ବିଶେଷଜ୍ଞ ଡାକ୍ତର ଅଭାବ: ରୋଗୀ ସେବା ବିପର୍ଯ୍ୟସ୍ତ

କେନ୍ଦ୍ରାପଡ଼ା,୨୮ା୭(ଜଗନ୍ନାଥ ଧଳ): ଉତ୍ତମ ରୋଗୀ ସେବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ହେଲେ ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟ ବହୁବିଧ ସମସ୍ୟା ଦେଇ ଗତି କରୁଛି। ଏହି ଅଞ୍ଚଳରେ ଦିନକୁଦିନ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସେମାନେ ଉଚିତ ସେବା ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଫଳରେ ବାଧ୍ୟ ହୋଇ ସ୍ଥାନୀୟ ରୋଗୀ ଘରୋଇ ମେଡିକାଲକୁ ଯାଉଛନ୍ତି। ବାରମ୍ବାର ଡାକ୍ତର ଓ ଅନ୍ୟ ପଦବୀ ପୂରଣ ପାଇଁ ଦାବି ହେଉଥିଲେ ହେଁ କେବଳ ପ୍ରତିଶ୍ରୁତି ମିଳୁଛି।
ପଟ୍ଟାମୁଣ୍ଡାଇରେ ରୋଗୀ ସେବା କ୍ଷେତ୍ରରେ ଅଗ୍ରଗତି ପାଇଁ ପଟ୍ଟାମୁଣ୍ଡାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ରାଜ୍ୟ ସରକାର ୨୦୧୭ ସେପ୍ଟେମ୍ବର ୧୩ରେ ଉପଖଣ୍ଡସ୍ତରୀୟ ସ୍ବାସ୍ଥ୍ୟକେନ୍ଦ୍ର ଭାବେ ଘୋଷଣା କରିଛନ୍ତି। ହେଲେ ଆବଶ୍ୟକ ସଂଖ୍ୟକ ବିଶେଷଜ୍ଞ ଡାକ୍ତର ଅଭାବ ରୋଗୀ ସେବାକୁ ବାଧାପ୍ରାପ୍ତ କରିଛି। ଏହି ଚିକିତ୍ସାଳୟ ଉପରେ ଆଳି, ରାଜନଗର, ରାଜକନିକା, ମହାକାଳପଡ଼ା ଓ ପଟ୍ଟାମୁଣ୍ଡାଇ ଅଞ୍ଚଳର ଲୋକେ ନିର୍ଭର କରୁଛନ୍ତି। କିନ୍ତୁ ଡାକ୍ତର ଅଭାବ ଯୋଗୁ ଅନେକ ସମୟରେ ସାମାନ୍ୟ ରୋଗୀଙ୍କୁ ସ୍ଥାନାନ୍ତର କରି ଦିଆଯାଉଛି। ବିଭିନ୍ନ ବିଭାଗର ଏବେ ୧୯ଜଣ ଡାକ୍ତର ବଦଳରେ ୭ ଜଣ ଡାକ୍ତର ଅଛନ୍ତି। ୨୧ଜଣ ନର୍ସଙ୍କ ବଦଳରେ ୬ ଜଣ ଅଛନ୍ତି। ଏଭଳି ଅବ୍ୟବସ୍ଥାରେ ଚାଲିଛି ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟ। ଫଳରେ ରୋଗୀ ବାଧ୍ୟ ହୋଇ ଘରୋଇ ମେଡିକାଲ ଯାଉଛନ୍ତି। ପ୍ରତିବର୍ଷ ସ୍ବାସ୍ଥ୍ୟକେନ୍ଦ୍ର ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରାଯାଉଥିବାରୁ ସ୍ଥାନାନ୍ତର ରୋଗୀଙ୍କ ସଂଖ୍ୟା ହ୍ରାସ ପାଇବା କଥା। ହେଲେ ଏହା ବଢ଼ି ଚାଲିଥିବାରୁ ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟର ସ୍ବାସ୍ଥ୍ୟସେବାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେଉଛି।
ଅପରପକ୍ଷରେ ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟରେ ଆଧୁନିକୀକରଣ ପାଇଁ ପ୍ରତିବର୍ଷ ଅର୍ଥ ବ୍ୟୟ ହେଉଛି। ହେଲେ ବିଭିନ୍ନ ବିଭାଗରେ ଡାକ୍ତର, ବିଶେଷଜ୍ଞ ପଦବୀ ପୂରଣ କରାଯାଉନାହିଁ। ସାମାନ୍ୟ ଗୁରୁତର ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରି ଦିଆଯାଉଛି। ସରକାରୀ ଡାକ୍ତରଖାନାରେ ବିନା ମୂଲ୍ୟରେ ସମସ୍ତ ଚିକିତ୍ସା ସେବା ମିଳୁଥିବା ସରକାର କହୁଛନ୍ତି। ହେଲେ ରୋଗୀମାନେ ସେହି ସୁବିଧା ନ ପାଇ ଘରୋଇ ଡାକ୍ତରଖାନାକୁ ଯାଇ ଶୋଷଣର ଶିକାର ହେଉଛନ୍ତି। ଅନ୍ୟପକ୍ଷରେ ୨୦ ତାରିଖରେ ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟ ପରିସରରେ ଅନୁଷ୍ଠିତ ରୋଗୀ କଲ୍ୟାଣ ସମିତି ବୈଠକରେ ବାଦାନୁବାଦ ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପସ୍ଥିତ ଥିବା ରୋଗୀ କଲ୍ୟାଣ ସମିତି ସହ ଅଧ୍ୟକ୍ଷ ତଥା ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ଡାକ୍ତରଖାନାରେ ରୋଗୀସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଓ ପରିମଳ ବ୍ୟବସ୍ଥାକୁ ନେଇ ଅଙ୍ଗୁଳି ଉଠାଇ ଥିଲେ। ରୋଗୀସେବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିବାବେଳେ ରୋଗୀ କଲ୍ୟାଣ ସମିତି ଅନୁଦାନ ବିନିଯୋଗକୁ ନେଇ ସନ୍ଦେହ ପ୍ରକଟ କରିଥିଲେ। ରୋଗୀ କଲ୍ୟାଣ ସମିତିକୁ ବାର୍ଷିକ ପ୍ରାୟ ୪୦ ଲକ୍ଷ ଟଙ୍କା ଆସୁଥିବାବେଳେ ତାହା କେଉଁ କାର୍ଯ୍ୟରେ ବିନିଯୋଗ ହେଉଛି ବୋଲି ପ୍ରଶ୍ନ କରିଥିଲେ। ବାର୍ଷିକ ବଜେଟରେ ବ୍ଲକ ଅଧ୍ୟକ୍ଷ ଦସ୍ତଖତ ନ କରି ଫେରାଇ ଦେଇଥିଲେ। ଭିତ୍ତିଭୂମିର ବିକାଶ ଓ ଉତ୍ତମ ରୋଗୀ ସେବା ଯୋଗାଇ ଦିଆ ନ ଗଲେ ସେ ତାଙ୍କ ପଦବୀ ଛାଡ଼ିବେ ବୋଲି କହିଥିଲେ। ଏହାକୁ ନେଇ ପଟ୍ଟାମୁଣ୍ଡାଇ ଡାକ୍ତରଖାନାରେ କିଛି ଠିକ୍‌ ଚାଲିନାହିଁ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଜାରି ରହିଛି। ମାତ୍ର ସରକାର ଓ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେଉ ନ ଥିବାରୁ ପଟ୍ଟାମୁଣ୍ଡାଇବାସୀଙ୍କ ପ୍ରତି ଚରମ ଉପହାସ କରାଯାଉଛି ବୋଲି ଜନସାଧାରଣଙ୍କ ମଧ୍ୟରେ ଆଲୋଚନା ହେଉଛି। ରାଜ୍ୟ ସରକାର ଓ ବିଭାଗୀୟ କର୍ତ୍ତୃପକ୍ଷ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି। ରୋଗୀସେବା ସମ୍ପର୍କରେ ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଚିକିତ୍ସା ଅଧିକାରୀ ଡା. ନିରାକାର ପରିଡାଙ୍କୁ ପଚାରିବାରେ, ଚିକିତ୍ସାଳୟକୁ ଦୈନିକ ୩୦୦ରୁ ୪୦୦ ରୋଗୀ ଆସୁଛନ୍ତି। ଏହି ରୋଗୀମାନଙ୍କ ମଧ୍ୟରୁ ଏବେ ସର୍ବାଧିକ ୨୦ରୁ ୨୫ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି। ଆବଶ୍ୟକ ବିଶେଷଜ୍ଞ ଡାକ୍ତର ଅଭାବ ସହ ରକ୍ତ ଭଣ୍ଡାର, ଲାବରେଟୋରି ବିଶେଷଜ୍ଞ ଅଭାବ ଥିବାରୁ ରୋଗୀସେବା ବାଧାପ୍ରାପ୍ତ ହେଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri