ଘାଟିରେ ଓଲଟିଲା ବସ୍‌, ୪ ଗୁରୁତର ୩୦ ଆହତ

ଠାକୁରମୁଣ୍ଡା,୪।୩(ଡି.ଏନ୍‌.ଏ.): ରାଇରଙ୍ଗପୁରରୁ ଭାୟା ଠାକୁରମୁଣ୍ଡା ଦେଇ ଭୁବନେଶ୍ୱର ଯାଉଥିବା ମା’ ତାରିଣୀ ନାମକ ଏକ ଯାତ୍ରୀବାହୀ ବସ୍‌ ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତାର ଗୋଡ଼ଭଙ୍ଗା ଘାଟିରେ ଓଲଟି ପଡ଼ିବାରୁ ୪ ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି। ଗୁରୁବାର ପୂର୍ବାହ୍ନରେ ଘାଟି ଅତିକ୍ରମ କରୁଥିବା ବସ୍‌ର ଯାନ୍ତ୍ରିକ ତ୍ରୁଟି ଯୋଗୁ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିବାର କୁହାଯାଉଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଅଗ୍ନିଶମ ବିଭାଗ ଦ୍ୱାରା ବସ୍‌ ଭିତରୁ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ପରେ ୧୦୮ ଆମ୍ବୁଲାନ୍ସ ଏବଂ ଅନ୍ୟାନ୍ୟ ଗାଡ଼ି ଯୋଗେ ଘଷିପୁରା ଓ ଠାକୁରମୁଣ୍ଡା ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଯାତ୍ରୀମାନଙ୍କୁ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ମହୁଲଡିହା ଥାନା ଆଇଆଇସି ପହଞ୍ଚି ତଦନ୍ତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପବାସ ରହିଲେ କେନ୍ଦ୍ରମନ୍ତ୍ରୀ, ବିଧାୟକ

ବାଲେଶ୍ୱର ଅଫିସ/ ସଜନାଗଡ଼,୬।୫(ଡି.ଏନ.ଏ.) ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ଘୋଷଣା ପରେ ଭାଜପା କାର୍ଯ୍ୟକର୍ତ୍ତା ଓ ସେମାନଙ୍କ ପରିବାର ସଦସ୍ୟଙ୍କ ଉପରେ ତୃଣମୂଳ କଂଗ୍ରେସ କର୍ମୀ ହିଂସାତ୍ମକ...

ବଲାଙ୍ଗୀର ସହରର ବିଭିନ୍ନ ସ୍ଥାନରେ ପୂଜା ପାଉଛନ୍ତି ଗଜାନନ

ବଲାଙ୍ଗୀର ଅଫିସ,୩୧ା୮: ଦୀର୍ଘ ଦୁଇ ବର୍ଷ ପରେ ଉତ୍ସବ ମୁଖର ହୋଇପଡ଼ିଛି ବଲାଙ୍ଗୀର ସହର। କରୋନା କଟକଣା ଯୋଗୁଁ ବିଭିନ୍ନ ଯାନିଯାତ୍ରା ବନ୍ଦ ହୋଇପଡ଼ିଥିଲା। କିନ୍ତୁ...

ହାତୀ ଘଉଡାଅ, କ୍ଷତିପୂରଣ ଦିଅ

ଅମରପାଲି, ୨୧ା୧୦(ଡି.ଏନ୍‌.ଏ) – ସୋନପୁର ବନଖଣ୍ଡ ଅନ୍ତର୍ଗତ ଉଲୁଣ୍ଡା ରେଞ୍ଜ କୋଟସମଲାଇ ଅଞ୍ଚଳରେ ହାତୀପଲ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। ସୋମବାର ରାତିରେ ପ୍ରାୟ ୫୦ରୁ...

ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନିୟମକୁ କଡାକଡି କଲେ ତହସିଲଦାର

ଗୁଡଭେଲା ୨୧।୪, (ଡି.ଏନ.ଏ.)- ରାଜ୍ୟରେ ସାଧାରଣ ଲୋକ ମଧ୍ୟ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ତେବେ ଲକ ଡାଉନ ନିୟମକୁ ନେଇ ଆଦୌ ସଚେତନ...

ସୂଚନା ଅଧିକାର କର୍ମୀ ରଞ୍ଜନଙ୍କ ପରିବାରକୁ ଭେଟିଲେ ରାଜ୍ୟ ଭାଜପାର ପ୍ରତିନିଧି ଦଳ

ମାର୍ଶାଘାଇ,୧୦।୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ମାଣିକପୁର ଗ୍ରାମର ସୂଚନା ଅଧିକାର କର୍ମୀ ରଞ୍ଜନ ଦାସଙ୍କ ମୃତ୍ୟୁକୁ ନେଇ ସୋମବାର ଉକ୍ତ ଗ୍ରାମରେ ରାଜ୍ୟ...

ମହାପ୍ରଭୁଙ୍କୁ ଦର୍ଶନ ପରେ ରାଷ୍ଟ୍ରପତିଙ୍କ ହାତଲେଖା

ପୁରୀ ଅଫିସ,୧୦।୧୧: ଓଡ଼ିଶା ଗସ୍ତରେ ଆସି ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ସେ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ହାତଲେଖା ଛାଡ଼ିଛନ୍ତି।...

ବିନା ରସିଦ୍‌ରେ ଜରିମାନା

ଅନୁଗୋଳ ଅଫିସ୍‌, ୧୨ା୭: ଅନୁଗୋଳ ତହସିଲ ଅଧୀନ ଅଞ୍ଚଳରେ ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ବଢିବାରେ ଲାଗିଛି। ଏଥିରେ ତହସିଲ କାର୍ଯ୍ୟାଳୟର ଜଣେ ଅଧିକାରୀଙ୍କ ସମ୍ପୃକ୍ତି...

ରୋଗୀଙ୍କୁ ମିଳୁନି ଖାଦ୍ୟ, ସ୍ୱାସ୍ଥ୍ୟସେବାରେ ଅବ୍ୟବସ୍ଥା

ଦାରିଙ୍ଗବାଡ଼ି,୭ା୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅନ୍ତଃ ବିଭାଗରେ ଚିକିତ୍ସାଧୀନ ରହିଥିବା ରୋଗୀଙ୍କୁ ରୋଷେଇ ଖାଦ୍ୟ ଠିକ୍‌ ସମୟରେ ମିଳୁନାହିଁ। ଗତ ୩ ଦିନ...

Advertisement
Archives

Model This Week