ଶୁକଦେବଙ୍କୁ ମୃତ ଭାବି ନେଇଥିଲେ ଘର ଲୋକେ: ୨୫ ବର୍ଷ ପରେ ଘଟିଲା…

ସିମୁଳିଆ,୧l୧୨(ସନ୍ତୋଷ କୁମାର ନାୟକ): ମୃତ ଘୋଷିତ ବ୍ୟକ୍ତି ଘରକୁ ଫେରନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ବଙ୍ଗାଳପୁର ପଞ୍ଚାୟତ ଅଧୀନ ଭଗିଆ ଅଞ୍ଚଳରେ ।

୨୫ ବର୍ଷ ତଳେ ନିଖୋଜ ଶୁକଦେବ ଦେବନାଥ(୬୫) ରବିବାର ରାତିରେ ଘରକୁ ଫେରିଛନ୍ତି । ତାଙ୍କୁ ଦେଖିବା ପାଇଁ ସୋମବାର ସକାଳେ ଗାଁ ଲୋକଙ୍କ ଭିଡ ଲାଗିଥିଲା। ସେ ଘରୁ ଯିବାପରେ ତାଙ୍କର ଦୁଇ ବଡ଼ ଭାଇଙ୍କ ସମେତ ଗାଁର ବୟସ୍କ ଲୋକଙ୍କ ମୃତ୍ୟୁ ଖବର ପାଇ ସେ କାନ୍ଦି ପକାଇଥିଲେ। ଅପରପକ୍ଷେ ଶୁକଦେବଙ୍କୁ ପାଇଁ ପରିବାର ଲୋକେ ଖୁସି ବ୍ୟକ୍ତ କରିଛନ୍ତି।

ସୂଚନା ଯୋଗ୍ୟ, ଶୁକଦେବ କଟକ ବଡ଼ମେଡ଼ିକାଲ ପାଖ ଫୁଟ୍‌ପାଥରେ ଥିବା ଏକ ହୋଟେଲରେ କାମ କରୁଥିଲେ । ଖବର ପାଇ ପରିବାର ଲୋକ ପହଞ୍ଚି ଥିଲେ ହେଲେ ଶୁକଦେବଙ୍କ ଦେହ ଅସୁସ୍ଥ ହୋଇ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କର ଅନ୍ତିମ ସତ୍କାର ଶେଷ ହୋଇଥିବା ପାଖ ହୋଟେଲ କର୍ମଚାରୀ ସୂଚନା ଦେଇଥିଲେ । ହେଲେ ହୋଟେଲ କର୍ମଚାରୀଙ୍କ ସୂଚନାର ସତ୍ୟତାକୁ ନେଇ ପରିବାର ଲୋକେ ଆଶଙ୍କାରେ ଥିବା ବେଳେ ଖବରକୁ ଗ୍ରହଣ ନ କରି ତାଙ୍କ ସ୍ତ୍ରୀ ସିନ୍ଦୂର କିମ୍ବା ହାତରୁ ଶଙ୍ଖା ଓହ୍ଲାଇ ନ ଥିଲେ ।

ଇତି ମଧ୍ୟରେ ଶୁକଦେବଙ୍କ ଝିଅ ରେବତୀଙ୍କ ବିବାହ ସରିଥିଲା ବେଳେ, ତାମିଲନାଡୁରେ କାର୍ଯ୍ୟ କରୁଥିବା ତାଙ୍କ ପୁଅ ହରେକୃଷ୍ଣ ଗାଁକୁ ଫେରି ଅଟୋ ଚଳାଇବା ପରେ ଅନ୍ୟ ଦୁଇଟି ଗାଡି କିଣି ବ୍ୟବସାୟ ଆରମ୍ଭ କରିବା ସହିତ ବିବାହ ମଧ୍ୟ କରିଥିଲେ। ତାଙ୍କର ଦୁଇ ଝିଅ-ପୁଅ ଅଛନ୍ତି। ହେଲେ ମା’, ସ୍ତ୍ରୀ, ଝିଅ-ପୁଅ ଥିବା ସତ୍ତ୍ବେ ବାପାଙ୍କ ଅନୁପସ୍ଥିତି ପରିବାର ଲୋକଙ୍କୁ ଚିନ୍ତାଗ୍ରସ୍ତ କରୁଥିଲା ବୋଲି ପୁଅ କହିଛନ୍ତି। ଶେଷରେ ପରିବାର ଲୋକଙ୍କ ଡାକ ଶୁଣିଛନ୍ତି ଠାକୁର। ବାପା ମିଳିଗଲେ ବୋଲି ଲୁହ ଛଳଛଳ ଆଖି କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି ହରେକୃଷ୍ଣ ।

