ଶ୍ରଦ୍ଧାଞ୍ଜଳି, ଖଗେଶ୍ୱର, ଅକ୍ଷୟଙ୍କୁ ମୁହାଁମୁହିଁ ଜେରା

ଭୁବନେଶ୍ୱର,୨।୧୧(ବ୍ୟୁରୋ): ବହୁଚର୍ଚ୍ଚିତ ମହିଳା ବ୍ଲାକ୍‌ମେଲର୍‌ ଅର୍ଚ୍ଚନା ନାଗଙ୍କ ବେଆଇନ ଆର୍ଥିକ କାରବାରର ରହସ୍ୟ ଖୋଜୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ରାଜ୍ୟର ଏହି ବଡ଼ ହନିଟ୍ରାପ ମାମଲାରେ ଶ୍ରଦ୍ଧାଞ୍ଜଳି ବେହେରା ହିଁ ମୋହରା ସାଜିଥିଲେ। ଶ୍ରଦ୍ଧାଞ୍ଜଳିଙ୍କୁ ଅର୍ଚ୍ଚନା ବ୍ୟବହାର କରି ବଡ଼ବଡ଼ିଆଙ୍କୁ ମାୟାଜାଲରେ ଫସାଉଥିଲେ। ତେଣୁ ବୁଧବାର ଶ୍ରଦ୍ଧାଞ୍ଜଳି, ରିମାଣ୍ଡରେ ଥିବା ଅର୍ଚ୍ଚନାଙ୍କ ବିଜ୍‌ନେସ୍‌ ପାର୍ଟନର୍‌ ଖଗେଶ୍ୱର ଏବଂ ହନିଟ୍ରାପରେ ଫସିଥିବା ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ଇଡି ନୟାପଲ୍ଲୀସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟରେ ବ୍ୟକ୍ତିଗତ ଭାବେ ଜେରା କରି ବହୁ ତଥ୍ୟ ହାସଲ କରିଛି। ଏଥିସହ ଇଡି ଅଧିକାରୀମାନେ ସମସ୍ତଙ୍କୁ ଏକାଠି ବସାଇ ତ୍ରିକୋଣୀୟ ଜେରା କରିଥିବା ସୂଚନା ମିଳିଛି।

ସକାଳ ପ୍ରାୟ ୮ଟାରେ ଇଡି କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳି ପହଞ୍ଚତ୍ଥିଲେ। ଏହା ପୂର୍ବରୁ ଗଣମାଧ୍ୟମର ପ୍ରତିନିଧିମାନେ ସେଠାରେ ଜଗି ରହିଥିଲେ। ସେ କାର୍‌ରୁ ବାହାରିମାତ୍ରେ ସେମାନେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ହେଲେ ଶ୍ରଦ୍ଧାଞ୍ଜଳି କିଛି ନ କହି ଇଡି ଅଫିସ୍‌ ଭିତରକୁ ଚାଲିଯାଇଥିଲେ। ସେତେବେଳେ ସେ ଏକ ସ୍କାର୍ପ ବାନ୍ଧିଥିବାରୁ ତାଙ୍କ ମୁହଁ ଦିଶୁ ନ ଥିଲା। ଏହା ପରେ ଅର୍ଥାତ ପୂର୍ବାହ୍ନ ୧୦ଟାରେ ଇଡି ଅଫିସରେ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜା ପହଞ୍ଚତ୍ଥିଲେ। ମଙ୍ଗଳବାର ମଧ୍ୟ ସେଠାରେ ତାଙ୍କୁ ୮ ଘଣ୍ଟା ଜେରା କରାଯାଇଥିଲା। ବୁଧବାର ଇଡି ଅଧିକାରୀମାନେ ପ୍ରଥମେ ଶ୍ରଦ୍ଧାଞ୍ଜଳୀ ଏବଂ ଅକ୍ଷୟଙ୍କୁ ମୁହଁାମୁହିଁ ଜେରା କରିଥିଲେ। ଏଥିସହ ରିମାଣ୍ଡରେ ଥିବା ଖଗେଶ୍ୱରଙ୍କ ସହ ସେମାନଙ୍କୁ ବସାଇ ତ୍ରିକୋଣୀୟ ଜେରା କରାଯାଇଥିଲା। ଅକ୍ଷୟ ପରିଜାଙ୍କୁ ଶ୍ରଦ୍ଧାଞ୍ଜଳି କେମିତି ଚିହ୍ନିଥିଲେ, ହନିଟ୍ରାପରେ କେବେଠୁ ବ୍ୟବହାର ହେଉଥିଲେ ଶ୍ରଦ୍ଧାଞ୍ଜଳି, ଏଥିପାଇଁ ଅର୍ଚ୍ଚନା ତାଙ୍କୁ କେତେ ଟଙ୍କା ଦେଉଥିଲେ, ଅର୍ଚ୍ଚନାଙ୍କ ଆର୍ଥିକ କାରବାର ପଛର ସତ୍ୟତା କ’ଣ, କେଉଁ ଆଧାରରେ ସମ୍ପତ୍ତି ଅର୍ଜନ କଲେ ନାଗଚାନ୍ଦ ଦମ୍ପତି, ଶ୍ରଦ୍ଧାଞ୍ଜଳିଙ୍କୁ ଅକ୍ଷୟ କେତେ ଟଙ୍କା ଦେଇଛନ୍ତି, କେଉଁ ବଡ଼ବଡ଼ିଆମାନେ ହନିଟ୍ରାପରେ ଫସି ଟଙ୍କା ଦେଇଛନ୍ତି, ଅର୍ଚ୍ଚନାଙ୍କ ପାଖକୁ କାହା ମାଧ୍ୟମରେ ଆସୁଥିଲା ଟଙ୍କା? ଇଡି ପକ୍ଷରୁ ୩ଜଣଙ୍କୁ ଏଭଳି ଏକାଧିକ ପ୍ରଶ୍ନ ପଚରାଯାଇ ପ୍ରକୃତ ସତ ଓ ତଥ୍ୟ ପାଇବାକୁ ଚେଷ୍ଟା କରିଥିଲେ ଇଡି ଅଧିକାରୀ। ରାତି ପ୍ରାୟ ୧୦ଟାରେ ଅକ୍ଷୟ ଓ ଶ୍ରଦ୍ଧାଞ୍ଜଳି ଇଡି କାର୍ଯ୍ୟାଳୟରୁ ବାହାରିଥିଲେ। ଶ୍ରଦ୍ଧାଞ୍ଜଳି ଗଣମାଧ୍ୟମ ଆଗରେ କିଛି ମୁହଁ ଖୋଲି ନ ଥିଲାବେଳେ ଅକ୍ଷୟ କହିଥିଲେ, ଇଡି ଯାହା ପଚାରିଥିଲେ ସବୁ ତଥ୍ୟ ଦେଇଛି। ମୋତେ ନ୍ୟାୟ ମିଳିବା ନେଇ ମୁଁ ଆଶାବାଦୀ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଏହି ହନିଟ୍ରାପ ମାମଲାରେ ସବୁଠୁ ବଡ଼ ରହସ୍ୟ ଲୁଚି ରହିଛି ଅର୍ଚ୍ଚନାଙ୍କ ପାଖରେ। ତେଣୁ ଅର୍ଚ୍ଚନାଙ୍କୁ ଜେରା କରି ଇଡି ବହୁ ତଥ୍ୟ ହାସଲ କରିବ। ସେ ଏବେ ଝାରପଡ଼ା ଜେଲରେ ଥିବାରୁ ଗୁରୁବାର ତାଙ୍କୁ ରିମାଣ୍ଡ ଆଣିବାକୁ ଇଡି ଯୋଜନା କରୁଛି। ରିମାଣ୍ଡ ସମୟରେ ସମାନ ଭାବେ ଶ୍ରଦ୍ଧାଞ୍ଜଳି ଓ ଅକ୍ଷୟ ପରିଜାଙ୍କୁ ବସାଇ ମୁହଁାମୁହିଁ ଜେରା କରିବାକୁ ଯୋଜନା ଚାଲିଥିବା ଜଣାପଡ଼ିଛି। ସେପଟେ ଖଗେଶ୍ୱରଙ୍କ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଗୁରୁବାର ସରୁଛି। ପ୍ରଥମେ ଖଗେଶ୍ୱର ୧୦ଦିନିଆ ରିମାଣ୍ଡରେ ଆସିଥିବାବେଳେ ସୋମବାରଠାରୁ ପୁଣି ୩ଦିନିଆ ରିମାଣ୍ଡରେ ଆସିଛନ୍ତି। ଗୁରୁବାର ତାଙ୍କୁ କୋର୍ଟରେ ହାଜର କରି ପୁଣିଥରେ ରିମାଣ୍ଡ ଲାଗି ଆବେଦନ କରିପାରେ ବୋଲି ସୂଚନା ମିଳିଛି।

ଭାଇରାଲ୍‌ ହେଉଛି ଶ୍ରଦ୍ଧାଞ୍ଜଳିଙ୍କ ରିଲ୍ସ ଭିଡିଓ
ବ୍ଲାକ୍‌ମେଲର ଅର୍ଚ୍ଚନା ନାଗଙ୍କ କଳାସାମ୍ରାଜ୍ୟର ଅନ୍ୟତମ ଅଭିଯୁକ୍ତ ତଥା ହନିଟ୍ରାପ୍‌ ଘଟଣାର ମୋହରା ହେଉଛନ୍ତି ଶ୍ରଦ୍ଧାଞ୍ଜଳି। ତାଙ୍କର ଅଭିନୟ ପ୍ରତି ବହୁତ ଆଗ୍ରହ ଥିଲା। ଏପରି କି ସିନେମାରେ ମଧ୍ୟ ଅଭିନୟ କରିବାକୁ ଚାହିଁ ରହିଥିଲେ। ଏଥିପାଇଁ ସେ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ମଧ୍ୟ ନିବେଦନ କରିଥିଲେ। ଗୁରୁବାର ତାଙ୍କୁ ଇଡି ଅଫିସ୍‌ରେ ଜେରା ଚାଲିଥିବାବେଳେ ସୋସିଆଲ ମିଡିଆରେ ତାଙ୍କର କିଛି ଭିଡିଓ ବେଶ୍‌ ଭାଇରାଲ ହୋଇଥିଲା। ସେ ଭିନ୍ନ ଭିନ୍ନ ଭଙ୍ଗୀରେ ନାଚ ସହ ଅଭିନୟ କରୁଥିବା ମଧ୍ୟ ଉକ୍ତ ଭିଡିଓରେ ଦେଖିବାକୁ ମିଳୁଛି। ଏକ ଭିଡିଓରେ ତାଙ୍କ ସହ ନାଚୁଥିବା ଲମ୍ବା ନିଶ ଓ ହଳଦିଆ ପୋଷାକ ପିନ୍ଧିଥିବା କଳାକାର ଜଣକ କିଏ? ତାଙ୍କର ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟ ସହ ଲିଙ୍କ୍‌ ରହିଛି କି ନାହିଁ ତାହାକୁ ନେଇ ନାନା ଚର୍ଚ୍ଚା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ନିକଟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ: ଆଗୁଆ ଜାମିନ ପାଇଁ ଆବେଦନ, ଅକ୍ଟୋବର ୩୦ ଯାଏ ହାଜର ସମୟ ବୃଦ୍ଧି

କଟକ, ୬।୧୦(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?