Posted inଜାତୀୟ

ମହାକୁମ୍ଭରୁ ମାଟି ଆଉ ସଙ୍ଗମରୁ ଜଳ ନେଇ ନେପାଳ ଯାଉଛନ୍ତି ଶ୍ରଦ୍ଧାଳୁ, ଜାଣନ୍ତୁ କ’ଣ ରହିଛି କନେକଶନ

ପ୍ରୟାଗରାଜ/କାଠମାଣ୍ଡୁ,୨୦।୨: ମାତା ଜାନକୀଙ୍କ ମାତୃଭୂମି ନେପାଳରୁ ବହୁ ସଂଖ୍ୟକ ଭକ୍ତ ମହାକୁମ୍ଭକୁ ଆସୁଛନ୍ତି। ଏପର୍ଯ୍ୟନ୍ତ ୫୦ଲକ୍ଷରୁ ଅଧିକ ଭକ୍ତ ସଙ୍ଗମରେ ପବିତ୍ର ବୁଡ଼ ପକାଇ ସାରିଛନ୍ତି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମକୁ ଅଦ୍ୱତୀୟ ଭବ୍ୟତା ଦିଆଯାଉଛି, ଯାହା ଯୋଗୁଁ ନେପାଳ ସମେତ ସାରା ବିଶ୍ୱର ଭକ୍ତମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଯାଉଛି। ଭକ୍ତମାନେ ବଡ଼େ ହନୁମାନଜୀଙ୍କ ପାଇଁ ପବିତ୍ର ଚାଉଳ ଏବଂ ଅନ୍ୟାନ୍ୟ ଧାର୍ମିକ ସାମଗ୍ରୀ ଆଣୁଛନ୍ତି ଏବଂ ଏଠାରୁ ସେମାନେ ଗଙ୍ଗା ଜଳ ଏବଂ ସଙ୍ଗମର ପବିତ୍ର ମାଟିକୁ ନେପାଳ ନେଉଛନ୍ତି।
ନେପାଳ ଆସୋସିଏସନ ଅଫ ଟୁର୍‌ ଆଣ୍ଡ ଟ୍ରାଭେଲ ଏଜେଣ୍ଟସ ବାଙ୍କେ ଚାପ୍ଟରର ସଭାପତି ଶ୍ରୀ ରାମ ସିଗଡେଲ କହିଛନ୍ତି ଯେ ପବିତ୍ର ଅକ୍ଷତକୁ ଜନକପୁରରୁ ମହାକୁମ୍ଭକୁ ସ୍ବତନ୍ତ୍ର ଭାବରେ ଅଣାଯାଇଛି, ଯାହା ସଙ୍ଗମ କୂଳରେ ବଡ଼େ ହନୁମାନ ଜୀଙ୍କୁ ଅର୍ପଣ କରାଯାଇଥିଲା। ଭକ୍ତମାନେ ସଙ୍ଗମ ଏବଂ ଗଙ୍ଗା ଜଳର ବାଲିକୁ ସବୁଠାରୁ ପବିତ୍ର ଐତିହ୍ୟ ମନେ କରି ନିଜ ସହିତ ନେଉଛନ୍ତି ଏବଂ ଧାର୍ମିକ ରୀତିନୀତିରେ ବ୍ୟବହାର କରୁଛନ୍ତି।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ମହାକୁମ୍ଭରେ ହୋଇଥିବା ଭବ୍ୟ ଆୟୋଜନକୁ ସବୁଠି ପ୍ରଶଂସା କରାଯାଉଛି। ନେପାଳରୁ ଆସୁଥିବା ଶ୍ରଦ୍ଧାଳୁମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ନେପାଳ ଆସୋସିଏସନ ଅଫ ଟୁର୍‌ ଆଣ୍ଡ ଟ୍ରାଭେଲ ଏଜେଣ୍ଟସର ସଭାପତି ଶ୍ରୀ ରାମ ସିଗଡେଲ ଉତ୍ତର ପ୍ରଦେଶ ସରକାରଙ୍କ ଦ୍ୱାରା କରାଯାଇଥିବା ବ୍ୟବସ୍ଥାକୁ ଅତୁଳନୀୟ ବୋଲି ବର୍ଣ୍ଣନା କରିଥିଲେ।
ମହାକୁମ୍ଭର ଧାର୍ମିକ ସମୃଦ୍ଧିକୁ ଆହୁରି ବୃଦ୍ଧି କରିବା ପାଇଁ, ନେପାଳର ଭକ୍ତମାନେ ମାତା ଜାନକୀଙ୍କ ମାତୃଗୃହରୁ ଉପହାର ସ୍ବରୂପ ନୂତନ ପୋଷାକ, ଅଳଙ୍କାର, ଫଳ, ଶୁଖିଲା ଫଳ, ବାସନ, ଧୋତି-କୁର୍ତ୍ତା ଏବଂ ଗାମୁଛା ଇତ୍ୟାଦି ଆଣିଛନ୍ତି। ଏହି ଉପହାରଗୁଡ଼ିକ ମହାକୁମ୍ଭର ଧାର୍ମିକ ଏବଂ ସାଂସ୍କୃତିକ ଗୁରୁତ୍ୱକୁ ଆହୁରି ବୃଦ୍ଧି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା କରି ଚମକାଇଦେଲେ ବିଧାୟକ ସାରଦା, ରାଉରକେଲା ରାଜନୀତିରେ ଚର୍ଚ୍ଚା

ଭୁବନେଶ୍ବର,୧୨।୧୧: ବଡ଼ ଘୋଷଣା କଲେ ରାଉରକେଲା ବିଧାୟକ ସାରଦା ନାୟକ । ୨୦୨୯ ନିର୍ବାଚନ ଲଢ଼ିବେ ନାହିଁ ବୋଲି ସେ ଘୋଷଣା କରିଛନ୍ତି । ସ୍ୱାସ୍ଥ୍ୟଗତ ସମସ୍ୟା…

ସେୟାର ବଜାରରେ ଏଣ୍ଟ୍ରି ମାରିବ ହଳଦୀରାମ! ୧୦,୦୦୦ କୋଟି ଟଙ୍କାର IPO ଆଣିବାକୁ ପ୍ରସ୍ତୁତି ଆରମ୍ଭ

ନୂଆଦିଲ୍ଲୀ,୧୨।୧୧: ପାରମ୍ପରିକ ଭାରତୀୟ ମିଠା ଏବଂ ନମକିନ୍ ପ୍ରସ୍ତୁତକାରୀ ପ୍ରମୁଖ କମ୍ପାନୀ ‘ହଳଦୀରାମ ସ୍ନାକ୍ସ ଫୁଡ୍’ ଏହାର ଇନିସିଆଲ୍ ପବ୍ଲିକ୍ ଅଫରିଂ (IPO) ପ୍ରକ୍ରିୟାକୁ ଆନୁଷ୍ଠାନିକ ଭାବେ…

ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆରେ ଭାରତର ଅଧିନାୟକ ହେବେ ଏହି ଖେଳାଳି, ରଚିବେ ଇତିହାସ

ନୂଆଦିଲ୍ଲୀ,୧୨।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ୪ର୍ଥ ଓ ୫ମ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଦଳର ନେତୃତ୍ୱ ନେବେ ଶ୍ରେୟସ ଆୟର । ପ୍ରଥମ ୩ଟି ମ୍ୟାଚ୍‌ରେ ନିୟମିତ…

ବରଗଡ଼ରେ ମଧୁବାବୁ ପେନ୍‌ସନ୍‌ ଯୋଜନାର ଶୁଭାରମ୍ଭ: ୧୫୨୭୭ ଜଣଙ୍କୁ ପେନ୍‌ସନ୍‌ ବାଣ୍ଟିଲେ ମନ୍ତ୍ରୀ

ବରଗଡ଼,୧୨ା୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଯଦୁମଣି ଅଡିଟୋରିୟମରେ ଗୁରୁବାର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ବାରା ଆୟୋଜିତ ଜିଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ…

ଟେଷ୍ଟ କ୍ରିକେଟ ଇତିହାସରେ ପ୍ରଥମଥର! ପାକିସ୍ତାନର ୪ ଖେଳାଳି କଲେ ଏମିତି କାରନାମା, ଚାରିଆଡେ ପଡିଗଲା ଚହଳ

ନୂଆଦିଲ୍ଲୀ, ୧୨।୧୧: ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ରାୱଲପିଣ୍ଡି କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ପାକିସ୍ତାନର ଯୁବ ଖେଳାଳିମାନେ ବିଶ୍ୱ କ୍ରିକେଟ ଇତିହାସରେ ଏକ…

ବିବାହ ଖୁସି ଭିତରେ ଆଉ ଏକ ବଡ଼ ଖବର: କାବ୍ୟା ମାରାନଙ୍କୁ ମିଳିଲା ୫୮୫ କୋଟିର ଉପହାର, ଗୋଟିଏ ଦିନରେ ବଢ଼ିଲା…

ନୂଆଦିଲ୍ଲୀ, ୧୨।୧୧: କାବ୍ୟା ମାରାନଙ୍କୁ କିଏ ବା ନ ଜାଣେ! ଆଇପିଏଲ ଟିମ ସନରାଇଜର୍ସ ହାଇଦ୍ରାବାଦର ମାଲିକାଣୀ ହେବା ସହ ଦେଶର ବଡ଼ ମିଡିଆ ଗ୍ରୁପ ସନ…

ଥରେ ରିଚାର୍ଜରେ ଆଉ ଗୋଟିଏ ପୂରା ଫ୍ରି! ୫୬ ଦିନ ଯାଏ ଆଉ କରିବାକୁ ପଡିବନି ରିଚାର୍ଜ

ଏୟାରଟେଲ (Airtel) ବ୍ୟବହାରକାରୀମାନଙ୍କ ପାଇଁ ଏକ ଭଲ ଖବର ସାମ୍ନାକୁ ଆସିଛି। କମ୍ପାନୀ କଥିତ ଭାବରେ ଏହାର କିଛି ପ୍ରିପେଡ ପ୍ଲାନରେ ’1+1 ରିଚାର୍ଜ ଫ୍ରି’ ଅଫର୍‌…

ଭଞ୍ଜନଗରରେ ବନ୍ୟା ରିଲିଫ୍-ପୁନରୁଦ୍ଧାର କାର୍ଯ୍ୟ ସମୀକ୍ଷା କଲେ ଆରଡିସି ବିଜୟ ଅମୃତା କୁଲାଙ୍ଗେ; ସହାୟତା କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ…

ଭଞ୍ଜନଗର୧୨।୧୧ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ଗତ ୨୮ ଓ ୨୯ ତାରିଖରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟା ପରେ ଚାଲିଥିବା ରିଲିଫ୍ ଓ ପୁନରୁଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?