ଘରୋଇ ଚିକିତ୍ସାଳୟକୁ କାରଣ ଦର୍ଶାଅ ନୋଟିସ୍‌

କଟକ ଅଫିସ,୨୦ା୮: କଟକରେ ଡେଙ୍ଗୁ ମୃତ୍ୟୁକୁ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ସମ୍ପୃକ୍ତ ଯୁବକଙ୍କର ଡେଙ୍ଗୁ ଚିହ୍ନଟ ହେବା ପରେ ସେ ଚିକିତ୍ସିତ ହେଉଥିବା ଘରୋଇ ଚିକିତ୍ସାଳୟକୁ ଶୁକ୍ରବାର କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, କଟକ ମହାନଗର ନିଗମ(ସିଏମ୍‌ସି) ୨୬ନଂ. ଓ୍ବାର୍ଡ ଅଧୀନ ଭଗତପୁର ଅଞ୍ଚଳର ଦୀପକ ମୁଦୁଲି(୩୬) ଡେଙ୍ଗୁ ଆକ୍ରାନ୍ତ ହୋଇଥିବା ନେଇ ଗତ ୧୫ ତାରିଖରେ ରକ୍ତ ନମୁନା ପରୀକ୍ଷାରୁ ଜଣାପଡ଼ିଥିଲା। ଏସ୍‌ସିବି ମେଡିକାଲରେ ଡେଙ୍ଗୁ ୱାର୍ଡ ରହିଥିଲେ ମଧ୍ୟ ଯୁବକ ଜଣଙ୍କ ସେଠାରେ ଚିକିତ୍ସିତ ନ ହୋଇ ସ୍ଥାନୀୟ ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଡେଙ୍ଗୁ ଆକ୍ରାନ୍ତଙ୍କ ପାଇଁ ପ୍ରଥମ ୪୮ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଘରୋଇ ଚିକିତ୍ସାଳୟ ଡେଙ୍ଗୁରୋଗୀଙ୍କୁ ତୁରନ୍ତ ଏସ୍‌ସିବି ମେଡିକାଲ ପଠାଇବା ପାଇଁ ସରକାରୀ ନିର୍ଦ୍ଦେଶାନାମା ରହିଛି। ହେଲେ ଏଠାରେ ସରକାରୀ ନିର୍ଦ୍ଦେଶାନାମାକୁ ବେଖାତିର କରି ଉକ୍ତ ଘରୋଇ ଚିକିତ୍ସାଳୟ ପକ୍ଷରୁ ଡେଙ୍ଗୁ ଆକ୍ରାନ୍ତ ଯୁବକଙ୍କ ଚିକିତ୍ସା କରାଯାଇଥିଲା। ମାତ୍ର ଅବସ୍ଥା ଗୁରୁତର ହେବାରୁ ଦୀପକଙ୍କୁ ପରିବାର ଲୋକେ ସେଠାରୁ ଏସ୍‌ସିବି ମେଡିକାଲ ନେଇଥିଲେ। ସେଠାରେ ପହଞ୍ଚତ୍ବାର କିଛି ଘଣ୍ଟା ମଧ୍ୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୀପକ ପ୍ରାଥମିକ ଅବସ୍ଥାରେ ଏସ୍‌ସିବି ମେଡିକାଲ ଯାଇଥିଲେ ମଧ୍ୟ ସେଠାରେ ଭିଡ଼ ଦେଖି ଘରୋଇ ଚିକିତ୍ସାଳୟକୁ ପଳାଇ ଆସିଥିଲେ। ତେବେ ସେ ରାୟଗଡ଼ାରୁ କଟକ ଫେରିବା ପରେ ତାଙ୍କୁ ଜ୍ୱର ହୋଇଥିଲା। ତେଣୁ ରାୟଗଡ଼ାରୁ ଡେଙ୍ଗୁ ସଂକ୍ରମିତ ହୋଇ କଟକ ଆସିଛନ୍ତି ବୋଲି ସିଏମ୍‌ସି ସ୍ବାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ର ସୂଚନା ଦେଇଛନ୍ତି। ଏହି ଘଟଣାର ତଦନ୍ତ କରି ରିପୋର୍ଟ ପ୍ରଦାନ ନିମନ୍ତେ ସିଏମ୍‌ସି ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସତ୍ୟବ୍ରତ ଛୋଟରାୟ ଶୁକ୍ରବାର ନିର୍ଦ୍ଦେଶ ଦେଇଥିଲେ। ଫଳରେ ସ୍ବାସ୍ଥ୍ୟ ଅଧିକାରୀ ମୃତକଙ୍କ ଘରକୁ ଯାଇ ତଦନ୍ତ କରିବା ପରେ ଛୋଟରାୟଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। ସରକାରୀ ନିୟମ ପାଳନ କରି ନ ଥିବାରୁ ସିଏମ୍‌ସି ସ୍ବାସ୍ଥ୍ୟ ଅଧିକାରୀ ମହାପାତ୍ର ଉକ୍ତ ଘରୋଇ ଚିକିତ୍ସାଳୟକୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଏଥିସହ ଉକ୍ତ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ସୁପାରିସ କରିଛନ୍ତି। ଅପରପକ୍ଷରେ ସିଏମ୍‌ସି ପକ୍ଷରୁ ଭଗତପୁର ଅଞ୍ଚଳକୁ ବିଶୋଧନ କରାଯିବା ପାଇଁ ସ୍ଥିର ହୋଇଥିବା ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ କୋଭିଡ୍‌ ସ୍ଥିତି ନିୟନ୍ତ୍ରଣରେ ଅଛି

ଭୁବନେଶ୍ୱର, ୧ା୧୦ (ବ୍ୟୁରୋ):ମହାମାରୀ ପରିଚାଳନାରେ ରାଜ୍ୟ ସରକାର ଉତ୍କୃଷ୍ଟ ପଦକ୍ଷେପ ନେଇଥିବାରୁ ଅନ୍ୟରାଜ୍ୟ ତୁଳନାରେ ଓଡ଼ିଶାରେ କୋଭିଡ୍‌ ସ୍ଥିତି ନିୟନ୍ତ୍ରଣରେ ରହିଛି। ବୁଧବାର ବିଧାନସଭାରେ ବିରୋଧୀଙ୍କ...

ବୋଲେରୋ ଗାଡି ଧକ୍କାରେ ଦୁଇ ମୃତ, ଜଣେ ଗୁରୁତର

ବ୍ରହ୍ମପୁର ଅଫିସ,୨।୬: ସଦର ଥାନା ଅନ୍ତର୍ଗତ ବାଲିପଡାରେ ଗୁରୁବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବୋଲେରୋ ଗାଡି ଧକ୍କାରେ ଦୁଇ ଜଣ ଯୁବକଙ୍କ...

ଦୁର୍ଦ୍ଦାନ୍ତ ଅପରାଧୀ ଜଗାଙ୍କୁ ହତ୍ୟା: ଡମ୍ପର ଜବତ, ୩ ଅଟକ

ଭୋଗରାଇ,୧୮ା୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା କମର୍ଦ୍ଦା ଥାନା ଅଧୀନ ଖୁରନ୍ତିଆ ଗ୍ରାମର ଦୁର୍ଦ୍ଦାନ୍ତ ଅପରାଧୀ ଜଗା ଓରଫ ରତନ ଦାସ(୨୮)ଙ୍କୁ କେତେକ ବ୍ୟକ୍ତି ଶୁକ୍ରବାର ବିଳମ୍ବିତ ରାତିରେ...

‘ବୁଲ୍‌ବୁଲ୍‌’ ପ୍ରଭାବ: ଚାଷୀ, ଉପକୂଳ ବାସିନ୍ଦା ଆତଙ୍କିତ

ବାଲିଆପାଳ, ୯।୧୧(ସ୍ବ.ପ୍ର.): ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକରେ ବାତ୍ୟା ‘ବୁଲ୍‌ବୁଲ୍‌’ର ପ୍ରଭାବ ଦେଖିବାକୁ ମିଳିଛି। ପବନର ବେଗ ଘଣ୍ଟାକୁ ୫୦ରୁ ୬୦ କିମି ରହିଛି। ଏହାର...

ଗୁରୁତର ରୋଗୀଙ୍କୁ ଟୋସିଲିଜୁମାବ ଇଞ୍ଜେକ୍‌ଶନ

ଭୁବନେଶ୍ୱର, ୮।୫(ବ୍ୟୁରୋ): କରୋନା ରୋଗୀଙ୍କ ଚିକିତ୍ସା ପାଇଁ ନୂଆ ଟୋସିଲିଜୁମାବ୍‌ ଇଞ୍ଜେକ୍ସନ ଓ ଅନୁମୋଦିତ ଅନ୍ୟ ଔଷଧ ବ୍ୟବହାର ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏସ୍‌ଓପି...

ଭିତରକନିକାରେ ଲାଗିଲା କ୍ୟାମେରା

ରାଜନଗର, ୨୭।୧୦(ଡି.ଏନ.ଏ.): ଭିତରକନିକା ଜାତୀୟ ଉଦ୍ୟାନରେ କ୍ୟାମେରା ଟ୍ରାପ ମାଧ୍ୟମରେ ବନ୍ୟଜନ୍ତୁମାନଙ୍କର ଗତିବିଧି ନିରୀକ୍ଷଣ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ଦଫାରେ ରାଜନଗର ରେଞ୍ଜର ଘଞ୍ଚ...

ଅତିରିକ୍ତ ବଜେଟ ସ୍ବାସ୍ଥ୍ୟସେବାକୁ ଗୁରୁତ୍ୱ

ଭୁବନେଶ୍ୱର,୨୧। ୧୧(ବ୍ୟୁରୋ): ୨୦୨୦-୨୧ରେ ଅତିରିକ୍ତ ବଜେଟରେ ସରକାର ସ୍ବାସ୍ଥ୍ୟସେବାକୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ୧୬୨୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସେଥିରୁ ସ୍ବାସ୍ଥ୍ୟସେବା ମିଶନ...

ଖୋଲିଲା ପଞ୍ଚାୟତସ୍ତରୀୟ ଟିଏମ୍‌ସି ସେଣ୍ଟର

ରସାଳପୁର,୩୧।୩(ଡି.ଏନ୍‌.ଏ.)-ମହାମାରୀ କରୋନାକୁ ନେଇ ଏବେ ସାରା ବିଶ୍ୱ ଆତଙ୍କିତ। ଏଭଳି ପରିସ୍ଥିତିରେ କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ...

Advertisement
Archives

Model This Week