Posted inଖେଳ

ଶ୍ରେୟସ ଆୟରଙ୍କ ଖୁଲମଖୁଲା ପ୍ରେମ, କିଏ ସେହି ମିଷ୍ଟ୍ରିଏସ ଗାର୍ଲ?

ନୂଆଦିଲ୍ଲୀ,୧୮।୧୧: ୨୦୨୩ ବିଶ୍ୱକପରେ ଧୂଆଁଧାର ପ୍ରଦର୍ଶନ କରିଥିବା ଟିମ୍‌ ଇଣ୍ଡିଆ ଫାଇନାଲରେ ପହଞ୍ଚିଛି। ବିରାଟ କୋହଲି, ରୋହିତ ଶର୍ମା, ମହମ୍ମଦ ଶାମିଙ୍କ ପରି ଶ୍ରେୟସ ଆୟର ମଧ୍ୟ ତାଙ୍କ ଜବରଦସ୍ତ ଫର୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି। ତେବେ ନିକଟରେ ଶତକର ସର୍ଦ୍ଦାର ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ଷ୍ଟାଡିୟମର ରୋମାଣ୍ଟିକ ସିନ ଭାଇରାଲ ହେଉଥିବା ବେଳେ ଷ୍ଟାର କ୍ରିକେଟର ଶ୍ରେୟସ ଆୟରଙ୍କ ମିଷ୍ଟ୍ରି ଗାର୍ଲକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି।

ଶ୍ରେୟସଙ୍କ ଫିଲ୍ଡରେ କରିଥିବା ଆକ୍ସନକୁ ନେଇ ଯେପରି ଚର୍ଚ୍ଚା ହେଉଛି ସେହିପରି ତାଙ୍କର ଅଫ ଫିଲ୍ଡ ସିନ୍‌କୁ ନେଇ ଖୁବ୍‌ ଚର୍ଚ୍ଚା ହେବାରେ ଲାଗିଛି। ଏହି ମିଷ୍ଟ୍ରି ଗାର୍ଲଙ୍କ ସହ ଆୟରଙ୍କ ଫଟୋ ଭାଇରାଲ ହେଉଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଯୁବତୀଙ୍କୁ ଷ୍ଟାଡିୟମରେ ଟିମ ଇଣ୍ଡିିଆ ମ୍ୟାଚରେ ମଧ୍ୟ ସ୍ପଟ୍‌ କରାଯାଇଛି। ଗୋଟିଏ ମ୍ୟାଚରେ ସେ ଭାରତୀୟ ଟିମର ଅଧିନାୟକ ରୋହିତ ଶର୍ମାଙ୍କ ସ୍ତ୍ରୀ ରିତିକାଙ୍କ ସହ ଷ୍ଟାଡିୟମରେ ବସିଥିଲେ। ଟିମ୍‌ ଇଣ୍ଡିଆର ଦିଓ୍ବାଲି ସେଲିବ୍ରେଶନରେ ମଧ୍ୟ ସେ ନଜର ଆସିଥିଲେ। ଗ୍ରୁପ ଫଟୋ ସହ ଡିନରରେ ମଧ୍ୟ ସେ ଆୟରଙ୍କ ସହ ଫଟୋ କ୍ଲିକ କରିଥିଲେ। ତେବେ ସେ ଆୟରଙ୍କ ଗର୍ଲଫ୍ରେଣ୍ଡ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି।

ଆୟରଙ୍କ ଏହି ମିଷ୍ଟ୍ରି ଗାର୍ଲ ହେଲେ ତ୍ରିଶା କୁଲକର୍ଣ୍ଣି। ତ୍ରିଶା ସବୁବେଳେ ଲାଇମ ଲାଇଟ୍‌ ଠାରୁ ଦୂରରେ ରୁହନ୍ତି। ଇନଷ୍ଟ୍ରାଗ୍ରାମରେ ତାଙ୍କର ଏକ ଆକାଉଣ୍ଟ ଅଛି କିନ୍ତୁ ତାହା ପ୍ରାଇଭେଟ ରହିଛି। ଏହି ଆକାଉଣ୍ଟକୁ ଶ୍ରେୟସ ଫଲୋ ମଧ୍ୟ କରିଛନ୍ତି। ଆୟରଙ୍କ ଭଉଣୀ ଶ୍ରେଷ୍ଠା ମଧ୍ୟ ଏହି ଆକାଉଣ୍ଟକୁ ଫଲୋ କରିଛନ୍ତି। କିଛିଦିନ ପୂବରୁ ଦୁହିଁଙ୍କୁ ଶାର୍ଦ୍ଦୁଳ ଠାକୁର ଓ ତାଙ୍କ ସ୍ତ୍ରୀଙ୍କ ସହ ଡିନର ପାର୍ଟିରେ ଦେଖାଯାଇଥିଲା। ତାଙ୍କ ଭିଡିଓ ଖୁବ୍‌ ଭାଇରାଲ ହେଉଛି ଯାହାକୁ ନେଇ ସେମାନେ ରିଲେଶନସିପରେ ଥିବାନେଇ ଚର୍ଚ୍ଚା ହେଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁଙ୍କ ଗେଡ଼ାପଣ: ୬ ଜିଲାରେ ସ୍ଥିତି ଚିନ୍ତାଜନକ

ଭୁବନେଶ୍ୱର,୧୩ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ୫ ବର୍ଷରୁ କମ୍‌ ବୟସର ଶିଶୁଙ୍କ ପୋଷଣ ସ୍ଥିତିକୁ ନେଇ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ୱେକ୍ଷଣ (ଏନ୍‌ଏଫ୍‌ଏଚ୍‌ଏସ୍‌-୫ରୁ ଏନ୍‌ଏଫ୍‌ଏଚ୍‌ଏସ୍‌-୬)ର ଏକ ତୁଳନାତ୍ମକ ରିପୋର୍ଟ…

୧୭ ଯାଏ ବର୍ଷା

ଭୁବନେଶ୍ୱର,୧୩ା୯(ବନ୍ଦନା ସେଠୀ):ରାଜ୍ୟରେ ଲଘୁଚାପଜନିତ ବର୍ଷା ଲାଗି ରହିଛି। ଶନିବାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବାବେଳେ ୧୭ ତାରିଖ ଯାଏ ଲାଗି ରହିବ। ତେବେ ରବିବାରଠାରୁ ବର୍ଷାର…

ଓରାଙ୍ଗଉଟାନ ଚୋରା ଚାଲାଣର ଗୁମର ଖୋଲୁଛି, ଫାର୍ମ ହାଉସ ପାଇଁ ମ୍ୟାନ୍‌ମାର ଦେଇ ଅଣାଯାଇଥିଲା

ଭୁବନେଶ୍ୱର/ ଭୋଗରାଇ, ୧୩ା୯(ତ୍ରିନାଥ ମହାନ୍ତି/ ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗଉଟାନ ଶାବକ ଉଦ୍ଧାର ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫକୁ…

ଦିବ୍ୟାଙ୍ଗ ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ

ମାହାଙ୍ଗା,୧୩ା୯ (ଅଜୟ କୁମାର ମହାନ୍ତି): ରାଜ୍ୟରେ ବିଦ୍ୟାଳୟଗୁଡ଼ିକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିବା ବେଳେ କଟକ ଜିଲା ମାହାଙ୍ଗା ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ୱେଦନଶୀଳ…

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

ବାଇକ୍‌କୁ ପିଟିଲା ବାଇକ୍‌: ୨ ଛାତ୍ରଙ୍କ ସମେତ ୪ ଗୁରୁତର

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ନିକଟରେ ଶନିବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଯୁକ୍ତ ୩ରେ ପଢୁଥିବା ୨ ଛାତ୍ରଙ୍କ ସମେତ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?