Posted inଜାତୀୟ

ସାଙ୍ଗର ସ୍ତ୍ରୀଙ୍କୁ ରଙ୍ଗ ବୋଲିବା ମହଙ୍ଗା ପଡିଲା

କୋଲକାତା,୧୯।୩: ହୋଲି ପାଇଁ ସବୁଠି ଉତ୍ସବମୁଖର। ହେଲେ କୋଲକାତାର ରେଜିଣ୍ଟ ପାର୍କ ଅଞ୍ଚଳରେ ଏକ ଅଘଟଣ ଘଟିଛି। ବନ୍ଧୁଙ୍କ ସ୍ତ୍ରୀଙ୍କୁ ରଙ୍ଗ ବୋଲିବାକୁ ଉଦ୍ୟମ କରିବାରୁ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତକ ହେଲେ ଦିଲୀପ ଚୌହ୍ବାନ।

ସୂଚନା ଯୋଗ୍ୟ, ଶୁକ୍ରବାର କୋଲକାତା ସହରରେ ହୋଲି ଉତ୍ସବ ପାଳନ କରାଯାଉଥିଲା। ଦିଲୀପ ଏବଂ ତାଙ୍କର କିଛି ସାଙ୍ଗ ରିଜିଣ୍ଟ ପାର୍କ ଅଞ୍ଚଳକୁ ରଙ୍ଗ ଖେଳିବାକୁ ଆସିଥିଲେ। ସେତିକିବେଳେ ଜଣେ ବନ୍ଧୁଙ୍କ ସ୍ତ୍ରୀଙ୍କୁ ଦିଲୀପ ରଙ୍ଗ ଲଗାଇବାକୁ ଉଦ୍ୟମ କରିଥିଲେ। ଫଳରେ ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା। ପରେ ଦିଲୀପ ଓ ସାଙ୍ଗମାନେ ଘଟଣାସ୍ଥଳରୁ ପଲାଇଥିଲେ।

ହେଲେ କିଛି ସମୟ ପରେ ସୁଜିତ ମଲିକ ଏବଂ ତାଙ୍କର କିଛି ସାଙ୍ଗ ଦିଲୀପଙ୍କ ଘରକୁ ଆସି ଘଟଣା ସମ୍ପର୍କରେ ପଚରାଉଚରା କରିଥିଲେ। ସେତିକିବେଳେ ସୁଜିତ ଉତ୍‌କ୍ଷିପ୍ତ ହୋଇ ଧରିଥିବା ଏକ ବନ୍ଧୁକ ବାହାର କରି ଦିଲୀପଙ୍କ ଉପରକୁ ଗୁଳି ଫୁଟାଇଥିଲେ। ଫଳରେ ଦିଲୀପ ଗୁରୁତର ଆହତ ହୋଇଥିଲେ। ଖବର ପାଇ କୋତକାତା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦିଲୀପଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଦିଲୀପଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାର୍ଲସ ହଷ୍ଟେଲ ବାଥରୁମ୍‌ରେ ଲୁଚି ଦେଖିବା ଯୁବକଙ୍କୁ ମହଙ୍ଗା ପଡ଼ିଲା

ଭୋପାଳ,୨୯ା୫ : କାହାକୁ ଲୁଚି ଦେଖିବା ବା ଗଳି ଅନାଇବା ଏକ ଖରାପ ଅଭ୍ୟାସ। ଆଉ ଯଦି କାହା ବାଥରୁମ୍‌ରେ ଲୁଚି ଦେଖିଲ ତା’ହେଲେ ତ...

କରୋନାରେ ଏପର୍ଯ୍ୟନ୍ତ ଦେଶରେ ୩୮୨ ଡାକ୍ତରଙ୍କ ମୃତ୍ୟୁ: ଶହୀଦ ମାନ୍ୟତା ଦେବାକୁ ଦାବି

ନୂଆଦିଲ୍ଲୀ,୧୮।୯:ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ୫୨,୧୪,୬୭୮ ଜଣ କରୋନା ସଂକ୍ରମିତ ହୋଇଥିବାବେଳେ ୮୪,୩୭୨ ଜଣଙ୍କର ମୃତ୍ୟୁ ହୋଇଛି। କରୋନା...

କରୋନା ସଙ୍କଟରେ ବି ଟେଷ୍ଟ୍‌ କିଟ୍‌ ବିକ୍ରିରେ ୧୪୫ ପ୍ରତିଶତ ଲାଭ ନେଇଛନ୍ତି ଆମଦାନୀକାରୀ

ନୂଆଦିଲ୍ଲୀ,୨୭।୪: କରୋନା ସଂକ୍ରମଣ ନେଇ ଭାରତରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏପରିସ୍ଥଳେ ସଂକ୍ରମିତଙ୍କୁ ଚିହ୍ନଟ ପାଇଁ ଚାଇନାରୁ ଆସିଥିବା ଟେଷ୍ଟ୍‌ କିଟ୍‌ ବିକ୍ରିରେ...

କଙ୍ଗନା ରାଣାୱତଙ୍କୁ ପୁଣି ସମନ

ମୁମ୍ବାଇ,୧୮।୧୧: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲଙ୍କୁ ପୁଣି ସମନ କରିଛି ମୁମ୍ବାଇ ପୋଲିସ। ସୋଶିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ...

ପିଓକେରେ ପୁଣି ଭୂକମ୍ପ: ୫୩ ଆହତ

ଇସଲାମାବାଦ,୨୬।୯: ପାକିସ୍ତାନ ଅଧିକୃତ କଶ୍ମୀରରେ ସପ୍ତାହକ ଭିତରେ ଦ୍ୱିତୀୟଥର ପାଇଁ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୭ ଥିଲା ବୋଲି ଜଣାପଡିଛି।...

କମଲ ନାଥଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୧୮।୧୧: ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ ସୋମବାର ୭୩ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ କରି ତାଙ୍କୁ...

ଏହି ଦେଶର ମିସ୍‌ ୱାର୍ଲଡ ମୁକୁଟ ପିନ୍ଧିଲେ…

ନୂଆଦିଲ୍ଲୀ: ମିସ୍‌ ୱାର୍ଲଡ ଆମେରିକା -୨୦୨୧ର ମୁକୁଟ ପାଇଁ ଜଣେ ଭାରତୀୟ-ଆମେରିକୀୟ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେ ହେଲେ  ଶ୍ରୀସାଇନି।  ଭାରତରେ ଜନ୍ମ ହୋଇଥିଲେ ମଧ୍ୟ ...

ଘରୋଇ ହିଂସା ଆଇନ, ପୀଡିତାଙ୍କ ସହାୟତା ପାଇଁ କେନ୍ଦ୍ରର ଜବାବ୍‌ ଲୋଡ଼ିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୮।୧୧: ଘରୋଇ ହିଂସା ଆଇନରେ ପୀଡିତା ମହିଳାଙ୍କୁ ସାହାଯ୍ୟ କରିବା ପାଇଁ ପ୍ରାବଧାନ କାର୍ଯ୍ୟକାରୀ କରିବାକୁ ଦାଖଲ ହୋଇଥିବା ଏକ ଜନସ୍ବାର୍ଥ ମାମଲା ଉପରେ ସୁପ୍ରିମକୋର୍ଟ...

Advertisement
Archives

Model This Week