ଶୁକଦେବଙ୍କ ଠାବ ଏକ ଦୈବୀ ସଂଯୋଗରୁ ହୋଇଛି । ସିମୁଳିଆ ବ୍ଲକ ଆଙ୍କିତିରା ଅଞ୍ଚଳର ମନୋରମା ନାମକ ଜଣେ ବୟସ୍କା ମହିଳା କଟକ ଡାକ୍ତରଙ୍କ ନିକଟକୁ ଯାଇଥିବା ବେଳେ ଲିଙ୍କ ରୋଡର ନରେନ୍ଦ୍ର ଷେଣଙ୍କ ଚା’ ଦୋକାନରେ ଶୁକଦେବଙ୍କ ସହିତ ଗତ ୫ଦିନ ପୂର୍ବରୁ ସାକ୍ଷାତ ହୋଇଥିଲା । ଶୁକଦେବ ସିମୁଳିଆ ବ୍ଲକର ଜାଣିବା ପରେ ତାଙ୍କୁ ସାଥିରେ ନେଇ ଘରେ ଛାଡ଼ିଦେବି ବୋଲି ମନୋରମା କହିଥିଲେ। ହେଲେ ପୁଅକୁ ଆସି ନେଇଯିବା ପାଇଁ କହିବ ବୋଲି ଶୁକଦେବ କହି ଚାଲିଯାଇଥିଲେ।

ପରେ ସିମୁଳିଆ ବ୍ଲକ ମାର୍କୋଣାର ଏକ ଗୋଖାଦ୍ୟ ଦୋକାନରେ ମନୋରମା ଶୁକଦେବଙ୍କ ବିଷୟରେ ଦୋକାନୀଙ୍କୁ କହୁଥିବା ବେଳେ ଚନ୍ଦ୍ର ଶେଖର ଦେବନାଥ ନାମକ ଜଣେ ଶିକ୍ଷକ ଶୁଣି ସୂଚନା ଦେଇଥିଲେ । ପରେ ଚା’ ଦୋକାନୀଙ୍କ ନିକଟରେ ପହଞ୍ଚିବାରୁ ଶୁକଦେବ କାମକରୁଥିବା ମଧୁପାଟଣା ଅଞ୍ଚଳର ଏକ ହୋଟେଲର ଠିକଣା ଦେଇଥିଲେ। ସେଠାକାର ହୋଟେଲ ମାଲିକ ତାଙ୍କୁ ଛାଡ଼ିବା ପାଇଁ ଅନିଛା ପ୍ରକାଶ କରିଥିଲେ। ପରେ କଟକ ମଧୁପାଟଣା ପୋଲିସ ସହଯୋଗରେ ଶୁକଦେବ ରବିବାର ଅପରାହ୍ନରେ ଘରକୁ ଫେରିଛନ୍ତି।

Dharitri – Odisha’s No.1 Odia Daily


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ଆରମ୍ଭ ହେଲା ଖରାପ ସମୟ: ମେଷ ସମେତ ଏହି ରାଶି ରୁହନ୍ତୁ ସତର୍କ, କେତୁ -ଚନ୍ଦ୍ରଙ୍କ ସଂଯୋଗ କରିଦେବ ବର୍ବାଦ!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କେତୁ ଓ ଚନ୍ଦ୍ରମାଙ୍କ ଯୁତିକୁ ଶୁଭ ବୋଲି ବିବେଚନା କରାଯାଏ ନାହିଁ। ମାନ୍ୟତା ରହିଛି ଯେ, ଏହି ଦୁଇ ଗ୍ରହଙ୍କ ଯୁତି ଜାତକଙ୍କ…

ପାକିସ୍ତାନର ଇଣ୍ଡିଆ ପ୍ରେମ! ବିରାଟ କୋହଲିଙ୍କ ବ୍ରାଣ୍ଡର ଜୋତା ପିନ୍ଧି ଖେଳୁଛନ୍ତି ପାକିସ୍ତାନୀ କ୍ରିକେଟର; ଫଟୋ ଭାଇରାଲ

ନୂଆଦିଲ୍ଲୀ,୮।୯: ପାକିସ୍ତାନ ଦଳର କେତେଜଣ ଖେଳାଳି ବିରାଟ କୋହଲିଙ୍କ ବ୍ରାଣ୍ଡ, One8 ର ଜୋତା ପିନ୍ଧି ମହିଳା ଏସିଆ କପରେ ଖେଳୁଛନ୍ତି; ଏହାର ଫଟୋ ଏବେ ଭାଇରାଲ…

‘କାଜି କ୍ୟାମ୍ପ ଉପରେ କ୍ଷେପଣାସ୍ତ୍ର ପକାଅ’: ଭୋପାଳ ଭାଜପା ବିଧାୟକଙ୍କ ବୟାନକୁ ନେଇ ରାଜନୈତିକ ମହଲରେ ହଇଚଇ

ଭୋପାଳ,୮।୯: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ରାମେଶ୍ୱର ଶର୍ମାଙ୍କ ଏକ ବୟାନ ରାଜନୈତିକ ବିବାଦ ସୃଷ୍ଟି କରିଛି। ହୁଜୁର ବିଧାନସଭା ନିର୍ବାଚନମଣ୍ଡଳୀର…

ପୁଣି ବଢ଼ିଗଲା BCCIର ରାଜକୋଷ; ୩୫ ମ୍ୟାଚ ଚୁକ୍ତିରୁ ମିଳିଲା ଏତିକି କୋଟି

ନୂଆଦିଲ୍ଲୀ,୮।୯: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ BCCI ଏକ ନୂତନ ଚୁକ୍ତି କରିଛି। ଟିମ ଇଣ୍ଡିଆ ଘରୋଇ ମାଟିରେ ଖେଳିବା ପାଇଁ ବୋର୍ଡ ଏବେ 3.71…

ରାଜଧାନୀରେ ମହିଳାଙ୍କୁ ବଳାତ୍କାର

ଭୁବନେଶ୍ୱର,୮।୯: ରାଜଧାନୀ ଭୁବନେଶ୍ୱର ଭରତପୁର ଥାନା ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଘରେ ପଶି ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି।…

Shubman Gill Net Worth: ବିଳାସପୂର୍ଣ୍ଣ ଜୀବନଶୈଳୀ ବିତାଉଛନ୍ତି ଶୁବମନ ଗିଲ; ଜାଣନ୍ତୁ ୨୭ ବର୍ଷ ବୟସରେ କେତେ ଧନୀ ‘ଦି ପ୍ରିନ୍ସ’

ନୂଆଦିଲ୍ଲୀ,୮।୯: ୨୦୧୮ରେ ପୃଥ୍ବୀ ଶ’ଙ୍କ ଅଧିନାୟକତ୍ୱରେ ଭାରତ ୧୯ ବର୍ଷରୁ କମ ବିଶ୍ୱକପ ଜିତିଥିଲା। ସେତେବେଳେ ସମସ୍ତେ ବିଶ୍ୱାସ କରୁଥିଲେ ଯେ ଇଣ୍ଡିଆ ଶ’ଙ୍କ ପରି ପରବର୍ତ୍ତୀ…

ନିଲମ୍ବିତ ହେଲେ ପୂର୍ବତନ ବିଧାୟକଙ୍କ ସ୍ବାମୀ, ଜାଣନ୍ତୁ କାରଣ…

ଭୁବନେଶ୍ୱର,୮।୯: ପୂର୍ବତନ ବିଧାୟକ ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ବାମୀ ଦୁର୍ଗା ଛୁରିଆଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ରାଜନୈତିକ କାର୍ଯ୍ୟକଳାପରେ ସମ୍ପୃକ୍ତି ଥିବା ଅଭିଯୋଗରେ ଓଡ଼ିଶା ସହକାରୀ ସମିତି ରେଜିଷ୍ଟ୍ରାରଙ୍କ…

ମଘା ନକ୍ଷତ୍ରରେ ଅଛନ୍ତି କେତୁ: ଡିସେମ୍ବର ଯାଏ ୫ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ଚାକିରି-ବ୍ୟବସାୟରେ…

ବୈଦିକ ଜ୍ୟୋତିଷ ଅନୁସାରେ କେତୁ ଗ୍ରହଙ୍କ ନକ୍ଷତ୍ର ପରିବର୍ତ୍ତନର ପ୍ରଭାବ ବିଭିନ୍ନ ରାଶି ଉପରେ ପଡ଼ିଥାଏ। ବର୍ତ୍ତମାନ କେତୁ ମଘା ନକ୍ଷତ୍ରରେ ରହିଛନ୍ତି ଏବଂ ୫ ଡିସେମ୍ବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri