Posted inଖେଳ

ରୋହିତଙ୍କ ପରେ କିଏ ହେବେ ଅଧିନାୟକ? ଗମ୍ଭୀର ଦେଲେ ବଡ଼ ସଙ୍କେତ

ନୂଆଦିଲ୍ଲୀ,୧୯।୭: ରୋହିତ ଶର୍ମା ଏବଂ ବିରାଟ କୋହଲି ଟି -୨୦ ଫର୍ମାଟରୁ ଅବସର ନେବା ପରେ ଭାରତୀୟ କ୍ରିକେଟରେ ଉତ୍ତେଜନା ତୀବ୍ର ହୋଇଛି। ଶ୍ରୀଲଙ୍କା ଗସ୍ତ ପାଇଁ ସୂର୍ଯ୍ୟକୁମାର ଯାଦବଙ୍କୁ ଟି -୨୦ ଦଳର ଅଧିନାୟକ କରାଯାଇଛି, କିନ୍ତୁ ସମସ୍ତଙ୍କ ଆଖି ମଧ୍ୟ ଶୁବମାନ ଗିଲଙ୍କ ଉପରେ ରହିଛି। ଗିଲଙ୍କୁ କେବଳ ଟି -୨୦ ନୁହେଁ ବରଂ ଦିନିକିଆ ସିରିଜର ଉପ-ଅଧିନାୟକ ମଧ୍ୟ କରାଯାଇଛି। ଏହି ନିଷ୍ପତ୍ତି ପରେ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଗିଲଙ୍କୁ ଭାରତୀୟ ଦଳର ପରବର୍ତ୍ତୀ ଅଧିନାୟକ ଭାବରେ ବିଚାର କରୁଛନ୍ତି।

ଗୌତମ ଗମ୍ଭୀର ମୁଖ୍ୟ ପ୍ରଶିକ୍ଷକ ହେବା ମାତ୍ରେ ଲାଗୁଛି ଯେପରି ଶୁବମାନ ଗିଲଙ୍କ ସୁବର୍ଣ୍ଣ ଯାତ୍ରା ଆରମ୍ଭ ହୋଇଛି। ସେ ଟି -୨୦ ବିଶ୍ୱକପ୍‌ ପରେ ତୁରନ୍ତ ଜିମ୍ବାୱେ ଗସ୍ତରେ ଭାରତର ଅଧିନାୟକ ଭାବରେ ନିଯୁକ୍ତ ହୋଇଥିଲେ, ଯେଉଁଠାରେ ଦଳ ତାଙ୍କ ଅଧୀନରେ ୪-୧ ସିରିଜ ଜିତିଥିଲା। ତେବେ ରୋହିତ ଶର୍ମା ଶ୍ରୀଲଙ୍କା ବିପକ୍ଷ ଦିନିକଆ ମ୍ୟାଚରେ ଦଳର ଅଧିନାୟକ ହୋଇଛନ୍ତି ଏବଂ ତାଙ୍କ ଅଧୀନରେ ଖେଳିବା ଦ୍ୱାରା ଗିଲ ବହୁତ କିଛି ଶିଖିପାରିବେ । ତାଙ୍କୁ ମାତ୍ର ୨୪ ବର୍ଷ ବୟସ ଏବଂ ତାଙ୍କୁ ଶିଖିବାକୁ ବହୁତ ସମୟ ଅଛି। ତେଣୁ, ରୋହିତ ଶର୍ମା ସମ୍ପୂର୍ଣ୍ଣ ଅବସର ନେବା ବେଳକୁ ଗିଲ ପରିପକ୍ୱ ହୋଇଯାଇଥିବେ।

ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଣଦେଖା କରିଦିଆଯାଇଛି। କୁହାଯାଇଛି ଯେ ଫିଟନେସ, ବାରମ୍ବାର ଆଘାତ ଏବଂ କାର୍ଯ୍ୟଭାର ପରିଚାଳନା ତାଙ୍କୁ ଅଧିନାୟକତ୍ୱରୁ ଦୂରେଇ ନେଉଛି। ଅନ୍ୟପକ୍ଷରେ ରିଷଭ ପନ୍ତ ମଧ୍ୟ ଏକ ବଡ ତଥା ଉଦୀୟମାନ ନାମ, କିନ୍ତୁ ୨୦୨୨ରେ ଦୁର୍ଘଟଣା ପରେ ସେ ଟିମ ଇଣ୍ଡିଆରେ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପ୍ରବେଶ କରିପାରିନାହାଁନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

୪ ଦିନ ହେଲା ଜଳବନ୍ଦୀ: ତହସିଲଦାରଙ୍କୁ ଦାବିପତ୍ର, ରାସ୍ତାରୋକୋ ଚେତାବନୀ

ଦିଗପହଣ୍ଡି,୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ୧୦ ନଂ. ୱାର୍ଡ ବସଷ୍ଟାଣ୍ଡ ଅଞ୍ଚଳର ଉତ୍ତର ଓ ଦକ୍ଷିଣ ସାହିରେ ଘରକରି ରହୁଥିବା ବାସିନ୍ଦା ଓ…

ଭୋଜି ହେଲା କାଳ: ନଦୀକୁ ଖସି ପଡ଼ି ଫାର୍ମାସିଷ୍ଟ ଛାତ୍ରଙ୍କ ମୃତ୍ୟୁ

ହାଟଡିହୀ/ଛେନାପଦୀ,୭।୫(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହଦଗଡ଼ ସାଳନ୍ଦୀ ନଦୀକୁ ଖସି ପଡି ଜଣେ ଫାର୍ମାସିଷ୍ଟ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଭଦ୍ରକ ଜିଲା ବନ୍ତ…

ବଜ୍ରପାତ ନେଲା ଶାଶୁ, ବୋହୁଙ୍କ ଜୀବନ

ଭଞ୍ଜନଗର,୭।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ତହସିଲ ଅନ୍ତର୍ଗତ ମୁଦୁଲିପଲ୍ଲୀରେ ଗୁରୁବାର ବଜ୍ରପାତ ଘଟି ଶାଶୁ, ବୋହୁଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଶାଶୁ ଶୈଳ ବିଷୋୟୀ(୬୫)…

ତାମିଲନାଡୁରେ ସରକାର ଗଠନକୁ ନେଇ ବିବାଦ ଜାରି: ରାଜ୍ୟପାଳଙ୍କୁ ସିପିଆଇ(ଏମ)ର ଅନୁରୋଧ

ଚେନ୍ନାଇ,୭।୫: ତାମିଲନାଡୁରେ ବିଧାନସଭା ନିର୍ବାଚନର ଫଳାଫଳ ପରେ, ସରକାର ଗଠନକୁ ନେଇ ରାଜନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। କୌଣସି ଗୋଟିଏ ଦଳ ସ୍ପଷ୍ଟ ବହୁମତ ହାସଲ କରିପାରିନଥିବାରୁ,…

ସୀମା ଟପିଲା ବର୍ୱରତା: ପୋଲିସ ସମ୍ମୁଖରେ ଯୁବକଙ୍କୁ ପିଟିପିଟି ମାରିଦେଲେ

ବାଲିଅନ୍ତା,୭।୫(ନୀଳମାଧବ ସାହୁ): ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିଅନ୍ତାରେ ଏକ ବର୍ୱରକାଣ୍ଡ ସାମ୍ନାକୁ ଆସିଛି। ବାଲିଅନ୍ତା ଥାନା ରାମଚନ୍ଦ୍ରପୁର ବ୍ରିଜ ନିକଟରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି। କେତେଜଣ…

ବିଜୟଙ୍କ ଦଳ ଉପରେ ମହିଳା ସିଙ୍ଗର ଆଣିଲେ ଗୁରୁତର ଅଭିଯୋଗ, ନାବାଳିକା ବଳାତ୍କାର ମାମଲରେ…

ଚେନ୍ନାଇ,୭।୫: ତାମିଲନାଡୁ ବିଧାନସଭା ନିର୍ବାଚନରେ ଚମତ୍କାର ପ୍ରଦର୍ଶନ ପରେ, ଥଲାପଥି ବିଜୟଙ୍କ ଦଳ, TVKର ଜଣେ କର୍ମୀଙ୍କୁ ଜଣେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ଗିରଫ କରାଯାଇଛି। ଏହି…

ବିନା ଅସ୍ତ୍ରରେ ଶତ୍ରୁଠାରୁ କିଭଳି ନେବେ ଅପମାନର ପ୍ରତିଶୋଧ? ଜାଣନ୍ତୁ କ’ଣ କହେ ‘ଚାଣକ୍ୟ ନୀତି’

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଆଜିବି ମାନବ ସମାଜକୁ ମାର୍ଗଦର୍ଶନ ଦେଇ ଆସୁଛି। ରାଜନୀତି ହେଉ କିମ୍ବା ବ୍ୟକ୍ତିଗତ ଜୀବନ, ଚାଣକ୍ୟଙ୍କ ରଣକୌଶଳ ସବୁଠାରେ ପ୍ରାସଙ୍ଗିକ। ଚାଣକ୍ୟଙ୍କ ମତରେ,…

ତେଲର ତଣ୍ଟି ଚିପିପାରେ ହର୍ମୁଜ ସଙ୍କଟ, ବିଶ୍ୱର ଜୀବନ ରେଖା ଉପରେ ଘନଉଛି ବିପଦ

ତେହରାନ,୭।୫: ପଶ୍ଚିମ ଏସିଆର ସବୁଠାରୁ ସମ୍ବେଦନଶୀଳ ସାମୁଦ୍ରିକ କରିଡର ଆଉ କେବଳ ଏକ ବାଣିଜ୍ୟ ପଥ ନୁହେଁ; ଏହା ବିଶ୍ୱ ଶକ୍ତି ସଂଘର୍ଷର ଏକ ବିସ୍ଫୋରକ କେନ୍ଦ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri