ସାନ ଭାଇଙ୍କୁ ଦେଖାଇ ବଡ଼ଙ୍କ ସହ କଲେ ବାହାଘର, ୪ ପୁଅଙ୍କ ସହ ସମ୍ପର୍କ ରଖିବାକୁ ଶାଶୁ କରୁଥିଲେ ବାଧ୍ୟ

ଲକ୍ଷ୍ନୌ,୧୦।୧: ଉତ୍ତରପ୍ରଦେଶର ଗାଜିଆବାଦରେ ଅନନ୍ୟ ବିବାହର ଏକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ମଧ୍ୟସ୍ଥି ସାନ ଭାଇକୁ ଦେଖାଇ ଜଣେ କନ୍ୟାଙ୍କର ବଡ଼ଙ୍କ ସହ ବିବାହ କରାଇଥିଲେ। ଶାଶୁଘରେ ପହଞ୍ଚିବା ପରେ ଶାଶୁ ତାଙ୍କୁ ୪ ପୁଅଙ୍କ ସହ ସମ୍ପର୍କ ରଖିବାକୁ ଚାପ ପକାଉଥିଲେ। ଏପରିକି ନବ ବିବାହତାଙ୍କୁ ମାଡ଼ ମଧ୍ୟ ଦିଆଯାଉଥିଲା। ଏଥିରେ ବିରକ୍ତ ହୋଇ ନବବଧୂ ଜଣଙ୍କ ଦୁଇମାସ ପରେ ଶାଶୁଙ୍କ ଘରୁ ତାଙ୍କ ବାପଘରକୁ ଚାଲିଆସିଥିବା ପୀଡ଼ିତା ଜଣକ ଅଭିଯୋଗ କରିଛନ୍ତି। ଏହା ପରେ ପୋଲିସ ତାଙ୍କ ସ୍ବାମୀଙ୍କ ସମେତ ୬ ଜଣଙ୍କ ବିରୋଧରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ସିହାନି ଗେଟ୍‌ ଅଞ୍ଚଳରେ ରହୁଥିବା (୧୯) ବର୍ଷୀୟା ପୀଡ଼ିତା କହିଛନ୍ତି ଯେ, ତାଙ୍କ ମା’ଙ୍କ ନିର୍ଦ୍ଦେଶରେ ବିବାହ ପାଇଁ ମୁରାଦନଗରର ଜଣେ ଯୁବକଙ୍କୁ ଦେଖିଥିଲେ। ପସନ୍ଦ ହେବା ପରେ ବିବାହ ସ୍ଥିର ହୋଇଥିଲା । ୨୧ ଫେବୃଆରୀ ୨୦୨୦ରେ ଯେତେବେଳେ ବିବାହ ପାଇଁ ବରପକ୍ଷ ତାଙ୍କ ଘରକୁ ଆସିଲେ ସେତେବେଳେ ବର ହୋଇ ବରଙ୍କ ବଡ଼ ଭାଇ ଆସିଥିଲେ। ଯାହାକୁ ଦେଖି କନ୍ୟା ଜଣକ ଏହାକୁ ବିରୋଧ କରିଥିଲେ। ମଧ୍ୟସ୍ଥି କହିଥିଲେ ଯେ, ଏ ହେଉଛି ପୁଅର ବଡ଼ ଭାଇ। ବର ଫେରିବା ଭଲ ନୁହେଁ।

ତେବେ କନ୍ୟାଙ୍କ ମାତାପିତା ରାଜି ହେବା ପରେ ପଡ଼ିତା ମଧ୍ୟ ରାଜି ହୋଇ ପୁଅର ବଡ଼ ଭାଇଙ୍କୁ ବିବାହ କରିଥିଲେ। କିନ୍ତୁ ଘରେ ପହଞ୍ଚିବା ପରେ ସେ ନିଶା ସେବନ କରିଥିଲେ ବୋଲି ଜାଣିବାକୁ ପାଇଥିଲେ। ପ୍ରଥମ ଦିନରେ ସେ ଡ୍ରଗ ଇଞ୍ଜେକ୍ସନ ଦେଇ ଶୋଇପଡ଼ିଥିଲେ। ପୀଡ଼ିତାଙ୍କ ଅନୁଯାୟୀ, ସ୍ବାମୀଙ୍କ ଦୁଇ ବଡ଼ ଭାଇ ଏବଂ ଗୋଟିଏ ସାନ ଭାଇ ଅଛନ୍ତି। ବଡ଼ ଭାଇମାନେ ବିବାହିତ। ଅଭିଯୋଗ ହୋଇଛି ଯେ, ବିବାହର ଦ୍ୱିତୀୟ ଦିନରୁ ଶାଶୁ ଅନ୍ୟ ୩ ପୁଅଙ୍କ ସହ ସମ୍ପର୍କ ରଖିବାକୁ ଚାପ ପକାଉଥିଲେ। ଏପରିକି ଟ୍ରକ କିଣିବା ପାଇଁ ବାପଘରୁ ୩ ଲକ୍ଷ ଆଣିବା ପାଇଁ କହୁଥିଲେ।

ଦିନେ ଶାଶୁ, ସ୍ବାମୀ ଏବଂ ବଡ଼ ଯାଆ ତାଙ୍କୁ ମାଡ଼ ମାରିଥିଲେ। ସେହିଦିନଠାରୁ ସେ ଶାଶୁଘର ଛାଡ଼ି ଆସି ବାପଘରେ ରହୁଥିଲେ। ଏନେଇ ସେ ସିହାନୀ ଗେଟ୍‌ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଏସ୍‌ଏଚ୍‌ଓ କୃଷ୍ଣ ଗୋପାଳ ଶର୍ମା କହିଛନ୍ତି ଯେ, ସେ ଏକ କେସ୍‌ କରିଛନ୍ତି। ପ୍ରମାଣ ଆଧାରରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଚେତାବନୀ, କହିଲେ ଆଗକୁ ବିପଦ!

ନୂଆଦିଲ୍ଲୀ, ୨୫।୧୦: ଭାରତର ପ୍ରସିଦ୍ଧ ପରିବେଶବିତ୍‌ ସୋନମ ୱାଙ୍ଗଚୁକ ଆନ୍ଦୋଳନ ଏବଂ ଆନ୍ଦୋଳନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ନେଇ କେନ୍ଦ୍ର ସରକାରଙ୍କୁ ବଡ଼ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି,…

ସୁଧାରିବାର ସୁଯୋଗ

ଆମେରିକାର ମଧ୍ୟବର୍ତ୍ତିକାଳୀନ ନିର୍ୱାଚନ ନଭେମ୍ୱର ୩ରେ ହେବ। ରାଷ୍ଟ୍ରପତିଙ୍କ ୪ ବର୍ଷର କାର୍ଯ୍ୟକାଳ ମଧ୍ୟଭାଗରେ ଅନୁଷ୍ଠିତ ହେଉଥିବାରୁ ଏହାକୁ ମିଡଟର୍ମ ବା ମଧ୍ୟବର୍ତ୍ତିକାଳୀନ ନିର୍ୱାଚନ କୁୁହାଯାଏ। ଆମେରିକାର…

DA Hike Alert: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଖବର: ୨୮ ଅକ୍ଟୋବରରେ ଡିଏ ଘୋଷଣା! କେତେ ବଢ଼ିବ ଦରମା?

ନୂଆଦିଲ୍‌ଲୀ,୨୫।୧୦:କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ଅପେକ୍ଷା ଆହୁରି ଲମ୍ୱା ହେବାରେ ଲାଗିଛି। ଜୁଲାଇ ୨୦୨୬ ପାଇଁ ମହଙ୍ଗା ଭତ୍ତା (DA) ଏବଂ ମହଙ୍ଗା ସହାୟତା (DR) ବୃଦ୍ଧି…

କୁମାର ପୂର୍ଣ୍ଣିମାରେ ଚମକିବ ୩ ରାଶିଙ୍କ ଭାଗ୍ୟ; ହୁ ହୁ ବଢିବ ଧନ, ଯାଚିକି ଟଙ୍କା ଦେବେ ଲୋକ…

ଆଜି ୨୫ ଅକ୍ଟୋବର ୨୦୨୬ ରବିବାର ଦିନ ଶରତ ପୂର୍ଣ୍ଣିମା (କୁମାର ପୂର୍ଣ୍ଣିମା) ପଡ଼ୁଛି। ଆଜି ଶରତ ପୂର୍ଣ୍ଣିମା ଅବସରରେ ଗ୍ରହମାନଙ୍କ ସଂଯୋଗରୁ ଅନେକ ଶୁଭ ଯୋଗ…

ବିଲ ହିଡ଼ଦେଇ ସ୍କୁଲ ଯାଉଛନ୍ତି ଛାତ୍ରୀଛାତ୍ର

ଖୋର୍ଦ୍ଧା,୨୫ା୧୦(ପ୍ରଭାତ ପାଣିଗ୍ରାହୀ): ହାତରେ ବହି, ଆଖିରେ ପଢ଼ିବାର ସ୍ୱପ୍ନ। ହେଲେ ସ୍କୁଲ ଯିବା ବାଟରେ ପାଦେ ପାଦେ ବିପଦ। କେଉଁଠି କାଦୁଅ ଓ ଖାଲଖମା ତ ଆଉ…

ଆଦିବାସୀଙ୍କ ସେବାରେ ନିୟୋଜିତ ଡାକ୍ତର ଏବେ ଜେଲରେ

ଭବାନୀପାଟଣା,୨୫ା୧୦(ଉତ୍ତମ କୁମାର ଦାଶ):ଆଦିବାସୀଙ୍କ ଚିକିତ୍ସା ସେବା ପାଇଁ ମୁମ୍ୱାଇ ଛାଡ଼ି କଳାହାଣ୍ଡିକୁ ଚାଲି ଆସିଥିଲେ ଡାକ୍ତର ରାଣ୍ଡାଲ ସେକ୍ୟୁରା। ଦୁର୍ଗମ ଅଞ୍ଚଳରେ ପହଞ୍ଚତ୍ ମ୍ୟାଲେରିଆ ଓ ଯକ୍ଷ୍ମା…

ଆଜି ଆସୁଛନ୍ତି ମୋଦି

ଭୁବନେଶ୍ୱର,୨୫।୧୦ (ସୁନିତ୍‌ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନିକିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରେ ଆସୁଛନ୍ତି। ସେ ଅପରାହ୍ନ ୨ଟା ୪୫ ମିନିଟ୍‌ ସମୟରେ ଉତ୍ତରପ୍ରଦେଶର ବାରାଣସୀ…

ଆକାଶଛୁଆଁ ଦାମ: ୭ ହଜାରରେ ପହଞ୍ଚିଲା ଗ୍ୟାସ ସିଲିଣ୍ଡର, ଇରାନ ରୋକିଲା ସପ୍ଲାଏ!

ନୂଆଦିଲ୍ଲୀ, ୨୫।୧୦: ବିଶ୍ୱର ବିଭିନ୍ନ ଦେଶ ଆଗରେ ହାତ ପତାଉଥିବା ପାକିସ୍ତାନର ସ୍ଥିତି ଏବେ ଅତ୍ୟନ୍ତ ଦୟନୀୟ। ମହଙ୍ଗା ମାଡ଼ ଓ ଆର୍ଥିକ ସଙ୍କଟ ପାକିସ୍ତାନକୁ ଅନ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?