୨ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ, ଦିନକର ଦରମା ବନ୍ଦ

ଛତ୍ରପୁର,୧୯।୫(ଡି.ଏନ.ଏ.)-ସ୍କୁଲରେ ଅନୁପସ୍ଥିତ ରହିବା ନେଇ ଗଞ୍ଜାମ ଜିଲାର ୨ ଜଣ ସହକାରୀ ଶିକ୍ଷକଙ୍କୁ ମହଙ୍ଗା ପଡିଛି । ଉକ୍ତ ୨ ଶିକ୍ଷକଙ୍କୁ ଭଞ୍ଜନଗର ବ୍ଲକ ଶିକ୍ଷା ଅଧିକାରୀଙ୍କ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ସେମାନେ ହେଲେ ଭଞ୍ଜନଗର ବ୍ଳକ ବଜ୍ରକୋଟ ପ୍ରକଳ୍ପ ଉଚ୍ଚପ୍ରାଥମିକ ସ୍କୁଲର ସହକାରୀ ଶିକ୍ଷକ ଦେବରାଜ ବେହେରା ଓ ବାଇବାଲି ଉନ୍ନିତ ହାଇସ୍କୁଲର ସହକାରୀ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ବେହେରା । କାରଣ ଦର୍ଶାଅ ନୋଟିସ ସହ ସ୍କୁଲରେ ଅନୁପସ୍ଥିତ ଥିବା ସେମାନଙ୍କର ଦିନକର ଦରମାକୁ ବନ୍ଦ କରାଯାଇଛି । ଉକ୍ତ ନୋଟିସର ଜବାବ ୭ ଦିନ ମଧ୍ୟରେ ନଦେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ଲକ ଶିକ୍ଷା ଅଧିକାରୀ ସତର୍କ କରାଇଦେଇଛନ୍ତି। ଏସବୁ କାର୍ଯ୍ୟରେ ଅବହେଳା ଓ ଅନିୟମିତତା ଦର୍ଶାଉଥିବା ଉକ୍ତ ନୋଟିସରେ ବ୍ଲକ ଶିକ୍ଷା ଅଧିକାରୀ ଉଲ୍ଲେଖ କରିଛନ୍ତି ।

 


Enter your email to get our daily news in your inbox.

All Right Reserved By Dharitri.Com

ସମ୍ଭାଗ ସ୍ତରୀୟ ସଂସ୍କୃତି ମହୋତ୍ସବ, ଭଞ୍ଜନଗର ବିଧାୟକ….

ଭଞ୍ଜନଗର,୨୩।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଡିହପଢାଳ ଠାରେ ସମ୍ଭାଗ ସ୍ତରୀୟ ସଂସ୍କୃତି ମହୋତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ…

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଅଗଷ୍ଟ ୩୦ରେ ମନ କି ବାତ୍ କାର୍ଯ୍ୟକ୍ରମ, ବୁଥ୍‌ସ୍ତରରେ କାର୍ଯ୍ୟକ୍ରମକୁ ସୁଦୃଢ଼ କରିବାକୁ ଗୁରୁତ୍ୱ

ଭଞ୍ଜନଗର,୨୩।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭାଜପା ଭଞ୍ଜନଗର ସାଂଗଠନିକ ଜିଲା ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟ ‘ମନ କି ବାତ’ କାର୍ଯ୍ୟକ୍ରମକୁ ନେଇ ଏକ କର୍ମଶାଳା…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ବସରୁ ଜବତ ହେଲା ୭ କାର୍ଟୁନ ଗୁଟଖା, ଅଡ଼ବା ପୋଲିସ…

ମୋହନା,୨୩।୮(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ପୋଲିସ ପକ୍ଷରୁ ଅବୈଧ ଭାବେ ଗୁଟଖା ଚାଲାଣ ବିରୋଧରେ ଚଢ଼ାଉ କରାଯାଇ ୭ ଗୋଟି ଗୁଟଖା କାର୍ଟୁନ ଜବତ କରିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri