ସଦସ୍ୟ ଅଭାବ: ଚାଲିପାରୁନି ସେଲ୍‌ସ ଟ୍ୟାକ୍ସ ଟ୍ରିବ୍ୟୁନାଲ

କଟକ ଅଫିସ ୧୨ା୯: ଅଧିକାରୀ ଏବଂ କର୍ମଚାରୀ ଅଭାବରୁ ରାଜ୍ୟ ଅର୍ଥ ବିଭାଗ ଅଧୀନରେ ଥିବା ବିକ୍ରିକର ନ୍ୟାୟାଧିକରଣ(ସେଲ୍‌ସ ଟ୍ୟାକ୍ସ ଟ୍ରିବ୍ୟୁନାଲ) ଦୀର୍ଘ ଦିନ ହେବ ଅଚଳାବସ୍ଥାରେ ରହିଛି। ଫଳରେ ଏଥିରେ ବିଚାର ଅପେକ୍ଷାରେ ଥିବା ମାମଲା ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ରାଜ୍ୟ ସରକାରଙ୍କ ରାଜସ୍ବ କ୍ଷତି ମଧ୍ୟ ହେଉଛି। ଯାହାକି କଳାବଜାରି କରି ଟିକସ ଫାଙ୍କୁଥିବା ମୁନାଫାଖୋର ବ୍ୟବସାୟୀଙ୍କୁ ବେଶ୍‌ ସୁହାଉଛି। କଟକ ବାଣିଜ୍ୟକର ଭବନଠାରେ କାର୍ଯ୍ୟକ୍ଷମ ଥିବା ଏହି ସେଲ୍‌ସ ଟ୍ୟାକ୍ସ ଟ୍ରିବ୍ୟୁନାଲର ପୂର୍ଣ୍ଣ ବେଞ୍ଚର କ୍ଷମତା ହେଉଛି ୩। ସେମାନଙ୍କ ମଧ୍ୟରେ ଜଣେ ଅଧ୍ୟକ୍ଷ, ଜଣେ ଆକାଉଣ୍ଟସ୍‌ ମେମ୍ବର ଏବଂ ଅନ୍ୟ ଜଣେ ଜୁଡିସିଆଲ ମେମ୍ବର ରହିବା କଥା। ହେଲେ ଏଠାରେ ଅଧ୍ୟକ୍ଷ ଥିବା ଅଶାନ୍ତ କୁମାର ଦାସଙ୍କ ଗତ ଅଗଷ୍ଟ ୨୩ରୁ ଅନ୍ୟତ୍ର ବଦଳି ହୋଇଯାଇଛି। ସେହିପରି ଆକାଉଣ୍ଟସ୍‌ ମେମ୍ବର ଏବଂ ଜୁଡିସିଆଲ୍‌ ମେମ୍ବର ଅବସର ନେଇଥିବାରୁ ସେମାନଙ୍କ ସ୍ଥାନରେ ଆଉ କେହି ଅବସ୍ଥାପିତ ହୋଇନ ଥିବାରୁ ପୂର୍ଣ୍ଣ ବେଞ୍ଚ ବସିପାରୁ ନାହିଁ। ସେହିପରି ଡିଭିଜନ ବେଞ୍ଚ ପାଇଁ ୩ଜଣ ଆକାଉଣ୍ଟସ ମେମ୍ବର ଓ ୩ଜଣ ଜୁଡିସିଆଲ ମେମ୍ବର ରହିବାର ନିୟମ ଥିବାବେଳେ ସରକାର ଆବଶ୍ୟକ ସଂଖ୍ୟକ ମେମ୍ବର ନିଯୁକ୍ତି କରୁ ନ ଥିବାରୁ ତାହା ମଧ୍ୟ କାର୍ଯ୍ୟକ୍ଷମ ହୋଇପାରୁନାହିଁ। ଫଳରେ ଏଠାରେ ଥିବା ମାମଲାର ବିଚାର ହେବାରେ ବିଳମ୍ବ ହେବାସହ ସରକାର ବ୍ୟାପକ ରାଜସ୍ବ କ୍ଷତିର ସମ୍ମୁଖୀନ ହେଉଛନ୍ତି।
ଅନୁସନ୍ଧାନରୁ ଜଣାଯାଇଛି, ଜୁଡିସିଆଲ ମେମ୍ବର ୩ଜଣଙ୍କ ମଧ୍ୟରୁ ୨ଜଣ ଥିବାବେଳେ ଗୋଟିଏ ପଦବୀ ଖାଲି ରହିଛି। ସେହିପରି ଆକାଉଣ୍ଟସ ମେମ୍ବର ୩ ମଧ୍ୟରୁ ୨ ମେମ୍ବର ପଦବୀ ଖାଲି ରହିଛି। ବାଣିଜ୍ୟକର ଟ୍ରିବ୍ୟୁନାଲ ସମ୍ପୂର୍ଣ୍ଣ ଭାବେ ବୈଷୟିକ ବିଷୟ ହୋଇଥିବାରୁ ଏଥିରେ ଜୁନିୟର ଆସିଷ୍ଟାଣ୍ଟ ପଦବୀର ମୁଖ୍ୟ ଭୂମିକା ରହିଛି। ୨୦୧୨ରୁ ଏଠାରେ ଆବଶ୍ୟକ ସମସ୍ତ ୫ଟି ଜୁନିୟର ଆସିଷ୍ଟାଣ୍ଟ ପଦବୀ ଖାଲି ରହିଥିଲେ ହେଁ ସରକାର ଏହି ପଦବୀ ପୂରଣ କରୁନାହାନ୍ତି। ଫଳରେ ସେଲ୍‌ସ ଟ୍ୟାକ୍ସ ଟିବ୍ୟୁନାଲ ଏକ ପ୍ରକାର ସ୍ଥାଣୁ ପାଲଟି ଯାଇଥିବା ସାଧାରଣରେ ମତପ୍ରକାଶ ପାଉଛି। ଏପରିକି ବିଭାଗ ପକ୍ଷରୁ ସରକାର ଓ ଷ୍ଟାଫ୍‌ ସିଲେକ୍ସନ ବୋର୍ଡଙ୍କୁ ଗତ ୨ ବର୍ଷ ମଧ୍ୟରେ ୫ଥର ପତ୍ର ମାଧ୍ୟମରେ ଅବଗତ କରାଯାଇଥିଲେ ହେଁ ଏ ପର୍ଯ୍ୟନ୍ତ ଜଣେ ହେଲେ ଜୁନିୟର ଆସିଷ୍ଟାଣ୍ଟ ପଦବୀ ପୁରଣ ଦିଗରେ ସରକାର ପଦକ୍ଷେପ ଗ୍ରହଣ କରି ନ ଥିବା ଜଣାଯାଇଛି। କର୍ମଚାରୀ ଅଭାବ ସାଙ୍ଗକୁ ବେଞ୍ଚ ପାଇଁ ଆବଶ୍ୟକ ଜୁଡିସିଆଲ ମେମ୍ବର ଓ ଆକାଉଣ୍ଟସ ମେମ୍ବର ପଦବୀ ପୂରଣ ହେଉ ନ ଥିବାରୁ ମାମଲାଗୁଡ଼ିକ ବର୍ଷ ବର୍ଷ ଧରି ଗଡ଼ି ଚାଲିଛି। ଫଳରେ ସରକାରଙ୍କ ରାଜସ୍ବ କ୍ଷତି ହେଉଛି। ଅନ୍ୟପକ୍ଷରେ ନିୟମ ଅନୁସାରେ ସରକାରୀ ଅଫିସରେ ୬ବର୍ଷ ପର୍ଯ୍ୟନ୍ତ କାଗଜାତ ନଥିପତ୍ର ସଂରକ୍ଷଣ ରଖିବା ଓ ୬ ବର୍ଷ ପରେ କୌଣସି କାଗଜାତ ନଥିପତ୍ର ସଂରକ୍ଷଣ ରଖିବାକୁ ସରକାର ବାଧ୍ୟ ନୁହେଁ ଭଳି ଆଇନ ଯୋଗୁଁ ବର୍ଷ ବର୍ଷ ଧରି ବିଚାର ନ ହୋଇ ଗଡୁଥିବା ମାମଲାଗୁଡ଼ିକର କାଗଜାତ ନଥିପତ୍ର ସଂରକ୍ଷଣ ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଅପରପକ୍ଷରେ ଟ୍ରିବ୍ୟୁନାଲ୍‌ ନ
ଚାଲିବା ଫଳରେ କଳାବଜାର କରୁଥିବା ବ୍ୟବସାୟୀଙ୍କୁ ଟିକସ ଫାଙ୍କିରୁ ବଞ୍ଚବା ପାଇଁ ଏକ ବାଟ ଦେଖାଉଛି। ଏପର୍ଯ୍ୟନ୍ତ ୩ ହଜାରରୁ ଊର୍ଦ୍ଧ୍ୱ ମାମଲା ବିଚାରାଧୀନ ରହିଥିବାବେଳେ ସରକାର ଏ ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋବାଇଲ୍ ଟାୱାର ଚଢ଼ି ଆତ୍ମହତ୍ୟା ଧମକ ଦେଲେ ଯୁବକ, ପ୍ରେମିକାକୁ ଭାଇମାନେ….

