ଶବ ସତ୍କାର ପାଇଁ ମିଳିଲେନି ଲୋକେ, ମାନବିକତା ଦେଖାଇ ଆଗକୁ ଆସିଲେ…

ଭଞ୍ଜନଗର,୧୫।୧୨(ବାବୁଲା ପ୍ରଧାନ): ଦିନ ଥିଲା ଗାଁଠାରୁ ସହର ପର୍ଯ୍ୟନ୍ତ ସବୁଠି ଲୋକଙ୍କ ମଧ୍ୟରେ ଏକତାର ଭାବ ଦେଖିବାକୁ ମିଳୁଥିଲା। କୌଣସି ଲୋକ ଅସୁବିଧାରେ ପଡ଼ିଲେ ସାହି ପଡୋଶୀ ଠାରୁ ଆରମ୍ଭ କରି ଗ୍ରାମବାସୀ ଏକାଠି ହେଉଥିଲେ। କିନ୍ତୁ ସମୟକ୍ରମେ ଏଥିରେ ଦୂରତ୍ୱ ଦେଖାଦେଲା। କରୋନା ସମୟରେ ବି ଆହୁରି ଦୂରତା ବଢ଼ିଗଲା। ଏହିଭଳି ପରିସ୍ଥିତିରେ କରୋନା ସମୟରେ ଲୋକଙ୍କ ଦୁଃଖ ସୁଖରେ ଭାଗିଦାରୀ ହେବାପାଇଁ ବିପଦର ବନ୍ଧୁ ଭଞ୍ଜନଗର ଶାଖା ଆଗକୁ ଆସିଥିଲା। କରୋନା ସମୟରେ ଭଞ୍ଜନଗର ଅଞ୍ଚଳରେ ଯେତେ ସବୁ ଲୋକ ମେଡ଼ିକାଲରେ ମୃତ୍ୟୁବରଣ କରିଥିଲେ ସମସ୍ତ ମୃତଦେହକୁ ଉକ୍ତ ସଙ୍ଗଠନ ସତ୍କାର କରିଥିଲା। ଏଭଳି ମହାନ କାର୍ଯ୍ୟରେ ନିୟୋଜିତ କର୍ମକର୍ତ୍ତାମାନେ ନିଜ ସେବା ଏବେବି ଜାରି ରଖିଛନ୍ତି। ଏହିଭଳି ଭଞ୍ଜନଗର ଥାନା ଅନ୍ତର୍ଗତ ବାରୁଡ଼ାଗ୍ରାମରେ ଦୀର୍ଘ ଦିନ ଧରି ବସବାସ କରୁଥିବା ବୌଦ୍ଧର ଦୟାନିଧି ସେଠି ରବିବାର ରାତିରୁ ଅସୁସ୍ଥ ଅବସ୍ଥାରେ କୁଲାଡ଼ ପୋଖରୀ ନିକଟରେ ପଡି ରହିଥିଲେ । ଏନେଇ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ସାହାଯ୍ୟରେ ଭଞ୍ଜନଗର ମେଡିକାଲକୁ ଚିକିତ୍ସା ପାଇଁ ଆଣିଥିଲେ। ମେଡ଼ିକାଲରେ ଦୟାନିଧିଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ତାଙ୍କ ନିଜର ପରିବାର ଲୋକ କେହି ଏଠାରେ ରହୁନଥିବା ବେଳେ ପତ୍ନୀଙ୍କ କିଛି ବର୍ଷ ହେଲା ଦେହାନ୍ତ ହୋଇଯାଇଛି। ଖବର ପାଇଁ ତାଙ୍କ ଝିଅ ବୌଦ୍ଧରୁ ସୋମବାର ଆସିଥିଲେ ବାପାଙ୍କ ମୃତଦେହକୁ ସତ୍କାର କରିବା ପାଇଁ । କିନ୍ତୁ ଏକୁଟିଆ ଏତେବଡ କାର୍ଯ୍ୟ କିଭଳି କରିବି ଭାବି ଝିଅର ଚିନ୍ତା ବଢିଥିଲା। ଏହାପରେ ଲୋକଙ୍କ ଠାରୁ ସୂଚନା ପାଇ ବିପଦର ବନ୍ଧୁ ଓଡ଼ିଶା ଅନୁଷ୍ଠାନକୁ ସହାୟତା ମାଗିଥିଲେ। ପୋଲିସ ଏବଂ ବାରୁଡ଼ା ସମିତିସଭ୍ୟ ପ୍ରତିନିଧି ସୋମନାଥ ସେଠିଙ୍କ ସହାୟତରେ ଅନୁଷ୍ଠାନର ସାରସ୍ୟମାନେ ମୃତ ଦୟାନିଧିଙ୍କ ମୃତଦେହକୁ ଭଞ୍ଜନଗର ଶ୍ମଶାନ ଘାଟଠାରେ ଆଜି ସତ୍କାର କରି ମାନବିକତା ଦେଖାଇଛନ୍ତି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ମିଳିଲା ୱାର୍ଡରଙ୍କ ମୃତଦେହ, ଗାଡ଼ି ଆସିଲେ ମଧ୍ୟ ସେ ଡ୍ୟୁଟିକୁ ନ ଯିବାରୁ ବଢ଼ିଲା …

