୬ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍‌, ଦରମା ବନ୍ଦ

ଛତ୍ରପୁର,୨୬।୫(ଡି.ଏନ.ଏ.)  ଗଞ୍ଜାମ ଜିଲାରେ ସ୍କୁଲ ସକାଳୁଆ ଚାଲିଛି। ବିଭିନ୍ନ ସମୟରେ ବିଭିନ୍ନ ସ୍କୁଲରେ ଶିକ୍ଷକମାନେ ବିନା ଅନୁମତିରେ ଅନୁପସ୍ଥିତ ରହୁଛନ୍ତି। ଏଥିସହ କେତେକ ଶିକ୍ଷକ ବିଳମ୍ବରେ ସ୍କୁଲ ଆସୁଥିବା ଦେଖିବାକୁ ମିଳୁଛି ା ସକାଳ ୬ ଟାରେ ସ୍କୁଲ ଆସିବା ନିୟମ ଥିଲେ ମଧ୍ୟ ଏହାକୁ ଶିକ୍ଷକ ମାନେ ମାନୁ ନାହାନ୍ତି। ଅନୁପସ୍ଥିତ ରହିବା ନେଇ କାରଣ ଦର୍ଶାଅ ନୋଟିସ୍‌ ଜାରି ସହ ଦିନକର ଦରମା ବନ୍ଦ କରାଯାଉଛି। ଭଞ୍ଜନଗର ବ୍ଲକର ୬ ଜଣ ସହକାରୀ ଶିକ୍ଷକଙ୍କୁ ବ୍ଲକ ଶିକ୍ଷା ଅଧିକାରୀଙ୍କ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଛି। ଏଥିସହ ଏମାନଙ୍କ ମଧ୍ୟରୁ ୫ ଜଣ ଶିକ୍ଷକଙ୍କ ଦିନକର ଦରମା ମଧ୍ୟ ବନ୍ଦ କରାଯାଇଛି। ଏ ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ଗଞ୍ଜାମ ଜିଲା ଶିକ୍ଷାଅଧିକାରୀଙ୍କୁ ଅବଗତ କରାଯାଇଛି ା ନୋଟିସ୍‌ ଜାରି ହୋଇଥିବା ଶିକ୍ଷକମାନଙ୍କ ମଧ୍ୟରେ ମୁଜାଗଡ ହାଟସାହିର ସହକାରୀ ଶିକ୍ଷୟିତ୍ରୀ ସ୍ବାଗତ ସ୍ବାଗତିକା ପ୍ରଧାନ, ଗୋହିରିବାଡି ପ୍ରକଳ୍ପ ଉଚ୍ଚପ୍ରାଥମିକ ସ୍କୁଲର ଶିକ୍ଷକ ଝୁନୁ ମଲ୍ଲିକ, ସୋନିତା କୁମାରୀ ଗୌଡ, ସନ୍ତୋଷ କୁମାର ସେନାପତି, ବାଇବାଲି ୟୁଜିଏଚ୍‌ଏସ୍‌ ସହକାରୀ ଶିକ୍ଷକ ବବିତା କୁମାରୀ ସ୍ବାଇଁ ଓ ପୂର୍ଣ୍ଣ ଚନ୍ଦ୍ର ବେହେରା। ୭ ଦିନ ମଧ୍ୟରେ ଉକ୍ତ ନୋଟିସ୍‌ର ଉତ୍ତର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ଖିଲାପ କଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କରାଇ ଦିଆଯାଇଛି। ବ୍ଲକ ଶିକ୍ଷା ଅଧିକାରୀଙ୍କ ପରିଦର୍ଶନ ବେଳେ ୫ ଜଣ ଅନୁପସ୍ଥିତ ଥିବାବେଳେ ଜଣେ ଶିକ୍ଷକ ବିଳମ୍ବରେ ୭.୪୦ରେ ସ୍କୁଲକୁ ଆସିଥିଲେ। ଏହା କାର୍ଯ୍ୟରେ ଅବହେଳା ଦର୍ଶାଉଥିବା ଉକ୍ତ ନୋଟିସ୍‌ରେ ଉଲ୍ଲେଖ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ

ଶେରଗଡ,୭ା୧୨(ଡି.ଏନ୍‌.ଏ.)-ଶେରଗଡ ବ୍ଲକ ଅଣ୍ଡରାସିଂହ ଗ୍ରାମର ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଶୁକ୍ରବାର ପୋଲିସ ଉଦ୍ଧାର କରିଛି। ସେ ହେଲେ ଭାରତୀ ନାୟକ (୨୧)। ଖବର ପାଇ...

ଗଞ୍ଜାମ ଐତିହାସିକ ଦୋଳଯାତ୍ରା: ବଜାର ଯାତ୍ରା ଶେଷ, କଳାକାରଙ୍କୁ ମାନପତ୍ର ବଣ୍ଟନ

ଗଞ୍ଜାମ, ୯ା୩(ଡି.ଏନ୍‌.ଏ.)- ଗଞ୍ଜାମ ଐତିହାସିକ ଦୋଳ ଯାତ୍ରାରେ ସୋମବାର ବଜାର ଯାତ୍ରା ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ରବିବାର ରାତି ୧୦ଟାରେ ସମସ୍ତ ସାହି ଠାକୁର...

୧୫ ନଂ ଜୋନ୍‌ରେ ଚାଲିଛି ଗଣତି

ଗଞ୍ଜାମ,୨୭ା୨(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ୧୫ ନମ୍ବର ଜୋନ୍‌ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗଣତି ଜାରି ରହିଛି। ମଧ୍ୟାହ୍ନ ୧୨ଟା ସୁଦ୍ଧା ବିଜେଡି ଆଗୁଆ ଥିବା ଜଣାପଡ଼ିଛି।...

ଭୋଜି ଖାଇ ଫେରୁଥିଲେ: ଓଲଟିଲା ଅଟୋ

ଗଞ୍ଜାମ,୭ା୩(ଡି.ଏନ୍‌.ଏ.): ଛତ୍ରପୁର ବ୍ଲକ ସିନ୍ଦୁରପୁର ଗ୍ରାମରୁ ଏକ ବିଭାହ ଭୋଜି ଖାଇ ଫେରୁଥିବା ବଳେ ୧୬ ନମ୍ବର ଜାତୀୟ ରାଜପଥ ରାଜପଥ ଥାନା ନିକଟରେ ଏକ...

ବାପା ଧାର ଟଙ୍କା ନ ଦେବାରୁ ପୁଅଙ୍କୁ ଅପହରଣ

ବୁଗୁଡ଼ା,୨୩ା୮(ଡି.ଏନ.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅନ୍ତରପଡ଼ା ଗ୍ରାମରେ ବାପା ଧାର ଟଙ୍କା ନ ଦେବାରୁ ତାଙ୍କର ଜଣେ ନାବାଳକ ପୁଅଙ୍କୁ ଅପହରଣ କରାଯାଇଥିଲା। ଏହି...

ଶୌଚାଳୟ ପଛପଟେ ପଡ଼ିଛି ନବଜାତକର ମୃତଦେହ

ଛତ୍ରପୁର,୨୭ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଶୌଚାଳୟ ପଛପଟେ ନବଜାତ ଶିଶୁ ମୃତଦେହ ପଡ଼ିଥିବା ବୁଧବାର ଦେଖିବାକୁ ମିଳିଛି। ତେବେ ସ୍ବାସ୍ଥ୍ୟ କିମ୍ବା ଶିଶୁ ବିଭାଗକୁ ଖବର...

ବ୍ରହ୍ମପୁର ବିମାନବନ୍ଦର ଦାବି ନେଇ ରାଜନୀତି

ବ୍ରହ୍ମପୁର ଅଫିସ,୨୬।୧୧: ଦକ୍ଷିଣ ଓଡ଼ିଶାର ପ୍ରମୁଖ ସହର ବ୍ରହ୍ମପୁର ନିକଟସ୍ଥ ଗୋପାଳପୁର ବେଳାଭୂମି ଆକର୍ଷଣୀୟ ହୋଇଥିବାରୁ ରାଜ୍ୟ ଓ ଦେଶର ପର୍ଯ୍ୟଟନ ମାନଚିତ୍ରରେ ସ୍ଥାପିତ ହୋଇଛି।...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ: ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କୁ ସଚିବଙ୍କ ଚିଠି; ଜୟନ୍ତଙ୍କୁ ସିଣ୍ଡିକେଟରୁ ବାଦ ଦେବାକୁ ପରାମର୍ଶ

ବ୍ରହ୍ମପୁର ଅଫିସ,୨୨ା୭-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସିଣ୍ଡିକେଟକୁ ମନୋନୀତ ହୋଇଥିବା ପୂର୍ବତନ କୁଳପତି ପ୍ରଫେସର ଜୟନ୍ତ କୁମାର ମହାପାତ୍ରଙ୍କ ସଦସ୍ୟତା ବାତିଲ ହୋଇପାରେ। ଏହାକୁ ବାତିଲ କରିବାକୁ ଉଚ୍ଚଶିକ୍ଷା...

Advertisement
Archives

Model This Week