ମା’ ହେବେ ଶ୍ରେୟା !

ମୁମ୍ବାଇ: ବଲିଉଡ୍‌ର ସୁପ୍ରତିଷ୍ଠିତ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲଙ୍କ ଘରକୁ ଖୁବ୍‌ଶୀଘ୍ର ଆସିବେ ନୂଆ ଅତିଥି । ପର୍ସନାଲ ଲାଇଫକୁ ନେଇ ସବୁବେଳେ ଚୁପ୍ ରହୁଥିବା ଏହି କଣ୍ଠଶିଳ୍ପୀ କିନ୍ତୁ ପ୍ରଫେସନାଲ ଲାଇଫକୁ ନେଇ ଅଧିକାଂଶ ସମୟରେ ଆସି ଥାଆନ୍ତି ଚର୍ଚ୍ଚାକୁ । ଲକ୍ଷେ ଦିଲ୍‌ରେ ରାଜ୍ କରୁଥିବା ଏହି ଗାୟିକା ଏଥର କିନ୍ତୁ ନିଜ ପର୍ସନାଲ ଲାଇଫକୁ ନେଇ ଆସିଛନ୍ତି ଚର୍ଚ୍ଚାକୁ । ନିକଟରେ ସେ ସାସିଆଲ ମିଡିଆରେ ଏକ ଫଟୋ ଶେୟାର କରିଛନ୍ତି ଯେଉଁଥିରୁ ସ୍ପଷ୍ଟ ହୋଇଛି ଯେ ସେ ଖୁବ୍‌ଶୀଘ୍ର ମା’ ହେବେ । ଅର୍ଥାତ୍ ଶ୍ରେୟା ଘୋଷାଲ ଓ ଶୀଳାଦିତ୍ୟ ମୁଖୋପାଧ୍ୟାୟ ମାତାପିତା ହେବାକୁ ଯାଉଛି । ଏହି ଫଟୋଟି ଶେୟାର କରି ସେ ଲେଖିଛନ୍ତି ବେବି ଶ୍ରେୟାଦିତ୍ୟ ବାଟରେ ଅଛନ୍ତି । ଶୀଳାଦିତ୍ୟ ଓ ମୁଁ ଆପଣଙ୍କ ସହ ଏହି ଖବର ଶେୟାର କରିବାକୁ ଉତ୍ସୁକ ଅଛୁ । ଆପଣମାନଙ୍କ ଭଲପାଇବା ଓ ଆଶୀର୍ବାଦର ଆବଶ୍ୟକତା ରହିଛି । ଆମେ ଆମ ଜୀବନର ଏହି ନୂଆ ଅଧ୍ୟାୟକୁ ପ୍ରସ୍ତୁତ କରିବାକୁ ଯାଉଛୁ । ଶ୍ରେୟାଙ୍କ ଏହି ପୋଷ୍ଟ ଉପରେ କେବଳ ବଲିଉଡ୍ ସେଲିବ୍ରିଟି ନୁହେଁ ବରଂ ତାଙ୍କ ପ୍ରଶଂସକମାନେ ବି କମେଣ୍ଟ ଦେଇଥିବା ଦେଖାଯାଇଛି । ସମସ୍ତେ ତାଙ୍କ ସନ୍ତାନ ଓ ତାଙ୍କର ସୁସ୍ଥ ଓ ଦୀର୍ଘ ଜୀବନ କାମନା କରିଛନ୍ତି । ସୂଚନାଯୋଗ୍ୟ, ୨୦୧୫ରେ ଶ୍ରେୟା ବେଙ୍ଗଲି ରିତିନୀତି ଅନୁଯାୟୀ ଶୀଳାଦିତ୍ୟଙ୍କୁ ବିବାହ କରିଥଲେ । ୧୦ ବର୍ଷ ରିଲେସନଶିପରେ ରହିବା ପରେ ଏମାନେ ବିବାହ କରିଥିଲେ । ୨୦୦୨ରେ ସଞ୍ଜୟ ଲିଲା ଭଂସାଲିଙ୍କ ଫଲ୍ମ ‘ଦେବଦାସ’ରୁ ସେ ତାଙ୍କ ବଲିଉଡ୍ କ୍ୟାରିୟର ଆରମ୍ଭ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri