ଗଞ୍ଜାମ ଜିଲା ପ୍ରଶାସନର ଚେତାବନୀ: କୋଭିଡ-୧୯ ନିୟମ ନ ମାନିଲେ ସିଲ୍‌ ହେବ ଦୋକାନ

ଗଞ୍ଜାମ,୨।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ଯୋଗୁ ଚିନ୍ତାରେ ଜିଲା ପ୍ରଶାସନ। ଏହିପାଇଁ ରେଶମ ସହର ବ୍ରହ୍ମପୁର ଓ ଜିଲା ସଦର ମହକୁମା ଛତ୍ରପୁରକୁ ଶଟ୍‌ଡାଉନ ଘୋଷଣା କରିଥିଲେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ । ବର୍ତମାନ ଜିଲାର ଗଞ୍ଜାମ ବ୍ଲକ ଗ୍ରୀନ ଜୋନରେ ଥିବା ହେତୁ କରୋନାଠୁ ଲୋକମାନେ କିପରି ଦୁରେଇ ରହିବେ ସେଥିପାଇଁ ଗୁରୁବାର ଅପରାହ୍ନରେ ତହସିଲ, ଏନ୍‌ଏସି ଓ ପୋଲିସ ପ୍ରଶାସନ ପକ୍ଷରୁ ଏକ ସଚେତନତା ରାଲି ଜୟଶ୍ରୀ ଛକରୁ ବାହାରି ସାନ ବଜାରଠାରେ ପହଞ୍ଚିଥିଲା। କୋଭିଡ ନିୟମ ନ ମାନିଲେ ବଜାରର ଦୋକାନ ସିଲ କରାଯିବା ସହ ଗଞ୍ଜାମକୁ ସମ୍ପୂଣ୍ଣର୍ର୍ ସଟ୍‌ଡାଉନ୍‌ କରାଯିବ ବୋଲି ପ୍ରଶାସନ ତରଫରୁ ମାଇକରେ ପ୍ରଚାର କରାଯାଇଛି । ଏହି ରାଲିରେ ତହସିଲଦାର ଅବନୀ କୁମାର ସାହୁ, ଏନଏସି ଇ ଓ ପ୍ରଭୁ କଲ୍ୟାଣ ଦାସ, ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ, ସେକେଣ୍ଡ ଅଫିସର ଶ୍ରୀଚନ୍ଦନ ବେହେରା, ସୁକାନ୍ତ ପ୍ରଧାନ, ତ୍ରିନାଥ ପଟ୍ଟନାୟକଙ୍କ ସମେତ ସମସ୍ତ ଆର୍‌ଆଇ ଓ ତହସିଲ କର୍ମଚାରୀ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ୍‌ ନିୟମ କଡ଼ାକଡ଼ି: ମଲ୍‌ ବୁଲି ଲୋକଙ୍କୁ ବୁଝାଇଲେ ତହସିଲ୍‌ଦାର

ରାୟଗଡ଼ା ଅଫିସ,୨୮।୩: ସାରା ଦେଶରେ ବର୍ତ୍ତମାନ କରୋନାର ଦ୍ୱିତୀୟ ଲହର ଦେଖାଦେଇଛି। ଏନେଇ କଟକଣା କଡ଼ାକଡ଼ି କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ...

ସରିଲା ନିର୍ବାଚନ : ଚାଲିଛି ଅଙ୍କକଷା

ପାରାଦୀପ,୧ା୫(ସ୍ବ.ପ୍ର.): ଚଳିତ ନିର୍ବାଚନର ଶେଷ ପର୍ଯ୍ୟାୟ ସୋମବାର ଶେଷ ହୋଇଯାଇଛି। ଏବେ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକମାନେ ଅଙ୍କ କଷୁଛନ୍ତି। ହାରିବା ଜିତିବାକୁ ନେଇ ଆକଳନ...

ମାଲ ବୋଝେଇ ଟ୍ରକ ଜଳିଗଲା

ଭଞ୍ଜନଗର,୩।୧(ଡି.ଏନ.ଏ): ତାରସିଂ ନିକଟ ଜଙ୍ଗଲ ରାସ୍ତାରେ ମାଲ ବୋଝେଇ ଏକ ଟ୍ରକ ଗୁରୁବାର ଭୋରରେ ଶଟ୍‌ ସର୍କିଟ୍‌ ଯୋଗୁ ଜଳିଯାଇଛି। ଭଞ୍ଜନଗର- ଦଶପଲ୍ଲା ମୁଖ୍ୟ ରାସ୍ତାରେ...

ବରଗଡ଼ରେ କଳ୍ପନା ମାଝି ପୌରାଧ୍ୟକ୍ଷା

ବରଗଡ଼ ଅଫିସ,୨୬।୩: ବରଗଡ଼ ପୌର ପରିଷଦରେ ବିଜେଡିର କଳ୍ପନା ମାଝି ପୌରାଧ୍ୟକ୍ଷା ନିର୍ବାଚିତ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଭାଜପାର ଅନୁରାଧା ଅଗ୍ରୱାଲଙ୍କୁ ୬୪୪୨...

ଡିକି ଭାଙ୍ଗି ଲୁଟିନେଲେ ୧ ଲକ୍ଷ

ପୁରୀ ଅଫିସ,୧୯।୨: ପୁରୀ ଜିଲା ଗୋପ-କୋଣାର୍କ ରାସ୍ତାର ବେଗୁନିଆ ଛକ ନିକଟରେ ଥିବା ନୀଳାଚଳ ଗ୍ରାମ୍ୟ ବ୍ୟାଙ୍କ ନିକଟରୁ ସ୍କୁଟି ଡିକି ଭାଙ୍ଗି ୧ ଲକ୍ଷ...

ଖୋଳାଗଲା ଏମାର ମଠ: ହେଲେ ମିଳିଲାନି କିଛି

ପୁରୀ ଅଫିସ,୪।୨: ବହୁ ଚର୍ଚ୍ଚିତ ଏମାର ମଠର ଶୁକ୍ରବାର ପୁଣିଥରେ ଯାଞ୍ଚ କରାଯିବା ସହ ଖନନ କାର୍ଯ୍ୟ କରାଯାଇଥିଲା। ଗତବର୍ଷ ସେପ୍ଟେମ୍ବର ୧୬ରେ ଏମାର ମଠରେ...

ବିଦ୍ୟାଳୟ ନିକଟ ରାସ୍ତା କର୍ଦ୍ଦମାକ୍ତ, ମରାମତି ଦାବି

ବୋଲଗଡ଼,୧୧ା୭(ଡି.ଏନ୍‌.ଏ.)-ବୋଲଗଡ଼ ବ୍ଲକ ବଡ଼କୁମାରୀ ପଞ୍ଚାୟତ ଅନ୍ତର୍ଗତ ହାଟବସ୍ତସ୍ଥିତ ମା’ ଯୋଗମାୟା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟକୁ ଯାଇଥିବା ରାସ୍ତାଟି ବର୍ଷା ଯୋଗୁ ଅତି କର୍ଦ୍ଦମାକ୍ତ ଅବସ୍ଥାରେ ରହିଛି।...

‘ଶ୍ରମିକମାନେ ନିଜର ଅଧିକାର ଜାହିର କରିବା ଦରକାର’

ବଲାଙ୍ଗୀର ଅଫିସ,୧ା୫: ବଲାଙ୍ଗୀର ଜିଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ସ୍ଥାନୀୟ ଶ୍ରମ କାର୍ଯ୍ୟାଳୟ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଚଞ୍ଚଳ ରାଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ...

Advertisement
Archives

Model This Week