Posted inଖେଳ

ହଠାତ ହସ୍ପିଟାଲରେ ଭର୍ତ୍ତି ହେଲେ ଟିମ୍‌ ଇଣ୍ଡିଆର ଏହି ଷ୍ଟାର କ୍ରିକେଟର, ବଢ଼ିଲା ଟେନଶନ  

ସିଡନୀ,୨୫।୧୦: ଭାରତୀୟ ଦଳ ସିଡନୀରେ ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ଏକଦିବସୀୟ ମ୍ୟାଚ ୯ ଉଇକେଟରେ ଜିତିଛି। ରୋହିତ ଶର୍ମାଙ୍କ ଚମତ୍କାର ଶତକ ଏବଂ ବିରାଟ କୋହଲିଙ୍କ ଅର୍ଦ୍ଧଶତକ  ମ୍ୟାଚ୍‌କୁ ଅଷ୍ଟ୍ରେଲିଆ ହାତରୁ ଛଡ଼ାଇ ଆଣିଥିଲା। ହେଲେ ଏହି ମ୍ୟାଚ୍‌ରେ ଟିମ ଇଣ୍ଡିଆର ଜଣେ ଷ୍ଟାର ଖେଳାଳି ଆହତ  ହୋଇଥିଲେ, ଯାହା ଫଳରେ ତାଙ୍କୁ ମ୍ୟାଚ ମଝିରେ ହସ୍ପିଟାଲକୁ ନିଆଯାଇଥିଲା। ଏହି ଘଟଣା ଭାରତୀୟ ବ୍ୟାଟ୍ସମ୍ୟାନ ଶ୍ରେୟସ ଆୟରଙ୍କ ସହିତ ଘଟିଥିଲା, ଯିଏ ମ୍ୟାଚ ମଝିରେ ଆଘାତ ପାଇଥିଲେ ଏବଂ ତାଙ୍କୁ ସିଡନୀର ଏକ ହସ୍ପିଟାଲକୁ ନିଆଯାଇଥିଲା।
ଅଷ୍ଟ୍ରେଲିଆ ଦଳ ୩୩ ଓଭରରେ ୧୮୦ ରନ ଅତିକ୍ରମ କରିଥିଲା, କେବଳ ତିନୋଟି ଉଇକେଟ ହରାଇଥିଲା। ତା’ପରେ ୩୪ତମ ଓଭରରେ ହର୍ଷିତ ରାଣାଙ୍କ ବୋଲିଂରେ ଆଲେକ୍ସ କ୍ୟାରିଙ୍କ ଡ୍ରପ୍‌ କ୍ୟାଚ୍‌ ଶ୍ରେୟସ ଆୟରଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଥିଲା। ପଏଣ୍ଟରେ ଠିଆ ହୋଇଥିବା ଆୟର କ୍ୟାଚ୍‌ ନେବା ପାଇଁ ପଛକୁ ଦୌଡ଼ିଥିଲେ ଏବଂ ତା’ପରେ ଏକ ଚମତ୍କାର ଡାଇଭ୍‌ ସହିତ କ୍ୟାଚ୍‌କୁ ନେଇଥିଲେ। କିନ୍ତୁ ଡାଇଭ ପରେ ଯେତେବେଳେ ସେ ତଳେ ପଡ଼ିଗଲେ, ତାଙ୍କ ପେଟର ବାମ ପାର୍ଶ୍ୱରେ ଆଘାତ ଲାଗିଲା। ଶ୍ରେୟସ ତୁରନ୍ତ ଯନ୍ତ୍ରଣାରେ ଛଟପଟ ହୋଇଥିଲେ। ପରେ ଟିମ୍‌ ଇଣ୍ଡିଆର ଫିଜିଓ ପଡ଼ିଆକୁ ଯାଇ ଆୟରଙ୍କୁ ପରୀକ୍ଷା କରିଥିଲେ। ପରେ ଆୟରଙ୍କୁ ପଡ଼ିଆ ବାହାରକୁ ନେବାକୁ ପଡିଥିଲା। ତା’ପରେ ସେ ପଡ଼ିଆକୁ ଫେରି ନ ଥିଲେ। ଏନେଇ ବିସିସିଆଇ କହିଛି, “ଫିଲ୍ଡିଂ କରିବା ସମୟରେ ଶ୍ରେୟସ ଆୟରଙ୍କ ବାମ ପଞ୍ଜରାରେ ଆଘାତ ଲାଗିଛି। ତାଙ୍କୁ ଅଧିକ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଛି।’
ତେବେ ଆୟର ଏବଂ ଟିମ୍‌ ଇଣ୍ଡିଆ ପାଇଁ ଏକ ଆଶ୍ୱସ୍ତି ହେଉଛି ଯେ ସେ ବର୍ତ୍ତମାନ କୌଣସି ସିରିଜ ଖେଳିବେ ନାହିଁ। ODI ସିରିଜ ଶେଷ ହୋଇଛି ଏବଂ T୨୦ ସିରିଜରେ ଆୟର ଦଳର ଅଂଶ ନୁହନ୍ତି। ଏହା ବ୍ୟତୀତ ପରବର୍ତ୍ତୀ ODI ସିରିଜ ନଭେମ୍ବର ୩୦ ତାରିଖରେ ଆରମ୍ଭ ହେବ। ଆୟର ବର୍ତ୍ତମାନ ଟେଷ୍ଟ କ୍ରିକେଟ୍‌ରୁ ବିରତି ନେଇଛନ୍ତି। ପରବର୍ତ୍ତୀ ODI ସିରିଜ ପୂର୍ବରୁ ଆୟରଙ୍କୁ ସୁସ୍ଥ ହେବା ପାଇଁ ପ୍ରଚୁର ସମୟ ମିଳିବ ଏବଂ ସେ ଦକ୍ଷିଣ ଆଫ୍ରିକା ସିରିଜକୁ ଭଲ ଅବସ୍ଥାରେ ଫେରିପାରିବେ।

Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷ ପୂର୍ବରୁ ଶ୍ରୀମନ୍ଦିରରେ ହେବ ଧାଡ଼ି ଦର୍ଶନ, ୮ ରାମ୍ପରେ ଦର୍ଶନ କରିବେ ଶ୍ରଦ୍ଧାଳୁ

ଭୁବନେଶ୍ୱର,୬।୧୧: ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଶୁକ୍ରବାର ପୁଣି ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ନୂଆବର୍ଷ ପୂର୍ବରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ ବୋଲି…

ବିବାହକୁ ୪ ମାସ ନ ପୂରୁଣୁ ଘର ଛାଡ଼ିଲେ ଅମିର ଖାନ: ତୃତୀୟ ସ୍ତ୍ରୀଙ୍କ ସହ….

ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ମିର ଖାନ ପୁଣି ଚର୍ଚ୍ଚାରେ। ପ୍ରଥମ ଦୁଇଟି ବିବାହରେ ବିଚ୍ଛେଦ ପରେ ଅଭିନେତା ନିଜ ଜୀବନର ତୃତୀୟ ଅଧ୍ୟାୟ ଆରମ୍ଭ କରିଛନ୍ତି। ପ୍ରେମିକା…

ଏତିକି ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ମହିଳା ସବ୍‌-ରେଜିଷ୍ଟ୍ରାର, ଚାକିରି ଜୀବନ ଆରମ୍ଭରୁ ଦୁର୍ନୀତି ପଙ୍କରେ…

ବାଲିଆପାଳ,୬ା୧୧: ଜମି ପଞ୍ଜୀକରଣ ପାଇଁ ଲାଞ୍ଚ ନେବା ମହିଳା ଅଧିକାରୀଙ୍କୁ ପଡ଼ିଛି ଭାରି। ସାଧାରଣ ଲୋକଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ…

ବଡ଼ ଟ୍ରେନ ଦୁର୍ଘଟଣା: ‘କର୍ମଭୂମି ଏକ୍ସପ୍ରେସ’ର ୪ ବଗିରେ ଭୟଙ୍କର ନିଆଁ, ଅନେକ ଯାତ୍ରୀ ଆହତ ହୋଇଥିବା ଆଶଙ୍କା

ଚଣ୍ଡିଗଡ଼,୬।୧୧: ପଞ୍ଜାବରେ ଏକ ବଡ଼ ଧରଣର ଟ୍ରେନ ଦୁର୍ଘଟଣା ଘଟିଛି। ପଞ୍ଜାବର ରାଜପୁରା ଠାରେ ‘କର୍ମଭୂମି ଏକ୍ସପ୍ରେସ’ରେ ନିଆଁ ଲାଗିଯାଇଥିଲା, ଯାହା ଟ୍ରେନର ଚାରୋଟି ବଗିକୁ ବ୍ୟାପି…

ଟିମ୍‌ଇଣ୍ଡିଆକୁ ମିଳିଗଲା ନୂଆ ସୁପରଷ୍ଟାର: ସେହ୍ବାଗ-ଦ୍ରାବିଡଙ୍କ ପୁଅ ଉପସ୍ଥିତି ସତ୍ତ୍ୱେ କଲେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ

ନୂଆଦିଲ୍ଲୀ,୬।୧୧: ଅଣ୍ଡର-୧୯ ଏସିଆ କପ ୨୦୨୬ରେ ଭାରତୀୟ ଯୁବ ବୋଲର ଇଶାନ ସୁଦଙ୍କଚମତ୍କାର ପ୍ରଦର୍ଶନ। ଭାରତ ଅଣ୍ଡର-୧୯ ଓ ନେପାଳ ଅଣ୍ଡର-୧୯ ମଧ୍ୟରେ ଆଲ ଆମିରାତ୍ରେ ଖେଳାଯାଉଥିବା…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ଦୀପକ

ବଞ୍ଚୋ,୬ା୧୧(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପାଇଁ ଗୌରବ ଆଣିଛନ୍ତି ଯୁବ ଶିକ୍ଷାବିତ୍‌ ଦୀପକ କୁଅଁର। ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଓ ଉତ୍କୃଷ୍ଟ ପ୍ରଦର୍ଶନ…

ଓଜନ କମାଇବାକୁ ଚାହୁଁଛନ୍ତି କି? ଡାଏଟ୍‌ରେ ସାମିଲ୍ କରନ୍ତୁ ପ୍ରୋଟିନ୍‌, ଜାଣନ୍ତୁ କାହିଁକି ଜରୁରୀ

ଆଜିକାଲି ଓଜନ କମାଇବା ପାଇଁ ଅନେକ ଲୋକ ବ୍ୟାୟାମ ସହ ନିଜ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେଉଛନ୍ତି । କିଛି ଲୋକ ଓଜନ ହ୍ରାସ କରିବା…

କୋଟିଆକୁ ନେଇ ଆଇନ ମନ୍ତ୍ରୀଙ୍କ କଡ଼ା ବର୍ତ୍ତା, କହିଲେ ଆମେ ଚୁପ୍‌ହୋଇ…

ଭୁବନେଶ୍ୱର,୬।୧୧: ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଶୁକ୍ରବାର କୋଟିଆକୁ ନେଇ ଏକ କଡ଼ା ବାର୍ତ୍ତା ଦେଇଛନ୍ତି। କୋଟିଆକୁ ନେଇ ସରକାର ଆଉ ଚୁପ୍‌ ହୋଇ ବସିବେ ନାହିଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?