ଯୁବପିଢ଼ିଙ୍କ ପ୍ରେରଣା ଶୁଭଲକ୍ଷ୍ମୀ

ଢେଙ୍କାନାଳ ଅଫିସ, ୧୯।୧୧: ଉଚ୍ଚଶିକ୍ଷା ପାଇଁ ରହିଛି ଯଥେଷ୍ଟ ଆଗ୍ରହ। ହେଲେ ଏଥିରେ ବାଧକ ସାଜିଛି ଅର୍ଥ। ଦିନ ମଜୁରିଆ ବାପାଙ୍କ ରୋଜଗାରରେ ଘର ଚଳାଇବା ନିଅଣ୍ଟ ପଡୁଥିବାବେଳେ ନିଜ ସ୍ବପ୍ନର ଉଡ଼ାଣ ପାଇଁ ଅଣ୍ଟା ଭିଡ଼ିଛନ୍ତି ଓଡ଼ାପଡ଼ା ବ୍ଲକ ସିମିନଇ ଗ୍ରାମର ଶୁଭଲକ୍ଷ୍ମୀ ପରିଡ଼ା। ଭବିଷ୍ୟତରେ ଆଇଏଏସ୍‌ ଅଫିସର ହେବାକୁ ଲକ୍ଷ୍ୟ ରଖିଥିବା ଏହି ମେଧାବୀ ଛାତ୍ରୀ ଜଣକ ଶୁକ୍ରବାର ଢେଙ୍କାନାଳରେ ଆରମ୍ଭ କରିଛନ୍ତି ଅର୍ଗାନିକ୍‌ ଚା ଦୋକାନ। ଶୁଭଲକ୍ଷ୍ମୀଙ୍କ ଏଭଳି ନିଷ୍ଠା ଯୁବପିଢ଼ିଙ୍କ ପାଇଁ ପ୍ରେରଣା ପାଲଟିଥିବାବେଳେ ତାଙ୍କୁ ସବୁମହଲରୁ ଛୁଟିଛି ପ୍ରଶଂସାର ସୁଅ।
ଢେଙ୍କାନାଳ ସାନ୍ଧ୍ୟ ମହାବିଦ୍ୟାଳୟର ଯୁକ୍ତ ୩ ପ୍ରଥମ ବର୍ଷ କଳା ଶ୍ରେଣୀ ଛାତ୍ରୀ ଶୁଭଲକ୍ଷ୍ମୀ। ବାପା ପ୍ରମୋଦ ପରିଡ଼ା ଜଣେ ଶ୍ରମିକ। ଶୁଭଲକ୍ଷ୍ମୀଙ୍କ ବଡ଼ ଭଉଣୀଙ୍କ ବିବାହ ହୋଇସାରିଥିବାବେଳେ ଘରେ ଆଉ ଜଣେ ଭାଇ ଅଛନ୍ତି। ଉଚ୍ଚଶିକ୍ଷା ପାଇଁ ଆଗ୍ରହ ଥିଲେ ମଧ୍ୟ ଏଥିରେ ଅର୍ଥ ସାଜିଛି ଅନ୍ତରାୟ। ତଥାପି ହାରିନାହାନ୍ତି ସେ। ‘ନିଜେ କଷ୍ଟକରି ରୋଜଗାର କରିବି, ପାଠପଢ଼ି ଆଇଏଏସ୍‌ ଅଫିସର ହେବି’ ଏଭଳି ଜିଦ୍‌ରେ ଅଟଳ ରହି ଶୁଭଲକ୍ଷ୍ମୀ ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାପାର୍ଶ୍ୱରେ ଆରମ୍ଭ କରିଛନ୍ତି ଅର୍ଗାନିକ ଚା ଦୋକାନ। ଗୋଲାପ ପାଖୁଡ଼ା, ତେଜପତ୍ର, ଗୁଜୁରାତି, ଆମ୍ବକଷିଆ ଅଦା ସହ ସ୍ବତନ୍ତ୍ର ମସଲାରେ ପ୍ରସ୍ତୁତ ଏହି ଚା ପିଇବାକୁ ପ୍ରଥମ ଦିନରୁ ତାଙ୍କ ଟି’ ଷ୍ଟଲ୍‌ ପାଖରେ ଭିଡ଼ ଜମିଥିଲା। ଗୋଟେ କପ୍‌ ଚା’ର ମୂଲ୍ୟ ୮ ଟଙ୍କା ଥିବାବେଳେ ଆଗାମୀ ଦିନରେ ଭିନ୍ନ ସ୍ବାଦର ଚା ପରଷିବାକୁ ଲକ୍ଷ୍ୟ ରଖିଛନ୍ତି ସେ। ମହିଳା ସଶକ୍ତୀକରଣରେ ସମଗ୍ର ରାଜ୍ୟରେ ଢେଙ୍କାନାଳ ଆଗୁଆ ଥିବାବେଳେ ଶୁଭଲକ୍ଷ୍ମୀ ଏହାର ନିଚ୍ଛକ ଉଦାହରଣ ବୋଲି ସାଧାରଣରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଜନ କ୍ଲବିଂରେ ସାମିଲ ପ୍ରଧାନମନ୍ତ୍ରୀ ମୋଦି: ରାମ ଭଜନରେ ବଜାଇଲେ ଡଫଲି

ନୂଆଦିଲ୍ଲୀ,୨୬।୯: ଦିଲ୍ଲୀର ଦୀନ ଦୟାଲ ଉପାଧ୍ୟାୟ ପାର୍କରେ ଆୟୋଜିତ ‘ଭଜନ କ୍ଲବିଂ’ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତୀ…

ରାହୁଙ୍କ ଘରେ ଶୁକ୍ରଙ୍କ ପ୍ରବେଶ: ଆଜିଠୁ ଆରମ୍ଭ ହେଲା ୩ ରାଶିଙ୍କ ଗୋଲଡେନ୍‌ ଟାଇମ୍‌, ଜାଣନ୍ତୁ ସେହି ଭାଗ୍ୟଶାଳୀ ରାଶି କିଏ…

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ପ୍ରେମ, ସୌନ୍ଦର୍ଯ୍ୟ, ଧନ, ଐଶ୍ୱର୍ଯ୍ୟ ଏବଂ ଭୌତିକ ସୁଖ-ସୁବିଧାର କାରକ ଗ୍ରହ ଭାବେ ମନେ କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁସାରେ ଶୁକ୍ରଙ୍କ ଶୁଭ…

ଦୁର୍ଗାପୂଜା ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ବଡ଼ ଖୁସି! ଜାଣନ୍ତୁ କେତେ ପ୍ରତିଶତ ବଢ଼ିବ DA

ନୂଆଦିଲ୍ଲୀ,୨୬।୯: ଯଦି ଆପଣ କିମ୍ବା ଆପଣଙ୍କ ପରିବାରର କେହି କେନ୍ଦ୍ର ସରକାରୀ କର୍ମଚାରୀ (Central Government Employee) କିମ୍ବା ପେନସନଭୋଗୀ ଅଛନ୍ତି, ତେବେ ପାର୍ବଣ ଋତୁରେ ଆପଣଙ୍କ…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଢିଲା ଟେନ୍‌ସନ୍‌: ଲାଗିଲା ପୁଣି ଝଟକା

ନୂଆଦିଲ୍ଲୀ,୨୬।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଇଦାନକୁ ଫେରିବା ଅପେକ୍ଷା ଆହୁରି ଲମ୍ବା ହୋଇଛି। ୱେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ଦିନିକିଆ ସିରିଜ୍‌ରୁ ବାଦ…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ବିଧାନସଭାରେ ଛତାମଖନା ଆଇଏସ୍‌ଏସ୍‌ ପ୍ରସଙ୍ଗ ଉଠାଇଲେ ବିଧାୟକ କଳିକେଶ

ବଲାଙ୍ଗୀର,୨୫ା୯(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ ବିଧାନସଭାରେ ବଲାଙ୍ଗୀରର ଛତାମଖନା ଇନ୍‌-ଷ୍ଟ୍ରିମ୍‌ ଷ୍ଟୋରେଜ୍‌ ଷ୍ଟ୍ରକଚର (ଆଇଏସ୍‌ଏସ୍‌)ର କ୍ଷତି, ଜଙ୍ଗଲ ନିଆଁ, କାମ୍ପା ପାଣ୍ଠି, ଜଙ୍ଗଲ…

ଅଭିଜିତ ଦୀପକେ, ସୌରଭ ଦାସଙ୍କ ସମେତ ୩ ଜଣଙ୍କୁ ହାଇକୋର୍ଟ ଦେଲେ ଅଲ୍‌ଟିମେଟମ୍‌: ୨୪ ଘଣ୍ଟା ମଧ୍ୟରେ…

ନୂଆଦିଲ୍ଲୀ,୨୬।୯: ଦିଲ୍ଲୀ ହାଇକୋର୍ଟ କକରୋଚ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେ ଏବଂ ଦଳର ଅନ୍ୟ ତିନି ନେତା ଆଶୁତୋଷ ରାଙ୍କା, ରତ୍ନା ସିଂହ ଓ ସୌରଭ…

ଦେଶରେ ବ୍ୟାଙ୍କ ହଡ଼ତାଳ, ହେଲେ ଖୋଲା ରହିବ ଏହି ବ୍ୟାଙ୍କ

ନୂଆଦିଲ୍ଲୀ,୨୬।୯: ସେପ୍ଟେମ୍ବର ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ସରକାରୀ କ୍ଷେତ୍ରର ବ୍ୟାଙ୍କଗୁଡ଼ିକର ଦେଶବ୍ୟାପୀ ୩ ଦିନିଆ ହଡ଼ତାଳ ଡାକ ମଧ୍ୟରେ ସାଧାରଣ ଲୋକ ଓ ଗ୍ରାମାଞ୍ଚଳର ଖାତାଧାରୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?