ଦେବଗଡ,୨।୯(ଶଶାଙ୍କ ଶେଖର ଝାଙ୍କର): ମୋବାଇଲ ଟାୱାର ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଧମକ । ବାରକୋଟ ଥାନା ଝୁମ୍ପୁରା ଗାଁରୁ ଏହି ଘଟଣା ସାମ୍ନାକୁ ଆସିଛି ।…

ସନତ ପାଢ଼ୀ ହେଲେ ବରଗଡ଼ DIPRO, ଦାୟିତ୍ଵ ନେଇ ସହଯୋଗ…

ବରଗଡ଼,୨।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ର ନୂତନ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ(ଡିଆଇପିଆରଓ)ଭାବେ ଦାୟିତ୍ବ ଗ୍ରହଣ କଲେ ସନତ ପାଢୀ । ସେ ପଦ୍ମପୁର ଉପଖଣ୍ଡ ସୂଚନା ଓ…

ଗୁରୁବାର BCCIର ବଡ଼ ବୈଠକ, ରୋହିତ ଶର୍ମାଙ୍କ ଭବିଷ୍ୟତ ଉପରେ ହେବ….

ନୂଆଦିଲ୍ଲୀ,୨।୯: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (BCCI) ଗୁରୁବାର ୩ ସେପ୍ଟେମ୍ବରରେ ମୁମ୍ବାଇ ସ୍ଥିତ ଅଫିସ୍‌ରେ ଏକ ହାଇ-ଲେଭଲ୍ ମିଟିଂ କରିବ। ଏହି ବୈଠକରେ ବୋର୍ଡର ସମସ୍ତ…

ପୌରପରିଷଦ ନିର୍ବାଚନ ପୂର୍ବରୁ ଛତ୍ରପୁର ରାଜନୀତି ସରଗରମ: ବିଜେଡି ଛାଡ଼ି…

ଛତ୍ରପୁର,୨ା୯(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦର ଉପାଧ୍ୟକ୍ଷଙ୍କ ସମେତ ୧୦ ଜଣ କାଉନସିଲର ବୁଧବାର ବିଜେଡି ଛାଡି ଭାଜପାରେ ସାମିଲ ହେବେ। ଏଥିପାଇଁ ସେମାନେ ଛତ୍ରପୁର…

ସ୍କୁଲରେ ୩୦ ଛାତ୍ରଙ୍କୁ ମାଡ଼ ଘଟଣା: ସ୍ଥିତି ପରଖିଲେ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା

ରାୟଗଡ଼ା,୨ା୯(ଦୀପକ କୁମାର ପରିଡ଼ା): କୋଲନରା ବ୍ଲକ ଅନ୍ତର୍ଗତ ରିଭଲକଣା ସରକାରୀ ଏସ୍‌ଏସ୍‌ଡି ହାଇସ୍କୁଲ ହଷ୍ଟେଲରେ ଜଣେ ଦଶମ ଶ୍ରେଣୀ ଛାତ୍ର ଅନ୍ୟ ପ୍ରାୟ ୩୦ ଜଣ ସହପାଠୀଙ୍କୁ…

ପ୍ରକାଶ ପାଇଲା OTET-୨୦୨୬ ରେଜଲ୍ଟ: ପାସ୍ ହାର ୬୪.୪୮%

କଟକ,୨।୯: ମାଧ୍ୟମିକ ଶିକ୍ଷା ପରିଷଦ (BSE), ଓଡ଼ିଶା ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET)-୨୦୨୬ର ଫଳାଫଳ ବୁଧବାର ଆନୁଷ୍ଠାନିକ ଭାବେ ପ୍ରକାଶ ପାଇଛି। ଚଳିତ…

ସେପ୍ଟେମ୍ୱର ୪ରେ କାମ କରିବନି UPI, ଜାଣନ୍ତୁ କେତେ ସମୟ ବନ୍ଦ ରହିବ?

ନୂଆଦିଲ୍‌ଲୀ,୨।୯: ଯଦି ଆପଣ ପ୍ରତିଦିନ SBI ର UPI ମାଧ୍ୟମରେ ପେମେଣ୍ଟ କରୁଛନ୍ତି, ତେବେ ୪ ସେପ୍ଟେମ୍ୱର ରାତିରେ ଟିକେ ସତର୍କ ରହିବାକୁ ପଡ଼ିବ। ବ୍ୟାଙ୍କ ସୂଚନା…

ମୁହଁ ଉପରେ ହିଁ ଶୁଣାଇ ଦିଅନ୍ତି ଏହି ୩ ରାଶି; ହେଲେ ପଛରେ ଖେଳନ୍ତି ଭୟଙ୍କର ଗେମ୍‌

‘ମୁହଁରେ ରାମ, କାଖରେ ଛୁରୀ’ ଏହା କୌଣସି ନୂଆ ଢଗ ନୁହେଁ, ଏହାକୁ ଆମେ ସମସ୍ତେ ବହୁବାର ଶୁଣିଥିବା। କିନ୍ତୁ ଜ୍ୟୋତିଷ ଶାସ୍ତ୍ରରେ ଏପରି କିଛି ରାଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri