Posted inଖେଳ

ଶୁବମନ ଗିଲଙ୍କୁ ମିଳିବ ବେଷ୍ଟ କ୍ରିକେଟର ଅଫ ଦ ଇୟର ଆଓ୍ବାର୍ଡ, ସମ୍ମାନୀତ ହେବେ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ,୨୩।୧: ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ମଙ୍ଗଳବାର ଟିମ ଇଣ୍ଡିଆର ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କୁ ସମ୍ମାନିତ କରିବ। ଏହା ବ୍ୟତୀତ ୨୦୨୩ରେ ଚମତ୍କାର ପ୍ରଦର୍ଶନ କରିଥିବା ଯୁବ ଓପନର୍‌ ବ୍ୟାଟ୍ସମ୍ୟାନ ଶୁବମନ ଗିଲଙ୍କୁ ଏକ ବଡ ପୁରସ୍କାର ପ୍ରଦାନ କରାଯିବ।

ଭାରତୀୟ ଦଳର ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କୁ ବିସିସିଆଇର ‘ଲାଇଫଟାଇମ ଆଚିଭମେଣ୍ଟ ଆୱାର୍ଡ’ ସମ୍ମାନରେ ସମ୍ମାନିତ କରାଯିବ। ଗତ ବର୍ଷ ତାଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଓପନର୍‌ ଶୁବମନ ଗିଲଙ୍କୁ ଶ୍ରେଷ୍ଠ କ୍ରିକେଟର ପୁରସ୍କାର ପ୍ରଦାନ କରାଯିବ। ଗତ ୧୨ ମାସ ମଧ୍ୟରେ ODI ରେ ଶୁବମନ ଗିଲ ପାଞ୍ଚ ଶତକ ସ୍କୋର କରିଥିଲେ। ଏହା ବ୍ୟତୀତ ସେ ୱାନ ଡେ ଇଣ୍ଟରନ୍ୟାସନାଲରେ ଦୁଇ ହଜାର ରନ ସ୍କୋର କରିବାରେ ଦ୍ରୁତତମ ଖେଳାଳି ହୋଇଥିଲେ।
ରବି ଶାସ୍ତ୍ରୀ ଲାଇଟାଇମ ଆଚିଭମେଣ୍ଟ ଆୱାର୍ଡ ପାଇଁ ମନୋନୀତ ହୋଇଥିବାବେଳେ ଶୁବମନ ଗିଲଙ୍କୁ କ୍ରିକେଟର ଅଫ ଦି ଇୟର ପୁରସ୍କାର ପ୍ରଦାନ କରାଯିବ ବୋଲି ବିସିସିଆଇ ଅଧିକାରୀ କହିଛନ୍ତି।
ସୂଚନାଯୋଗ୍ୟ, ବିସିସିଆଇ ପ୍ରତି ୪ବର୍ଷରେ ଏହାର ଖେଳାଳୀଙ୍କୁ ସମ୍ମାନିତ କରିବାକୁ ଯାଉଛି। ଏହାପୂର୍ବରୁ, ବିସିସିଆଇ ଶେଷ ଥର ପାଇଁ ୨୦୧୯ରେ ଖେଳାଳିଙ୍କୁ ସମ୍ମାନିତ କରିଥିଲା । ବିସିସିଆଇ କାର୍ଯ୍ୟରେ ଉଭୟ ଭାରତ ଏବଂ ଇଂଲଣ୍ଡ ଦଳର ଖେଳାଳି ଉପସ୍ଥିତ ରହିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ରତ୍ନବେଦିକୁ ବିଜେ କରିବେ ଦାରୁବିଗ୍ରହ, ମହାଲକ୍ଷ୍ମୀକୁ ରସଗୋଲା ଖୁଆଇ କରିବେ ମାନଭଞ୍ଜନ

ପୁରୀ,୨୭ା୭: ଆଜି ଘୋଷଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରିବିଜେ। ନୀଳକନ୍ଦରକୁ ବିଜେ କରିବେ ନୀଳାଦ୍ରିନାଥ। ଗୋଟି ପହଣ୍ଡିରେ ଶ୍ରୀମନ୍ଦିର ରତ୍ନବେଦିକୁ ବିଜେ କରିବେ ଦାରୁବିଗ୍ରହ। ଏଥିସହ ଚଳିତବର୍ଷର ବିଶ୍ୱପ୍ରସିଦ୍ଧ…

ଅଗଷ୍ଟ ୧ରୁ ବଦଳିବ ଗ୍ୟାସ ସିଲିଣ୍ଡର ଦର! ମହଙ୍ଗା ହେବ କି ଶସ୍ତା ଜାଣନ୍ତୁ

ନୂଆଦିଲ୍ଲୀ, ୨୭।୭: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଯୋଗୁଁ ସାଧାରଣ ଜନତାଙ୍କୁ ମହଙ୍ଗା ମାଡ଼ର ସମ୍ମୁଖୀନ ହେବାକୁ ପଡିଥିଲା । ତେଲ, ଗ୍ୟାସ ଏବଂ ଅନେକ…

ରେଳ ଟ୍ରାକ୍‌ରେ ଦୁଇ ଫୁଟ ପାଣି, ଦୁଇ ଘଣ୍ଟା ଧରି ଅଟକିଲା କୋରାପୁଟ–ବିଶାଖାପାଟଣମ୍ ଟ୍ରେନ୍

ଟିକିରି, ୨୭।୭ (ପ୍ରଫୁଲ୍ଲ କୁମାର ବେହେରା): ଲଗାଣ ବର୍ଷାର ପ୍ରଭାବ ଏବେ ରେଳ ଚଳାଚଳ ଉପରେ ପଡ଼ିଛି। ରାୟଗଡ଼ା ଜିଲାର ଟିକିରି ଷ୍ଟେଶନ୍ ନିକଟରେ ରେଳ ଟ୍ରାକ୍‌…

ଏହି ଅଭିନେତ୍ରୀଙ୍କ ପ୍ରେମରେ ବୋଲ୍ଡ ହେଲେ ଅର୍ଶଦୀପ ସିଂ

ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଅର୍ଶଦୀପ ସିଂହ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ଅର୍ଶଦୀପ ଇନଷ୍ଟାଗ୍ରାମରେ ମଡେଲ ତଥା ଅଭିନେତ୍ରୀ…

ଘଣ୍ଟାପ୍ରତି ୮୫ କିମି ବେଗରେ ପବନ! IMD ଜାରି କଲା ଚେତାବନୀ, ୧୩ ଘଣ୍ଟା ଭିତରେ ଭୟଙ୍କର ହେବ….

ନୂଆଦିଲ୍ଲୀ, ୨୭।୭: ଦେଶରେ ମୌସୁମୀ ବର୍ଷାର ପ୍ରଭାବ ଜୋରଦାର ଭାବେ ଜାରି ରହିଥିବା ବେଳେ ପୁଣିଥରେ ପାଗ ଅଧିକ ଖରାପ ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର…

ଲୋମହର୍ଷଣକାରୀ ଘଟଣା…ପ୍ୟାଣ୍ଟରେ ପରିସ୍ରା କରିଦେବାରୁ ନିଷ୍ଠୁର ହେଲେ ଶିକ୍ଷୟିତ୍ରୀ, ଗୁପ୍ତାଙ୍ଗରେ ଚେଙ୍କ ଦେଇ…

ଲକ୍ଷ୍ନୌ,୨୭।୭: ବାରାଣସୀର ଲାଲପୁର-ପାଣ୍ଡେପୁର ପୋଲିସ ଷ୍ଟେସନ ଅଞ୍ଚଳର ଏକ ପ୍ଲେ ସ୍କୁଲରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଶିକ୍ଷୟିତ୍ରୀ ୫ ବର୍ଷୀୟ ଛାତ୍ରଙ୍କ ଗୁପ୍ତାଙ୍ଗରେ…

ଇସ୍ତଫା ପରେ ବି ନରମି ନାହାନ୍ତି ଧର୍ମେନ୍ଦ୍ର; କଂଗ୍ରେସ ନେତା ଜୟରାମ ରମେଶଙ୍କୁ ଦେଲେ କଡ଼ା ଜବାବ, କହିଲେ-ମୁଁ ଜଣେ …

ନୂଆଦିଲ୍ଲୀ, ୨୭।୭: ଜନ୍ତର-ମନ୍ତରରେ ମାସେରୁ ଅଧିକ ସମୟ ଧରି ଚାଲିଥିବା CJPର ଆନ୍ଦୋଳନ ପରେ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଇସ୍ତଫା ପରେ ସୋମବାର…

ବିରୋଧୀଙ୍କ ୫ ରଣନୀତି: BJPକୁ ୨୦୨୯ ପର୍ଯ୍ୟନ୍ତ ଚାପରେ ରଖିବାକୁ ରଚୁଛନ୍ତି ଚକ୍ରବ୍ୟୂହ! ପରଦା ପଛରେ ଚାଲିଛି…

ନୂଆଦିଲ୍ଲୀ, ୨୭।୭: ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ବିରୋଧୀ ଦଳଗୁଡ଼ିକ NEET ପ୍ରଶ୍ନପତ୍ର ଲିକ୍‌-୨୦୨୬ ପ୍ରସଙ୍ଗରେ ନରେନ୍ଦ୍ର ମୋଦି ସରକାରଙ୍କୁ ରାଜନୈତିକ ଭାବେ ଘେରିବାକୁ ପ୍ରସ୍ତୁତି ଚଳାଇଥିବା କୁହାଯାଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri