ସଦସ୍ୟ ଅଭାବ: ଚାଲିପାରୁନି ସେଲ୍‌ସ ଟ୍ୟାକ୍ସ ଟ୍ରିବ୍ୟୁନାଲ

କଟକ ଅଫିସ ୧୨ା୯: ଅଧିକାରୀ ଏବଂ କର୍ମଚାରୀ ଅଭାବରୁ ରାଜ୍ୟ ଅର୍ଥ ବିଭାଗ ଅଧୀନରେ ଥିବା ବିକ୍ରିକର ନ୍ୟାୟାଧିକରଣ(ସେଲ୍‌ସ ଟ୍ୟାକ୍ସ ଟ୍ରିବ୍ୟୁନାଲ) ଦୀର୍ଘ ଦିନ ହେବ ଅଚଳାବସ୍ଥାରେ ରହିଛି। ଫଳରେ ଏଥିରେ ବିଚାର ଅପେକ୍ଷାରେ ଥିବା ମାମଲା ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ରାଜ୍ୟ ସରକାରଙ୍କ ରାଜସ୍ବ କ୍ଷତି ମଧ୍ୟ ହେଉଛି। ଯାହାକି କଳାବଜାରି କରି ଟିକସ ଫାଙ୍କୁଥିବା ମୁନାଫାଖୋର ବ୍ୟବସାୟୀଙ୍କୁ ବେଶ୍‌ ସୁହାଉଛି। କଟକ ବାଣିଜ୍ୟକର ଭବନଠାରେ କାର୍ଯ୍ୟକ୍ଷମ ଥିବା ଏହି ସେଲ୍‌ସ ଟ୍ୟାକ୍ସ ଟ୍ରିବ୍ୟୁନାଲର ପୂର୍ଣ୍ଣ ବେଞ୍ଚର କ୍ଷମତା ହେଉଛି ୩। ସେମାନଙ୍କ ମଧ୍ୟରେ ଜଣେ ଅଧ୍ୟକ୍ଷ, ଜଣେ ଆକାଉଣ୍ଟସ୍‌ ମେମ୍ବର ଏବଂ ଅନ୍ୟ ଜଣେ ଜୁଡିସିଆଲ ମେମ୍ବର ରହିବା କଥା। ହେଲେ ଏଠାରେ ଅଧ୍ୟକ୍ଷ ଥିବା ଅଶାନ୍ତ କୁମାର ଦାସଙ୍କ ଗତ ଅଗଷ୍ଟ ୨୩ରୁ ଅନ୍ୟତ୍ର ବଦଳି ହୋଇଯାଇଛି। ସେହିପରି ଆକାଉଣ୍ଟସ୍‌ ମେମ୍ବର ଏବଂ ଜୁଡିସିଆଲ୍‌ ମେମ୍ବର ଅବସର ନେଇଥିବାରୁ ସେମାନଙ୍କ ସ୍ଥାନରେ ଆଉ କେହି ଅବସ୍ଥାପିତ ହୋଇନ ଥିବାରୁ ପୂର୍ଣ୍ଣ ବେଞ୍ଚ ବସିପାରୁ ନାହିଁ। ସେହିପରି ଡିଭିଜନ ବେଞ୍ଚ ପାଇଁ ୩ଜଣ ଆକାଉଣ୍ଟସ ମେମ୍ବର ଓ ୩ଜଣ ଜୁଡିସିଆଲ ମେମ୍ବର ରହିବାର ନିୟମ ଥିବାବେଳେ ସରକାର ଆବଶ୍ୟକ ସଂଖ୍ୟକ ମେମ୍ବର ନିଯୁକ୍ତି କରୁ ନ ଥିବାରୁ ତାହା ମଧ୍ୟ କାର୍ଯ୍ୟକ୍ଷମ ହୋଇପାରୁନାହିଁ। ଫଳରେ ଏଠାରେ ଥିବା ମାମଲାର ବିଚାର ହେବାରେ ବିଳମ୍ବ ହେବାସହ ସରକାର ବ୍ୟାପକ ରାଜସ୍ବ କ୍ଷତିର ସମ୍ମୁଖୀନ ହେଉଛନ୍ତି।
ଅନୁସନ୍ଧାନରୁ ଜଣାଯାଇଛି, ଜୁଡିସିଆଲ ମେମ୍ବର ୩ଜଣଙ୍କ ମଧ୍ୟରୁ ୨ଜଣ ଥିବାବେଳେ ଗୋଟିଏ ପଦବୀ ଖାଲି ରହିଛି। ସେହିପରି ଆକାଉଣ୍ଟସ ମେମ୍ବର ୩ ମଧ୍ୟରୁ ୨ ମେମ୍ବର ପଦବୀ ଖାଲି ରହିଛି। ବାଣିଜ୍ୟକର ଟ୍ରିବ୍ୟୁନାଲ ସମ୍ପୂର୍ଣ୍ଣ ଭାବେ ବୈଷୟିକ ବିଷୟ ହୋଇଥିବାରୁ ଏଥିରେ ଜୁନିୟର ଆସିଷ୍ଟାଣ୍ଟ ପଦବୀର ମୁଖ୍ୟ ଭୂମିକା ରହିଛି। ୨୦୧୨ରୁ ଏଠାରେ ଆବଶ୍ୟକ ସମସ୍ତ ୫ଟି ଜୁନିୟର ଆସିଷ୍ଟାଣ୍ଟ ପଦବୀ ଖାଲି ରହିଥିଲେ ହେଁ ସରକାର ଏହି ପଦବୀ ପୂରଣ କରୁନାହାନ୍ତି। ଫଳରେ ସେଲ୍‌ସ ଟ୍ୟାକ୍ସ ଟିବ୍ୟୁନାଲ ଏକ ପ୍ରକାର ସ୍ଥାଣୁ ପାଲଟି ଯାଇଥିବା ସାଧାରଣରେ ମତପ୍ରକାଶ ପାଉଛି। ଏପରିକି ବିଭାଗ ପକ୍ଷରୁ ସରକାର ଓ ଷ୍ଟାଫ୍‌ ସିଲେକ୍ସନ ବୋର୍ଡଙ୍କୁ ଗତ ୨ ବର୍ଷ ମଧ୍ୟରେ ୫ଥର ପତ୍ର ମାଧ୍ୟମରେ ଅବଗତ କରାଯାଇଥିଲେ ହେଁ ଏ ପର୍ଯ୍ୟନ୍ତ ଜଣେ ହେଲେ ଜୁନିୟର ଆସିଷ୍ଟାଣ୍ଟ ପଦବୀ ପୁରଣ ଦିଗରେ ସରକାର ପଦକ୍ଷେପ ଗ୍ରହଣ କରି ନ ଥିବା ଜଣାଯାଇଛି। କର୍ମଚାରୀ ଅଭାବ ସାଙ୍ଗକୁ ବେଞ୍ଚ ପାଇଁ ଆବଶ୍ୟକ ଜୁଡିସିଆଲ ମେମ୍ବର ଓ ଆକାଉଣ୍ଟସ ମେମ୍ବର ପଦବୀ ପୂରଣ ହେଉ ନ ଥିବାରୁ ମାମଲାଗୁଡ଼ିକ ବର୍ଷ ବର୍ଷ ଧରି ଗଡ଼ି ଚାଲିଛି। ଫଳରେ ସରକାରଙ୍କ ରାଜସ୍ବ କ୍ଷତି ହେଉଛି। ଅନ୍ୟପକ୍ଷରେ ନିୟମ ଅନୁସାରେ ସରକାରୀ ଅଫିସରେ ୬ବର୍ଷ ପର୍ଯ୍ୟନ୍ତ କାଗଜାତ ନଥିପତ୍ର ସଂରକ୍ଷଣ ରଖିବା ଓ ୬ ବର୍ଷ ପରେ କୌଣସି କାଗଜାତ ନଥିପତ୍ର ସଂରକ୍ଷଣ ରଖିବାକୁ ସରକାର ବାଧ୍ୟ ନୁହେଁ ଭଳି ଆଇନ ଯୋଗୁଁ ବର୍ଷ ବର୍ଷ ଧରି ବିଚାର ନ ହୋଇ ଗଡୁଥିବା ମାମଲାଗୁଡ଼ିକର କାଗଜାତ ନଥିପତ୍ର ସଂରକ୍ଷଣ ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଅପରପକ୍ଷରେ ଟ୍ରିବ୍ୟୁନାଲ୍‌ ନ
ଚାଲିବା ଫଳରେ କଳାବଜାର କରୁଥିବା ବ୍ୟବସାୟୀଙ୍କୁ ଟିକସ ଫାଙ୍କିରୁ ବଞ୍ଚବା ପାଇଁ ଏକ ବାଟ ଦେଖାଉଛି। ଏପର୍ଯ୍ୟନ୍ତ ୩ ହଜାରରୁ ଊର୍ଦ୍ଧ୍ୱ ମାମଲା ବିଚାରାଧୀନ ରହିଥିବାବେଳେ ସରକାର ଏ ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?