ବିଶେଷଜ୍ଞ ଡାକ୍ତର ଅଭାବ: ରୋଗୀ ସେବା ବିପର୍ଯ୍ୟସ୍ତ

କେନ୍ଦ୍ରାପଡ଼ା,୨୮ା୭(ଜଗନ୍ନାଥ ଧଳ): ଉତ୍ତମ ରୋଗୀ ସେବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ହେଲେ ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟ ବହୁବିଧ ସମସ୍ୟା ଦେଇ ଗତି କରୁଛି। ଏହି ଅଞ୍ଚଳରେ ଦିନକୁଦିନ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସେମାନେ ଉଚିତ ସେବା ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଫଳରେ ବାଧ୍ୟ ହୋଇ ସ୍ଥାନୀୟ ରୋଗୀ ଘରୋଇ ମେଡିକାଲକୁ ଯାଉଛନ୍ତି। ବାରମ୍ବାର ଡାକ୍ତର ଓ ଅନ୍ୟ ପଦବୀ ପୂରଣ ପାଇଁ ଦାବି ହେଉଥିଲେ ହେଁ କେବଳ ପ୍ରତିଶ୍ରୁତି ମିଳୁଛି।
ପଟ୍ଟାମୁଣ୍ଡାଇରେ ରୋଗୀ ସେବା କ୍ଷେତ୍ରରେ ଅଗ୍ରଗତି ପାଇଁ ପଟ୍ଟାମୁଣ୍ଡାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ରାଜ୍ୟ ସରକାର ୨୦୧୭ ସେପ୍ଟେମ୍ବର ୧୩ରେ ଉପଖଣ୍ଡସ୍ତରୀୟ ସ୍ବାସ୍ଥ୍ୟକେନ୍ଦ୍ର ଭାବେ ଘୋଷଣା କରିଛନ୍ତି। ହେଲେ ଆବଶ୍ୟକ ସଂଖ୍ୟକ ବିଶେଷଜ୍ଞ ଡାକ୍ତର ଅଭାବ ରୋଗୀ ସେବାକୁ ବାଧାପ୍ରାପ୍ତ କରିଛି। ଏହି ଚିକିତ୍ସାଳୟ ଉପରେ ଆଳି, ରାଜନଗର, ରାଜକନିକା, ମହାକାଳପଡ଼ା ଓ ପଟ୍ଟାମୁଣ୍ଡାଇ ଅଞ୍ଚଳର ଲୋକେ ନିର୍ଭର କରୁଛନ୍ତି। କିନ୍ତୁ ଡାକ୍ତର ଅଭାବ ଯୋଗୁ ଅନେକ ସମୟରେ ସାମାନ୍ୟ ରୋଗୀଙ୍କୁ ସ୍ଥାନାନ୍ତର କରି ଦିଆଯାଉଛି। ବିଭିନ୍ନ ବିଭାଗର ଏବେ ୧୯ଜଣ ଡାକ୍ତର ବଦଳରେ ୭ ଜଣ ଡାକ୍ତର ଅଛନ୍ତି। ୨୧ଜଣ ନର୍ସଙ୍କ ବଦଳରେ ୬ ଜଣ ଅଛନ୍ତି। ଏଭଳି ଅବ୍ୟବସ୍ଥାରେ ଚାଲିଛି ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟ। ଫଳରେ ରୋଗୀ ବାଧ୍ୟ ହୋଇ ଘରୋଇ ମେଡିକାଲ ଯାଉଛନ୍ତି। ପ୍ରତିବର୍ଷ ସ୍ବାସ୍ଥ୍ୟକେନ୍ଦ୍ର ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରାଯାଉଥିବାରୁ ସ୍ଥାନାନ୍ତର ରୋଗୀଙ୍କ ସଂଖ୍ୟା ହ୍ରାସ ପାଇବା କଥା। ହେଲେ ଏହା ବଢ଼ି ଚାଲିଥିବାରୁ ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟର ସ୍ବାସ୍ଥ୍ୟସେବାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେଉଛି।
ଅପରପକ୍ଷରେ ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟରେ ଆଧୁନିକୀକରଣ ପାଇଁ ପ୍ରତିବର୍ଷ ଅର୍ଥ ବ୍ୟୟ ହେଉଛି। ହେଲେ ବିଭିନ୍ନ ବିଭାଗରେ ଡାକ୍ତର, ବିଶେଷଜ୍ଞ ପଦବୀ ପୂରଣ କରାଯାଉନାହିଁ। ସାମାନ୍ୟ ଗୁରୁତର ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରି ଦିଆଯାଉଛି। ସରକାରୀ ଡାକ୍ତରଖାନାରେ ବିନା ମୂଲ୍ୟରେ ସମସ୍ତ ଚିକିତ୍ସା ସେବା ମିଳୁଥିବା ସରକାର କହୁଛନ୍ତି। ହେଲେ ରୋଗୀମାନେ ସେହି ସୁବିଧା ନ ପାଇ ଘରୋଇ ଡାକ୍ତରଖାନାକୁ ଯାଇ ଶୋଷଣର ଶିକାର ହେଉଛନ୍ତି। ଅନ୍ୟପକ୍ଷରେ ୨୦ ତାରିଖରେ ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟ ପରିସରରେ ଅନୁଷ୍ଠିତ ରୋଗୀ କଲ୍ୟାଣ ସମିତି ବୈଠକରେ ବାଦାନୁବାଦ ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପସ୍ଥିତ ଥିବା ରୋଗୀ କଲ୍ୟାଣ ସମିତି ସହ ଅଧ୍ୟକ୍ଷ ତଥା ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ଡାକ୍ତରଖାନାରେ ରୋଗୀସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଓ ପରିମଳ ବ୍ୟବସ୍ଥାକୁ ନେଇ ଅଙ୍ଗୁଳି ଉଠାଇ ଥିଲେ। ରୋଗୀସେବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିବାବେଳେ ରୋଗୀ କଲ୍ୟାଣ ସମିତି ଅନୁଦାନ ବିନିଯୋଗକୁ ନେଇ ସନ୍ଦେହ ପ୍ରକଟ କରିଥିଲେ। ରୋଗୀ କଲ୍ୟାଣ ସମିତିକୁ ବାର୍ଷିକ ପ୍ରାୟ ୪୦ ଲକ୍ଷ ଟଙ୍କା ଆସୁଥିବାବେଳେ ତାହା କେଉଁ କାର୍ଯ୍ୟରେ ବିନିଯୋଗ ହେଉଛି ବୋଲି ପ୍ରଶ୍ନ କରିଥିଲେ। ବାର୍ଷିକ ବଜେଟରେ ବ୍ଲକ ଅଧ୍ୟକ୍ଷ ଦସ୍ତଖତ ନ କରି ଫେରାଇ ଦେଇଥିଲେ। ଭିତ୍ତିଭୂମିର ବିକାଶ ଓ ଉତ୍ତମ ରୋଗୀ ସେବା ଯୋଗାଇ ଦିଆ ନ ଗଲେ ସେ ତାଙ୍କ ପଦବୀ ଛାଡ଼ିବେ ବୋଲି କହିଥିଲେ। ଏହାକୁ ନେଇ ପଟ୍ଟାମୁଣ୍ଡାଇ ଡାକ୍ତରଖାନାରେ କିଛି ଠିକ୍‌ ଚାଲିନାହିଁ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଜାରି ରହିଛି। ମାତ୍ର ସରକାର ଓ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେଉ ନ ଥିବାରୁ ପଟ୍ଟାମୁଣ୍ଡାଇବାସୀଙ୍କ ପ୍ରତି ଚରମ ଉପହାସ କରାଯାଉଛି ବୋଲି ଜନସାଧାରଣଙ୍କ ମଧ୍ୟରେ ଆଲୋଚନା ହେଉଛି। ରାଜ୍ୟ ସରକାର ଓ ବିଭାଗୀୟ କର୍ତ୍ତୃପକ୍ଷ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି। ରୋଗୀସେବା ସମ୍ପର୍କରେ ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଚିକିତ୍ସା ଅଧିକାରୀ ଡା. ନିରାକାର ପରିଡାଙ୍କୁ ପଚାରିବାରେ, ଚିକିତ୍ସାଳୟକୁ ଦୈନିକ ୩୦୦ରୁ ୪୦୦ ରୋଗୀ ଆସୁଛନ୍ତି। ଏହି ରୋଗୀମାନଙ୍କ ମଧ୍ୟରୁ ଏବେ ସର୍ବାଧିକ ୨୦ରୁ ୨୫ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି। ଆବଶ୍ୟକ ବିଶେଷଜ୍ଞ ଡାକ୍ତର ଅଭାବ ସହ ରକ୍ତ ଭଣ୍ଡାର, ଲାବରେଟୋରି ବିଶେଷଜ୍ଞ ଅଭାବ ଥିବାରୁ ରୋଗୀସେବା ବାଧାପ୍ରାପ୍ତ ହେଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?