ସାନ ଭାଇଙ୍କୁ ଦେଖାଇ ବଡ଼ଙ୍କ ସହ କଲେ ବାହାଘର, ୪ ପୁଅଙ୍କ ସହ ସମ୍ପର୍କ ରଖିବାକୁ ଶାଶୁ କରୁଥିଲେ ବାଧ୍ୟ

ଲକ୍ଷ୍ନୌ,୧୦।୧: ଉତ୍ତରପ୍ରଦେଶର ଗାଜିଆବାଦରେ ଅନନ୍ୟ ବିବାହର ଏକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ମଧ୍ୟସ୍ଥି ସାନ ଭାଇକୁ ଦେଖାଇ ଜଣେ କନ୍ୟାଙ୍କର ବଡ଼ଙ୍କ ସହ ବିବାହ କରାଇଥିଲେ। ଶାଶୁଘରେ ପହଞ୍ଚିବା ପରେ ଶାଶୁ ତାଙ୍କୁ ୪ ପୁଅଙ୍କ ସହ ସମ୍ପର୍କ ରଖିବାକୁ ଚାପ ପକାଉଥିଲେ। ଏପରିକି ନବ ବିବାହତାଙ୍କୁ ମାଡ଼ ମଧ୍ୟ ଦିଆଯାଉଥିଲା। ଏଥିରେ ବିରକ୍ତ ହୋଇ ନବବଧୂ ଜଣଙ୍କ ଦୁଇମାସ ପରେ ଶାଶୁଙ୍କ ଘରୁ ତାଙ୍କ ବାପଘରକୁ ଚାଲିଆସିଥିବା ପୀଡ଼ିତା ଜଣକ ଅଭିଯୋଗ କରିଛନ୍ତି। ଏହା ପରେ ପୋଲିସ ତାଙ୍କ ସ୍ବାମୀଙ୍କ ସମେତ ୬ ଜଣଙ୍କ ବିରୋଧରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ସିହାନି ଗେଟ୍‌ ଅଞ୍ଚଳରେ ରହୁଥିବା (୧୯) ବର୍ଷୀୟା ପୀଡ଼ିତା କହିଛନ୍ତି ଯେ, ତାଙ୍କ ମା’ଙ୍କ ନିର୍ଦ୍ଦେଶରେ ବିବାହ ପାଇଁ ମୁରାଦନଗରର ଜଣେ ଯୁବକଙ୍କୁ ଦେଖିଥିଲେ। ପସନ୍ଦ ହେବା ପରେ ବିବାହ ସ୍ଥିର ହୋଇଥିଲା । ୨୧ ଫେବୃଆରୀ ୨୦୨୦ରେ ଯେତେବେଳେ ବିବାହ ପାଇଁ ବରପକ୍ଷ ତାଙ୍କ ଘରକୁ ଆସିଲେ ସେତେବେଳେ ବର ହୋଇ ବରଙ୍କ ବଡ଼ ଭାଇ ଆସିଥିଲେ। ଯାହାକୁ ଦେଖି କନ୍ୟା ଜଣକ ଏହାକୁ ବିରୋଧ କରିଥିଲେ। ମଧ୍ୟସ୍ଥି କହିଥିଲେ ଯେ, ଏ ହେଉଛି ପୁଅର ବଡ଼ ଭାଇ। ବର ଫେରିବା ଭଲ ନୁହେଁ।

ତେବେ କନ୍ୟାଙ୍କ ମାତାପିତା ରାଜି ହେବା ପରେ ପଡ଼ିତା ମଧ୍ୟ ରାଜି ହୋଇ ପୁଅର ବଡ଼ ଭାଇଙ୍କୁ ବିବାହ କରିଥିଲେ। କିନ୍ତୁ ଘରେ ପହଞ୍ଚିବା ପରେ ସେ ନିଶା ସେବନ କରିଥିଲେ ବୋଲି ଜାଣିବାକୁ ପାଇଥିଲେ। ପ୍ରଥମ ଦିନରେ ସେ ଡ୍ରଗ ଇଞ୍ଜେକ୍ସନ ଦେଇ ଶୋଇପଡ଼ିଥିଲେ। ପୀଡ଼ିତାଙ୍କ ଅନୁଯାୟୀ, ସ୍ବାମୀଙ୍କ ଦୁଇ ବଡ଼ ଭାଇ ଏବଂ ଗୋଟିଏ ସାନ ଭାଇ ଅଛନ୍ତି। ବଡ଼ ଭାଇମାନେ ବିବାହିତ। ଅଭିଯୋଗ ହୋଇଛି ଯେ, ବିବାହର ଦ୍ୱିତୀୟ ଦିନରୁ ଶାଶୁ ଅନ୍ୟ ୩ ପୁଅଙ୍କ ସହ ସମ୍ପର୍କ ରଖିବାକୁ ଚାପ ପକାଉଥିଲେ। ଏପରିକି ଟ୍ରକ କିଣିବା ପାଇଁ ବାପଘରୁ ୩ ଲକ୍ଷ ଆଣିବା ପାଇଁ କହୁଥିଲେ।

ଦିନେ ଶାଶୁ, ସ୍ବାମୀ ଏବଂ ବଡ଼ ଯାଆ ତାଙ୍କୁ ମାଡ଼ ମାରିଥିଲେ। ସେହିଦିନଠାରୁ ସେ ଶାଶୁଘର ଛାଡ଼ି ଆସି ବାପଘରେ ରହୁଥିଲେ। ଏନେଇ ସେ ସିହାନୀ ଗେଟ୍‌ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଏସ୍‌ଏଚ୍‌ଓ କୃଷ୍ଣ ଗୋପାଳ ଶର୍ମା କହିଛନ୍ତି ଯେ, ସେ ଏକ କେସ୍‌ କରିଛନ୍ତି। ପ୍ରମାଣ ଆଧାରରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ଜୁଲାଇ ୨ରୁ ୧୦ ପର୍ଯ୍ୟନ୍ତ ଚାଲିବ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

କଟକ,୨୭ା୫ (କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ବର୍ଷର ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଆଗାମୀ ଜୁଲାଇ ୨ ତାରିଖରୁ ଆରମ୍ଭ…

ଡେଣ୍ଟାଲ ସର୍ଜନ ପରୀକ୍ଷା ବିଜ୍ଞପ୍ତି ପ୍ରତ୍ୟାହାର କଲା ଓପିଏସ୍‌ସି, ଆଶାୟୀଙ୍କ ସମସ୍ତ ଆବେଦନ ବାତିଲ

କଟକ,୨୭ା୫(କାର୍ତ୍ତିକ ସାହୁ) ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସ୍‌ସି) ଡେଣ୍ଟାଲ ସର୍ଜନ ପଦବୀରେ ନିଯୁକ୍ତି ପରୀକ୍ଷା ନିମନ୍ତେ ୨୦୨୫-୨୬ରେ ପ୍ରକାଶ କରିଥିବା ବିଜ୍ଞପ୍ତି ନଂ-୭କୁ ପ୍ରତ୍ୟାହାର କରିଛି।…

ତୈଳଦର ବୃଦ୍ଧି; ପାରଳାଖେମୁଣ୍ଡିରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ, ଟାୟାର ଜାଳି….

ଗଜପତି,୨୭।୫(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଠାରେ ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦର ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲା ସଭାପତି…

ଗୃହ ନିର୍ମାଣ ବେଳେ ଗୋଟିଏ ମହଲାରୁ ପଡ଼ି ଚାଲିଗଲା ମହିଳା ଶ୍ରମିକଙ୍କ ଜୀବନ, ବିଦ୍ୟୁତ ସଂସ୍ପର୍ଶରେ ଆସି….

ଦାରିଙ୍ଗବାଡି,୨୭।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଏକ ଗୃହ ନିର୍ମାଣ ସମୟରେ ଏକ ବଡ଼ ଅଘଟଣ ଘଟିଯାଇଛି । ବୁଧବାର ପୂର୍ବାହ୍ନ ୧୧ ଟା…

ଜବତ ବଢିଲେବି କମୁନି ଗଞ୍ଜେଇ ବେପାର; ୪୫ କେଜି ଗଞ୍ଜେଇ ସହ କନ୍ଧମାଳର ୨ ଅଭିଯୁକ୍ତ ଗିରଫ

ଭଞ୍ଜନଗର,୨୭।୫(ବାବୁଲା ପ୍ରଧାନ): କନ୍ଧମାଳ ଜିଲାରୁ ଅଧିକାଂଶ ସମୟ ଗଞ୍ଜାମ ଜିଲା ଭଞ୍ଜନଗର ଦେଇ ବିପୁଳ ପରିମାଣର ଗଞ୍ଜେଇ ରାଜ୍ୟର ବିଭିନ୍ନ ଅଞ୍ଚଳ ଏବଂ ରାଜ୍ୟ ବାହାରକୁ ଚୋରା…

ଆଇପିଏଲ୍‌ରେ ବୈଭବଙ୍କ ମହାରେକର୍ଡ: କମିନ୍ସଙ୍କୁ ଟର୍ଗେଟ, ୬୦ ଛକା ମାରି ଭାଙ୍ଗିଲେ ଗେଲ୍‌ଙ୍କ ସହ ରାଇନାଙ୍କ…

ନୂଆଦିଲ୍ଲୀ,୨୭।୫: ଆଇପିଏଲ (IPL) ମଇଦାନରେ ପୁଣି ଥରେ ଇତିହାସ ରଚିଛନ୍ତି ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ। ଏହି ବାମହାତୀ ବିସ୍ଫୋରକ ବ୍ୟାଟର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ମାତ୍ର…

ଜନଜାତି ମହିଳା ସମାବେଶରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, ମେଧାବୀ ଛାତ୍ରୀଛାତ୍ର….

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସହଦେବ ଟିକରପଡା  ମହେନ୍ଦ୍ରଗିରି ଆଦିମ ଅଧିବାସୀ କୁଇ ସମାଜ ପକ୍ଷରୁ ବୁଧବାର ଜନଜାତି ମହିଳା ସମାବେଶ ଅନୁଷ୍ଠିତ…

କୁକୁଟବନ୍ଧ ଛକରେ ମର୍ମନ୍ତୁଦ ଦୁର୍ଘଟଣା; ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ସ୍କୁଟି, ଚାଳକ ମୃତ

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଛକରେ ରାସ୍ତାକଡର ଏକ ଗଛକୁ ଧକ୍କା ଦେଲା ସ୍କୁଟି । ଦୁର୍ଘଟଣାରେ ସ୍କୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri