Posted inଜାତୀୟ

୧୩ଦିନରେ ପ୍ରତିଶୋଧ ନେଲେ ସୁରକ୍ଷାକର୍ମୀ: ବ୍ୟାଙ୍କ ମ୍ୟାନେଜରଙ୍କ ହତ୍ୟାକାରୀଙ୍କ ସମେତ ୨ଆତଙ୍କବାଦୀ ନିପାତ

ଶ୍ରୀନଗର,୧୫।୬: ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଟଳିପଡ଼ିଲେ କଶ୍ମୀରରେ ଟାର୍ଗେଟ କିଲିଂ ସମୟରେ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ଦିନ ଦ୍ୱିପ୍ରହରରେ ହତ୍ୟା କରିଥିବା ଆତଙ୍କବାଦୀ। ଜମ୍ମୁ-କଶ୍ମୀର ଶୋପିଆନ ଜିଲାରେ ମଙ୍ଗଳବାର ବିଳମ୍ବିତ ରାତିରେ ହତ୍ୟାକାରୀ ଆତଙ୍କବାଦୀଙ୍କ ସମେତ ୨ଜଣ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀ ଗୁଳିକରିଛନ୍ତି। ଏହି ୨ ଆତଙ୍କବାଦୀ ଲସ୍କର-ଇ-ତୋଏବାର ବୋଲି ଜଣାପଡ଼ିଛି। ମୃତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଶୋପିଆନର ଜାନ ମହମ୍ମଦ ଲୋନ ହୋଇଥିବା ବେଳେ ସେ ଅନ୍ୟ ଆତଙ୍କବାଦୀ ଘଟଣା ବ୍ୟତୀତ ଜୁନ ୨ରେ କୁଲଗାମରେ ବ୍ୟାଙ୍କ ମ୍ୟାନେଜର ବିଜୟ କୁମାରଙ୍କ ହତ୍ୟାରେ ମଧ୍ୟ ସମ୍ପୃକ୍ତ ଥିଲେ। ବୁଧବାର ଜମ୍ମୁ-କଶ୍ମୀର ପୋଲିସ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଗତ କିଛି ଦିନ ହେଲା ଜମ୍ମୁ-କଶ୍ମୀରରେ ଟାର୍ଗେଟ କିଲିଂ ଜାରି ରହିଛି। ଫଳରେ ସୁରକ୍ଷାକର୍ମୀ ଓ ଜମ୍ମୁ-କଶ୍ମୀର ପୋଲିସ ଘାଟିରେ ମିଳିତ ଅପରେଶନ୍‌ ଚଳାଇଛନ୍ତି। ଇତିମଧ୍ୟରେ ମଙ୍ଗଳବାର ବିଳମ୍ବିତ ରାତିରେ ଶୋପିଆନ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ସୁରକ୍ଷାକର୍ମୀଙ୍କୁ ମିଳିଥିଲା। ଏହାପରେ ସୁରକ୍ଷାକର୍ମୀ ଓ ପୋଲିସ ମିଳିତ ଭାବେ ଏହି ଅପରେଶନ୍‌ ଆରମ୍ଭ କରିଥିଲେ। ଏବେ ବି ଘଟଣାସ୍ଥଳରେ ସର୍ଚ୍ଚ ଅପରେଶନ୍‌ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ, ଏନ୍‌ସିଆର୍‌ରେ ବାୟୁ ପ୍ରଦୂଷଣ ମାତ୍ରା ଅନୁଧ୍ୟାନ କଲା ପିଏମ୍‌ଓ: ଟାସ୍କଫୋର୍ସ ବୈଠକରେ ସମୀକ୍ଷା କଲେ ପି. କେ. ମିଶ୍ର

ନୂଆଦିଲୀ, ୨୬।୧୦(ପିଆଇବି): ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ପକ୍ଷରୁ ଦିଲ୍ଲୀ ଏବଂ ଜାତୀୟ ରାଜଧାନୀ କ୍ଷେତ୍ର (ଏନ୍‌ସିଆର୍‌)ରେ ବାୟୁ ପ୍ରଦୂଷଣ ମାତ୍ରା ଅନୁଧ୍ୟାନ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ...

ଲୋକପ୍ରିୟ ଟେଲି ଅଭିନେତାଙ୍କ ପରଲୋକ

ମୁମ୍ବାଇ,୧୧।୧୧: ଟେଲି ଇଣ୍ଡଷ୍ଟ୍ରିରୁ ବଡ ଦୁଃଖଦ ଖବର ସାମ୍ନାକୁ ଆସିଛି। ଲୋକପ୍ରିୟ ଟେଲି ଅଭିନେତା ସିଦ୍ଧାନ୍ତ ବିର ସୁର୍ଯ୍ୟବଂଶୀଙ୍କ ଶୁକ୍ରବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ...

ଦେଶବ୍ୟାପି ଏନ୍‌ଆର୍‌ସିକୁ ନେଇ ଶାହ-ମମତା ମୁହାଁମୁହିଁ

ନୂଆଦିଲ୍ଲୀ,୨୦।୧୧: ଦେଶବ୍ୟାପି ଏନ୍‌ଆର୍‌ସି ଲାଗୁହେବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବୁଧବାର ରାଜ୍ୟସଭାରେ ପ୍ରଶ୍ନକାଳରେ ନିଜର ଉତ୍ତର ରଖିଛନ୍ତି। ଧର୍ମ ବର୍ଣ୍ଣ ନିର୍ବିଶେଷରେ ସଭିଏଁ...

ପୋଲିସ ସହାୟତାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କ ଘରେ ଭାଜପା ଗୁଣ୍ଡାଙ୍କ ଆକ୍ରମଣ : ଏଏପିର ଅଭିଯୋଗ

ନୂଆଦିଲ୍ଲୀ,୧୦।୧୨- ପୋଲିସର ସାହାଯ୍ୟରେ ଭାଜପାର ଗୁଣ୍ଡାମାନେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବାସଭବନ ଉପରେ ଆକ୍ରମଣ କରିଥିବା ଆମ ଆଦମି ପାର୍ଟି (ଏଏପି) ପକ୍ଷରୁ ଅଭିଯୋଗ...

ଗାର୍ଗୀ କଲେଜରେ ଯୌନ ଉତ୍ପୀଡ଼ନ

ନୂଆଦିଲ୍ଲୀ,୧୦ା୨(ଆଇଏଏନ୍‌ଏସ୍‌): ନୂଆଦିଲ୍ଲୀସ୍ଥିତ ଗାର୍ଗୀ କଲେଜର କେତେଜଣ ଛାତ୍ରୀ ଯୌନ ଉତ୍ପୀଡ଼ନର ଶିକାର ହୋଇଛନ୍ତି। ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବାବେଳେ ସେମାନଙ୍କ ସହ ଅଶାଳୀନ ବ୍ୟବହାର କରାଯାଇଥିବା...

ଏଲ୍‌ଏସିରେ ସ୍ଥିତାବସ୍ଥା ପରିବର୍ତ୍ତନ ଉଦ୍ୟମ

ନୂଆଦିଲ୍ଲୀ,୨ା୯: ପୂର୍ବ ଲଦାଖର ପାଙ୍ଗୋଙ୍ଗ୍‌ ହ୍ରଦରେ ସ୍ଥିତାବସ୍ଥା ବଦଳାଇବା ପାଇଁ ସାମରିକ ଉତ୍ତେଜନା ସୃଷ୍ଟିକାରୀ ଉଦ୍ୟମ କରିଥିଲା। ଚାଇନାର ଏପରି କାର୍ଯ୍ୟ ଦ୍ୱିପାକ୍ଷିକ ଚୁକ୍ତିର ଉଲ୍ଲଂଘନ...

ମୋଦିଙ୍କ ନାଁର ଅର୍ଥ ବୁଝାଇଲେ ଶିବରାଜ

ଭୋପାଳ,୩୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨.୦ ସରକାରକୁ ଏକ ବର୍ଷ ପୂରଣ ହୋଇଛି। ଏହି ଅବସରରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମୋଦିଙ୍କ ନାଁର...

ଚାଇନାକୁ ଦେବୁ କଡା ଜବାବ: ସୀମାରେ ଭାରତୀୟ ବାୟୁସେନାର ଶକ୍ତି ପ୍ରଦର୍ଶନ

ନୂଆଦିଲ୍ଲୀ,୭।୭: ଭାରତ-ଚାଇନା ସୀମା ବିବାଦ ବେଳକୁ ବେଳ ଖରାପ ହେବାରେ ଲାଗିଥିବା ବେଳେ ଆଗାମୀ ଦିନରେ ଏହା ଯୁଦ୍ଧର ରୂପ ନେଇପାରେ ବୋଲି ଅନୁମାନ କରାଯାଉଛି।...

Advertisement
Archives

Model This Week