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାହାସପୁର ଗ୍ରାମ ନିକଟ ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ଶୁକ୍ରବାର ସନ୍ଧ୍ୟାରେ ଜଣେ ଜେଲ ୱାର୍ଡରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ…

ସୂର୍ଯ୍ୟ-ଗୁରୁଙ୍କ ଯୋଗରେ ୫ ରାଶି ପାଇଁ ଭାରି ଭଲ; ପ୍ରଚୁର ଧନଲାଭକୁ ଅମାପ ସମ୍ପତ୍ତି ମିଳିବ…

ଦ୍ରିକ ପାଞ୍ଜି ଅନୁସାରେ, ୨୩ ଅଗଷ୍ଟ, ୨୦୨୬ ରେ ସୂର୍ଯ୍ୟ ଏବଂ ବୃହସ୍ପତି କେବଳ ୧୮° ଦୂରତାରେ ଅବସ୍ଥିତ ହେବେ। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଅଷ୍ଟଦଶ ଯୋଗ…

ଚାମ୍ବରରେ ଧସେଇ ପଶି ଏମିତି କ’ଣ କହିଦେଲେ ଭାଜପା ନେତା, ଚେୟାରରେ ଚେତାଶୂନ୍ୟ ହୋଇ ପଡ଼ିଗଲେ ବିଡିଓ

ଡେରାବିଶ, ୧୪।୮ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଡିଓ ନମିତା ବାରିକ…

ସୁପ୍ରିମକୋର୍ଟରୁ ସମୟ ରୈନାଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୪।୮: ‘ଇଣ୍ଡିଆ ଗଟ ଲ୍ୟାଟେଣ୍ଟ’ ମାମଲାରେ ହାସ୍ୟ ଅଭିନେତା ସମୟ ରୈନାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ସମୟ ରୈନା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ…

ଘୁମୁସର ସ୍ବର ଶୁଣିବେ ଶ୍ରୋତା, ‘ରେଡିଓ ଆଇନା’ର ଲୋକାର୍ପଣ କରି ବିଧାୟକ କହିଲେ…

ଭଞ୍ଜନଗର,୧୪ା୮(ବାବୁଲା ପ୍ରଧାନ): ରେଡିଓର ବିକାଶ ଓ ଏହାକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ଭଞ୍ଜନଗର ମାଲସାହିଠାରେ ଶୁକ୍ରବାର ‘ରେଡିଓ ଆଇନା’ର ଲୋକାର୍ପଣ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

କେମିତି ଅଛନ୍ତି ଜେପି ନଡ୍ଡା? ଏମ୍ସ ଜାରି କଲା ବୟାନ

ନୂଆଦିଲ୍ଲୀ,୧୪।୮: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଏମ୍ସ ଏକ ଅପଡେଟ ପ୍ରଦାନ କରିଛି। ହସ୍ପିଟାଲ ଅନୁଯାୟୀ, ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି, ଏବଂ…

ବିଦ୍ୟୁତ୍‌ ଆଘାତରେ ନାବାଳିକାଙ୍କ ଜୀବନ ଗଲା, କ୍ଷତିପୂରଣ ଦାବିରେ…

କାଲିମେଳା,୧୪ା୮(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତର ଗୁରାଲୁର ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଘଟିଛି।…

ଅଭିଜିତ ଦୀପକେଙ୍କ ବଡ଼ ବୟାନ: ‘ସୌରଭଙ୍କ ଗୋଟିଏ ଭିଡିଓ ଯୋଗୁଁ…’

ନୂଆଦିଲ୍ଲୀ,୧୪।୮: ‘କକ୍ରୋଚ ଜନତା ପାର୍ଟି’ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଶୁକ୍ରବାର (୧୪ ଅଗଷ୍ଟ) କହିଛନ୍ତି ଯେ ସୌରଭ ଦାସ ଯେଉଁ କାମ କରୁଛନ୍ତି ତାହା ଦେଶର ହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri