ଶ୍ରଦ୍ଧାଙ୍କୁ ତାଙ୍କ ପ୍ରେମିକ ୩୫ ଖଣ୍ଡ କରିଥିଲେ, ମୁଁ ତୁମକୁ ୭୦ ଖଣ୍ଡ କରିଦେବି

ମୁମ୍ବାଇ,୫ା୧୨: ଦିଲ୍ଲୀରେ ଶ୍ରଦ୍ଧା ଓ୍ବାକରଙ୍କୁ ତାଙ୍କ ପ୍ରେମିକ ୩୫ ଖଣ୍ଡ କରି କାଟି ଫିଙ୍ଗିଦେବା ଘଟଣା ଲୋକଙ୍କ ମନରୁ ଲିଭି ନ ଥିବା ବେଳେ ମହାରାଷ୍ଟରେ ଆଉ ଜଣେ ଲିଭ୍‌ ଇନ୍‌ରେ ରହୁଥିବା ପ୍ରେମିକ ତାଙ୍କ ପ୍ରେମିକାଙ୍କୁ ଧମକ ଦେଇଛନ୍ତି। ସେ କହିଛନ୍ତି, ଶ୍ରଦ୍ଧାଙ୍କୁ ତାଙ୍କ ପ୍ରେମିକ ୩୫ ଖଣ୍ଡ କରିଥିଲା, ମୁଁ ତୁମକୁ ୭୦ ଖଣ୍ଡ କରିଦେବି।

ମହାରାଷ୍ଟ୍ର ଧୁଲେରେ ଏମିତି ଏକ ଧମକପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଛି। ପୀଡ଼ିତା ମହିଳା ପୋଲିସରେ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି ଯେ, ତାଙ୍କ ଲିଭ୍‌-ଇନ୍‌ ପାର୍ଟନର ଅର୍ଶଦ ସଲିମଙ୍କ ତାଙ୍କୁ ନିର୍ଯାତନା ଦେଉଛନ୍ତି। ଅର୍ଶଦ ତାଙ୍କୁ କହିଛନ୍ତି, ଯଦି ମୋ’ ଇଚ୍ଛାରେ କାମ ନ କରିବ ତେବେ ଶ୍ରଦ୍ଧାଙ୍କୁ ତାଙ୍କ ପ୍ରେମିକ ୩୫ ଖଣ୍ଡ କରିଥିଲେ, ମୁଁ ତୁମକୁ ୭୦ ଖଣ୍ଡ କରିଦେବି।

ନଭେମ୍ବର ୨୯ରେ ପୋଲିସକୁ ଦେଇଥିବା ଅଭିଯୋଗରେ ଏହା କୁହାଯାଇଛି। ଜୁଲାଇ ୨୦୨୧ରୁ ଦୁହେଁ ଏକାଠି ରହିଆସୁଛନ୍ତି। ମହିଳାଙ୍କ କହିବାନୁସାରେ, ସେ ପୂର୍ବରୁ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ, କିନ୍ତୁ ୨୦୧୯ରେ ଏକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା। ୨୦୧୭ରେ ତାଙ୍କର ପୂର୍ବ ସ୍ବାମୀଙ୍କଠାରୁ ଏକ ସନ୍ତାନ ମଧ୍ୟ ହୋଇଥିଲା।

ପ୍ରଥମ ସ୍ବାମୀଙ୍କ ମୃତ୍ୟୁ ପରେ ସେ  ହର୍ଷଲ ମାଲି ନାମକ ଜଣେ ବ୍ୟକ୍ତିଙ୍କ ସମ୍ପର୍କରେ ଆସିଥିଲେ। ବାସ୍ତବରେ ସେ ହର୍ଷଲ ନ ଥିଲେ ସେ ଥିଲେ ଅର୍ଶଦ ସଲିମ। ସେ ତାଙ୍କୁ ଧୁଲେର ଲାଲିଙ୍ଗ ଗାଁର ଜଙ୍ଗଲକୁ ନେଇ ସେଠାରେ ବଳାତ୍କାର କରିଥିଲେ। ସେ ଏହାର ଏକ ଭିଡିଓ ମଧ୍ୟ କରିଥିଲେ ଏବଂ ପରେ ସେ ଭିଡିଓ ନାମରେ ଧମକ ଦେବା ଆରମ୍ଭ କରିଥିଲେ। ଏହା ପରେ ଦୁହେଁ ଏକାଠି ରହିବାକୁ ସ୍ଥିର କଲେ। ଜୁଲାଇ ୨୦୨୧ରେ ଉଭୟ ଅମାଲନର୍‌ ଯାଇ ସେଠାରେ ଲିଭ୍‌ ଇନ୍‌ରେ ରହୁଥିଲେ। ଏହି ସମୟରେ ଏକ ଆଫିଡେଭିଟ୍‌ ପ୍ରସ୍ତୁତ କରିଥିଲେ। ତା’ପରେ ସେ ଜାଣିବାକୁ ପାଇଲେ ଯେ, ଏହି ବ୍ୟକ୍ତିଙ୍କ ନାମ ହର୍ଷଲ ମାଲି ନୁହେଁ,  ଅର୍ଶଦ ସଲିମ।

ମହିଳା ଜଣକ ପୋଲିସକୁ କହିଛନ୍ତି, ଅଭିଯୁକ୍ତ ଅର୍ଶଦ ତାଙ୍କୁ ଜବରଦସ୍ତ ଧର୍ମାନ୍ତରୀକରଣ କରାଇଥିଲେ। ସେ ତାଙ୍କ ପୁଅକୁ ମଧ୍ୟ ଧର୍ମ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଅର୍ଶଦଙ୍କ ପିତା ମଧ୍ୟ ତାଙ୍କୁ ଧମକ ଦେଇଥିଲେ। ୪ ମାସ ପରେ ଅଭିଯୁକ୍ତ ତାଙ୍କୁ ଭିଟାଭଟ୍ଟି ଅଞ୍ଚଳର ଏକ ଘରକୁ ନେଇ ଯାଇଥିଲେ। ଏଠାରେ ସେ ଚଳିତ ବର୍ଷ ଅଗଷ୍ଟରେ ଏକ ସନ୍ତାନ ଜନ୍ମ ଦେଇଥିଲେ। କୌଣସି କାରଣରୁ ଅର୍ଶଦ ମଧ୍ୟ ସାଇଲେନ୍ସର ସହିତ ତାଙ୍କୁ ଚେଙ୍କ ଦେଇଥିଲେ। ପୋଲିସ ଅର୍ଶଦ ସଲିମଙ୍କ ବିରୋଧରେ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

କାଜୁ ବୁଦାରେ ଝୁଲୁଛି ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ମୃତଦେହ: ଖେଳିଗଲା ଚାଞ୍ଚଲ୍ୟ

ଧର୍ମଶାଳା,୨୬।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ ରାଉତରାପୁର ପଞ୍ଚାୟତର ନୂଆସାହି ଗ୍ରାମରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣାକୁ ନେଇ…

ରୁଷିକୁଲ୍ୟାରୁ କମୁଛି ଜଳସ୍ତର: ଟଳିଲା ବନ୍ୟା ଆଶଙ୍କା

ପୁରୁଷୋତ୍ତମପୁର, ୨୬।୯ (ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତର ପ୍ରଭାବରେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳରେ ଗତ ଚାରିଦିନ ଧରି ଲଗାଣ ବର୍ଷା ଜାରି…

ପ୍ରଶାନ୍ତ କିଶୋରଙ୍କୁ ଜୋରଦାର ଝଟ୍‌କା: ପ୍ରାର୍ଥୀ ଘୋଷଣାର ୨୪ ଘଣ୍ଟାରେ…

ପାଟନା,୨୬।୯: ବିହାର ବିଧାନ ପରିଷଦ ନିର୍ବାଚନ ପୂର୍ବରୁ ପ୍ରଶାନ୍ତ କିଶୋରଙ୍କ ଦଳ ଜନ ସୁରଜକୁ ଝଟକା ଲାଗିଛି। ତିରହୁତ ଶିକ୍ଷକ ନିର୍ବାଚନମଣ୍ଡଳୀ ପାଇଁ ଦଳର ପ୍ରାର୍ଥୀ ଘୋଷଣା…

ଭଜନ କ୍ଲବିଂରେ ସାମିଲ ପ୍ରଧାନମନ୍ତ୍ରୀ ମୋଦି: ରାମ ଭଜନରେ ବଜାଇଲେ ଡଫଲି

ନୂଆଦିଲ୍ଲୀ,୨୬।୯: ଦିଲ୍ଲୀର ଦୀନ ଦୟାଲ ଉପାଧ୍ୟାୟ ପାର୍କରେ ଆୟୋଜିତ ‘ଭଜନ କ୍ଲବିଂ’ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତୀ…

ଦୁର୍ଗାପୂଜା ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ବଡ଼ ଖୁସି! ଜାଣନ୍ତୁ କେତେ ପ୍ରତିଶତ ବଢ଼ିବ DA

ନୂଆଦିଲ୍ଲୀ,୨୬।୯: ଯଦି ଆପଣ କିମ୍ବା ଆପଣଙ୍କ ପରିବାରର କେହି କେନ୍ଦ୍ର ସରକାରୀ କର୍ମଚାରୀ (Central Government Employee) କିମ୍ବା ପେନସନଭୋଗୀ ଅଛନ୍ତି, ତେବେ ପାର୍ବଣ ଋତୁରେ ଆପଣଙ୍କ…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଢିଲା ଟେନ୍‌ସନ୍‌: ଲାଗିଲା ପୁଣି ଝଟକା

ନୂଆଦିଲ୍ଲୀ,୨୬।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଇଦାନକୁ ଫେରିବା ଅପେକ୍ଷା ଆହୁରି ଲମ୍ବା ହୋଇଛି। ୱେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ଦିନିକିଆ ସିରିଜ୍‌ରୁ ବାଦ…

ବିଧାନସଭାରେ ଛତାମଖନା ଆଇଏସ୍‌ଏସ୍‌ ପ୍ରସଙ୍ଗ ଉଠାଇଲେ ବିଧାୟକ କଳିକେଶ

ବଲାଙ୍ଗୀର,୨୫ା୯(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ ବିଧାନସଭାରେ ବଲାଙ୍ଗୀରର ଛତାମଖନା ଇନ୍‌-ଷ୍ଟ୍ରିମ୍‌ ଷ୍ଟୋରେଜ୍‌ ଷ୍ଟ୍ରକଚର (ଆଇଏସ୍‌ଏସ୍‌)ର କ୍ଷତି, ଜଙ୍ଗଲ ନିଆଁ, କାମ୍ପା ପାଣ୍ଠି, ଜଙ୍ଗଲ…

ଟ୍ରମ୍ପଙ୍କ ବଡ଼ ଘୋଷଣା: ଷ୍ଟ୍ରେଟ ଅଫ ହର୍ମୁଜର ନାମ ବଦଳାଇ ରଖିଲେ ଏହି ନାଁ, ସାରା ବିଶ୍ୱ ଆଶ୍ଚର୍ଯ୍ୟ!

ଓ୍‌ବାଶିଂଟନ୍‌,୨୬।୯: ଇରାନ ଆମେରିକା ସମ୍ମୁଖରେ ଷ୍ଟ୍ରେଟ ଅଫ ହର୍ମୁଜକୁ ପୁଣିଥରେ ଖୋଲିବା ପାଇଁ ପ୍ରସ୍ତାବ ରଖିଛି। ଏହି ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?