ମା’ ହେବେ ଶ୍ରେୟା !

ମୁମ୍ବାଇ: ବଲିଉଡ୍‌ର ସୁପ୍ରତିଷ୍ଠିତ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲଙ୍କ ଘରକୁ ଖୁବ୍‌ଶୀଘ୍ର ଆସିବେ ନୂଆ ଅତିଥି । ପର୍ସନାଲ ଲାଇଫକୁ ନେଇ ସବୁବେଳେ ଚୁପ୍ ରହୁଥିବା ଏହି କଣ୍ଠଶିଳ୍ପୀ କିନ୍ତୁ ପ୍ରଫେସନାଲ ଲାଇଫକୁ ନେଇ ଅଧିକାଂଶ ସମୟରେ ଆସି ଥାଆନ୍ତି ଚର୍ଚ୍ଚାକୁ । ଲକ୍ଷେ ଦିଲ୍‌ରେ ରାଜ୍ କରୁଥିବା ଏହି ଗାୟିକା ଏଥର କିନ୍ତୁ ନିଜ ପର୍ସନାଲ ଲାଇଫକୁ ନେଇ ଆସିଛନ୍ତି ଚର୍ଚ୍ଚାକୁ । ନିକଟରେ ସେ ସାସିଆଲ ମିଡିଆରେ ଏକ ଫଟୋ ଶେୟାର କରିଛନ୍ତି ଯେଉଁଥିରୁ ସ୍ପଷ୍ଟ ହୋଇଛି ଯେ ସେ ଖୁବ୍‌ଶୀଘ୍ର ମା’ ହେବେ । ଅର୍ଥାତ୍ ଶ୍ରେୟା ଘୋଷାଲ ଓ ଶୀଳାଦିତ୍ୟ ମୁଖୋପାଧ୍ୟାୟ ମାତାପିତା ହେବାକୁ ଯାଉଛି । ଏହି ଫଟୋଟି ଶେୟାର କରି ସେ ଲେଖିଛନ୍ତି ବେବି ଶ୍ରେୟାଦିତ୍ୟ ବାଟରେ ଅଛନ୍ତି । ଶୀଳାଦିତ୍ୟ ଓ ମୁଁ ଆପଣଙ୍କ ସହ ଏହି ଖବର ଶେୟାର କରିବାକୁ ଉତ୍ସୁକ ଅଛୁ । ଆପଣମାନଙ୍କ ଭଲପାଇବା ଓ ଆଶୀର୍ବାଦର ଆବଶ୍ୟକତା ରହିଛି । ଆମେ ଆମ ଜୀବନର ଏହି ନୂଆ ଅଧ୍ୟାୟକୁ ପ୍ରସ୍ତୁତ କରିବାକୁ ଯାଉଛୁ । ଶ୍ରେୟାଙ୍କ ଏହି ପୋଷ୍ଟ ଉପରେ କେବଳ ବଲିଉଡ୍ ସେଲିବ୍ରିଟି ନୁହେଁ ବରଂ ତାଙ୍କ ପ୍ରଶଂସକମାନେ ବି କମେଣ୍ଟ ଦେଇଥିବା ଦେଖାଯାଇଛି । ସମସ୍ତେ ତାଙ୍କ ସନ୍ତାନ ଓ ତାଙ୍କର ସୁସ୍ଥ ଓ ଦୀର୍ଘ ଜୀବନ କାମନା କରିଛନ୍ତି । ସୂଚନାଯୋଗ୍ୟ, ୨୦୧୫ରେ ଶ୍ରେୟା ବେଙ୍ଗଲି ରିତିନୀତି ଅନୁଯାୟୀ ଶୀଳାଦିତ୍ୟଙ୍କୁ ବିବାହ କରିଥଲେ । ୧୦ ବର୍ଷ ରିଲେସନଶିପରେ ରହିବା ପରେ ଏମାନେ ବିବାହ କରିଥିଲେ । ୨୦୦୨ରେ ସଞ୍ଜୟ ଲିଲା ଭଂସାଲିଙ୍କ ଫଲ୍ମ ‘ଦେବଦାସ’ରୁ ସେ ତାଙ୍କ ବଲିଉଡ୍ କ୍ୟାରିୟର ଆରମ୍ଭ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri