Posted inଫୁରସତ

ଏମିତି ଜୋତା: ଏହାକୁ ପିନ୍ଧିଲେ ମୋବାଇଲ, ଲାପ୍‌ଟପ୍‌ ହେବ ଚାର୍ଜ, ଦାମ୍‌ ରହିଛି…

ଛତିଶଗଡ଼ର ଯୁକ୍ତ ୨ରେ ପଢୁଥିବା ୩ ଛାତ୍ରୀ ପୁଣି ଥରେ ଏକ ଚମତ୍କାର କରି ଦେଖାଇଛନ୍ତି। ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ପିଥୋରାସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩ ଛାତ୍ରୀ ଏଭଳି ଏକ ଉଚ୍ଚ ବୈଷୟିକ ଜୋତା ତିଆରି କରିଛନ୍ତି, ଯାହା ଆପଣଙ୍କ ଲୋକେସନ ଟ୍ରାକ୍‌ କରିବା ସହ ମୋବାଇଲ ଏବଂ ଲାପ୍‌ଟପ୍‌ ବି ଚାର୍ଜ କରିପାରିବ। ଏହି ଉଦ୍ଭାବନକୁ ସାଧାରଣରେ ବେଶ୍‌ ପ୍ରଶଂସା କରାଯାଉଛି।

ଭବିଷ୍ୟତରେ ଏହି ଛାତ୍ରୀମାନେ ବଡ଼ ବୈଜ୍ଞାନିକ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ମେଘା ସିହ୍ନା, ଆଲିଫା ଭୋଇ ଏବଂ ପ୍ରୀତି ଚୌହାନ। ଏହି ତିଜିଜଣ ପିଥୋରୋ ସଂସ୍କାର ଶିକ୍ଷଣ ସଂସ୍ଥାନର ସହାୟତାରେ ଏହି ଜୋତା ପ୍ରସ୍ତୁତ କରିଛନ୍ତି। ସଂସ୍ଥାନର ଯୁବ ବୈଜ୍ଞାନିକ ଗୌରବ ଚନ୍ଦ୍ରକର କହିଛନ୍ତି, ଏହି ହାଇଟେକ୍‌ ଜୋଜା ପିନ୍ଧି ଚାଲିଲେ ମୋବାଇଲ ଏବଂ ଲାପ୍‌ଟପ୍‌ ଚାର୍ଜ ହୋଇପାରିବ। ଏହି ଜୋତାରେ ଏମିତି ସିଷ୍ଟମ ଲଗାଯାଇଛି, ଯାହା କୌଣସି ଅସୁବିଧା ସମୟରେ ହାଇ ଭୋଲଟେଜ୍‌ର ଝଟ୍‌କା ଦେବ। ଜୋତାରେ ଜିପିଆର୍‌ଏସ୍‌ ସିଷ୍ଟମ ବି ରହିଛି। କୌଣସି ବିପଦ ସମୟରେ ପୋଲିସ ଏବଂ ପରିବାର ସଦସ୍ୟଙ୍କ ପର୍ଯ୍ୟନ୍ତ ମେସେଜ ପହଞ୍ଚିପାରିବ।

ଏହି ଜୋତା ସେନା ଯବାନ ଏବଂ ମହିଳାଙ୍କ ସୁରକ୍ଷା ପାଇଁ ବହୁତ ସୁରକ୍ଷା ଦେବ। ଏହି ତିନି ଛାତ୍ରୀ ଏବେ ଏହି ହାଇଟେକ୍‌ ଜୋତା ବଜାରରେ କେବଳ ୧୫୦୦ ଟଙ୍କାରେ ଉପଲବ୍ଧ କରାଇବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି।

ସୂଚନାଯୋଗ୍ୟ, ଏହି ଛାତ୍ରୀମାନେ କିଛି ମାସ ପୂର୍ବରୁ ଏକ ହାଇଟେକ୍‌ ଚଷମା ତିଆରି କରିଥିଲେ। ତାଙ୍କ କହିବା କଥା ଏହି ଚଷମା ଭାଇବ୍ରେଟ୍‌ କରିବ ଏବଂ ଗାଡ଼ିକୁ ଦୁର୍ଘଟଣାରୁ ବଞ୍ଚାଇ ପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିୟୁଟି ପାର୍ଲର

ଉନ୍ନାଓ: କୌଣସି ମଧ୍ୟ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବିଦ୍ୟାଳୟକୁ ଠିକ୍‌ ଭାବେ ଚଳାଇବା ସହ ଅନୁଶାସନ ବଜାୟ ରଖିବାର ସମ୍ପୂର୍ଣ୍ଣ...

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri