ପରିଚୟ ଲୁଚାଉଥିଲେ ଶ୍ରୁତି

ଚେନ୍ନାଇ: ଅଭିନେତ୍ରୀ ଶ୍ରୁତି ହାସନ ଦୀର୍ଘବର୍ଷ ହେବ ଅଭିନୟ ଜଗତରେ ସକ୍ରିୟ ରହିଛନ୍ତି। ସେ ତାଙ୍କ ବାପା କମଲ ହାସନଙ୍କ ପରି ଦକ୍ଷିଣ ଭାରତୀୟ ସିନେମାଠାରୁ ଆରମ୍ଭ କରି ବଲିଉଡ୍‌ ପର୍ଯ୍ୟନ୍ତ ବହୁ ସଫଳତା ହାସଲ କରିଛନ୍ତି। ତେବେ ଏକଦା ଶ୍ରୁତି କମଲଙ୍କ ଝିଅ ଭାବେ ନିଜକୁ ପରିଚୟ ଦେବାକୁ ଉଚିତ ମଣୁ ନ ଥିଲେ ବୋଲି ରବିବାର ଏକ ସାକ୍ଷାତ୍‌କାରରେ କହିଛନ୍ତି। ସେ କହିଛନ୍ତି, ଫିଲ୍ମ ଜଗତରେ କ୍ୟାରିୟର ଆରମ୍ଭ କରିବା ସମୟରେ ସେ କମଲଙ୍କ ଝିଅ ଭାବେ ନିଜର ପରିଚୟକୁ ଲୁଚାଇଥିଲେ। ସେତେବେଳେ ସେ ନିଜକୁ ପୂଜା ରାମଚନ୍ଦ୍ରନ ଭାବେ ପରିଚୟ ଦେଉଥିଲେ। ଫିଲ୍ମ ଜଗତରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ଏପରି କରୁଥିଲେ ବୋଲି ଶ୍ରୁତି କହିଛନ୍ତି। ସେତେବେଳେ କମଲଙ୍କ ଝିଅ ଭାବେ ତାଙ୍କୁ କେହି ଜାଣନ୍ତୁ ନାହିଁ ବୋଲି ସେ ଚାହୁଁଥିଲେ। ଶ୍ରୁତି ଆହୁରି କହିଛନ୍ତି, ଫିଲ୍ମ ଇଣ୍ଡଷ୍ଟ୍ରିରେ କ୍ୟାରିୟର କରିବା ସମୟରେ ଅନେକେ ତାଙ୍କୁ କମଲଙ୍କ ଝିଅ ଭାବେ ସମ୍ବୋଧନ କରୁଥିଲେ। ଏହା ତାଙ୍କୁ ବିରକ୍ତି ଆଣି ଦେଉଥିଲା। ତେଣୁ ସେ ବାଧ୍ୟହୋଇ ନିଜ ପରିଚୟ ଲୁଚାଇବାକୁ ଚେଷ୍ଟା କରିଥିଲେ। ତେବେ ଚେନ୍ନାଇରେ ରହୁଥିବାବେଳେ ଏହା ତାଙ୍କ ପାଇଁ ସମ୍ଭବ ହୋଇ ନ ଥିଲା। ତେଣୁ ଯେତେବେଳେ ତାଙ୍କ ମା’ ଓ ବାପା ପରସ୍ପରଠାରୁ ଅଲଗା ହୋଇଯାଇଥିଲେ, ସେ ମୁମ୍ବାଇକୁ ଚାଲି ଆସିଥିବା
ଶ୍ରୁତି କହିଛନ୍ତି। ଏହାପରେ ସେ କିଛିଦିନ ପାଇଁ ନିଜ ପରିଚୟକୁ ଲୁଚାଇ ପୂଜା ରାମଚନ୍ଦ୍ରନ ଭାବେ ଅଭିନୟ କ୍ଷେତ୍ରରେ ପାଦ ଥାପିବାକୁ ପ୍ରୟାସ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ ଅବହେଳାରୁ ଛାତ୍ରୀ ମୃତ୍ୟୁ ଅଭିଯୋଗ, କାର୍ଯ୍ୟାନୁଷ୍ଠାନ, କ୍ଷତିପୂରଣ ଦାବିରେ ଧାରଣା

ନୂଆପଡ଼ା,୧୮।୧୧(ମକାରୁ ବେମାଲ): ନୂଆପଡ଼ା ଜିଲା ବୋଡେନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଓ ନର୍ସଙ୍କ ଅବହେଳା ଯୋଗୁ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ…

ସରକାରଙ୍କ ବଡ଼ ନିଷ୍ପତ୍ତି; ଘୁଞ୍ଚିଲା ପଞ୍ଚାୟତ ନିର୍ବାଚନ, ବିଧାନସଭା ପରେ….

ଲକ୍ଷ୍ନୌ,୧୮।୧୧: ଉତ୍ତରପ୍ରଦେଶରେ ପଞ୍ଚାୟତ ନିର୍ବାଚନକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ଯୋଗୀ ସରକାର । ପଞ୍ଚାୟତ ନିର୍ବାଚନ କରାଇବାର ସମୟସୀମାକୁ ଆଉ ୬ ମାସ ବୃଦ୍ଧି କରାଯାଇଛି…

ରେଡ୍ ଜୋନ୍‌ରେ ଗଞ୍ଜାମ: ଅଫିସରଙ୍କ ହଜିଗଲାଣି ନିଦ, ଚିନ୍ତାରେ ଲୋକେ; ନିୟୋଜିତ ହେଲେ ୪୦ ଉଦ୍ଧାରକାରୀ ଦଳ…

ଭଞ୍ଜନଗର, ୧୮।୧୧ (ବାବୁଲା ପ୍ରଧାନ): ସମ୍ଭାବ୍ୟ ବାତ୍ୟା ଓ ଲଗାଣ ବର୍ଷାକୁ ନେଇ ଗଞ୍ଜାମ ଜିଲାରେ ଆଶଙ୍କା ବଢ଼ିଥିବା ବେଳେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି।…

ପ୍ଲେଇଂ ଇଲେଭେନ୍‌ରେ ସୁଯୋଗ ନମିଳିବାକୁ ରାଗିଗଲେ ଖେଳାଳି, କହିଲେ ମୋର ଆତ୍ମସମ୍ମାନ….

ନୂଆଦିଲ୍ଲୀ, ୧୮।୧୧: ଦୋହାରେ ନଭେମ୍ବର ୧୯ରୁ ଆରମ୍ଭ ହେବ ୨୦୨୬ ପୁରୁଷ ଇମର୍ଜିଂ ଏସିଆ କପ୍‌ । ଏହି ଟୁର୍ଣ୍ଣାମେଣ୍ଟରେ ଇଣ୍ଡିଆ-ଏ ପକ୍ଷରୁ ଖେଳିବେ ଭାରତୀୟ ଅଲରାଉଣ୍ଡର…

Litton Das: ପ୍ରଥମେ ଶତକ, ଏବେ ଉଇକେଟକିପିଂରେ ରଚିଲେ ଇତିହାସ, ଭାଙ୍ଗିଲେ ୪୭ ବର୍ଷ ପୁରୁଣା ବିଶ୍ୱ ରେକର୍ଡ

ଢାକା/ଜୋହାନ୍ସବର୍ଗ,୧୮।୧୧: ଟେଷ୍ଟ କ୍ରିକେଟରେ ବାଂଲାଦେଶର ଖେଳାଳିମାନେ କ୍ରମାଗତ ଭାବେ ନିଜର ଦକ୍ଷତା ପ୍ରମାଣିତ କରୁଛନ୍ତି । ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ଭୂମିରେ ଚମତ୍କାର ପ୍ରଦର୍ଶନ ଜାରି…

ବାତ୍ୟା ଅକ୍ବାନ; ଉପକୂଳ ଅଞ୍ଚଳରେ ଆଲର୍ଟ ପ୍ରଶାସନ, ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ଜାରି

ମହାକାଳପଡ଼ା,୧୮ା୧୧(ପ୍ରତାପ ଚନ୍ଦ୍ର ସ୍ୱାଇଁ): ବଙ୍ଗୋସାଗର ସୃଷ୍ଟି ବାତ୍ୟା ଅକ୍ବାନ ଓଡିଶା ମୁହାଁ ହେଉଛି । ଏହା ପ୍ରଭାବରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର କେତେକ…

ମହିଳା ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ପ୍ରଥମ ମ୍ୟାଚ୍‌ରେ ମାଲେସିଆକୁ ଭେଟିବ ଭାରତ

ଭୋପାଳ,୧୮।୧୧: ମହିଳା ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ଟୁର୍ନାମେଣ୍ଟ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ଚଳିତ ସିଜନରେ ଚମତ୍କାର ଫର୍ମରେ ଥିବା ଭାରତୀୟ ଦଳ ଟୁର୍ନାମେଣ୍ଟ ଜିତିବା…

ବାତ୍ୟା ଅକ୍ବାନ: ଝିପିଝିପି ବର୍ଷା ଆରମ୍ଭ, ଦୁର୍ଗମ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର ଜାରି

ପାତ୍ରପୁର,୧୮ା୧୧(ଉମା ଚରଣ ନେପାକ): ସମ୍ଭାବ୍ୟ ବାତ୍ୟା ଅକ୍ବାନକୁ ନେଇ ପାତ୍ରପୁର ବ୍ଲକ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଜୋରଦାର କରାଯାଇଛି । ପାହାଡ଼ିଆ ଓ ନଦୀ ଅବବାହିକାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?