଗର, ୧୮/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ଶୁକ୍ରବାର ପ୍ରଥମ ବର୍ଷର ଛାତ୍ରୀଛାତ୍ରଙ୍କୁ ସ୍ୱାଗତ…

ନବନିର୍ମିତ ପ୍ରଶାସନିକ ଗୃହ ଉଦ୍‌ଘାଟିତ: ୫୨ ଲକ୍ଷ ଟଙ୍କା ବ୍ୟୟରେ ହୋଇଛି ନିର୍ମାଣ

କେସିଙ୍ଗା, ୧୮/୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ନବନିର୍ମିତ ପ୍ରଶାସନିକ ଗୃହ ଶୁକ୍ରବାର କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେବୀଙ୍କ ଦ୍ୱାରା ଉଦ୍‌ଘାଟିତ…

ବ୍ୟାଙ୍କର ୩ ସ୍କାଏଲାଇଟ୍‌ ଭାଙ୍ଗି ପଶିଥିଲେ: ୪ ଗିରଫ

କେସିଙ୍ଗା, ୧୮।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅଧୀନ ଗିଗିନା ଗ୍ରାମରେ ଥିବା କାନାରା ବ୍ୟାଙ୍କ ଶାଖାରୁ ଚୋରି ଅଭିଯୋଗରେ ୪ ଜଣଙ୍କୁ ପୋଲିସ…

କେସିଙ୍ଗା ବ୍ଲକରେ ନୂତନ ଯୋଗାଣ ଅଧିକାରୀ: ଦୀର୍ଘଦିନ ପରେ ପୂରଣ ହେଲା ଖାଲି ପଦବୀ

କେସିଙ୍ଗା, ୧୮/୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ଦୀର୍ଘଦିନ ଧରି ଯୋଗାଣ ଅଧିକାରୀ ପଦବୀ ଖାଲି ରହିଥିଲା। ଫଳରେ ରାସନ କାର୍ଡରେ ନାମ ଯୋଡ଼ିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?